ଜାଣନ୍ତୁ ମୀନ ରାଶି ବ୍ୟକ୍ତି ଙ୍କର ଭାଗ୍ୟ କିପରି ରହିବ ୨୦୧୯ ମସିହା ରେ, ନୂତନ ବର୍ଷରେ ଗ୍ରହ ନକ୍ଷତ୍ର କଣ ଶୁଭ ବା ଅଶୁଭ ଆଣିବେ ଏହି ରାଶିର ବ୍ୟକ୍ତିଙ୍କ ପାଇଁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବର୍ଷାରମ୍ଭରେ  ରବି, ଶନି ଦଶମ ଭାବରେ। ଚନ୍ଦ୍ର, ଶୁକ୍ର ଅଷ୍ଟମ ଭାବରେ। ମଙ୍ଗଳ ପ୍ରଥମ ଭାବରେ। ବୁଧ, ଗୁରୁ ନବମ ଭାବରେ। ରାହୁ ପଞ୍ଚମ ଭାବରୁ ଚତୁର୍ଥ ଭାବକୁ ଓ କେତୁ ଏକାଦଶ ଭାବରୁ ଦଶମ ଭାବକୁ ଯାଇ ବର୍ଷ ପୂରଣ କରିବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବାର୍ଷିକ ଶୁଭ ଫଳ:-

ଏ ବର୍ଷ ଆପଣ ସର୍ବାଧିକ ଭାଗ୍ୟଶାଳୀ ହେବେ। ପରାକ୍ରମ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସୀ ହେବେ ଏବଂ ଧନ ଲାଭ କରିବାର ସୁଯୋଗ ପାଇବେ। ବ୍ୟବସାୟୀମାନେ ଯେ କୌଣସି ଯାଗାରୁ ଧନ ଉପାର୍ଜନ କରି ପାରିବେ ଓ  ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ। ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ। ନୂଆ ନୂଆ ବ୍ୟବସାୟିକ ସମ୍ପର୍କ ସ୍ଥାପନ ଓ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ। ଅଟକି ଯାଇଥିବା ଅର୍ଥ ସହଜରେ ହସ୍ତଗତ ହେବ। ସମ୍ପତ୍ତି କ୍ରୟ କରିବା ପାଇଁ ଅତ୍ୟନ୍ତ ଶୁଭ ସମୟ। ସନ୍ତାନ ଠାରୁ ସୁଖପ୍ରାପ୍ତି ହେବ। ପୁତ୍ର ରତ୍ନ ପ୍ରାପ୍ତି ହେବ। ଆପଣଙ୍କ ଉଦେ୍ଦଶ୍ୟ ପୂର୍ଣ୍ଣ କରିବା ପାଇଁ ପୂର୍ଣ୍ଣ ସହାୟତା ମିଳିବ ଓ ଆପଣଙ୍କର ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ। ଧନ, ଧାନ୍ୟ, ଐଶ୍ୱର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ। ଭୂମି କ୍ରୟ, ବାହନ କ୍ରୟ, ଗୃହ ନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡିବ।

ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ୍ ହେବେ। ସାମାଜିକ କ୍ଷେତ୍ରରେ ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ, ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ। ଅବିବାହିତ ହୋଇଥିଲେ ବିବାହ ସମ୍ପନ୍ନ ହେବ। ମନ ମୁତାବକ ଜୀବନସାଥୀ ପ୍ରାପ୍ତି ହେବ। ଏହି ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶ୍ରେଷ୍ଠ ସମୟ। ଏହାକୁ ସଦ୍ପୋଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ୍। ସୌଖୀନ ପଦାର୍ଥ ସଂଗ୍ରହ ତଥା ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ସମର୍ଥ ହୋଇ ପାରିବେ। ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବାର ସୁଯୋଗ ପାଇବା ସହ ଗଠନମୂଳକ ଚିନ୍ତାଧାରାକୁ ଉଜ୍ଜୀବିତ କରି ଯୋଜନାବଦ୍ଧ ରୀତି ଗ୍ରହଣ କରି ପାରିବେ। କଠିନ ପରିଶ୍ରମ ଯୁକ୍ତ ହେବେ ଓ ନିଜ କ୍ଷେତ୍ରରେ ଭାବମୂର୍ତ୍ତି ସୁରକ୍ଷିତ ରହିବ।  କିଛି ନୂତନ ଯୋଜନା ମିଶାଇବା ଫଳରେ ବିଶେଷ ଲାଭବାନ୍ ହେବେ। ଶତୃମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା କାଏମ୍ ରଖି ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ହେବ। ଯାହା ଫଳରେ ଉଚ୍ଚମନ୍ୟତାର ଅଧିକାରୀ ହେବେ ଓ ଭୋଗବିଳାସରେ ସାମିଲ ହେବାକୁ ଅବସର ସୃଷ୍ଟି କରି ପାରିବେ। ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ଧନାଢ୍ୟ ହେବାର ରାସ୍ତା ଖୋଲିଯିବ ଓ ଋଣମୁକ୍ତି ହୋଇ ପାରିବେ।

