ଦୈନିକ ରାଶିଫଳ: ୧୭ ଡିସେମ୍ବର ୨୦୧୮, କେବଳ ଏହି ରାଶି ଉପରେ ପ୍ରଶନ୍ନ ହୋଇଛନ୍ତି ଭଗବାନ ଭୋଳାନାଥ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୭ ଡିସେମ୍ବର ୨୦୧୮

ମେଷ:-

ରାଜକୀୟ ମାମଲାରେ ସଫଳତା ମିଳିବ। ବନ୍ଧୁ ମିତ୍ର ନିକଟ ସମ୍ପର୍କୀୟ ବ୍ୟକ୍ତି ଆର୍ଥିକ ସାହାଯ୍ୟ କରିବେ। ଚାକିରୀ ସମ୍ବନ୍ଧୀୟ କାର୍ଯ୍ୟ ହୋଇଯିବ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବ ଓ ସ୍ଥାନାନ୍ତର ମଧ୍ୟ ହୋଇପାରେ। ସନ୍ତାନର ଭବିଷ୍ୟତ ପାଇଁ ଯୋଜନା କରି ପୁଞ୍ଜି ନିବେସ କରିବେ। ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। କର୍ମ କ୍ଷେତ୍ରରେ ଉଚ୍ଚାଧିକାରୀ ଓ ସହକର୍ମୀଙ୍କ ସହ ବାଦ ବିବାଦ ମେଣ୍ଟିଯିବ। ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବ। ପ୍ରତିକାର-ଗୁଡରୁଟି ଗାଈକୁ ଖାଇବାକୁ ଦେବେ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ଯାହା ଚିନ୍ତା କରିଛନ୍ତି ଆଜି ତାହା ପୂରଣ କରିବାକୁ ଚେଷ୍ଟା କରିବେ। ମାନସିକ ଚିନ୍ତା ଦୂର ହେବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ହେବ। ଗୃହରେ ମାଙ୍ଗଳିକ ଶୁଭକାର୍ଯ୍ୟ କରିପାରିବେ। ସାଧାରଣ ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ। କର୍ମରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ମହିଳାମାନେ ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମିଥୁନ:-

ସଠିକ୍ ଚିନ୍ତା ଓ ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ଦେଖାଇବେ। ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହେତୁ ମନ ଓ ଚିତ୍ତ ପ୍ରସନ୍ନ ରହିବ। ମିତ୍ରମାନଙ୍କ ଦ୍ଵାରା ଲାଭ ମିଳିବ। ନିଜ ଲୋକମାନେ ହିଁ କାମରେ ଆସିବେ। ପାରିବାରିକ ଅଶାନ୍ତି ଦୂରେଇ ଯିବ। ଚାକିରୀରେ ଅଫିସର୍ ଓ ସହକର୍ମୀମାନେ କାମର ପ୍ରଶଂସା କରିବେ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ। ଯେଉଁ କ୍ଷେତ୍ରରେ ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ। ପ୍ରତିଯୋଗୀତା ପରୀକ୍ଷା ମାଲିମୋକଦ୍ଦମାରେ ବିଜୟ ପ୍ରାପ୍ତ ହେବ। ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-

ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ। ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ। ଯଶ, ମାନ-ସମ୍ମାନ ପ୍ରତିଷ୍ଠା ମିଳିବ। ବିଦ୍ୟା କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। ଶତୃମାନେ ଦୂର ହେବେ। କମିଶନ କାର୍ଯ୍ୟରେ ଲାଭ ହେବାର ସମ୍ଭାବନା ଅଛି। ସରକାରୀ କ୍ଷେତ୍ରରେ ସଫଳତା ମିଳିବ। ରୋଜଗାରରେ ଉନ୍ନତି ହେବ। ପାରିବାରିକ ସୁଖ-ଶାନ୍ତି ବୃଦ୍ଧି ହେବ। ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି। ଜନସମ୍ପର୍କ ସୁଦୃଢ ହେବ। ସନ୍ତାନ ପକ୍ଷର ଚିନ୍ତା ଦୂର ହେଇଯିବ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ସିଂହ:-

