2021 ମସିହା ମଇ ମାସଟି କେମିତି କଟିବ 12ଟି ରାଶିର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମେଷରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ଓ କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ । ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ । ପ୍ରତିକୂଳ ପରିସ୍ଥିତି ଦୂରେଇଯିବ ଓ ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ ଓ ସନ୍ତାନ ସୁଖ ମିଳିବ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବା ସହ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ପ୍ରଶଂସିତ ହେବେ । କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ନୁତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିଲେ ସଫଳ ହେବେ । ରାଜନୀତିରେ ସାଧାରଣ ପରିଶ୍ରମ ଫଳରେ ଅଧିକ ଉନ୍ନତି ହେବ । ପ୍ରତିକାର-ଲାଲଚନ୍ଦନ ବା ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଯେଉଁ ମାନଙ୍କର ଯେ କୌଣସି ମାସର ୬, ୧୫ ଓ ୨୪ ତାରିଖରେ କିମ୍ବା ଷଷ୍ଠୀ ବା ପୂର୍ଣ୍ଣିମା ଓ ଅମାବାସ୍ୟାତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ବୃଷରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ଅଟକିଥିବା ବା ଉଧାର ଦେଇଥିବା ଟଙ୍କା ମିଳିଯିବ । ସାଧୁ, ସତ୍ୟବାଦୀ, ଧର୍ମାତ୍ମା, ଗୁରୁବ୍ରାହ୍ମଣଙ୍କ ସହ ସମ୍ପର୍କ ସ୍ଥାପନ ହେବା ଫଳରେ ପ୍ରଶଂସିତ ହେବେ । ରାଜନୀତିରେ କୃତକାର୍ଯ୍ୟ ହେବା ସହ ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ରୋଜଗାର ସମସ୍ୟା ସୁଧୁରି ଯିବ । ଧନ ଲାଭ ହେବାରୁ ମନ ଖୁସି ରହିବ । ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇପାରେ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଅଳ୍ପ ପରିଶ୍ରମରେ ବହୁତ ଧନ ଲାଭ ହେବ । ଆର୍ଥିକ କ୍ଷେତ୍ରରେ ଉନ୍ନତି, ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ସରକାରୀ କର୍ମଚାରୀ ମାନେ କର୍ମକ୍ଷେତ୍ରରେ ଅସୁବିଧା ପରିସ୍ଥିତିକୁ ସାମାନ୍ୟ ଚେଷ୍ଟାରେ ସଜାଡି ଦେବେ । ମନରେଥିବା କାମନା ପୂର୍ଣ୍ଣ ହେବ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ । ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ମିଥୁନ:-ଯେଉଁ ମାନଙ୍କର ଯେ କୌଣସି ମାସର ୪ , ୧୩, ୨୨ ଓ ୩୧ ତାରିଖରେ କିମ୍ବା ଚତୁର୍ଥୀ ବା ତ୍ରୟୋଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମିଥୁନ ହେବ । ମହିଳା ଓ ପୁରୁଷ ମାନଙ୍କର ଶରୀର ଭଲ ରହିବ । ଅପେକ୍ଷା କରିଥିବା କାର୍ଯ୍ୟଟି ପୂରଣ କରିବା ପାଇଁ ସକ୍ଷମ ହେବେ । ନୂତନ ବନ୍ଧୁ ମିତ୍ରଙ୍କ ସହ ମିଳନ ହେବା ସହ ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଅଚାନକ ଭାବରେ କୌଣସି ସୁସମ୍ବାଦ ଶୁଣିବେ । ସନ୍ତାନ ସନ୍ତତିଙ୍କ ତରଫରୁ ଆଶାବାଦୀ ହେବେ । ପାରିବାରିକ ତିକ୍ତତାର ସମାପ୍ତି ହେବ । କେତେକ କ୍ଷେତ୍ରରେ ଉଚ୍ଚାକାଂକ୍ଷ । ପୂର୍ତ୍ତି