୨୦୧୯ କେମିତି କଟିବ ବିଛା ରାଶି ପାଇଁ, କଣ କହୁଛି ଗ୍ରହ ନକ୍ଷତ୍ର, କି ପରିବର୍ତ୍ତନ ଆଣିଛି ନୂତନ ବର୍ଷ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷାରମ୍ଭରେ  ରବି, ଶନି ଦ୍ଵିତୀୟ ଭାବରେ। ଚନ୍ଦ୍ର, ଶୁକ୍ର ବ୍ୟୟ ଭାବରେ। ମଙ୍ଗଳ ପଞ୍ଚମ ଭାବରେ। ବୁଧ, ଗୁରୁ ପ୍ରଥମ ଭାବରେ। ରାହୁ ନବମ ଭାବରୁ ଅଷ୍ଟମ ଭାବକୁ ଓ କେତୁ ତୃତୀୟ ଭାବରୁ ଦ୍ଵିତୀୟ ଭାବକୁ ଯାଇ ବର୍ଷ ପୂରଣ କରିବେ।  

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାର୍ଷିକ ଶୁଭ ଫଳ:-

ଆତ୍ମ ବିଶ୍ୱାସ ବୃଦ୍ଧି ହେବା ସହ ମାନସିକ ଶାନ୍ତି ଓ ଉଚ୍ଚ ଆଶା ଅକାଂକ୍ଷା ପୂରଣ ହେବ। ପରିବାରରୁ ସାହାଯ୍ୟ ସହଯୋଗ ଏବଂ ସ୍ନେହ ପ୍ରାପ୍ତି ହେବ। ଗୃହରେ ଶୁଭ ଓ ମାଙ୍ଗଳିକ କାର୍ଯ୍ୟ ସମ୍ପାଦନ କରିବେ। ବିବାହ ଯୋଗ୍ୟ ସନ୍ତାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ। ନୂତନ ଉତ୍ସାହ ସଂଚାରଣ ହେବ। ଭାଇ ବନ୍ଧୁ, ପଡ଼ା ପଡ଼ୋଶୀ ମାନଙ୍କ ସହଯୋଗ ପ୍ରାପ୍ତି ହେବ। ଆର୍ଥିକସ୍ଥିତିରେ ଉନ୍ନତି ଦେଖାଦେବ।  ଆୟ ବୃଦ୍ଧି ପାଇବ। ଧନ ସଂଚୟ କରି, ଋଣ ପରିଶୋଧ କରିବାରେ ସମର୍ଥ ହେବେ। ଶତୃମାନେ ପରାଜିତ ହେବେ। କର୍ମକ୍ଷେତ୍ରରେ ପଦୋନ୍ନତି ଇପ୍ସିତ ଜାଗାକୁ ସ୍ଥାନାନ୍ତରଣ, ଅସ୍ଥାୟୀ କର୍ମୀମାନେ ସ୍ଥାୟୀ ନିଯୁକ୍ତି ପାଇବେ। ବ୍ୟବସାୟୀମାନେ ଅଶାତୀତ ଲାଭ ପାଇବେ। ନୂତନ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟର ପ୍ରସାର ହୋଇପାରିବ। ଉଚ୍ଚାଧିକାରୀ ବ୍ୟକ୍ତିଙ୍କର ପ୍ରଶଂସାଭାଜନ ହେବେ। ବିଦ୍ୟାର୍ଥୀମାନେ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆନନ୍ଦିତ ହେବେ।

ଉଚ୍ଚବିଦ୍ୟା ଅଧ୍ୟୟନ କରିବାର ସୁଯୋଗ ପାଇବେ। ଶୁଭସମାଚାର ପ୍ରାପ୍ତ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହ ସମ୍ବନ୍ଧ ସୃଷ୍ଟି ହେବ।  ଜନସେବାରେ ନିଜକୁ ସମର୍ପଣ କରିବେ। ପାରିବାରିକ ସ୍ଥିତି ବିପର୍ଯ୍ୟସ୍ତ ହେବ ନାହିଁ। ସହାବସ୍ଥାନର ନିରାପଦ ବଳୟ ଭିତରେ ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ।  ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ, ବିତଣ୍ଡା, ବିତର୍କ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନାହିଁ। କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ। ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ। ନୂତନ କର୍ମ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ଏଣୁ ଚଳିତ କାରବାରକୁ ଜାବୁଡି ଧରି ସୀମିତ ନହୋଇ ପ୍ରସାର ପ୍ରଚାର କରିବା ଉଚିତ। କର୍ମକ୍ଷେତ୍ରରେ ବର୍ଷସାରା ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କଠାରୁ ନିରାପଦ ଓ ଦୂରତା ରକ୍ଷାକରି ଚଳିପାରିଲେ ଉପରିସ୍ଥଙ୍କୁ ସନ୍ତୁଷ୍ଠ କରିହେବ। କର୍ତ୍ତବ୍ୟ ପରାୟଣତା ସାଙ୍ଗକୁ ସମୟାବର୍ତ୍ତିତା ରକ୍ଷା କରିପାରିବେ।

