ଦୈନିକ ରାଶିଫଳ: ୨୭ ଜୁନ୍ ୨୦୧୯, ମା ଲକ୍ଷ୍ମୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର ବ୍ୟବସାୟରେ ପ୍ରବଳ ଲାଭ ହେବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

ନୂତନ କର୍ମ ପାଇଁ ଚେଷ୍ଟିତ ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରି ପ୍ରଚୁର ଲାଭ କରିବେ। କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ରାଜନୀତିରେ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ନୂଆ ଯୋଜନା ଅନୁସାରେ କାର୍ଯ୍ୟ କରିଲେ ପ୍ରଶଂସିତ ହେବେ। ସ୍ଥଗିତ ଥିବା ଧନପ୍ରାପ୍ତ ହେବ। ବିଦ୍ୟାରେ ଉନ୍ନତି, ଖେଳରେ ଶାନ୍ତି ପାଇବେ। ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ଉନ୍ନତି ପାଇଁ ପ୍ରୟାସ ରତ ହେବେ। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ଅଧ୍ୟୟନ-ଅଧ୍ୟାପନା କାର୍ଯ୍ୟରେ ବ୍ୟସ୍ତ ରହିବେ। ଧର୍ମ-କର୍ମରେ ରୁଚି ରହିବ ଓ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ କରେଇବା ଦ୍ଵାରା ମାନ-ପ୍ରତିଷ୍ଠା ବଢିବ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ମହିଳାମାନେ ମିତ୍ର ଓ ଭାଇମାନଙ୍କ ସାହାଯ୍ୟରେ ଯାତ୍ରାରେ ବିଶେଷ ଲାଭାନ୍ୱିତା ହେବେ। ବ୍ୟବସାୟ ବୃଦ୍ଧି କିମ୍ବା ନିକଟକୁ ଯାତ୍ରା କରି ବିଗିଡିଯାଇଥିବା କାର୍ଯ୍ୟ ସୁଧାରି ଦେବା ଫଳରେ ଲାଭବାନ୍ ହେବେ। ମାନ ସମ୍ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବୁଦ୍ଧି ବଳରେ  ପ୍ରଚୁର ଅର୍ଥ ଲାଭହେବ ଓ ଆର୍ଥିକ ସମସ୍ୟାର ସମାଧାନ ହେବ। ବିଦ୍ୟା ଓ ଖେଳରେ ଉନ୍ନତି ହେବ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମିଥୁନ:-

ବସ୍ତ୍ର, ତେଜରାତି, ସୁନା, ରୂପା, ଅଳଙ୍କାର ଇତ୍ୟାଦି, ଲୌହ ଜାତୀୟ ଦ୍ରବ୍ୟ କାଷ୍ଠ ଉପକରଣ ଇତ୍ୟାଦି ବ୍ୟବସାୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ସାମାନ୍ୟ ପରିଶ୍ରମ କରିଲେ ପଦୋନ୍ନତିର ସୂଚନା ପାଇବେ। ପଢ଼ାପଢ଼ିରେ ମନଦେବେ ମାନସିକ ଦୁଶ୍ଚିନ୍ତା ଦୂରହେବ। ରାଜନୈତିକ କ୍ଷେତ୍ରରେ ନିଜର ପ୍ରତିଷ୍ଠା ପ୍ରତିପତ୍ତି ବୃଦ୍ଧି ପାଇବ। ସାମାଜିକକ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ। ପରୀକ୍ଷା ପ୍ରତିଯୋଗିତା, ବାଦବିବାଦ, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଆଶାତୀତ ଫଳ ପାଇବେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ ଓ ନୂତନ ଗୃହ ନିର୍ମାଣ କରି ପାରିବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କର୍କଟ:-

ନୂତନ ଗୃହସୁଖ ମିଳିବ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ଲାଭବାନ ହେବେ। ସରକାରୀ କର୍ମଚାରୀଙ୍କର କାର୍ଯ୍ୟ କ୍ଷେତ୍ରରେ ଶତ୍ରୁମାନେ ପରାଜିତ ହେବେ। ମାନସିକ ଅଶାନ୍ତି ଦୂର ହେବ। ସାର୍ବଜନୀନ ସମ୍ପର୍କରେ ବିକଶିତ ହେବ ଓ ସୁଖ ଶାନ୍ତି ମିଳିବ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଦୂରଯାତ୍ରା ସୁଯୋଗ ପାଇବେ। ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ ଓ ଆର୍ଥିକସ୍ଥିତି ଭଲ ରହିବ। ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେଶ କରିବେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।  

