ଦୈନିକ ରାଶିଫଳ: ୨୮ ଜୁନ୍ ୨୦୧୯, ମା ସନ୍ତୋଷୀଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କର ଅଟକି ଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-

କର୍ମକ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତହେବେ। ସାମାଜିକ କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ। ଯାତ୍ରାରେ ଭୋଗ ବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ। ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ। ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ। ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ମହିଳାମାନେ ପିଲାଙ୍କ ସହ ଖୁସିଗପ କରିବାରେ ମଉକା ଜୁଟିବ। ଧାର୍ମିକ କାର୍ଯ୍ୟରେ କୌଣସି ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବା ଉଚିତ୍। ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ବ୍ୟବସାୟ ଦିଗରୁ ପ୍ରାୟତଃ ଅନୁକୂଳ ରହିବା ଫଳରେ ଆଶାତୀତ ଲାଭ ପାଇବାର ରାସ୍ତା ପରିସ୍କାର ହୋଇଯିବ। ପାରିବାରିକ କ୍ଷେତ୍ରରେ ଦାମ୍ପତ୍ୟ ସୁଖ ପ୍ରାପ୍ତି ଓ ଆନନ୍ଦମୟ ପରିସ୍ଥିତି ସୃଷ୍ଟିହେବ। ଖେଳକୁଦ, ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ରାଜନୀତି କ୍ଷେତ୍ରରେ ନୂତନ ଯୋଜନା ପାଇଁ ସହଯୋଗ ମିଳିବ। ଭଲମନ୍ଦ ବିଚାର କରି କାର୍ଯ୍ୟକଲେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ। କର୍ମକ୍ଷେତ୍ରରେ ପୂର୍ବରୁ ଲାଗିରହିଥିବା ସମସ୍ୟା ସହଜ ସରଳରେ ସମାଧାନ ହୋଇଯିବା ଫଳରେ ମନ ଶାନ୍ତିହେବ। ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ମିଥୁନ:-

ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ଆର୍ଥିକ ଦିଗରୁ ଉନ୍ନତି ହେବା ଫଳରେ ନୂତନ ପଦାର୍ଥ ସଂଗ୍ରହ କରି ପାରନ୍ତି। ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବା ସହ ଋଣ ପରିଶୋଧ କରି ପାରନ୍ତି। କ୍ରିଡା, ପ୍ରତିଯୋଗିତାପରୀକ୍ଷା, ବାଦବିବାଦ ଓ ସାକ୍ଷାତ୍କାରରେ ସଫଳତା ମିଳିବ। ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନ ହେବ। ଶୁଭଖବର ପାଇ ମନ ଖୁସି ହେବ। ପାରିବାରିକ ଜୀବନ ଆନନ୍ଦରେ କଟିବ। ଆଇନ ଅଦାଲତ ଲେଖାପଢାରୁ ଶୁଭଫଳ ମିଳିବ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କର୍କଟ:-

ସ୍ଥଗିତଥିବା କର୍ମଟି ପୂରଣ ହେବ। ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀ ମାନଙ୍କ ସାନ୍ନିଧ୍ୟରେ ଆସିବେ। ଅଫିସ୍ ପରିସ୍ଥିତି ଯେତେ ଜଟିଳ ଥିଲେମଧ୍ୟ ସମାଧାନ କରି ପ୍ରଶଂସିତ ହେବେ। ପାରିବାରିକସ୍ତର ହସ ଖୁସିରେ କଟିବ। ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବେ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ମହିଳାମାନଙ୍କ ପାଇଁ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

ସିଂହ:-

ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ଵସ୍ତି ଅନୁଭବ କରିବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ବାସଗୃହ ଓ ଯାନବାହନର କେତେକ ସମସ୍ୟା ସମାଧାନ ହୋଇଯିବା ଫଳରେ ନବୀକରଣ କରିବାର ଯୋଜନା କରିବେ। ନିଜର କାର୍ଯ୍ୟ ସାଧନ ପାଇଁ ଯାତ୍ରା କରିବାକୁ ବାଧ୍ୟ ହେବେ। ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-

ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ପରୀକ୍ଷା ଓ ପ୍ରତିଦ୍ୱନ୍ଦିତାରେ ସଫଳତା ପାଇବେ। ରାଜନୈତିକ କ୍ଷେତ୍ରରେ ଲୋକମାନଙ୍କୁ ଆପଣେଇ ନବା ଫଳରେ ସମ୍ମାନିତ ହୋଇ ପାରନ୍ତି। କୌଣସି ନୂତନ ଗୃହୋପକରଣ କିଣିବା ପାଇଁ ଯୋଜନା କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ହେତୁ ମାନସିକସ୍ଥିତି ଭଲ ରହିବ। ପେଶା, ବ୍ୟବସାୟ, ଭାଗୀଦାରୀ ଓ ବନ୍ଧୁମିତ୍ରଙ୍କଦ୍ଵାରା ଲାଭବାନ ହେବେ। ବିବାଦୀୟ କଥାରେ କିମ୍ବା ସମସ୍ୟା ଥିବା ଘଟଣାରେ ମୁଣ୍ଡ ନପୂରାଇବା ଭଲ। ମହିଳାମାନେ ଆୟକୁ ଚାହିଁ ବ୍ୟୟର ଅଟକଳ ନ କଲେ ଲୋକହସା ହେବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ତୁଳା:-

ଶିଳ୍ପ, ବାଣିଜ୍ୟ, ପରିବହନ ବ୍ୟବସାୟ, ମାଲିମକଦ୍ଦମାରେ ଉନ୍ନତି ହେବ। ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟି ଯିବ। ରାଜନୈତିକ କ୍ଷେତ୍ରରେ ଶତୃମାନେ ତଳମୁହାଁ ହେବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ମହିଳାମାନେ ସକ୍ରିୟ ହେବେ। ଭାଇ ଓ ମିତ୍ରଙ୍କଠାରୁ ସହଯୋଗ ପାଇବେ। ବିଦ୍ୟା, ଖେଳରେ ପ୍ରଶଂସିତ ହେବେ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ପରିବାରରେ ଖୁସିର ବାତାବରଣ ସୃଷ୍ଟି ହେବ। ଯାନ ବାହନ ସୁଖ ମିଳିବ। ଭୋଗବିଳାସରେ ଦିନଟି କାଟିବା ପାଇଁ ଆଗ୍ରହୀ ହେବେ। ପ୍ରତିକାର- ଶଣ୍ଢକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ କିମ୍ବା ପୁରୁଣାପ୍ରାପ୍ୟ ଆଦାୟ ହେବା ଫଳରେ ବ୍ୟବସାୟରେ ନିଜରପଦ ଗରିମା ବଜାୟ ରହିବ। ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। ରାଜନୀତିରେ ଉନ୍ନତି ହେବା ସହ ପ୍ରତିଷ୍ଠା ପ୍ରତ୍ତିପତ୍ତି, ମାନସମ୍ମାନ ପ୍ରାପ୍ତିହେବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ। କର୍ମକ୍ଷେତ୍ରରେ ଶତୃତା କମିଯିବା ଫଳରେ ପ୍ରତିଷ୍ଠିତ ହୋଇପାରିବେ। ସହକର୍ମୀ ଓ ପଡୋଶୀମାନଙ୍କ ସାହାଯ୍ୟ ମିଳିବ। ବାଦବିବାଦ ଠାରୁ ଦୂରେଇ ରହିଲେ ବହୁତ ଭଲ ହେବ। ଖେଳ ଓ ବିଦ୍ୟାରେ ଉନ୍ନତି ହେବ। ପ୍ରତିକାର:- କୁକୁରକୁ ଖାଇବାକୁ ଦିଅନ୍ତୁ।

