ଘରେ ନିଶ୍ଚୟ ଲଗାନ୍ତୁ ଏହି ଗଛ, ହେବ ଅକ୍ଷୟ ପୂଣ୍ୟ ପ୍ରାପ୍ତି ଓ ଧନ ର ବର୍ଷା – ନିଶ୍ଚୟ ଦେଖନ୍ତୁ ଏହା କେଉଁ ଗଛ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବୃକ୍ଷ ଲତା କେବଳ ପର୍ଯ୍ୟାବରଣ ଦୃଷ୍ଟିରେ ଲାଭଦାୟକ ହୁଏ ନାହିଁ, ଏହା ଆମ ଜୀବନରେ ମଧ୍ୟ ଶୁଭ ପ୍ରଭାବ ପକାଇଥାଏ। ଜ୍ୟୋତିଷ ବିଦ୍ୟା ଓ ଶାସ୍ତ୍ରରେ କେତେ ପ୍ରକାରର ଗଛ ବିଷୟରେ କୁହାଯାଇଛି, ଯାହା ଘରେ ଲଗେଇଲେ ପରିବାରର ସମସ୍ତ ସଦସ୍ୟମାନଙ୍କୁ ପୂଣ୍ୟ ସହିତ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଏହିପରି ଏକ ଗଛ ବେଲଗଛ। ଶିବ ପୁରାଣରେ ମଧ୍ୟ ଘରେ ବେଲଗଛ ଲଗାଇଲେ ତାର ଉପକାର ବିଷୟରେ ଉଲ୍ଲେଖ କରାଯାଇଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସେହି ଅନୁସାରେ ଯେଉଁ ସ୍ଥାନରେ ବା ଘରେ ଏହି ଗଛ ଥାଏ ସେହି ସ୍ଥାନ କାଶୀ ତୀର୍ଥ ସହିତ ସମାନ ପବିତ୍ର ଓ ପୂଜନୀୟ ସ୍ଥଳ ଅଟେ ।

ଯଦି ଆପଣଙ୍କ ଘର ଅଗଣାରେ ଜାଗା ନାହିଁ ତେବେ କୁଣ୍ଡରେ ମଧ୍ୟ ଏହି ଗଛ ଲଗାଇପାରିବେ ଏବଂ ଅଧିକ ବଡ ହେଲେ ଯେ କୌଣସି ମନ୍ଦିରରେ ସେହି ଗଛକୁ ଦାନ କରିବେ ଓ ଆଉ ଏକ ଗଛ ଲଗାଇବେ। ଆସନ୍ତୁ ଜାଣିବା ଘରେ ବେଲଗଛ ଲଗାଇଲେ କଣ ଲାଭ ମିଳିଥାଏ।

 

ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ

ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ପୂଜାରେ ବେଲପତ୍ର ପ୍ରୟୋଗର ମହତ୍ଵ ସମସ୍ତେ ଜାଣିଛନ୍ତି, କିନ୍ତୁ ଆପଣ ଜାଣିଛନ୍ତି କି ଘରେ ବେଲଗଛ ଲଗାଇଲେ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ। ଶିବ ପୁରାଣ ଅନୁସାରେ ଘରେ ବେଲଗଛ ରହିଲେ ଘରର ସମସ୍ତ ସଦସ୍ୟଙ୍କ ଅଶୁଭ କର୍ମର ପ୍ରଭାବ ନଷ୍ଟ ହୋଇଯାଏ ଏବଂ ଅକ୍ଷୟ ପୂଣ୍ୟ ପ୍ରାପ୍ତି ହୋଇଥାଏ।

ଧନ ପ୍ରାପ୍ତି ଓ ମନୋକାମନା ପୂର୍ଣ୍ଣ ହୋଇଥାଏ

ଘରେ ବେଲଗଛକୁ ପୂଜା କରିଲେ ଅତ୍ୟନ୍ତ ଲାଭ ମିଳିଥାଏ। ଯେକୌଣସି ମାସରେ ଦ୍ଵାଦଶୀତିଥି ଦିନ ଯଦି ରବିବାର ପଡିଥାଏ ତେବେ ସେହି ଦିନ ସନ୍ଧ୍ୟା ସମୟରେ ବେଲଗଛ ମୂଳରେ ଦୀପ ଅବଶ୍ୟ ଜଳାନ୍ତୁ। ଦୀପ ଜଳେଇବା ସମୟରେ ନିଜର ମନୋକାମନା ମନ ମଧ୍ୟରେ କହି ଦୀପ ଜଳେଇଲେ ଶୀଘ୍ର ମନୋକାମନା ପୂର୍ଣ୍ଣ ହୋଇଥାଏ। ଏହିପରି କରିଲେ କେବେ ମଧ୍ୟ ଧନ ଅଭାବ ହୁଏ ନାହିଁ ଓ ସମସ୍ତ ଜନ୍ମର ମହାପାପରୁ ମୁକ୍ତି ମିଳିଥାଏ।

