ମାଘପୂର୍ଣ୍ଣିମା ଅଗ୍ନିଉତ୍ସବ ମାମଙ୍ଗଳାଙ୍କର ବଡସିଂହାର ବେଶ ଯୋରନ୍ଦାମେଳା ମାଘବ୍ରତ ସମାପନ ମହତିସ୍ନାନ ଚନ୍ଦ୍ର ଗ୍ରହଣ ନିମ୍ନରେ ପ୍ରଦତ୍ତ ହୋଇଛି । ଆଜିର ପାଞ୍ଜି: ଜାନୁୟାରୀ ୩୧, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜାନୁୟାରୀ ୩୧, ୨୦୧୮

ମାଘପୂର୍ଣ୍ଣିମା ଅଗ୍ନିଉତ୍ସବ ମାମଙ୍ଗଳାଙ୍କର ବଡସିଂହାର ବେଶ ଯୋରନ୍ଦାମେଳା ମାଘବ୍ରତ ସମାପନ ମହତିସ୍ନାନ ଚନ୍ଦ୍ର ଗ୍ରହଣ ନିମ୍ନରେ ପ୍ରଦତ୍ତ ହୋଇଛି

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟଉଦୟ ମକର ଦ୨|୩୫|୪୧ ଇଂ ପ୍ରାତଃ ଘ୬|୨୨|୪୬ସେ

ସୂର୍ଯ୍ୟାସ୍ତ କର୍କଟ ଦ୩|୧୫|୩୨   ଇଂ ସଂଧ୍ୟା ଘ୫|୩୦|୫୭ସେ

ଉଡ୍ରାବ୍ଦ ୧୪୨୫ସାଲ ମକର ୧୮ ଦିନ ରାଷ୍ଟ୍ରିୟ ମାଘମାସ ୧୧ ଦିନ ବୁଧବାର

ଆଜିର ପଞ୍ଚାଙ୍ଗ-

ଚାନ୍ଦ୍ରମାନ, ମାଘମାସ, ଶୁକ୍ଳପକ୍ଷ, ପୂର୍ଣ୍ଣିମାତିଥି ସଂଧ୍ୟା ଘ୬।୫୬।୪୪ସେ,

ପୁଷ୍ୟା ନକ୍ଷତ୍ର ସଂଧ୍ୟା ଘ୫।୩୫।୪୧ସେ, କର୍କଟଚନ୍ଦ୍ର ଅହୋରାତ୍ର,

ପ୍ରୀତିଯୋଗ ସକାଳ ଘ୬।୨୫।୭ସେ, କ୍ଷୟ ଆୟୁଷ୍ମାନଯୋଗ ରାତ୍ର ଘ୨।୨୭।୨୯ସେ,

ବିଷ୍ଟିକରଣ ସକାଳ ଘ୮।୩୮।୫୮ସେ, ବବକରଣ ସଂଧ୍ୟା ଘ୬।୫୬।୪୪ସେ,

କ୍ଷୟ ବାଳବକରଣ ନିଶାନ୍ତ ଘ୫।୧୭।୨୨ସେ,

ରବ୍ୟଂଶଽ୧୬।୫୯।୧୫, ସୂକ୍ଷ୍ମଚନ୍ଦ୍ର ରାଶି ୩।୯।୩୯।୧୫,

ଦିନମାନ ଘ୧୧।୭।୫୮ସେ, ନିଶାମାନ ଘ୧୨।୫୨।୨ସେ,

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଯୋଗିନୀବାସ-

ଯୋଗିନୀ ବାୟବ୍ୟେ ସଂଧ୍ୟା ଘ୬।୫୬।୪୪ସେ, ପରେ ପୂର୍ବେ ଯାତ୍ରା ନିଷେଧ।

ନିଷେଧ ଖାଦ୍ୟ-

ସଂଧ୍ୟା ଘ୬।୫୬।୪୪ସେ, ମଧ୍ୟେ ଆମିଷ, ତେଲ ଓ ସ୍ତ୍ରୀ ପୁରୁଷ ସହବାସ ନିଷେଦ୍ଧ ଓ ପରେ ପାଣି କଖାରୁ ନ ଖାଇଲେ ଭଲ।