ଘରଠୁ କର୍ମ କ୍ଷେତ୍ରକୁ ପ୍ରମୁଖତା ଦେଇ ସେଥିପାଇଁ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ। କୋର୍ଟ କଚେରୀ ମାମଲାରେ ଜିଦରୁ ନିବୃତ ହେବା ଶ୍ରେୟସ୍କର ହେବ। ରାଜନୀତି କ୍ଷେତ୍ରରେ ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶ-ମାନ-ପ୍ରତିଷ୍ଠା ପ୍ରାପ୍ତି ହେବ ଓ ଅସାଧାରଣ ସ୍ଥିତି ରହିବ। କୃଷିଜୀବୀମାନେ ଭଲ ଅମଳ କରି ସୁଖରେ ଦିନ ବିତାଇବେ। ଆର୍ଥିକ ଦିଗର ଅଭିବୃଦ୍ଧି କାରଣରୁ ଗଠନମୂଳକ ତଥା ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣକରିବେ। ଶତ୍ରୁ ନାଶ ଯୋଗେ ନିରୁପଦ୍ରବ ଜୀବନଚର୍ଯ୍ୟାର ଅଧିକାରୀ ହେବେ। ସ୍ଵାସ୍ଥ୍ୟରେ ଉନ୍ନତି ସହ ଅଧ୍ୟାତ୍ମିକ ତଥା ବୈଷୟିକ ରୁଚିପୂର୍ତ୍ତି ଏବଂ ସର୍ବୋପରି ପାରିବାରିକ ସୁଖ ସମ୍ପନ୍ନତା ଲାଭ ହେବ।  ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତିହିସାବରେ ପ୍ରତେକ କଥାକୁ  ଟିକିନିଖି ପରୀକ୍ଷା ପରେ ହିସାବକୁ ନେବେ।  ସତ୍ୟବାଦୀ, ଶାନ୍ତିପ୍ରିୟ,ଧୈର୍ଯ୍ୟଶିଳ, ଭଦ୍ର, ବିନୟୀ, ଧର୍ମାତ୍ମା, ଦାନୀ, ଦେବତା, ସାଧୁସନ୍ଥସେବି, ପରୋପକାର କର୍ମରେ ନିଜକୁ ନିଯୋଜିତ କରି  ଶୁଦ୍ଧଜ୍ଞାନ କୌଶଳରେ ଉଚ୍ଚାକାଂକ୍ଷା ପୂରଣ କରିବେ।

ଅଶୁଭ ଫଳ:-

ବ୍ୟବସାୟୀ ମାନଙ୍କ ପାଇଁ ମୂଲ୍ୟବାନ ପଦାର୍ଥ ଓ ଅଧିକ ଧନରତ୍ନ ସହିତ ଏକୁଟିଆ ଚଳପ୍ରଚଳ ହେବା ନିରାପଦ ନୁହେଁ।  ପ୍ରତିଦ୍ୱନ୍ଦିତା କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ।  କାରବାରରେ ଉତ୍ଥାନ ହେବାଫଳରେ  ବ୍ୟବସାୟର  ପରିବର୍ଦ୍ଧନ କରିବାର ଇଚ୍ଛା ଜାଗ୍ରତ ହେବ। ମାନସିକ ଶାନ୍ତି ରଖିପାରିଲେ ଅତି ଭଲ। କର୍ମକ୍ଷେତ୍ରରେ ବହୁତ କାମ ହାତକୁ ନେଇ ବ୍ୟଥିତ ହେବେ। ଶରୀର ଓ ମନକୁ ପ୍ରଭାବିତ କରିବା ଫଳରେ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ବିଭିନ୍ନ କାରଣରୁ ମନ ବିଷାଦ ରହିବ। ଅବଶ୍ୟ କୂଟନୀତି ପ୍ରୟୋଗକରି କାମ ହାସଲ କରିପାରିବେ।  ପାଇବାକୁ ଥିବା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହେବେ।

