ଦୈନିକ ରାଶିଫଳ: 30 ଏପ୍ରିଲ 2021, ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଅପ୍ରେଲମାସ ୩୦ତାରିଖ, ଶୁକ୍ରବାର, ମେଷମାସ ୧୭ଦିନ, ବୈଶାଖମାସ, କୃଷ୍ଣପକ୍ଷ, ଚତୁର୍ଥୀତିଥି, ଜ୍ୟେଷ୍ଠା ନକ୍ଷତ୍ର, ବିଛାରାଶିରେ ଚନ୍ଦ୍ର । ବିଛା, ଧନୁ, ମୀନ ରାଶିର ଘାତବାର । ମୂଳା ନ ଖାଇଲେ ଭଲ । ଶୁଭସମୟ-ସକାଳ ୫ଟା୨୩ ମିନିଟ୍ ରୁ ୬ଟା ୧୨ ମିନିଟ୍, ସକଳ ୭ଟା ୪ ମିନିଟ୍ ରୁ ୮ଟା ୩୨ ମିନିଟ୍, ଦିବା ୧୨ଟା ୧୦ ମିନିଟ୍ ରୁ ୨ଟା ୪୧ ମିନିଟ୍, ଦିବା ୪ଟା ୨୫ ମିନିଟ୍ ରୁ ୬ଟା ୪ ମିନିଟ୍, ରାତ୍ରି ୭ଟା ୩୬ ମିନିଟ୍ ରୁ ୮ ଟା ୫୩ ମିନିଟ୍, ରାତ୍ରି ୧ଟା ୩୭ ମିନିଟ୍ ରୁ ୩ଟା ୫୦ ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଆନନ୍ଦ ରହିବ । କେତେକ କ୍ଷେତ୍ରରେ ସାମାନ୍ୟ ସୁବିଧା ପାଇବେ । ବାଦବିବାଦ, ମାଲିମକଦ୍ଦମା, ପ୍ରତିଯୋଗିତା ପରୀକ୍ଷା, ସାକ୍ଷାତକାରରେ ଜୟଯୁକ୍ତ ହେବେ ଓ ଆଶା ମୁତାବକ ଫଳ ପାଇବେ । ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ । ଅନ୍ୟର ଉପକାର କରି ପ୍ରଶଂସା ପାଇବେ । ବ୍ୟବସାୟିକ କ୍ଷେତ୍ରରେ ଅଧିକ ଉନ୍ନତିର ପଥରେ ଅଗ୍ରସର ହୋଇ ପାରିବେ । ପାରିବାରିକ ସ୍ଥିତି ସନ୍ତୋଷ ଜନକ ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:-

ନୂତନ ଉପାର୍ଜନକ୍ଷମ ହେବ ଯାହାକି ତୁମ ଜୀବନର ଗତିକୁ ବଦଳାଇ ଦେବ । ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ । ନୂତନ ପ୍ରକଳ୍ପ ଆରମ୍ଭ କରିପାରନ୍ତି ଅଥବା ଏକ ନୂତନ ଯୋଜନା ସ୍ଥିରିକୃତ କରିପାରନ୍ତି ଯାହା କି ଆପଣଙ୍କ ପାଇଁ ପ୍ରଚୁର ଲାଭ ଆଣିଦେବ । ରାଜନୈତିକ କ୍ଷେତ୍ରରେ ସୁନାମ ଖ୍ୟାତି ଚାରିଆଡେ ବ୍ୟାପିଯିବ ଓ ସମାଜରେ ଲୋକପ୍ରିୟତା ଉଚ୍ଚତାର ଶୀଖରରେ ପହଁଞ୍ଚିବ । ନିଜର ଉଚ୍ଚାଧିକାରୀ ଓ ସରକାରୀ ଅଧିକାରୀ ମାନଙ୍କର ସମର୍ଥନ ଲାଭ କରିବେ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ମିଥୁନ:-

ଶୁଭ ଖବର ପାଇ ଖୁସି ହେବେ । ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ । ବ୍ୟବସାୟ କ୍ଷେତ୍ରରେ କାରବାର ବଢିବ ଓ ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ । ବନ୍ଧୁବାନ୍ଧବଙ୍କ ସହ ଉତ୍ତମ ସମ୍ପର୍କ ରହିବ । ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ଅର୍ଥନୀତିର ବିପଦରୁ ମୁକ୍ତ ହେବେ । ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କର୍କଟ:-

ଶିକ୍ଷାର୍ଥୀମାନଙ୍କ ପାଇଁ ଅଧ୍ୟୟନରେ ଏକାଗ୍ରତା ଆସିପାରିବ । ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇ ସ୍ଥଗିତ ଥିବା କର୍ମଟି ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ । ପାଖ ପଡୋଶିଙ୍କ ଦ୍ଵାରା ଅନେକ ସମସ୍ୟା ସମାଧାନ ହେବ । ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଠାରୁ ପ୍ରଶଂସା ପାଇବେ । ରାଜନୈତିକ କ୍ଷେତ୍ରରେ ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣତାକୁ ମୁଖ୍ୟକରି ଚାଲିବା ହିତକର । ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-