ଆର୍ଥିକ ସମସ୍ୟା ଟିକିଏ ବଢିବ, ଯାହା ଫଳରେ ହିସାବୀଗୁଣରେ ସୀମିତ ସ୍ଥିତିକୁ ଆପଣେଇ ନେଇ ମାନ ରକ୍ଷା କରିବା ଉଚିତ ହେବ। ବ୍ୟବସାୟୀମାନେ ଚଳିତ କାରବାରରେ ବୁଡି ରହିବେ ଓ ଲୋଭଗ୍ରସ୍ତ ନ ହୋଇ ପରିଶ୍ରମୋଚିତ ଲାଭକୁ ମନେକରି କର୍ତ୍ତବ୍ୟ ତୁଲାଇ ଚଳିବେ। ଉଚ୍ଚବର୍ଗରୁ ସମ୍ମାନ ଓ ଶ୍ରଦ୍ଧାର ସ୍ରୋତ ଛୁଟିବ। ସେବା ଭବନରେ ଉଦଦ୍ବୁଦ୍ଧ ହୋଇ ଅନେକଙ୍କର କଲ୍ୟାଣ କରିବା ସୁଯୋଗ ପାଇବେ। ପରାଧୀନତା ବେଡିରେ ଶୃଙ୍ଖଳିତ ହୋଇ ମଧ୍ୟ ନିଜସ୍ଵ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ। ଉପରିସ୍ଥଙ୍କ ଶ୍ରଦ୍ଧାଭାଜନ ହୋଇ ଗୁଜୁରାଣ ମେଣ୍ଟାଇ ଚାଲିବା ମଧ୍ୟରେ ଅଧସ୍ତନମାନଙ୍କ ସହ ବନ୍ଧୁତ୍ଵ ବଢିବ। ରାଜନୀତି କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। କୃଷିଜୀବୀମାନେ କର୍ମଅନୁଯାଇ ଫଳପାଇ ନୂତନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ପାଇବେ।