ମହିଳାମାନଙ୍କ ପାଇଁ:-

ମହିଳାମାନେ ବର୍ଷଟି  ସୁଖ-ସମୃଦ୍ଧି ପ୍ରାପ୍ତିରେ ଆତିବାହିତ କରିବେ। ନ୍ୟାୟଧୀଶ, ପ୍ରଶାସନିକ ସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷୟତ୍ରୀ, ପ୍ରଶିକ୍ଷକ, ଖାଦ୍ୟସାମଗ୍ରୀ, କାଚ, ବିଦ୍ୟୁତ୍ ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର, ଅଭିନେତ୍ରୀ, ଡାକ୍ତର ଇତ୍ୟାଦି ହୋଇଥିଲେ ବା ଏହି ସମ୍ବନ୍ଧିତ ଦ୍ରବ୍ୟ ବ୍ୟବସାୟ କରୁଥିଲେ ଆଶାତୀତ ଲାଭ ପାଇବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର  ଭୂଷଣଭାବି ସଚ୍ଚରିତ୍ର, ସୁଗୃହିଣୀ, ବିନୀତା, ଓଜସ୍ଵିନୀ ଭାଷିକା, ସନ୍ତାନବତ୍ସଳା, ସ୍ନେହମମତାପୂର୍ଣ।, ପତୀବ୍ରତା ଓ ବନ୍ଧୁମାନଙ୍କ ହିତୈଷିଣୀ, ଖର୍ଚ୍ଚ ଦିଗରେ କୃପଣତା ହେବେ। ବେଳେବେଳେ ହଠାତ୍ ମତ ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରି ଦେବେ।  ଅଧିକ  ପରିଶ୍ରମ ବଳରେ ଜୀବନ ଶୈଳିରେ ପ୍ରତିଷ୍ଠାଲାଭ କରିବେ। ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀ ହେବେ। ସ୍ଥଳ ବିଶେଷରେ ଦୂରସ୍ଥାନବାସ ଯୋଜନା ମନ ମଧ୍ୟରେ ଉଙ୍କି ମାରିବା ଫଳରେ ଅସନ୍ତୋଷର ଶରବ୍ୟ ହେବେ। କୁମାରୀ ବା ଯୁବତୀ ମାନଙ୍କର ଅଧ୍ୟୟନରେ ମନ ନିବେଶ କରି ପରିବାରରେ ଆଦରଣୀୟା ହୋଇ ସୁଖରେ ରହିବେ। ବିବାହ ଯୋଗ୍ୟା କନ୍ୟା ମାନେ ବିବାହ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ।  କର୍ମଜୀବିନୀମାନେ ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେବେ।  ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ଦୂର ଯାତ୍ରାରେ ସଫଳତା ଓ ବହୁତ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବ।

ସ୍ଵାସ୍ଥ୍ୟ:-

ମାନସିକ ଦୁଶ୍ଚିନ୍ତା, ଦାମ୍ପତ୍ୟ ମନୋମାଳିନ୍ୟ, ଅଧିକ ଯୌନପ୍ରକ୍ରିୟା ଜନିତ ରୋଗପ୍ରତି ସାବଧାନ ରହିବା ଉଚିତ୍। ଚର୍ମରୋଗ, ବାୟୁରୋଗ ଓ ଚକ୍ଷୁରୋଗ ପାଇଁ ମଧ୍ୟ ସତର୍କତା ଆବଶ୍ୟକ।  ନିଜେ ନିଜର ଅଧିକାଂଶ ବ୍ୟାଧି ପାଇଁ ଦାୟୀ ଅଟନ୍ତି, ଏଣୁ ଶର୍ଦ୍ଦି ପ୍ରକୋପରୁ ଶୀରପୀଡା ସାଙ୍ଗକୁ ମେରୁଦଣ୍ଡରେ କ୍ଲେଶବୃଦ୍ଧି ହେବ। ସୁସ୍ଥ ମାନସିକତା ରକ୍ଷାକରିବା ସମ୍ଭବ ନ ହୋଇ ପାରିବାରୁ ବିଭ୍ରାନ୍ତି ଦେଖା ଦେବ।

ଛାତ୍ରଛାତ୍ରୀମାନଙ୍କ ପାଇଁ:-

ଶିକ୍ଷାର୍ଥୀମାନେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ଅଛି।  ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବ। ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ସମ୍ବନ୍ଧରେ ଅଧିକ ଘନିଷ୍ଠତା ହେବ ଓ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ପଡିବ।

ପ୍ରତିକାର:-

୧- ଇଷ୍ଟଦେବୀଙ୍କ ନିକଟରେ ମଙ୍ଗଳବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ। ୨- ମଙ୍ଗଳବାର ଦିନ ଆମିଷ ଖାଇବେ ନାହିଁ । ୩- ମହାକାଳ ଗଛର ଚେର ମଙ୍ଗଳବାର ଦିନ ସଂଗ୍ରହ କରି ନାଲିସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ । ୪- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହ ଯନ୍ତ୍ର ପୂଜାକରିବା ସହ ତ୍ରିଶକ୍ତିଙ୍କ କବଚ ଧାରଣ କରିବେ। ୫- ପ୍ରତ୍ୟେକ ଦିନ ପିତାମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ଓ ଗୋମାତାର ସେବାକରିବା ଆବଶ୍ୟକ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!