ଧନୁ:-

ବିଦ୍ୟାରେ ଉନ୍ନତି, କୃଷିରେ ଉନ୍ନତି, ଆକସ୍ମିକ ଅର୍ଥଲାଭ, ସୁନାମପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ମହିଳାମାନେ ଦୀର୍ଘଦିନର ଯୋଜନାକୁ କାର୍ଯ୍ୟକାରୀ କରିବେ। ପାରିବାରିକ ସମ୍ପର୍କରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନ ଆନନ୍ଦମୟ ହେବ। ବ୍ୟବସାୟ ପାଇଁ ଦୂରଯାତ୍ରାରେ ସଫଳତା ପ୍ରାପ୍ତି ହେବ। ବୁଦ୍ଧି ବିବେକ ଖେଳାଇ କର୍ତ୍ତବ୍ୟ ପରାୟଣାତାକୁ ମୁଖ୍ୟ କରି ଚଳିବା ହିତକର। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧି ହେବ। ପ୍ରତିକାର- ଗୋମାତାକୁ ଖାଇବାକୁ ଦିଅନ୍ତୁ।

ମକର:-

ଖେଳ, ମାଲିମୋକଦ୍ଦମାରେ ସମ୍ମାନ ଓ ପ୍ରତିଷ୍ଠା ଅତୁଟ ରହିବ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ବିରୋଧିମାନେ ଦୂରେଇଯିବେ। ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ। ରାଜ ନୈତିକ କ୍ଷେତ୍ରରେ ଜଟିଳ ପରିସ୍ଥିତିକୁ ସହଜ ସରଳ କରି ପ୍ରଶଂସିତ ହେବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। କାର୍ଯ୍ୟଦକ୍ଷତା ହେତୁ ପଦାଧିକାରୀମାନଙ୍କ ନିକଟରୁ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। ପ୍ରତିକାର- ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ।

କୁମ୍ଭ:-

ପରିବାର ଜନଙ୍କ ଠାରୁ ଉଚ୍ଚ ସମ୍ଭାବନାର ଆଶା ଓ ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ଅଧସ୍ତନଙ୍କର ସହଯୋଗ ଯୋଗୁଁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ଏବଂ ସୁନାମ ଅର୍ଜନ କରିବେ। ଆକସ୍ମିକ ଧନ ପ୍ରାପ୍ତି ହେବ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ବହୁତ ଭଲ ରହିବ। ନୁତନ କାର୍ଯ୍ୟ ନିର୍ଦ୍ୱୋନ୍ଦରେ ଧୀରସ୍ଥିର ଭାବରେ ଆଗେଇନେବେ। ଅଟକିଥିବା କାର୍ଯ୍ୟ ପୂରଣ ହେବ। ପ୍ରତିକାର:-ଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ।

ମୀନ:-

କର୍ମ କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କର ସୁଦୃଷ୍ଟି ପ୍ରାପ୍ତି ହେବା ଫଳରେ ସହକର୍ମୀମାନଙ୍କର ସମର୍ଥନ ଏବଂ ସୁଖ ସମ୍ପଦ ପ୍ରାପ୍ତି ହେବ। ପାରିବାରିକ ସମସ୍ୟାକୁ ସୁଧାରି ନେଇ ପ୍ରଶଂସିତ ହେବେ। ବ୍ୟବସାୟରେ ଆଶାତୀତ ଲାଭ କରିବେ। ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ ଓ ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ସାମାନ୍ୟ ବ୍ୟତିକ୍ରମ ପରିଲିକ୍ଷିତ ହେଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ଯେକୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ଉଚ୍ଚିତ୍। ତୀର୍ଥାଟନଯୋଗ ଥିବାରୁ ଯାତ୍ରାକାଳରେ କଷ୍ଟ ଭୋଗିପାରନ୍ତି। ପ୍ରତିକାର- ଭୋକିଲା ଲୋକକୁ ଭୋଜନ ଦିଅନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!