ଶୁଭସମୟ-

ଅମୃତବେଳା- ସୂର୍ଯ୍ୟଦୟରୁ ସକାଳ ଘ୭।୫୨ମି, ଦିବା ଘ୧୦।୬ମି ରୁ ଘ୧୧।୩୫ମି, ଦିଘ୩।୧୭ମି ରୁ ଘ୪।୪୬ମି, ସୂର୍ଯ୍ୟାସ୍ତରୁ ସନ୍ଧ୍ୟା ଘ୬।୨୨ମି ରୁ ଘ୮।୫୭ମି, ରାତ୍ରି ଘ୨।୬ମି ରୁ ଘ୬।୨୩ମି, ମାହେନ୍ଦ୍ର- ଦିବା ଘ୧।୪୮ମି ରୁ ଘ୩।୧୭ମି, ରାତ୍ରି ଘ୮।୫୭ମି ରୁ ଘ୧୦।୪୦ମି ମଧ୍ୟେ।  

ଆହୁରି ପଢନ୍ତୁ: ଚନ୍ଦ୍ର ଗ୍ରହଣ ୨୦୧୮: ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟ ଓ କେମିତି କରିବେ ପାଳନ?

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< ଜାତକ ବିଚାର>>>

ଚନ୍ଦ୍ରଶୁଦ୍ଧି-

ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।  

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା,  ମୃଗଶିରା, ପୁନର୍ବସୁ, ଆଶ୍ଳେଷା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ବିଶାଖା, ଜ୍ୟୋଷ୍ଠା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ପୂର୍ବ ଭାଦ୍ରପଦ, ରେବତୀ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଂଧ୍ୟା ଘ୫।୩୫।୪୧ସେ ପରେ ଅଶ୍ଵିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।

ଘାତଚନ୍ଦ୍ର ଓ ଘାତବାର-

କର୍କଟ ରାଶିର ଘାତବାର।

ରଜୋଶ୍ଚକ୍ର-

ପ୍ରଥମ ରଜୋଦର୍ଶନେ ସଂଧ୍ୟା ଘ୫।୩୫।୪୧ସେ ପରେ ସଂବତ୍ସର ଗଣ୍ଡଦୋଷ ଓ ରଜଶ୍ଚକ୍ରେ ପତିଘାତିନୀ।  ପ୍ରତିକାର କରଣୀୟ।  

ଆହୁରି ପଢନ୍ତୁ: ନିଜ ରାଶି ଅନୁସାରେ ଜାଣନ୍ତୁ ଚନ୍ଦ୍ର ଗ୍ରହଣ ସମୟରେ କଣ କରିବେ ଉପାୟ ?

ସାମ୍ବଶ୍ଚରିକ ଶ୍ରାଦ୍ଧ-

ଆଜି ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ହେବ।  

ପୁଷ୍କରଦୋଷ-

ଆଜି ନାହିଁ।

ଅଶୁଭ ସମୟ-

ରାହୁକାଳ- ଓ ବାରବେଳା- ଦିବାଘ୧୧।୫୯ମି ରୁ ଘ୧।୨୨ମି ମଧ୍ୟେ । କାଳବେଳା-ଦିବାଘ୯।୧୨ମି ରୁ ଘ୧୦।୩୬ମି ମଧ୍ୟେ । କାଳରାତ୍ରି- ରାତ୍ରିଘ୩।୧୨ମି ରୁ ଘ୪।୪୮ମି ମଧ୍ୟେ।

ସୂର୍ଯ୍ୟଉଦୟ କାଳୀନ ଗ୍ରହସ୍ଫୁଟ-

ରବିରାଶି-୯।୧୬।୫୯।୧୫-୨୨/୧୦, ଚନ୍ଦ୍ରରାଶି-୩।୯।୩୯।୧୫-୮/୪, ମଙ୍ଗଳରାଶି-୭|୮|୪୦| ୪୫-୧୭/୮, ବୁଧରାଶି-୯|୫|୩|୪୧-୨୧/୧୦, ବୃହସ୍ପତିରାଶି-୬|୨୭|୪|୧୦-୧୬/୭, ଶୁକ୍ରରାଶି-୯|୨୨|୧୧|୪୨-୨୨/୧୦, ଶନିରାଶି-୮|୧୦|୩୭|୨୪-୧୯/୯, ରାହୁରାଶି-୩|୨୦|୫୩|୨୧-୯/୪, କେତୁରାଶି-୯|୨୦|୫୩|୨୧-୨୨/୧୦।