ନିମନ୍ତେ କଠିନ ପରିଶ୍ରମ କରିବାକୁ ପଡିବ । ବ୍ୟବସାୟୀମାନଙ୍କର ଲାଭ ଅଧିକ ହେବା ଫଳରେ ମନ ଖୁସି ରହିବ । ରାଜନୀତିରେ ଫାଇଦା ଉଠାଇବାକୁ ଚେଷ୍ଟା କରିବେ । ବିଦ୍ୟା କ୍ଷେତ୍ରରେ ଯଶ ପ୍ରାପ୍ତି ହେବ ଓ ପଢାପଢିରେ ମାନସିକ ଶାନ୍ତି ମିଳିବ । ଧର୍ମାନୁଷ୍ଠାନରେ ସମୟ କଟେଇବା ପାଇଁ ମନ ବଳାଇବେ । ଅସହାୟ ମାନଙ୍କୁ ସାହାଯ୍ୟ କରିବା ଫଳରେ ଲୋକମାନଙ୍କ ନିକଟରେ ମାନସମ୍ମାନ ପ୍ରତିଷ୍ଠା ପ୍ରତିପ୍ରତ୍ତି ବୃଦ୍ଧି ପାଇବ । ବିଗିଡିଯାଇଥିବା କାର୍ଯ୍ୟ ସୁଧୁରିଯିବ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ ।

କର୍କଟ:-ଯେଉଁ ମାନଙ୍କର ଯେ କୌଣସି ମାସର ୨, ୧୧, ୨୦ ଓ ୨୯ ତାରିଖରେ କିମ୍ବା ଦ୍ଵିତୀୟା ବା ଏକାଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ କର୍କଟରାଶି ହେବ । ମହିଳା ଓ ପୁରୁଷ ମାନେ ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ । କର୍ମକ୍ଷେତ୍ରରେ ଆଶା କରୁଥିବା ଘଟଣା ଘଟିବା ଫଳରେ ନୂଆ ଲକ୍ଷକୁ ନିର୍ଦ୍ଦାରିତ କରିପାରିବେ । ବ୍ୟାପାର ବାଣିଜ୍ୟ ଓ କାମକାର୍ଯ୍ୟର ସ୍ଥିତି ସନ୍ତୋଷ ଜନକ ହେବ । ପ୍ରପର୍ଟୀ ସମ୍ବନ୍ଧିୟ ମାମଲା ସତୃଙ୍କ ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ପୁରୁଣା ନିବେଶ ଲାଭ ଦେବା ଫଳରେ ଆର୍ଥିକ ସ୍ଥିତିକୁ ସୁଧାରି ପାରିବେ । ବିଗିଡି ଯାଇଥିବା କାର୍ଯ୍ୟ ସୁଧୁରିଯିବା ଫଳରେ କାର୍ଯ୍ୟ କ୍ଷେତ୍ରରେ ଉତ୍ସାହିତ ହେବେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ । କୋର୍ଟ କଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ । ନୂତନ ବସ୍ତୁ କ୍ରୟ କରିବେ । ପରିବାରରେ ସମ୍ବନ୍ଧରେ ପ୍ରଗାଢତା ଆସିବା ଫଳରେ ଶାନ୍ତି ମିଳିବ । ପ୍ରେମ ପ୍ରସଙ୍ଗରେ ସଫଳତା ମିଳିବ । ଧର୍ମ କାର୍ଯ୍ୟରେ ଲିପ୍ତ ରହି ପାରନ୍ତି । ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବା ସହ ବିଜୟ ପ୍ରାପ୍ତ ହେବ । ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ସିଂହ:-ଯେଉଁ ମାନଙ୍କର ଯେ କୌଣସି ମାସର ୧, ୧୦, ୧୯ ଓ ୨୮ ତାରିଖରେ କିମ୍ବା ପ୍ରତିପଦ ବା ଦଶମୀତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସିଂହରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହ ମାନସିକ ଶାନ୍ତି ମିଳିବ ଓ ଋଣଭାର ଲାଘବ ହେବ । ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବା ଫଳରେ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ବ୍ୟବସାୟ ପାଇଁ ଭ୍ରମଣ କରିବା ଫଳରେ ବିଶେଷ ଲାଭାନ୍ଵିତ ହେବେ । ଭାବି ଚିନ୍ତି କାର୍ଯ୍ୟ ନ କଲେ ଠକାମିରେ ପଡି ପାରନ୍ତି । ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ଆଶାଜନକ ଫଳପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । ଭୋଗ ବିଳାସଦ୍ରବ୍ୟ କ୍ରୟକରି ଆର୍ଥିକ ଶଙ୍କଟ ଭୋଗିବେ । ଅଭାବ ଅସୁବିଧା ଥାଇ ମଧ୍ୟ କୌଣସି କାମ ଅଟକିବ ନାହିଁ । ନିଜ ଚେଷ୍ଟାରେ ବାକିଥିବା ଅର୍ଥ ପାଇବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ସରକାରୀ କର୍ମଚାରୀମାନଙ୍କର ଆୟବୃଦ୍ଧି, ଋଣମୁକ୍ତି ଓ କର୍ମ କ୍ଷେତ୍ରରେ ପୂର୍ବ ଶତୃମାନେ ପଛଘୁଞ୍ଚା ଦେବେ । ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

