ବୈଠକ ଘରେ କେଉଁ ଦିଗରେ ସୋଫା ସେଟ୍ ରଖିବେ ଜାଣନ୍ତୁ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଅନେକ ଲୋକମାନେ ଘର କିଣିବା ବା ନୂଆ ଘର ତିଆରି କରିବା ସମୟରେ ଘର କେଉଁ ମୁଖୀ ହେବା ଉଚିତ୍ ତାହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଯାହାକି ସବୁବେଳେ କିଛି କଥାକୁ ନେଇ ଅସନ୍ତୋଷ ଦେଖାଦିଏ । ଯଦି ବାସ୍ତୁ ଅନୁସାରେ ଘରର ମୁଖ ଦେଖି ସୋଫା ସେଟ୍ ରଖାଯାଏ ତେବେ ଘରକୁ ଆସୁଥିବା ଲୋକଙ୍କ ସହିତ ସମସ୍ୟା ସୃଷ୍ଟି ହେବ ନାହିଁ । ତେଣୁ ଜାଣିବାକୁ ହେବ ଯେ ସୋଫା ସେଟ୍ କେଉଁ ଦିଗକୁ ରଖିଲେ ସେଥିରେ ସମସ୍ୟା ସୃଷ୍ଟି ହେବ ନାହିଁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଘରର ବୈଠକ ରୁମ୍ କେଉଁ ଦିଗରେ ହେବା ଆବଶ୍ୟକ ତାହା ଘରର ଦିଗକୁ ନେଇ ପ୍ରସ୍ତୁତି କରାଯାଏ । ଯଦି ଘର ପୂର୍ବ ବା ଉତ୍ତର ଦିଗକୁ ମୁହଁ ହୋଇଥାଏ ତେବେ ବୈଠକ ରୁମ୍ ପୂର୍ବ ବା ଐଶାନ୍ୟ କୋଣରେ ହେବା ଉଚିତ୍ । ଯଦି ଘର ପଶ୍ଚିମମୁଖୀ ହୋଇଥାଏ ତେବେ ବୈଠକ ରୁମ୍ ଉତ୍ତର-ପଶ୍ଚିମ ଦିଗ ଅର୍ଥାତ୍ ବୟୋବ୍ୟ କୋଣରେ ହେବା ଉଚିତ୍ । ଯଦି ଘର ଦକ୍ଷିଣମୁଖୀ ହୋଇଥାଏ ତେବେ ବୈଠକ ରୁମ୍ ଦକ୍ଷିଣ-ପୂର୍ବ ଅର୍ଥାତ୍ ଆଗ୍ନେୟ କୋଣରେ ହେବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଘରେ ସୋଫା ସେଟ୍ କେଉଁଠି ରଖିବା ଉଚିତ୍ ।

୧- ଯଦି କବାଟ ପଶ୍ଚିମ ଦିଗକୁ ରହିଛି ତେବେ ବୈଠକ ରୁମ୍ ନୈରୁତ କୋଣରେ ସୋଫା ସେଟ୍ ରଖିବେ ।

୨- ଯଦି କବାଟ ଉତ୍ତର ଦିଗକୁ ରହିଛି ତେବେ ବୈଠକ ରୁମ୍ ନୈରୁତ, ଦକ୍ଷିଣ ବା ପଶ୍ଚିମ ଦିଗରେ ସୋଫା ସେଟ୍ ରଖିବେ ।

୩- ଯଦି ଘର ପୂର୍ବମୁଖୀ ହୋଇଥାଏ ତେବେ ବୈଠକ ରୁମ୍ ନୈରୁତ, ଦକ୍ଷିଣ ବା ପଶ୍ଚିମ ଦିଗରେ ସୋଫା ସେଟ୍ ରଖିବେ ।

୪- କହିବାକୁ ଗଲେ ଉତ୍ତର ଓ ଐଶାନ୍ୟ କୋଣକୁ ଛାଡି ଆଉ ସବୁ ଜାଗାରେ ସୋଫା ସେଟ୍ ରଖିପାରିବେ ।

ପରିବାରର ମୁଖ୍ୟ ସଦସ୍ୟ ବୈଠକ ଘରେ ଏହିପରି ବସନ୍ତୁ-

ଘରର ମୁଖ୍ୟ ବୈଠକ ରୁମ୍ ରେ ବସିବା ବେଳେ ତାଙ୍କର ମୁହଁ ମୁଖ୍ୟଦ୍ଵାର ଆଡକୁ ହେବା ଉଚିତ୍, ଯଦି ଏହିପରି ନ ବସିବେ ତେବେ ଘରକୁ ଆସିଥିବା କୁଣିଆ ଆପଣଙ୍କ ଉପରେ କ୍ରୋଧିତ ରହିବେ ଓ ଆପଣ କୁଣିଆମାନଙ୍କ ସମକ୍ଷରେ ସମର୍ପଣରେ ରହିବେ ଏବଂ ଯେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ। ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!