ଧନମାନ ଦିଗରୁ ସୁରକ୍ଷିତ ରହିବେ। ଆଜି କେମିତି ରହିବ ଆପଣଙ୍କ ଦିନ : ୮ ଜାନୁୟାରୀ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୮ ଜାନୁୟାରୀ ୨୦୧୮

ମେଷ-

ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତି ଦୂରେଇଯିବ। ଶିକ୍ଷାର୍ଥୀମାନେ  ଅଧ୍ୟବସାୟର ଉତ୍ତମ ଫଳ ଆସ୍ଵାଦନ କରିପାରିବେ। ବ୍ୟବସାୟୀମାନେ କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ। ପ୍ରତିକାର:- ଅସହାୟା ଅନ୍ଧ,ବିଧବାଙ୍କୁ ସାହାଯ୍ୟ କରନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ-

ପାରିବାରିକ କ୍ଷେତ୍ରରେ ପରସ୍ପର ପ୍ରତି ବିଶ୍ଵାସ ଭରସା ନିଷ୍ଠା ବୃଦ୍ଧି ପାଇବ। ଯଥାର୍ଥ କର୍ମଯୋଗୀ, ଉତ୍ସାହୀ, ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ମାନେ କ୍ଷାତି ଅର୍ଜନ କରିବେ । ଶରୀର ପୀଡା ଯୋଗେ ଶଜ୍ୟାଶାୟୀ ହେବାର ଆଶା କରାଯାଇ ପାରେ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ମିଥୁନ-

ପାରିବାରିକ କ୍ଷେତ୍ରରେ ଆନ୍ତିରକତା  ବୁଝାମଣା ଆତ୍ମିକ ବନ୍ଧନକୁ ସୁଦୃଢ କରିବ। ନୂତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

କର୍କଟ

ପାରିବାରିକ କ୍ଷେତ୍ରରେ ନିଜ ପ୍ରଭାବ ଫଳରେ ପ୍ରତିକୂଳ ସ୍ରୋତକୁ ଆତିକ୍ରମ କରିହେବ । ପୁରୁଣା ରୋଗର ପ୍ରକୋପ ହ୍ରାସ ପାଇବ । ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ପ୍ରତିକାର:- ଅନ୍ଧ ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ସିଂହ-

ସିଧା ଓ ଟାଣୁଆ ଶକ୍ତି ଆର୍ଥିକ ସ୍ଥିତିକୁ ସୁଦୃଢକରି ସ୍ଥିର ହିସାବରେ ଚଳିବାରେ ପ୍ରେରଣା ପ୍ରଦାନ କରିବ । ଦେହ ସୁଦୃଢ ଥିବାରୁ ସହଜରେ ରୋଗରେ ପଡିବା ସମ୍ଭବ ନୁହେଁ । ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ପ୍ରତିକାର:- ଅସହାୟା ବୃଦ୍ଧାମାନଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା-

ମାଲିମୋକଦ୍ଦମାରେ ଓ ରାଜନୀତିରେ ଶତ୍ରୁ ବା ବିରୋଧୀମାନେ ତଳମୁହାଁ ହେବେ। ପାରିବାରିକ କ୍ଷେତ୍ରରେ କୁଳଶ୍ରେଷ୍ଠ, କୀର୍ତ୍ତିଶାଳୀ ଓ ଦିବ୍ୟଗୁଣ ଗୁଡିକ ପ୍ରକାଶ ପାଇବ । ଉଚ୍ଚଶିକ୍ଷା ଯୋଜନା ଚିଠା ପ୍ରସ୍ତୁତ କରିବେ। ପ୍ରତିକାର:-ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ତୁଳା-

ସାମାଜିକ କ୍ଷେତ୍ରରେ ଜଣେ ସତ୍ ପରାମର୍ଶଦାତା, ଶିକ୍ଷକ, ଦାର୍ଶନିକ, ଉପଦେଷ୍ଠା ଭାବେ ସମ୍ମାନ ପାଇବେ। ଅଧିକ ପରିଶ୍ରମ ନକଲେ ବ୍ୟବସାୟରେ କ୍ଷତି ସହି ପାରନ୍ତି। କୃଷି ଜୀବୀମାନେ ସତ୍ୟ ଧର୍ମ ଉପରେ ଆସ୍ତାଛାଡି ଦେବେ। ପ୍ରତିକାର:- ଅସହାୟବୃଦ୍ଧ ମାନଙ୍କୁ ସାହାଯ୍ୟ କରନ୍ତୁ ।

ବିଛା-

ଶତ୍ରୁଙ୍କ ସହିତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବେ । ବୈଜ୍ଞ।ନିକ, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ-

କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । କର୍ମକ୍ଷେତ୍ରରେ  ବିବାଦୀୟ ସ୍ଥିତି ଦୂରେଇଯାଇ ଶାନ୍ତି ବିରାଜମାନ କରିବ। ମାଛ, ଛେନା, ପାଳଙ୍ଗ, ବାଦାମ, ଦହି ଓ ଲେମ୍ବୁ ସରବତ ପ୍ରଭୃତି ଖାଇବା ହିତକର।

ମକର-

ଧାର୍ମିକ, ବନ୍ଧୁ-ବାନ୍ଧବ ପ୍ରିୟଜନ, ଗୁରୁଦେବତାରେ ଭକ୍ତି ନିଷ୍କଳଙ୍କ ଗୁଣଗୁଡିକରେ ଭୂଷିତ ହେବେ। ଭାବମୂର୍ତ୍ତି ଅମଳିନ ରହିବ। ଧନମାନ ଦିଗରୁ ସୁରକ୍ଷିତ ରହିବେ। ଅମ୍ଳ, ଅଜୀର୍ଣ୍ଣ  ପ୍ରଭୃତି ରୋଗ ଦେଖା ପ୍ରତିକାର:- ଅସହାୟା ବିଧବା ମାନଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ-

ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ। ଆସକ୍ତି ମୋହ, ଲୋଭ, କ୍ରୁର କର୍ମ ଗୁଡିକ ପାଇଁ ଅପଯଶ ପାଇବେ। କେତେକ କ୍ଷେତ୍ରରେ ବିଦ୍ରୋହ ବା ଅଶାନ୍ତିର ମୁହାଁମୂହିଁ ହେବେ। ମହିଳାମାନେ ସୁଖେ-ଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ ।

ମୀନ-

ନ୍ୟାୟମାର୍ଗ ଓ ମିଷ୍ଟବଚନ ଦ୍ଵାରା ସମସ୍ତଙ୍କ ମନ କିଣିପାରିବେ। ବ୍ୟବସାୟ ପାଇଁ  ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ଅନୁଭବ କରିବେ । ମହିଳାମାନଙ୍କପାଇଁ ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!