କନ୍ୟା:-ଯେଉଁ ମାନଙ୍କର ଯେ କୌଣସି ମାସର ୫, ୧୪ ଓ ୨୩ ତାରିଖରେ କିମ୍ବା ପଞ୍ଚମୀ ବା ଚତୁର୍ଦ୍ଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ କନ୍ୟାରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ଫଳପାଇବା ସହ ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । ସନ୍ତାନଙ୍କ ଯୋଗେ ମାନସିକ ଶାନ୍ତି ଅନୁଭବ କରିବେ । ସାହିତ୍ୟ, କଳା କ୍ଷେତ୍ରରେ ମଧ୍ୟ ଆକର୍ଷିତ ହେବେ । ଗୁରୁ ଗୁରୁଜନ ଆପଣଙ୍କ ବୁଦ୍ଧିକୁ ପ୍ରଶଂସା କରିବେ । ଭାଇ ବନ୍ଧୁ ମାନଙ୍କ ଠାରୁ ଲାଭ ମିଳିବ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ସହଯୋଗ କରିବେ । କର୍ମ କ୍ଷେତ୍ରରେ ଅଧିକାରୀଙ୍କଠାରୁ ସହଯୋଗ ମିଳିବା ଫଳରେ ଆୟ ବୃଦ୍ଧି ହେବା ସହ ଅଫିସରେ କରିଥିବା କାମର ଶୁଭ ସୂଚନା ଶୁଣିବାକୁ ପାଇବେ । ଋଣଭାର ଲାଘବ ହେବ । ନିଜର ଇଛା ବିରୋଧରେ କୌଣସି କର୍ମକରି ଅନୁତାପ କରି ପାରନ୍ତି । ନିଜ ଲୋକ ମନମୋଟିଆ ହେବେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ । ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ ।

ତୁଳା:-ଯେଉଁ ମାନଙ୍କର ଯେ କୌଣସି ମାସର ୬, ୧୫ ଓ ୨୪ ତାରିଖରେ କିମ୍ବା ଷଷ୍ଠୀ ବା ପୂର୍ଣ୍ଣିମା ଓ ଅମାବାସ୍ୟାତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ତୁଳାରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ । ସ୍ଵଜନ ଓ ମିତ୍ରଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ । ସମ୍ପତ୍ତି କ୍ରୟ ବିକ୍ରୟ ଓ ଯାନ ବାହନ କ୍ରୟ ବିକ୍ରୟ କରି ପାରନ୍ତି । ଯାତ୍ରାରେ ସମୟ କଟିବ ଓ ସଶ୍ରମ ଦ୍ଵାରା ଲାଭ ପାଇବେ । ମନୋରଞ୍ଜନ କରିବା ପାଇଁ ସମୟ ମିଳିବ । ଗୃହ ବଦଳେଇବେ ନତୁବା ଗୃହରେ କିଛି ପରିବର୍ତ୍ତନ କରି ପାରନ୍ତି । ସମୟ ଅନୁକୂଳ ଥିବାରୁ ମହତ୍ବପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ । ମାନପ୍ରତିଷ୍ଠା ବୃଦ୍ଧି ହେବ । ଦାମ୍ପତ୍ୟ ସୁଖବୃଦ୍ଧି ହେବ । ଆର୍ଥିକ ସମସ୍ୟାରେ ସଫଳତା ମିଳିବ କିନ୍ତୁ ସନ୍ତୁଷ୍ଟ ହେବେ ନାହିଁ । କ୍ରୋଧିତ ହେବେ ନାହିଁ ନଚେତ୍ ତିଆରି କରିଥିବା କାର୍ଯ୍ୟ ବିଫଳ ହେବ । ସନ୍ତାନ ସନ୍ତତି ମାନଙ୍କପାଇଁ ଫଳ ଉତ୍ତମ । ବ୍ୟବସାୟ କ୍ଷେତ୍ରରେ ତୈଳବୀଜ ଓ ରବି ଫସଲ ବ୍ୟବସାୟରେ ବେଶ୍ ଲାଭବାନ ହେବେ । ଲୁହା, କାଠ, କୋଇଲା, କଳକବ୍ଜା ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ । ନାନା ବାଟରେ ଧନାଗମ ଘଟିବ । ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ବିଚ୍ଛା:-ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ବିଛାରାଶି ହେବ । ମହିଳା ଓ ପୁରୁଷ ମାନେ ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ । ଏକ ସମୟରେ ଅନେକ ଗୁଡ଼ିଏ କାର୍ଯ୍ୟବ୍ୟସ୍ତତା ଭିତରେ ରହିଲେ ମଧ୍ୟ ନିଜର ମାନସିକଭାରସାମ୍ୟ ବଜାୟ ରହିବ । ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦ ବିବାଦ ମେଣ୍ଟିଯିବ । କର୍ମକ୍ଷେତ୍ରରେ ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିଲେ ସ୍ଥିତି ସନ୍ତୋଷଜନକ ରହିବ । ରାଜକୀୟ ମାମଲାରେ ସଫଳତା ମିଳିବ । ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ଦୂର ହୋଇ ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବ । ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଖୁସି ରହିବେ । ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ । ଯାହା ଚିନ୍ତା କରିଛନ୍ତି ତାହା ପୂରଣ କରିବାକୁ ଚେଷ୍ଟା କରିବେ । ମାନସିକ ଚିନ୍ତା ଦୂର ହେବ । ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ । ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ । ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ ।

ଧନୁ:-ଯେଉଁ ମାନଙ୍କର ଯେ କୌଣସି ମାସର ୭, ୧୬ ଓ ୨୫ ତାରିଖରେ କିମ୍ବା ସପ୍ତମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ନୁରାଶି ହେବ । ମହିଳା ଓ ପୁରୁଷ ମାନେ ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେସ କରିବେ । ପାରିବାରିକ ସମସ୍ୟାକୁ ସମାଧାନ କରି ଅଧିକ ଭାଗ୍ୟବାଦି ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ । ରାଜନୀତି କାର୍ଯ୍ୟରେ ପରିଶ୍ରମ ଦ୍ଵାରା ବାଧାବିଘ୍ନ କମ୍ ହେବ ଓ ସଫଳତା ମିଳିବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ବନ୍ଧୁ ମିତ୍ରଙ୍କ ଦ୍ଵାରା ମହତ୍ଵପୂର୍ଣ୍ଣ କାର୍ଯ୍ୟ ହେବ । କାର୍ଯ୍ୟ ସ୍ଥିତିରେ ସୁଧାର ହେଲେ ନୂଆ ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ ହେବ । ଗୃହ ସମସ୍ୟାରୁ ମୁକ୍ତି ମିଳିବ ଓ ବିରୋଧୀମାନେ ଦୁର୍ବଳ ହୋଇଯିବେ । ଧନ ସମ୍ପତ୍ତି ଓ ଗୃହ କାର୍ଯ୍ୟରେ ସମୟ ବିତିବ । ପ୍ରିୟ ଲୋକଙ୍କ ସହିତ ସାକ୍ଷାତ ହେବ ଏବଂ ପଦୋନ୍ନତିର ସୁଯୋଗ ମିଳିବ । ଶିକ୍ଷା କ୍ଷେତ୍ରରେ ମନ ଲଗେଇବେ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ପାଇବ । ଋଣରୁ ମୁକ୍ତି ମିଳିବ । ଶତ୍ରୁବାଧା ଦୂରେଇ ଯିବ । ପ୍ରତିକାର- ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ନତୁବା ହଳଦୀରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

ମକର:-ଯେଉଁ ମାନଙ୍କର ଯେ କୌଣସି ମାସର ୮, ୧୭ ଓ ୨୬ ତାରିଖରେ କିମ୍ବା ଅଷ୍ଟମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମକରରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ । ବ୍ୟବସାୟୀ ହୋଇଥିଲେ ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ ହେବେ । ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ । ବିଦ୍ୟାର୍ଥୀବର୍ଗ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହେବେ । ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ । ଏହାକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ । ଆତ୍ମୀୟମାନେ ଭିତରେ ଚେର କାଟିବେ । ବିଷକୁମ୍ଭ ପୟୋମୁଖ ବ୍ୟକ୍ତିମାନେ ଅନେକ କ୍ଷେତ୍ରରେ ଅପଦସ୍ଥ କରିବେ । ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