ଅଶୁଭ ଫଳ:-

ଉତ୍ଥାନ ପତ୍ତନ ଲାଗି ରହିଲେ ବି ସାମୟିକ ଭାବେ ସ୍ଥିତି ସୁଧାର ଜନକ ହେବ।  ନିମ୍ନବର୍ଗର ବ୍ୟକ୍ତି ବିଶେଷ ଅଧିକାଂଶ କ୍ଷେତ୍ରରେ ଠକିବାର ମନୋବୃତ୍ତି ଗ୍ରହଣ କରିବେ। ଯାହାଫଳରେ ବେଳେବେଳେ ଅସନ୍ତୋଷ ପ୍ରକାଶ କରି, ମଥାକୋଡି ହୋଇ ପାରନ୍ତି। ଏ ସବୁ ମଧ୍ୟେ ରୁଣ ବୃଦ୍ଧି ପାଇଲେ ଚକିତ ହେବାର କିଛି ନାହିଁ। କେତେକ ସ୍ଥଳରେ ବିଭ୍ରାନ୍ତି ଉପୁଯିବ ଓ ସରକାରୀ କୋପ ଭାଜନ ହେବାଭଳି ସମସ୍ୟା ମୁଣ୍ଡେଇବେ ଏବଂ ସେଥିପାଇଁ କିଛି ଆର୍ଥିକ ଦଣ୍ଡ ମଧ୍ୟ ସହିବାକୁ ପଡିବ। ଟଙ୍କ। ପଇସା ପ୍ରତି ସର୍ବଦା ସତର୍କ ରହିବାକୁ ପଡିବ। ଏପରିକି ନିମ୍ନବର୍ଗର କେହି ଲୋଭଗ୍ରସ୍ତ କରାଇ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଚେଷ୍ଟା କରିବ।ଏଭଳି ଶୁଭ ଲାଭ ମଧ୍ୟେ ପାରିପାର୍ଶ୍ଵିକ ବାତାବରଣ ପ୍ରତି ସଚେତନତା ହ୍ରାସ ପାଇବା ଯୋଗୁ ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି କିମ୍ବା ସୀମିତତାକୁ ଆଦରି ନେଇ ପାରନ୍ତି। ପାରିବାରିକ କ୍ଷେତ୍ରରେ ସମାଲୋଚନାର  ଶରବ୍ୟ ହେବେ ଓ କେତେକ ବ୍ୟକ୍ତିଙ୍କ ଆତ୍ମକୈନ୍ଦ୍ରିକ ସ୍ଥିତିରୁ ସେମାନଙ୍କ ସହଯୋଗ ହରାଇବାର ଆଶଙ୍କା ବି ରହିଛି।  ଫଳରେ ନିରୂତ୍ସାହିତର ଅଧୀନ ହୋଇ ଅବଶୋଷ ପୀଡିତ ହେବା ସାଧାରଣ କଥା।

ମହିଳା ମାନଙ୍କ ପାଇଁ:-

ମହିଳାମାନଙ୍କର ପାରିବାରିକ କ୍ଷେତ୍ରରେ ମତଦୈଧତା ଓ ଆଦର୍ଶଗତ ପାର୍ଥକ୍ୟ ପରିଲକ୍ଷିତ ହେବନାହିଁ। ଖର୍ଚ୍ଚ ଭରଣାରେ ଅସୁବିଧା ହେବ ନାହିଁ। ଅବଶ୍ୟକ ଅର୍ଥ ହାତ ପଇଠ ହୋଇ କାମରେ ଲାଗିଯିବ। ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହେବ। ବିଶେଷ ରୂପରେ ଆପଣଙ୍କ ଭାଗ୍ୟ ଧିରେ ଧିରେ ଉନ୍ନତି ପଥରେ ଅଗ୍ରସର ହେବ। ବେପାର ବଣିଜରେ ପ୍ରଚୁର ଲାଭ ମିଳିବ ଏବଂ ନୂଆ ନୂଆ ଉପାୟ ଚିନ୍ତା କରିବେ। ଅଚାନକ ଆୟ ବୃଦ୍ଧି ହେତୁ ଆପଣ ଆଚମ୍ବିତ ହୋଇଯିବେ। ଉଚ୍ଚସ୍ତରୀୟ ଯାନବାହନ କ୍ର୍ରୟକରିବାର ସୁବିଧା ସୁଯୋଗ ପାଇବେ। ବ୍ୟବସାୟୀକ, ଆଧ୍ୟାତ୍ମିକ, ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। ପୁତ୍ରରତ୍ନ ପ୍ରାପ୍ତି ହେବ। ନଷ୍ଟ ହୋଇଥିବା ପ୍ରତିଷ୍ଠା ପ୍ରତିପତ୍ତି ପୁନର୍ବାର ଫେରିପାଇ ସମ୍ମାନୀତା ହେବେ। ଆୟର ଯଥେଷ୍ଟ ଅର୍ଥ ମାଙ୍ଗଳିକ ଏବଂ ଶୁଭକାର୍ଯ୍ୟରେ ଖର୍ଚ୍ଚ କରିବେ। ଧର୍ମ ଅନୁଷ୍ଠାନ, ଯଜ୍ଞାନୁଷ୍ଠାନ ପଞ୍ଚାୟତ କ୍ଷେତ୍ରରେ ଉତ୍ସାହିତ ହେବେ। ଧନଧାନ୍ୟ ମାନ ସମ୍ମାନ ପ୍ରତିଷ୍ଠା ପରାକ୍ରମ ବୃଦ୍ଧି ପାଇବ। ଦାମ୍ପତ୍ୟ ସୁଖରେ ସୁଖୀ ହେବେ। ଗୃହରେ ସୁଖଶାନ୍ତି ବିରାଜମାନ କରିବ। ପ୍ରକୃତିର ବିଚିତ୍ର ସିଦ୍ଧାନ୍ତ ଫଳରେ ଦୀର୍ଘଦିନ କଷ୍ଟ ଦୂରହେଇ  ବର୍ତ୍ତମାନ ଆପଣ ସୁଖର ସ୍ୱପ୍ନ ଦେଖି ପାରିବେ। ପ୍ରଗତି, ଲାଭ, ଭୌତିକସୁଖ ଓ ସମୃଦ୍ଧି ବୃଦ୍ଧି ହେବ। ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିବେ।

