ଦୈନିକ ରାଶିଫଳ: ୨୬ ଜୁନ୍ ୨୦୧୯, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର କର୍ମ କ୍ଷେତ୍ରରେ ଉନ୍ନତି ହେବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ ସମ୍ପର୍କ ଫଳରେ ପ୍ରଶଂସା ପାଇବେ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଭ୍ରମଣ, ରାଜନୀତି, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭ ପାଇବେ। ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ। ରାଜନୀତିରେ ଅଯଥା ଭ୍ରମଣ କରିବା ଫଳରେ ଅଯଥା ଖର୍ଚ୍ଚ ମଧ୍ୟ କରିବାକୁ ପଡ଼ିବ ଓ ଅତି ଭଲସମ୍ପର୍କ ଥିବାବନ୍ଧୁଙ୍କ ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ନୂତନ କାର୍ଯ୍ୟକିଛି ଶୁଭାରମ୍ଭ କରି ପାରନ୍ତି। ସେୟାର ବଜାରରେ ମୁନାଫା ମିଳିବ। ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ବିଶେଷ ସମୟ ଦେବାକୁ ପଡ଼ିବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ କରିବେ। ବିଦ୍ୟାକ୍ଷେତ୍ରରେ ମନଯୋଗ ଦେଲେ ଯଶପ୍ରାପ୍ତି ହେବ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆର୍ଥିକ ସଙ୍କଟ ଦୂରେଇଯିବ। ଧାର କରଜ ସୁଝିବାପାଇଁ ସୁଯୋଗ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ମାନସିକସ୍ଥିତି ସୁଦୃଢ଼ ରହିବ। ପ୍ରତିକାର- ଲାଲ୍ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

ମିଥୁନ:-

ନିର୍ମାଣ କ୍ଷେତ୍ରରେ କୌଣସି ଅସୁବିଧା ହେବନାହିଁ । ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ରହିଥିବା ସମସ୍ୟା ସମାଧାନ ହୋଇଯିବ । ସାହିତ୍ୟ, ସମ୍ବାଦିକ, ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ । ସାମାଜିକ ସ୍ତରରେ ନିଜର ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ପଡୋଶୀମାନେ ସମ୍ମୁଖରେ ପ୍ରଶଂସା କରିବେ। ମହିଳାମାନେ ପରିବାର କାର୍ଯ୍ୟରେ ରତହେବେ ଓ ଦାମ୍ପତ୍ୟ ସୁଖରେ ଶୁଖିହେବେ। ରାଜନୀତିକ୍ଷେତ୍ରରେ ସମ୍ମାନ ପାଇବେ। ବିଦ୍ୟାକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ ।

କର୍କଟ:-

ଶିଳ୍ପ, ବାଣିଜ୍ୟ ଓ ପରିବହନ ବ୍ୟବସାୟରେ ପ୍ରତିଷ୍ଠା, ପ୍ରତିପତ୍ତି, ମାନସମ୍ମାନ ଓ ଯଶ ପାଇବେ। ବିଦ୍ୟାରେ ଉନ୍ନତିହେବା ସହ ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ବନ୍ଧୁମାନଙ୍କ ସାହାଯ୍ୟ ନେଇ ପାରିବାରିକ ତିକ୍ତତାର ସମାପ୍ତି ହେବ। ମହିଳାମାନେ ଆନୁଷ୍ଠାନିକ ବା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ ଓ ବିଭିନ୍ନ ଦିଗରୁ ଲାଭବାନ୍ ହେବେ। ରାଜନୀତିରେ ଲୋକସମ୍ପର୍କ ବଢ଼ିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ସାମ୍ବାଦିକ ମାନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟ ହେବେ। ପ୍ରତିକାର:- ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ।