କୁମ୍ଭ:-ଯେଉଁ ମାନଙ୍କର ଯେ କୌଣସି ମାସର ୮, ୧୭ ଓ ୨୬ ତାରିଖରେ କିମ୍ବା ଅଷ୍ଟମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର କୁମ୍ଭରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଆର୍ଥିକ ଦୃଷ୍ଟି କୋଣରୁ ଉନ୍ନତି ହେବ । ସୁଖସୌଭାଗ୍ୟ ବୃଦ୍ଧି ହେବ । ଆୟ ପନ୍ଥା ପାଇଁ ନୂତନ ଧାରା ଅବଲମ୍ବନ କରିବେ । ସନ୍ତାନମାନଙ୍କର ଶିକ୍ଷା, ଉଚ୍ଚଶିକ୍ଷାର ମନସ୍କାମନା ପୂର୍ଣ୍ଣ ହେବ । ବ୍ୟବସାୟ କ୍ଷେତ୍ରରେ ଭାଗ୍ୟ ଅନୁକୂଳ ହେତୁ ଆଶାତିତ ଲାଭ ମିଳିବ । ସେୟାର, ଲଟେରୀ ଆଦିରେ ଲାଭ ଅଧିକ ମିଳିବ । ନୂତନ ଉଦ୍ୟୋଗରେ ପଇସା ଖଟେଇବେ । ପାରିବାରିକ କ୍ଷେତ୍ରରେ ଶୁଭ ସମାଚାର ଶୁଣି ଖୁସି ହେବେ । ଖଣିଜ ବ୍ୟବସାୟ, ଯାନବାହନ ବ୍ୟବସାୟ, ଯାତାୟତ ବ୍ୟବସାୟ, ବାୟୁଯାନ, ରେଳବିଭାଗର ଟିକେଟ ବିକ୍ରି, ଭୂଜାତ ଦ୍ରବ୍ୟ ବ୍ୟବସାୟ, ସାନିଟାରୀ, ଇଟା, କୋଇଲା, ହାଡୱାର, ମହମବତୀ ଓ ଶ୍ରମିକ ବ୍ୟବସାୟରେ ଅତ୍ୟଧିକ ଲାଭପାଇବେ । ରାଜନୀତି କ୍ଷେତ୍ରରେ ବିତିଯାଇଥିବା ମାମଲାରେ ମଧ୍ୟ ସଫଳତା ମିଳିବ । ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ । ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବା ଯୋଗୁ ଚିନ୍ତିତ ରହିବେ । ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ ।

ମୀନ:-ଯେଉଁ ମାନଙ୍କର ଯେ କୌଣସି ମାସର ୩, ୧୨, ୨୧ ଓ ୩୦ ତାରିଖରେ କିମ୍ବା ତୃତୀୟା ବା ଦ୍ଵାଦଶୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ମୀନରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଦାୟିତ୍ଵ ବଢିବା ଯୋଗେ କୌଣସି ମହାପୁରୁଷଙ୍କ ଆଦର୍ଶ ଓ ସିଦ୍ଧାନ୍ତ ଅନୁସାରେ କର୍ମକ୍ଷେତ୍ରରେ ଆଗେଇବେ । ଦୂରେଇ ଯାଇଥିବା ବନ୍ଧୁ ମିତ୍ରମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ସରକାରୀ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ । ମାଲିମୋକଦ୍ଦମାରେ ସଫଳତା ମିଳିବ । ଆର୍ଥିକସ୍ଥିତିରେ ସୁଧାର ଆସିବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ । ପରସ୍ପରକୁ ସାହାଯ୍ୟ କରି ଉତ୍ତମ ଯୋଜନାବଦ୍ଧ ହେବାର ସମ୍ଭାବନା ଅଛି । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ । ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ନିର୍ମାଣ ମୂଳକ ଯୋଜନାରେ ଆଗେଇପାରିବେ । ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସୁସମ୍ପର୍କ ରହିବ । ବୁଦ୍ଧିମାତା କାରଣରୁ ସମସ୍ତ କ୍ଷେତ୍ରରେ ଲାଭ ମିଳିବ । ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରିବେ । ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!