ଆଜିରଲଗ୍ନ-

ନିଶାନ୍ତ ଘ୫|୧୬ମି ରୁ ମକର ଲଗ୍ନ ଆରମ୍ଭ। କୁମ୍ଭଘ୭|୯ମି ରୁ ଆରମ୍ଭ।   

ମକର ପ୍ରାତଃ ଘ୬|୨୫ମି, କୁମ୍ଭଘ୭|୯ମି, ମୀନଘ୮|୪୫ମି, ମେଷଘ୧୦|୧୮ମି, ବୃଷଘ୧୨|୧ମି,   ମିଥୁନଘ୨|୦ମି, କର୍କଟଘ୪|୧୩ମି, ସିଂହ ଘ୬|୨୭ମି, କନ୍ୟା ଘ୮|୩୬ମି, ତୁଳା ଘ୧୦|୪୪ମି, ବିଛା ଘ୧୨|୫୬ମି, ଧନୁଘ୩|୧୦ମି, ମକର ଘ୫|୧୬ମି ରୁ ଲଗ୍ନ ଆରମ୍ଭ ।

ଶୁଭକର୍ମ-

ଆଜି ଶୁଭକର୍ମ ନକରିବା ଉଚିତ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସଧ୍ୟାଘ୫।୩୫।୪୧ସେ,ମଧ୍ୟେ ପୁଷ୍ୟାନକ୍ଷତ୍ର କର୍କଟରାଶି ଶନି ମହାଦଶାରେ ଜନ୍ମ ପରେ ଆଶ୍ଳେଷାନକ୍ଷତ୍ର କର୍କଟରାଶି ବୁଧ ମହାଦଶାରେ ଜନ୍ମ ହୋଇଛିବୋଲି ଜାଣିବେ। ଲଗ୍ନସମୟକୁ ଦେଖି ନିଜେଲଗ୍ନ ଓ ଗ୍ରହସ୍ଥିତି ଜାଣିପାରିବେ।

­­ଚନ୍ଦ୍ରଗ୍ରହଣ  ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ ଦୃଶ୍ୟ ହେତୁ ପାଳନୀୟ

ତା ୩୧-୦୧-୨୦୧୮ରିଖ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୫୯ଙ୍କ ମକର ଦି୧୮ନ ମାଘ ପୂର୍ଣ୍ଣିମା ବୁଧବାର ଦିନ ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଏହି ଚନ୍ଦ୍ରଗ୍ରହଣର ଆରମ୍ଭ ଦୃଶ୍ୟ ଆସାମ, ଅରୁଣାଚଳପ୍ରଦେଶ, ନାଗାଲ୍ୟାଣ୍ଡ, ମିଜୋରାମ, ସିକ୍କିମ ଏବଂ ପଶ୍ଚିମବଙ୍ଗର ପୂର୍ବଭାଗରେ ଚନ୍ଦ୍ରୋଦୟ ଆରମ୍ଭ ସମୟରେ ଦୃଶ୍ୟ ହେବ। ଓଡିଶାରେ ଏହି ଗ୍ରହଣ ଗ୍ରସ୍ତୋଦୟ ହେବ। ଅର୍ଥାତ୍ ଆମରାଜ୍ୟର ପ୍ରତ୍ୟେକ ସ୍ଥାନକୁ ଚନ୍ଦ୍ରୋଦୟ ଆରମ୍ଭ ପୂର୍ବରୁ ଗ୍ରାସ ଆରମ୍ଭ ହୋଇଯାଇଥିବ। ପୁରୀକୁ ସଂଧ୍ୟା ଘ.୫|୩୧ ମି. ରେ ସ୍ୱଳ୍ପଗ୍ରାସ ଅବସ୍ଥାରେ ଚନ୍ଦ୍ର ଉଦୟ ହେବେ। ପୁରୀକୁ ଭାରତୀୟ ସାଧାରଣ ସମୟାନୁସାରେ ଚନ୍ଦ୍ରଗ୍ରହଣର ବିବରଣୀ ପୁରୀକୁ ଚନ୍ଦ୍ରୋଦୟ:- ସଂଧ୍ୟା ଘ.୫|୩୧|୧୫ ସେ. ସମୟେ ସୂର୍ଯ୍ୟାସ୍ତ ସଂଧ୍ୟା ଘ.୫|୩୩|୫୭ ସେ.