ସ୍ଵାସ୍ଥ୍ୟ:-

 

ଚକ୍ଷୁ ଓ ଉଦରପୀଡା, ଜ୍ଵର, ଶ୍ଲେଷ୍ମା ପ୍ରକୋପ, ଶୀରବ୍ୟଥା, ରକ୍ତବିକାର ଦୁର୍ବଳତା ଭଳି ରୋଗର କବଳିତ ହୋଇ ବେଳେ ବେଳେ ଅସୁସ୍ଥ ହେବେ। ପୁରୁଣା ରୋଗର ପ୍ରକୋପରେ କଷ୍ଟ ଅନୁଭବ କରିବେ। ସତର୍କ ନ ହେଲେ ଛାତି, ଗଳା, ନାସା, ଚକ୍ଷୁ ଓ କର୍ଣ୍ଣକୁ ପ୍ରଭାବିତ କରିବ। ବହୁ ସମୟରେ ଗରମ ପ୍ରୟୋଗକୁ ଯଥାସମ୍ଭବ ମାନ୍ୟତା ଦେବା ଉଚିତ୍  ହେବ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ:-

ବିଶେଷ କରି ବିଦ୍ୟାର୍ଥିମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ। ପ୍ରତିଯୋଗିତାରେ, ପରୀକ୍ଷାରେ ପ୍ରଶାସନିକ ସେବା ପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ। ଶିକ୍ଷାର୍ଥୀମାନଙ୍କ ପାଇଁ ବର୍ଷଟି ବହୁ ଦିଗରୁ ଅନୁକୂଳ ହେବ। ପରିଶ୍ରମର ସୁଫଳ ଭୋଗ କରିବେ। କଳା, ସାହିତ୍ୟ ଓ ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ, ରାଜନୀତି, ବାଦ-ବିବାଦ, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କ୍ଷେତ୍ରରେ ସମ୍ମାନିତ ହେବେ। ମହତ୍ତ୍ୱାକାଂକ୍ଷାର ସାଧନ ଉପଲବ୍ଧି ଅନୁରୂପ ସମ୍ଭାବନାପ୍ରଦ। ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ  ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ। ଗୁରୁକୁଳର ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ।

ପ୍ରତିକାର:-

୧. ନାରାୟଣଙ୍କ ନିକଟରେ ଗୁରୁବାର ଦିନ କିଛି ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିଦେବେ ।୨. ଗୁରୁବାର ଦିନ ଆମିଷ ଖାଇବେ ନାହିଁ । ୩. ବ୍ରାହ୍ମଣଝାଟିଆ ମୂଳ ଗୁରୁବାର ଦିନ ସଂଗ୍ରହ କରି ହଳଦିଆ ସୂତାରେ ଗୁଡେଇ ପୁରୁଷମାନେ ଦକ୍ଷିଣବାହୁରେ ଓ ମହିଳାମାନେ ବାମବାହୁରେ ବାନ୍ଧନ୍ତୁ । ୪- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହଯନ୍ତ୍ର ପୂଜାକରିବା ସହ ତ୍ରିଶକ୍ତିଙ୍କ କବଚ ଧାରଣ କରିବେ। ୫- ପ୍ରତ୍ୟେକ ଦିନ ପିତାମାତା, ଗୁରୁଗୁରୁଜନଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ ଓ ଅସହାୟା ମାନଙ୍କୁ ସାହାଯ୍ୟ କରି ଖାଦ୍ୟ ଦିଅନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!