ସିଂହ:-

ତରବରିଆ ହିସାବରେ କୌଣସି କାର୍ଯ୍ୟ ନକରି ସବୁଆଡ଼କୁ ନଜରଦେଇ କାମକରିବା ଉଚିତ୍ । ବନ୍ଧୁଙ୍କ ସାହାଯ୍ୟ କ୍ରମେ ମାଲିମୋକଦ୍ଦମାରେ ବିଜୟୀ ହେବେ। ମିତ୍ରମାନଙ୍କଦ୍ୱାରା ଅନେକକାର୍ଯ୍ୟରେ ଓ ବ୍ୟବସାୟ କାର୍ଯ୍ୟଗୁଡ଼ିକ ଲାଭଦାୟକ ହେବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ଶୁଣି ଅନ୍ୟ ଉପରେ ବିରକ୍ତ ହେବେ। ସହକର୍ମୀଙ୍କ ବ୍ୟାପାରରେ ମୁଣ୍ଡ ପୂରାଇଲେ ନିଜେ ଅସୁବିଧାରେ ପଡ଼ିବେ। ମହିଳାମାନଙ୍କର ମାନସିକସ୍ଥିତି ଭଲ ରହିଲେବି ଶରୀର ଅସୁସ୍ଥ ରହିପାରେ। ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ପ୍ରତିକାର- ନୀଳରୁମାଲ ପାଖରେ ରଖନ୍ତୁ।

କନ୍ୟା:-

ପନିପରିବା ଚାଷି ଓ ବ୍ୟବସାୟୀମାନେ ପ୍ରଚୁର ଲାଭପାଇବେ। ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ। ଉପରିସ୍ଥ କର୍ମଚାରୀ ଦେଇଥିବା ପ୍ରତିଶୃତି ରକ୍ଷାକରି ସମସ୍ୟାକୁ ସଜାଡି ଦେବେ । ପାରିବାରିକ କ୍ଷେତ୍ରରେ ବ୍ୟବହାରିକ ଜ୍ଞାନ କୌଶଳ ପ୍ରୟୋଗ କରି ଲାଭବାନ୍ ହେବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଭ୍ରମଣ ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, ଅନୁସନ୍ଧାନ କାର୍ଯ୍ୟରେ ଲାଭପାଇବେ। ମହିଳାମାନେ ପିଲାମାନଙ୍କ ବିଷୟରେ ଚିନ୍ତା କରି ଖୁସି ରହିବେ। ରାଜନୀତିରେ ପ୍ରଶଂସିତ ହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ତୁଳା:-

ଆର୍ଥିକ ଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନ ପଦାର୍ଥ ସଂଗ୍ରହ ବା ବ୍ୟାଙ୍କ ବାଲାନ୍ସ ବୃଦ୍ଧି ପାଇବ। ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣା ପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ। ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ବିଦ୍ୟାରେ ଉନ୍ନତି ଓ ଉଚ୍ଚ ବିଦ୍ୟା ଅଧ୍ୟୟନ ପାଇଁ ସୁଯୋଗ ପାଇବେ। ଗୃହବାହନ ପ୍ରାପ୍ତି ହେବ। ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ। ପ୍ରତିକାର:-ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ସରକାରୀ ସାହାଯ୍ୟ ମିଳିପାରେ। ପରୀକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ବିଜୟୀ ହେବେ। ମହିଳାମାନେ ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ। ଦୂରଯାତ୍ରାରେ ସଫଳ ହେବେ। ପ୍ରତିକାର:- ଅସହାୟାଙ୍କୁ ସାହାଯ୍ୟ କରନ୍ତୁ।