ଚନ୍ଦ୍ର ଉପଛାୟାରେ ପ୍ରବେଶ:- ଦିବା ଘ.୪|୧୯|୨୭ ସେ. ସମୟେ (ଅଦୃଶ୍ୟ)

ଗ୍ରହଣ ସ୍ପର୍ଶ:- ସଂଧ୍ୟା ଘ.୫|୧୭|୪୭ ସେ. ସମୟେ, ପୂର୍ବବ୍ୟାପି ଆଗ୍ନେୟକୋଣେ (ଅଦୃଶ୍ୟ)

ନିମିଳନ:– ରାତ୍ରି ଘ.୬|୨୧|୩୦ ସେ. ସମୟେ (ଦୃଶ୍ୟ)।

ଗ୍ରହଣ ମଧ୍ୟ:- ରାତ୍ରି ଘ.୬|୫୯|୫୦ ସେ. ସମୟେ (ଦୃଶ୍ୟ)।

ଉନ୍ମୀଳନ:- ରାତ୍ରି ଘ.୭|୩୮|୨୨ ସେ. ସମୟେ (ଦୃଶ୍ୟ)।

ସର୍ବମୋକ୍ଷ:- ରାତ୍ରି ଘ.୮|୪୧|୩୬ ସେ. ସମୟେ । ପଶ୍ଚିମବ୍ୟାପି ବାୟବ୍ୟକୋଣେ (ଦୃଶ୍ୟ)।

ଚନ୍ଦ୍ର ଉପଛାୟାରୁ ମୁକ୍ତ:- ରାତ୍ରି ଘ.୯|୪୦|୫ ସେ. ସମୟେ (ଦୃଶ୍ୟ)।

ଗ୍ରହଣାଦ୍ୟନ୍ତ କାଳ:- ଘ.୩|୨୩ ମି. ମାତ୍ର, ଗ୍ରାସମାନ ୧.୩୧୬, ଚନ୍ଦ୍ର ମଣ୍ଡଳକୁ ସଂପୂର୍ଣ୍ଣ ଗ୍ରାସକରି ଆକାଶରୁ ୫ବିଶ୍ଵା ୫ଗଣ୍ଡା ଗ୍ରାସକରିବ। ଏହି ଗ୍ରହଣ ଭାରତ ବ୍ୟତୀତ ଆମେରିକା, ଉତ୍ତରପୂର୍ବ ଆମେରିକାରେ ଚନ୍ଦ୍ରାସ୍ତ ପୂର୍ବରୁ ଗ୍ରହଣ ସମାପ୍ତ ହେବ। ଉତ୍ତରପୂର୍ବ ୟୁରୋପ, ଏସିଆ ଓ ହିନ୍ଦ୍ ମହା ସାଗରରେ ଗ୍ରସ୍ତୋଦୟ ଗ୍ରହଣରୂପେ ଦୃଶ୍ୟ ହେବ। ଅଷ୍ଟ୍ରେଲିଆ ଓ ନ୍ୟୁଜଲ୍ୟାଣ୍ଡରେ ଏହି ଚନ୍ଦ୍ରଗ୍ରହଣ ସଂପୂର୍ଣ୍ଣ ଦେଖାଯିବ।

ପାଳନ ବିଧି –

ଅଦ୍ୟ ଦିନ ସୂର୍ଯ୍ୟଦୟ ପୂର୍ବରୁ ନିଶାନ୍ତ ଏକ ପ୍ରହର ଅର୍ଥାତ୍ ପୂର୍ବଦିନ ମଙ୍ଗଳବାର ରାତ୍ରି ଘ.୩|୨୦ ମି. ଠାରୁ  ଅଦ୍ୟ ଦିନ ବୁଧବାର ସୂର୍ଯ୍ୟଦୟ ମଧ୍ୟରେ ଦେବନୀତି କରଣୀୟ। ସୂର୍ଯ୍ୟଦୟଠାରୁ ଅର୍ଥାତ୍ ପ୍ରାତଃ ଘ.୬|୨୫|୫୭ ସେ. ଠାରୁ ଦେବନୀତି, ପାକ ଏବଂ ଅନ୍ନଭୋଜନ ନିଷେଧ। ଗ୍ରହଣ ସର୍ବମୋକ୍ଷ ଅର୍ଥାତ୍ ରାତ୍ରି ଘ.୮|୪୧|୩୬ ସେ. ପରେ ମହାସ୍ନାନ କରି ଦେବନୀତି, ପାକପ୍ରସ୍ତୁତି ଏବଂ ଅନ୍ନଭୋଜନ କରଣୀୟ। ଶିଶୁ, ବୃଦ୍ଧ ଓ ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କ ପକ୍ଷେ ଉପରୋକ୍ତ ନିୟମ ଲଂଘନୀୟ। ଏହି ଦିନ ଶ୍ରାଦ୍ଧ ପଡିଲେ ଆମ ଶ୍ରାଦ୍ଧ (ପକ୍ଵାନ୍ନ ବର୍ଜିତ) ବା ହେମ ଶ୍ରାଦ୍ଧ କରଣୀୟ।