ସିଂହ:

ବ୍ୟବସାୟରେ ଭାଗିଦାରୀମାନଙ୍କଠାରୁ ସାହାଯ୍ୟ ପାଇ ଭୂମି, ଧନ, ଗୋମାତା ପ୍ରାପ୍ତି ହୋଇପାରେ। ରାଜନୀତିକ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ପ୍ରତିଷ୍ଠା ବୃଦ୍ଧିହେବ। ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ପରିବାରର ସମସ୍ତ ସଦସ୍ୟଙ୍କର ସହଯୋଗ ପାଇବେ। କର୍ମ କ୍ଷେତ୍ରରେ ମିତ୍ରମାନେ ପରାମର୍ଶ ଦେଇ କିଛି ଉନ୍ନତି ମୂଳକ କାମପ୍ରତି ପ୍ରଲୋଭିତ କରିବେ। ସମ୍ପର୍କୀୟଙ୍କ ଶୁଭ ସୂଚନା ଶୁଣି ଖୁସି ହେବେ। ଗୃହରେ ଧର୍ମକାର୍ଯ୍ୟ ଓ ଧର୍ମାନୁଷ୍ଠାନରେ ଯୋଗଦାନ ଏବଂ ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ପ୍ରତିକାର:-ହନୁମାନ ମନ୍ଦିରରେ ବୁନ୍ଦିଲଡୁ ଭୋଗକରି ବାଣ୍ଟନ୍ତୁ।

କନ୍ୟା:-

ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ ତେଣୁ ସମୟକୁ ହାତ ଛଡ଼ା ନ କରିବା ଉଚିତ୍। ଉଚ୍ଚ ଶିକ୍ଷା ହାସିଲ କରିବା ପାଇଁ ପ୍ରୟାସରତ ରହିବେ। କୌଣସି କାରଣ ବଶତଃ ଦୂର ବା ନିକଟ ଯାତ୍ରାକୁ ନଯିବା ଉଚିତ୍। ଲୋକମାନଙ୍କ ସହିତ ଜଗିରଖି କଥାବାର୍ତ୍ତା କରିଲେ ବହୁତ ଭଲ ହେବ। ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

ତୁଳା:-

ଯେକୌଣସି କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ଭବିଷ୍ୟତ ପାଇଁ କ୍ୟାରିୟର ଜୀବନ ଓ ପରିବାରର ଉନ୍ନତି ହେବ। ପତି ପତ୍ନିଙ୍କ ମଧ୍ୟରେ ମଧୁର ସଂପର୍କ ଦୃଢ ହେବ। କର୍ମ କ୍ଷେତ୍ରରେ ପରିବର୍ତ୍ତନ ହେବ। ପ୍ରିୟଜନ ଓ ବନ୍ଧୁ ମିତ୍ରଙ୍କ ସମାଗମରେ ସମୟ ବିତିବ। ଉଚ୍ଚଶିକ୍ଷା  ସମ୍ମିଳନୀରେ ଯୋଗଦେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା ପ୍ରତିପତ୍ତି, ମାନସମ୍ମାନ ଓ କ୍ଷାତି ବଢିବ। ଘର ପରିବାରସ୍ଥିତି ଭଲ ରହିବ। କୌଣସି ଶୁଭ ସମାଚାର ଶୁଣିବାକୁ ମିଳିବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-

ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭ, ସନ୍ତାନମାନଙ୍କର ଉନ୍ନତି, କର୍ମକ୍ଷେତ୍ରରେ ପଦୋନ୍ନତି, ନୂତନ ବାହନ, ଗୃହ ଆଦି ଲାଭ ହେବାର ସମ୍ଭାବନା ଅଛି। ପ୍ରତ୍ୟେକ କ୍ଷେତ୍ରରେ ହାତ ବଢାଇଲେ ମଧ୍ୟ ସଫଳତା ପ୍ରାପ୍ତ ହେବ। ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହୋଇ ମାନସିକ ଶାନ୍ତି ମିଳିବ ଓ ଧାନ ପ୍ରାପ୍ତି ହେବ। ନିଜର କର୍ତ୍ତବ୍ୟକୁ ଠିକ୍ ଭାବରେ ନିର୍ବାହ କରିପାରିବେ। ଶତୃ ଓ ବିରୋଧିମାନେ ଅପଦସ୍ଥ ହେବେ। ଶାରୀରିକ ଅସୁସ୍ଥତା ଦୂର ହେବ ଓ ପୁରାତନ ରୋଗର ପ୍ରକୋପ ହ୍ରାସ ପାଇବ। ବନ୍ଧୁ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ଓ ଧନସମ୍ପଦ, ବସ୍ତ୍ରଭୂଷଣ ଆଦି ଲାଭ ହେବ। ପ୍ରତିକାର- ମୁହଁ ମିଠାକରି ଘରୁ ବାହାରନ୍ତୁ।

