ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଜାଣନ୍ତୁ ୨୦୧୯ ରେ, କେମିତି ରହିବ ତୁଳା ରାଶି ଲୋକଙ୍କ ଭାଗ୍ୟ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷାରମ୍ଭରେ  ରବି, ଶନି ତୃତୀୟ ଭାବରେ। ଚନ୍ଦ୍ର, ଶୁକ୍ର ପ୍ରଥମ ଭାବରେ। ମଙ୍ଗଳ ଷଷ୍ଠ ଭାବରେ। ବୁଧ, ଗୁରୁ ଦ୍ଵିତୀୟ ଭାବରେ। ରାହୁ ଦଶମଭାବରୁ ନବମ ଭାବକୁ ଓ କେତୁ ଚତୁର୍ଥ ଭାବରୁ ତୃତୀୟ ଭାବକୁ ଯାଇ ବର୍ଷ ପୂରଣ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାର୍ଷିକ ଶୁଭ ଫଳ:-

ଯଦି ଆପଣ ବ୍ୟବସାୟ କରୁଥାନ୍ତି ଅତ୍ୟନ୍ତ ଲାଭାନ୍ୱିତ ହୋଇ ସମ୍ପତ୍ତି କ୍ରୟ କରିବେ। ପୁତ୍ର କନ୍ୟାଙ୍କର ମାଙ୍ଗଳିକ କାର୍ଯ୍ୟ ସୁରୁଖୁରୁରେ କରିପାରିବେ। ନୂତନ ବ୍ୟବସାୟ ଆରମ୍ଭ କରିପାରିବେ। ଅବିବାହିତ ହୋଇଥିଲେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ। ଉପଯୁକ୍ତ ସହଧର୍ମିଣୀ ପାଇ ଅତ୍ୟନ୍ତ ଭାଗ୍ୟଶାଳୀ ହେବେ। ବିଦ୍ୟାର୍ଥୀ ହୋଇଥିଲେ ପ୍ରଶାସନିକ ସେବା ସମ୍ବନ୍ଧିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଉଚିତ୍। କିମ୍ବା ମେଡିକାଲ୍  ସାଇନ୍ସ ଅଧ୍ୟୟନ କରୁଥିଲେ ବିଶେଷ ସଫଳତା ପ୍ରାପ୍ତି ହେବ। ଭାଗ୍ୟର ପ୍ରବଳତା ହେତୁ ସମସ୍ତ କାର୍ଯ୍ୟ ପୂର୍ଣ୍ଣ ହେବ। ସନ୍ତାନ ଓ ପତ୍ନି କ୍ଷେତ୍ରରେ ଓ ପିତୃ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପୁତ୍ରରତ୍ନ ପ୍ରାପ୍ତି ହେବ।

ନତୁବା ତତୁଲ୍ୟ ନୂତନ ଗୃହ, ନୂତନଯାନବାହାନ, ନୂତନବ୍ୟବସାୟ ,ନୂତନ ଜାଗାଜମି ପ୍ରାପ୍ତିହେବ।  ବ୍ୟବସାୟୀମାନଙ୍କ ପାଇଁ ଯୋଗପ୍ରଦ ସମୟ।  କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ। ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ।  କର୍ମକ୍ଷେତ୍ରରେ  ବିବାଦୀୟ ସ୍ଥିତି ଓ ଶତ୍ରୁଙ୍କ ସହିତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବେ। ଜଣେ ସତ୍ ପରାମର୍ଶଦାତା, ଶିକ୍ଷକ, ଦାର୍ଶନିକ, ଉପଦେଷ୍ଠା, ଆଇନଜ୍ଞ, ବୈଜ୍ଞ।ନିକ, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, କବି, ସୁବକ୍ତା, ଧାର୍ମିକ, ବନ୍ଧୁ-ବାନ୍ଧବ ପ୍ରିୟ, ଗୁରୁ ଦେବତାରେ  ଭକ୍ତି ଭଳି ନିଷ୍କଳଙ୍କ ଗୁଣ ଗୁଡିକରେ ଭୂଷିତ ହେବେ। ଯଥାର୍ଥ କର୍ମ ଯୋଗୀ, ଉତ୍ସାହୀ, ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ଭାବେ କ୍ଷାତି ଅର୍ଜନ କରିବେ। ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ।  ପାରିବାରିକ କ୍ଷେତ୍ରରେ ପରସ୍ପର ପ୍ରତି ବିଶ୍ଵାସ ଭରସା ନିଷ୍ଠା ଜନିତ ଯେଉଁ ଆନ୍ତିରକତା ବୁଝାମଣା ଆତ୍ମିକ ବନ୍ଧନକୁ ସୁଦୃଢ କରି ରଖିବ।