ଗ୍ରହଣ ପାଳନ ପ୍ରମାଣ:–

ଗ୍ରସ୍ତୋଦୟେ ନିଶାନାଥେ ଗ୍ରସ୍ତାସ୍ତେ ଚ ଦିବାକରେ।

ଆଦୌ ରାତ୍ରି ତ୍ରିଯାମାନ୍ତେ ପ୍ରାତଃ ପୂଜା ବିଧିୟତେ ॥

 ଗ୍ରହଣ ସୂତକ ଓ ଗ୍ରହଣକାଳ ମଧ୍ୟରେ ମୂର୍ତ୍ତିସ୍ପର୍ଶ, ଅନ୍ନଭୋଜନ ଏବଂ ମୈଥୁନ ପ୍ରଭୃତି କର୍ମ ବର୍ଜନୀୟ।

ଗ୍ରହଣ ଦର୍ଶନେ ଚନ୍ଦ୍ର ଅଶୁଦ୍ଧି:–

ମେଷ, ସିଂହ ଓ ଧନୁ ରାଶିମାନଙ୍କର ଗ୍ରହଣ ଦର୍ଶନେ ଅଶୁଭ। ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ମକର,  କୁମ୍ଭ, ମୀନ ରାଶିମାନଙ୍କର ଗ୍ରହଣ ଦର୍ଶନେ ଶୁଭ।

ଗ୍ରହଣ ଦର୍ଶନେ ତାରାଶୁଦ୍ଧି:–

ଅଶ୍ୱିନୀ, ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁଷ୍ୟା, ମଘା, ପୂର୍ବାଫାଲଗୁନୀ, ହସ୍ତା, ସ୍ଵାତୀ, ଅନୁରାଧା, ମୂଳା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ଉତ୍ତରଭାଦ୍ରପଦ ନକ୍ଷତ୍ରମାନଙ୍କର ଗ୍ରହଣ ଦର୍ଶନେ ଶୁଭ।

କୃତ୍ତିକା, ମୃଗଶିରା, ପୁନର୍ବସୁ, ଉତ୍ତରାଫାଲଗୁନୀ, ଚିତ୍ରା, ବିଶାଖା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ରପଦ, ରେବତୀନକ୍ଷତ୍ରମାନଙ୍କର ଗ୍ରହଣ ଦର୍ଶନେ ଅଶୁଭ।

ମନୁଷ୍ୟ ଜୀବନରେ ଆସିଥାଏ ବହୁତ କିଛି ପରିବର୍ତ୍ତନ। ମସ୍ତିଷ୍କ ଉପରେ ଗ୍ରହଣର ସିଧା ପ୍ରଭାବ ପଡିଥାଏ। ପ୍ରତ୍ୟେକ ମଣିଷ ନିମ୍ନୋକ୍ତ ମନ୍ତ୍ରକୁ ଗ୍ରହଣ ସମୟରେ ଶ୍ଵେତ ଚନ୍ଦନ ମାଳରେ ୧୦୮ ଥର ଜପକଲେ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ  ସୌଭାଗ୍ୟ ପ୍ରାପ୍ତିହେବ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଔଁ ଶ୍ରାଂ ଶ୍ରୀଂ ଶ୍ରୌଂ ସଃ ଚନ୍ଦ୍ରମାୟ ନମଃ।

 ଗ୍ରହଣ ସମୟରେ ଭୋଜନ କିମ୍ବା ଦର୍ଶନକଲେ ମାତୃକଷ୍ଟ, ମାନସିକ ବିକୃତି, ଦୁର୍ବଳତାଯୋଗେ ଶରୀର କ୍ଷୀଣ ସାଂଘାତିକରୋଗ, ଅର୍ଥାଭାବ, ଥଣ୍ଡାଜ୍ଵର ଆଦି ରୋଗରେ ପୀଡିତ ହେବେ।  ଗ୍ରହଣ ସମୟରେ କୁକୁରକୁ ଖାଦ୍ୟ ଦେଲେ ପୁତ୍ରର ବାଧାବିଘ୍ନ ଦୂର ହେବ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!