ଧନୁ:-

ଉଚ୍ଚପଦସ୍ଥ କର୍ମକର୍ତ୍ତାମାନଙ୍କର କର୍ମଉପରେ ନଜର ପଡ଼ିପାରେ। କାରବାରରେ ଉତ୍ଥାନ ହେବା ଫଳରେ ବ୍ୟବସାୟର ପରିବର୍ତ୍ତନ କରିବାର ଇଚ୍ଛା ଜାଗ୍ରତ ହେବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ପୂରଣ କରିବାକୁ ଇଚ୍ଛା କରିବେ। ଅତି ନିକଟର ବନ୍ଧୁବାନ୍ଧବଙ୍କସହ ଅତି ପ୍ରିୟତା ସୃଷ୍ଟିହେବ। ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ। ଆର୍ଥିକ ସ୍ଥିତି ସ୍ଵଛଳ ରହିବ। ବାଦବିବାଦ ପରୀକ୍ଷା, ପ୍ରତିଯୋଗିତା ଓ ମାଲିମକଦ୍ଦମାର ଅବସାନ ହେବ। ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ପୁରାତନ ରୋଗପ୍ରତି ସାବଧାନ ରହିଲେ ଭଲ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

ମକର:-

ଆୟ ଉପାର୍ଜନ ବୃଦ୍ଧି ହେବ। ସାମାଜିକ ପତିଆରା ଅମଳିନ ରହିବ। ରାଜନୀତିରେ ନିଜଲୋକମାନେ ବା ଦୂରେଇ ଯାଇଥିବା ସହକର୍ମୀ ମାନେ ପ୍ରସଂଶା କରିବେ। ମହିଳାମାନେ ଯାତ୍ରାରେ ବିଶେଷ ଲାଭାନ୍ୱିତ ହୋଇ ମାନସିକ ଶାନ୍ତି ଅନୁଭବ କରିବେ। ବିଦ୍ୟାରେଉନ୍ନତି ପାଇଁ ସମୟ ଉପଯୁକ୍ତ ଅଟେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସୁଧୁରି ଯିବ। ଅଚାନକ ଧନ ଲାଭ ହେବାରୁ ମନ ଖୁସି ରହିବ। ଖେଳରେ ବିଜୟୀ ହେବେ ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ଅଟକି ରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବ। ବାଣିଜ୍ୟ ଓ ପରିବହନ ବ୍ୟବସାୟରେ ଆଶାଜନକ ସଫଳତା ହାସଲ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ। ଆତ୍ମବିଶ୍ଵାସ ବୃଦ୍ଧି ପାଇବ। ନୂଆ ନିଯୁକ୍ତିର ସୁଯୋଗ ଅଛି। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଦୁଃଖୀ ଲୋକଙ୍କୁ ସାହାରାହେବେ ବା ସାହାଯ୍ୟ କରିବେ। ମହିଳାମାନେ ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ। ବିଦ୍ୟାରେଉନ୍ନତି ଓ ମାନସିକ ଶାନ୍ତି ଅନୁଭବ କରିବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ମନସନ୍ତୁଷ୍ଟ ରହିବ। ପ୍ରତିକାର-ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ।

ମୀନ:-

ଅନ୍ୟମାନଙ୍କୁ ସାହାଯ୍ୟ କରିବେ, ତେଣୁ ଲୋକମାନେ ଆପଣଙ୍କୁ ସମ୍ମାନ ଦେବେ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ଓ କର୍ମରେ ସ୍ଥିରତା ଆସିବ। ରାଜନୀତିରେ ଯାତ୍ରାରେ ସମୟ କଟିବ ଓ ଲାଭ ପାଇ ପ୍ରସଂଶିତ ହେବେ। ବିଦ୍ୟାକ୍ଷେତ୍ରରେଧୈର୍ଯ୍ୟ ଓ ସଂଯମ ରଖି ବିଶେଷ ଲାଭାନ୍ୱିତ ହେବେ। କୃଷିରେ ଉନ୍ନତି ଫଳରେ ମନସନ୍ତୁଷ୍ଟ ରହିବ। ଖେଳରେ ବିଜୟୀ ହେବେ। ମହିଳାମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ। ଶୁଭ ସମାଚାର ଶୁଣିବାକୁ ମିଳିବ। ନୂତନ ବନ୍ଧୁ ଭେଟ ହେବେ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!