ଯାହାର ପ୍ରଭାବରେ ପ୍ରତିକୂଳ ସ୍ରୋତକୁ ଆତିକ୍ରମ କରିହେବ।  ସିଧା ଓ ଟାଣୁଆ ଶକ୍ତି ଆର୍ଥିକ ସ୍ଥିତିକୁ ସୁଦୃଢକରି ସ୍ଥିର ହିସାବରେ ଚଳିବାରେ ପ୍ରେରଣା ପ୍ରଦାନ କରିବ।  କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣ ଗୁଡିକ ଠୁଳ ହେବ।  ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ  ନାହିଁ। ମାଲିମୋକଦ୍ଦମା କଚ୍ଛପ ଗତିରେ ଚାଲିବ। ରାଜନୀତିରେ ଭାବମୂର୍ତ୍ତି ଅମଳିନ ରହିବ। ଶାନ୍ତଶିଷ୍ଟ, ସାଧୁ, ସତ୍ୟବାଦୀ, ଶାସ୍ତ୍ରପୁରାଣପ୍ରିୟ, ଧର୍ମାତ୍ମା, ଗୁରୁବ୍ରାହ୍ମଣ ଭକ୍ତ, ପରିଜନ ଓ ସାଧୁଜନପ୍ରିୟ, ନିଜ ସ୍ଵାର୍ଥରକ୍ଷକ, ସରଳ ହୃଦୟ, ବୁଦ୍ଧିମାନ, ଧୈର୍ଯ୍ୟ, ଠିକିଲେ ଶିଖିବା ସ୍ଵଭାବ  ପ୍ରକାଶ ପାଇବ।  ପରର ଅନିଷ୍ଟ ଚିନ୍ତା କରିବେ  ନାହିଁ ଏବଂ ନ୍ୟାୟ ବାଟରେ ଚାଲିଲେ କ୍ରମଶଃ ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି  ଓ ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ।  କୃଷି ଜୀବୀମାନେ ସତ୍ୟ ଧର୍ମ ଉପରେ ଆସ୍ତାଛାଡି ଦେଇ କାଳାତିପାତ କରିବେ।

ଅଶୁଭ ଫଳ:-

ଶ୍ରମିକ ଓ କର୍ମଚାରୀମାନେ ଆରମ୍ଭରୁ ଖାମଖିଆଲ କରି ପାରନ୍ତି।  ସ୍ଥଳ ବିଶେଷରେ ବିଦ୍ରୋହ ବା ଅଶାନ୍ତିର ମୁହାଁମୂହିଁ ହୋଇ ଧନମାନ ଦିଗରୁ ସୁରକ୍ଷିତ ରହିବେ। ବିଶେଷ ଧୈର୍ଯ୍ୟଧରୀ ପରିଶ୍ରମୀ ନ ହେଲେ ବ୍ୟବସାୟକୁ ରକ୍ଷା କରିବା କାଠିକର ପାଠ ହେବ।  ଭୁଲ ବୁଝାମଣା ଜନିତ ସୁଖ- ଶାନ୍ତିହାନି, ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ, ଦାମ୍ପତ୍ୟ ସମସ୍ୟା ବୃଦ୍ଧି ହେତୁ ନିନ୍ଦା ଶୁଣିବେ।  ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ।