ସାଧୁ ଓ ସଚ୍ଚୋଟ ଭାବେ ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ । ଅନେକ ଶୁଭ କର୍ମର ସୁଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ । ବିଭିନ୍ନ ପ୍ରକାର ସମସ୍ୟା ଭିତରେ ରହି କାର୍ଯ୍ୟ ହାସଲ କରିବେ । ବିଦ୍ୟା କ୍ଷେତ୍ରରେ ମନ ଲାଗିବ । କଳେବଳେ ଅର୍ଥ ସଂଗ୍ରହ ଅଭିଯାନ କରି ସଫଳତା ପାଇବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା:-

ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ । ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ । ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ । କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମିଳିବ । ଅଧସ୍ତନ କର୍ମୀଙ୍କ ଠାରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ । ବ୍ୟବସାୟରେ ଲାଭର ପରିମାଣ ଅଧିକ ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-

କାର୍ଯ୍ୟାଳୟରେ ଟେନସନ ଦୂର ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ । ରାଜନୀତିରେ ପରସ୍ପରକୁ ସାହାଯ୍ୟ ସହଯୋଗ କରି ଗଠନମୂଳକ ଦିଗପ୍ରତି ଆଗ୍ରହ ଓ ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ପ୍ରତିଯୋଗୀତାପରୀକ୍ଷା, ଖେଳ ଓ ପ୍ରତିଦ୍ୱନ୍ଦିତାରେ ସଫଳ ହେବେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ଆଗ୍ରହ ବଢିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବିଚ୍ଛା:-

ଶତୃମାନେ ପରାଜିତ ହେବେ । ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ନିଜର କାମକୁ ପଛରେ ପକାଇ ଅନ୍ୟଦ୍ଵାରା ପ୍ରଭାବିତ ହୋଇ କୌଣସି ଶୁଭ କାମ କରିବେ । ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ । ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢେଇବେ । ସହନଶୀଳତା ଯୋଗେ ପ୍ରଶଂସା ମିଳିବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-

ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । ପରିବାରର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ । ପ୍ରେମସମ୍ବନ୍ଧ ଓ ଦାମ୍ପତ୍ୟ ଜୀବନରେ ମଧୁରତା ସୃଷ୍ଟି ହେବ । ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ବ୍ୟବସାୟିକ ପରିଣାମ ସନ୍ତୋଷଜନକ ହେବ । ବରିଷ୍ଠ ବ୍ୟକ୍ତି ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ନିଜର ବୁଦ୍ଧି, ବିବେକ ଖଟାଇ ସମସ୍ୟାର ସମାଧାନ କରିପାରିବେ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମକର:-

ଶତୃମାନେ ମଥାନତ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ହୋଇ ମାନ ସମ୍ମାନ ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବେ । ଧନଧାନ୍ୟ, ଗୋସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହେବାର ଯୋଗଅଛି । ଜାଗା, ଜମି, ଗୃହ ସମ୍ବନ୍ଧୀୟ ସମସ୍ୟା ସହଜରେ ସମାଧାନ ହେବ । ନେଇଥିବା ଲୋକ କିମ୍ବା ଦେଉନଥିବା ଲୋକ ଏବଂ ସାହାଯ୍ୟ କରିଥିବା ଲୋକଠାରୁ ସମସ୍ତ ଅର୍ଥପ୍ରାପ୍ତି ହୋଇଯିବ । ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେବେ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କୁମ୍ଭ:-

ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବାଦ୍ଵାରା ଆୟର ସ୍ରୋତ ଖୋଲିଯିବ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । କର୍ମ ସନ୍ଧିତ୍ସୁମାନେ କର୍ମ ନିଯୁକ୍ତିରେ ସଫଳ ହେବେ । ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ପ୍ରେମିକ ପ୍ରେମିକା ମାନଙ୍କର ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ପ୍ରତିକାର- ନୀଳବସ୍ତ୍ର ପରିଧାନ କରନ୍ତୁ । ନତୁବା ନୀଳ ରୁମାଲ ଟିଏ ପାଖରେ ରଖନ୍ତୁ ।

ମୀନ:-

ସନ୍ତାନ ସୁଖରେ ସୁଖୀ ହେବେ । ଭାଇ ବନ୍ଧୁମାନେ କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ଚେଷ୍ଟା କଲେ କାହାକୁ ଦେଇଥିବା ଧନ ମିଳିଯିବ । ପରିବାର ଭିତରେ ଜଗିରଖି ଚଳିଲେ ପାଖ ପଡୋଶିଙ୍କ ଦ୍ଵାରା ପ୍ରଶଂସା ପାଇବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ରାଜନୈତିକ କ୍ଷେତ୍ରରେ ସହକର୍ମୀ ମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 943700674


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!