ନକରାତ୍ମକ ପ୍ରଭାବରୁ ମୁକ୍ତି ମିଳିଥାଏ

ବାସ୍ତୁ ଶାସ୍ତ୍ର ଅନୁସାରେ ଘର ଅଗଣାରେ ବେଲଗଛ ରହିଲେ ଆପଣ ସମସ୍ତ ପ୍ରକାର ନକରାତ୍ମକ ଊର୍ଜା ଠାରୁ ରକ୍ଷା ପାଇବେ ଏବଂ ଘରେ ସମସ୍ତ ପ୍ରକାର ତନ୍ତ୍ର ବାଧାରୁ ମୁକ୍ତି  ପାଇବେ।

 

ଚନ୍ଦ୍ରଙ୍କ ଅଶୁଭ ପ୍ରଭାବରୁ ରକ୍ଷା ମିଳିଥାଏ

ଶାସ୍ତ୍ର ଅନୁସାରେ ଯେଉଁ ଘରେ ଅଗଣାରେ ବେଲଗଛ ଥାଏ ସେଠାରେ ଘରର ସମସ୍ତ ସଦସ୍ୟମାନଙ୍କ ଉପରେ ଚନ୍ଦ୍ରଙ୍କ ଅଶୁଭ ଦୃଷ୍ଟି ପ୍ରବେଶ କରେ ନାହିଁ। ସମସ୍ତ ସଦସ୍ୟ ଯଶସ୍ଵୀ ହୁଅନ୍ତି ଓ ପୁରା ପରିବାର ସମାଜରେ ଉଚ୍ଚ ସମ୍ମାନ ପାଇଥାଏ। ଘରେ ଅଲଗା-ଅଲଗା ଦିଗରେ ବେଲଗଛ ରହିଲେ ଅଲଗା-ଅଲଗା ଫଳ ପ୍ରାପ୍ତି ହୁଏ।

୧। ଶାସ୍ତ୍ର ଅନୁସାରେ ଘରର ଉତ୍ତର-ପଶ୍ଚିମ ଦିଗରେ ବେଲଗଛ ଲଗାଇଲେ ଘରର ସମସ୍ତ ସଦସ୍ୟମାନଙ୍କୁ ଯଶସ୍ଵୀ ଓ ତେଜବାନ କରିଥାଏ। ସମସ୍ତ କାର୍ଯ୍ୟରେ ସମ୍ମାନ ଓ ପ୍ରସିଦ୍ଧି ଲାଭ ହୁଏ।

୨। ଶାସ୍ତ୍ର ଅନୁସାରେ ଘରର ଉତ୍ତର-ଦକ୍ଷିଣ ଦିଗରେ ବେଲଗଛ ଲଗାଇଲେ ପୁରା ପରିବାରକୁ ଆର୍ଥିକ ସମ୍ପନ୍ନ ଦେଇଥାଏ। ସମସ୍ତ ବ୍ୟକ୍ତି ଧନବାନ ହୁଏ ଓ କେବେ ମଧ୍ୟ ଧନ ଅଭାବ ହୁଏ ନାହିଁ। ଋଣ କର୍ଜରୁ ମଧ୍ୟ ମୁକ୍ତି ମିଳିଥାଏ।

୩। ଶାସ୍ତ୍ର ଅନୁସାରେ ଘରର ମଧ୍ୟ ଭାଗରେ ବେଲଗଛ ଲଗାଇଲେ ପରିବାରର ସମସ୍ତ ସଦସ୍ୟମାନଙ୍କୁ ପ୍ରେମ ସ୍ନେହଭାବ ବୃଦ୍ଧି ପାଏ। ତାଙ୍କ ଜୀବନରେ କୌଣସି ପ୍ରକାର ମଧ୍ୟ ଅଚାନକ ଭାବରେ ଦୁଃଖ-ଶୋକ ଆସେ ନାହିଁ, ଶାନ୍ତି ମିଳିଥାଏ ଓ କଳହରୁ ରକ୍ଷା ପାଇଥାନ୍ତି।

ଏହା ସହିତ ଘରେ ବେଲଗଛ ଲଗାଇବାର କିଛି ନିୟମ ମଧ୍ୟ ଅଛି, ଯେମିତି କି ଯେ କୌଣସି ମାସର ଅଷ୍ଟମୀ, ଅମାବାସ୍ୟା, ପୂର୍ଣ୍ଣିମା ତିଥି ଓ ସୋମବାର ଦିନ ବେଲପତ୍ର ତୋଳିବା ନାହିଁ। ଯଦି ଆପଣ ସୋମବାର ଦିନ ଶିବ ପୂଜା କରୁଛନ୍ତି ତେବେ ତା ପୂର୍ବ ଦିନ ବେଲପତ୍ର ତୋଳି ରଖିବା ଉଚିତ୍।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!