ମହିଳାମାନଙ୍କ ପାଇଁ:-

ମହିଳାମାନେ ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖେ-ଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ।  ସଚ୍ଚରିତ୍ର, ସୁଗୃହିଣୀ, ବିନୀତା, ଓଜସ୍ଵିନୀ ଭାଷିକା, ସନ୍ତାନବତ୍ସଳା, ସ୍ନେହମମତାପୂର୍ଣ।, ପତୀବ୍ରତା ଓ ବନ୍ଧୁମାନଙ୍କ ହିତୈଷିଣୀ ହେବେ।  ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ।  ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ।  ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ଅନୁଭବ କରିବେ।  ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ।  ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। କୁମାରୀ ଓ ଯୁବତୀମାନେ ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ପଶୁ ସମ୍ପଦ, ଧନ ସମ୍ପତିରେ ଘର ହସି ଉଠିବ। ଶିକ୍ଷୟତ୍ରୀ, ସିଲାଇକାରିଣୀ, ଲେଖିକା ବା ଚାକିରିରେ ଉତ୍ତମ ରୋଜଗାର କରିପାରିବେ।  ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ। ନିଜର ବାପା, ମା, ଭାଇ, ଭଉଣୀଙ୍କ କଥା ବୁଝିବାକୁ ବେଶି ଆଗଭର ହେବେ। ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ପରଧନ ଭୋଗ କରିବାର ଲାଳସା ଓ ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ।

ସ୍ଵାସ୍ଥ୍ୟ:-

ପୁରୁଣା ରୋଗର ପୀଡା ହ୍ରାସ ପାଇବା ଫଳରେ ଦେହ ମନ ଭଲ ରହିବ। ଦେହ ସୁଦୃଢ ଥିବାରୁ ସହଜରେ ରୋଗରେ ପଡିବା ସମ୍ଭବ ନୁହେଁ।  ସାଧାରଣତଃ ଅମ୍ଳ, ଅଜୀର୍ଣ୍ଣ  ପ୍ରଭୃତି ରୋଗ ଦେଖା ଦେଇପାରେ। ମାଛ, ଛେନା, ପାଳଙ୍ଗ, ବାଦାମ, ଦହି ଓ ଲେମ୍ବୁ ସରବତ ପ୍ରଭୃତି ଖାଇବା ହିତକର।

ଛାତ୍ରଛାତ୍ରୀମାନଙ୍କ ପାଇଁ:-

ଶିକ୍ଷାର୍ଥୀମାନେ  ଅଧ୍ୟବସାୟର ଉତ୍ତମ ଫଳ ଆସ୍ଵାଦନ ନିମନ୍ତେ ଉଚ୍ଚଶିକ୍ଷା ଯୋଜନା ଚିଠା ପ୍ରସ୍ତୁତ କରିବେ।  ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ।  କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ରାଜନୀତି, ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ।

ପ୍ରତିକାର:-

୧- ଇଷ୍ଟଦେବୀଙ୍କ ନିକଟରେ ଶୁକ୍ରବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ । ୨- ଶୁକ୍ରବାର ଦିନ ଆମିଷ ଖାଇବେ ନାହିଁ । ୩- ଅଶୋକ ଗଛର ଚେର ଶୁକ୍ରବାର ଦିନ ସଂଗ୍ରହ କରି ଧଳା ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ। ୪- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହ ଯନ୍ତ୍ର ପୂଜାକରିବା ସହ ଛିନ୍ନମସ୍ତାଙ୍କ କବଚ ଧାରଣ କରିବେ।  ୫- ପ୍ରତ୍ୟେକ ଦିନ ପିତାମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ଓ କୁକୁରକୁ କିଛି ଖାଦ୍ୟ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!