ଧନୁ:-

ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ ଓ ସୁଖ ସମୃଦ୍ଧି ବୃଦ୍ଧି ହେବ। ସାମାଜିକକ୍ଷେତ୍ରରେ ପ୍ରଶଂସିତ ହେବେ। ଅଚାନକ ଧନପ୍ରାପ୍ତି, ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ପୁଅ ଝିଅଙ୍କ କର୍ମସ୍ଥିର ହେବା ଫଳରେ ଖୁସିହେବେ। ବହୁ ଲୋକଙ୍କର ପ୍ରଶଂସା ପାଇବା ଫଳରେ ଶତୃପକ୍ଷ ଦୁର୍ବଳହେବେ। ଛାତ୍ରଛାତ୍ରୀମାନଙ୍କର ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହି ବନ୍ଧୁତ୍ଵ ବୃଦ୍ଧି ପାଇବ। ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧ ଆଶା କରି ହେବ। ତୀର୍ଥାଟନ କରି ଯାତ୍ରା କାଳରେ ଯନ୍ତ୍ରଣା ଭୋଗିବେ। ପ୍ରତିକାର– ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ମକର:-

ଗୃହ, ଜମି ଓ ପାରିବାରିକ ସମସ୍ୟାକୁ ନେଇ ବାଦବିବାଦରେ ବିଜୟୀ ହେବେ। ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ଶାରୀରିକ କଷ୍ଟ ଦୂରେଇ ଯିବ। ଭୌତିକ ଓ ଆଧ୍ୟାତ୍ମିକ ମାମଲାରେ ଦୂରଯାତ୍ରା କରିବେ। ଅବହେଳିତ ଲୋକଙ୍କ ସହ ମିଳାମିଶା କରି ପ୍ରଶଂସିତ ହେବେ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ପରିଶ୍ରମ ବୃଦ୍ଧି ପାଇବା ଫଳରେ ସୁଖ ଶାନ୍ତି ବର୍ଦ୍ଧିତ ହେବ। ସାଙ୍ଗସାଥିମାନେ ସାହାଯ୍ୟ କରିବେ। ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ ଓ ସଫଳତା ମିଳିବ। ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

କୁମ୍ଭ:-

ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକରଖି ଖେଳ ଖେଳିବେ ଏବଂ ଅପଯଶକୁ ଦୂରକୁ ଠେଲିଦେଇ କେବଳ ଯଶତକ ଗ୍ରହଣ କରିବେ। ପାରିବାରିକ ଜୀବନରେ ଅନେକ ପ୍ରକାରର ବାଧାବିଘ୍ନ ଦୂରେଇ ଯିବ। ଉତ୍ତରାଧିକାର ଏବଂ ପୈତୃକ ସମ୍ପତ୍ତିକୁନେଇ କୋର୍ଟକଚେରୀ ମାମଲାରେ ବିଜୟୀ ହେବେ। ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ବ୍ୟବସାୟରେ ଶତୃମାନେ ପରାଜିତ ହେବେ ଓ ଉନ୍ନତି ହୋଇ ଋଣଭାର କମିଯିବ। ରାଜନୀତି କ୍ଷେତ୍ରରେ ସମ୍ମାନ ପ୍ରାପ୍ତି ଓ ସହକର୍ମୀଙ୍କ ସହ ବୁଝାମଣା ଠିକ ରହିବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମୀନ:-

ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ଅଏସ୍ ଆରାମ ସୁଖସନ୍ତୁଷ୍ଟି ପାଇବାରେ ବାଧା କିଛି ନାହିଁ। ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। କାର୍ଯ୍ୟ କ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ଓ ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ପାଇବେ। କୌଣସିକାର୍ଯ୍ୟ କରିବା ପୂର୍ବରୁ ବୁଝିବିଚାରି ନିର୍ଣ୍ଣୟ ନେବା ଆବଶ୍ୟକ। ସବୁଥିରେ ଥିଲେ ବି କେଉଁଥିରେ ନିଜର ପ୍ରତ୍ୟକ୍ଷ ସପୃକ୍ତିକୁ ନଦର୍ଶାଇବା ଉଚିତ୍ ହେବ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!