କର୍ମକ୍ଷେତ୍ରରେ ସୁଯୋଗ ହାତଛଡା ହେବାର ନାହିଁ। ଅବିବାହିତ ଯୁବକ ଓ ଯୁବତୀମାନଙ୍କର  ବିବାହ ପ୍ରସ୍ତାବ  ସ୍ଥିର ହେବ। ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ। ଧାର୍ମିକ କାର୍ଯ୍ୟରେ ରୁଚି ବଢିବ।  ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ହଠାତ୍ ମତ ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରି ଦେବେ । ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ କ୍ରୋଧ ନିୟନ୍ତ୍ରଣ ନ ରଖିଲେ ଅନେକ କ୍ଷତି ହେବ। କୃତକର୍ମ ନିମନ୍ତେ ଅନୁଶୋଚନା କରି ପାରନ୍ତି। କୌଣସି ଦିଗରୁ ଉତ୍ତରଦାୟୀ ହୋଇ କ୍ଷୋଭ ଓ ଅବଶୋଷ ଅନ୍ତରରେ କୁହୁଳିବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

କନ୍ୟା:-

ବରିଷ୍ଠ ବ୍ୟକ୍ତି ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। କୌଣସି ମହତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଆର୍ଥିକ ଦିଗର ଅଭିବୃଦ୍ଧି କାରଣରୁ ଗଠନମୂଳକ ତଥା ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣକରିବେ। ଶତ୍ରୁ ନାଶ ଯୋଗେ ନିରୁପଦ୍ରବ ଜୀବନଚର୍ଯ୍ୟାର ଅଧିକାରୀହେବେ। ବିବାହ ଯୋଗ୍ୟ ଯୁବକ ଯୁବତୀ ମାନେ ବିବାହ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ। ପୂର୍ବରୁ ଥିବା ପାରିବାରିକ ସମସ୍ୟା ସମାଧାନ ହେବ। ବ୍ୟବସାୟରେ ଆଶାତୀତ ଲାଭ ପାଇବେ। ପରୀକ୍ଷା  ଓ ପ୍ରତିଯୋଗିତାରେ ସଫଳ ହେବେ। ପ୍ରତିକାର-ମାଦକଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ।

ତୁଳା:-

କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସହଯୋଗ ଓ  ଉପରିସ୍ଥ ଅଧିକାରୀଙ୍କ  ପ୍ରିୟଭାଜନ ହେବେ। କଥାବାର୍ତ୍ତା ଓ ଚତୁରତା ହେତୁ ବିଗିଡିଥିବା କର୍ମଟିକୁ ସଜାଡି ପାରିବେ। ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ନା କରିପାରିବେ ନାହିଁ। ଧନର ଆଗମନ ହୋଇପାରେ। କୌଣସି ନୂତନ କର୍ମ କରିବାକୁ ଚାହୁଁଥିଲେ ସେଥିରେ ବିଜୟଶ୍ରୀ ମିଳିବ। ମହିଳାମାନଙ୍କ ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ହେବ। କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ନୂତନ ବସ୍ତୁ କ୍ରୟ କରିପାରିବେ। ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରିବେ।

ବିଛା:-

ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତିହିସାବରେ ପ୍ରତେକ କଥାକୁ  ଟିକିନିଖି ପରୀକ୍ଷା ପରେ ହିସାବକୁ ନେବେ। ସ୍ଵାସ୍ଥ୍ୟରେ ଉନ୍ନତି ସହ ଅଧ୍ୟାତ୍ମିକ ତଥା ବୈଷୟିକ ରୁଚି ପୂର୍ତ୍ତି ହେବ। ସର୍ବୋପରି ପାରିବାରିକ ସୁଖ ସମ୍ପନ୍ନତା ଲାଭ ହେବ ଏବଂ ଆୟ ମଧ୍ୟ ଉତ୍ତମ ହେବ। ମହିଳାମାନେ ସନ୍ତାନ ସନ୍ତତି ମାନଙ୍କ ଖୁସିରେ ଆନନ୍ଦିତ ହେବେ। ଶରୀର ସୁସ୍ଥ ରହିବ। ପରିବାରରେ ଶାନ୍ତିର ବାତାବରଣ ଦେଖା ଦେବ। କର୍ମକ୍ଷେତ୍ରରେ ଦାଇତ୍ଵ ବଢିବ। କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ। ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ଧନୁ:-

ଅଧିକ  ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ-ସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ। ପଢାପଢିରେ ମନ ଧ୍ୟାନ ପ୍ରାୟ ଲାଗି ରହିବ। ପରୀକ୍ଷା ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ। ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି, କର୍ମୋନ୍ନତି ବାସସ୍ଥାନ ବା ଯାନବାହାନ ପ୍ରାପ୍ତି ହେବ। ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ। ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ। ପରିଶ୍ରମ ଓ ମେହନତର ପରିଣାମ ମିଳିବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-

ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ। ଆଧ୍ୟାତ୍ମିକ ଓ ଧର୍ମ କାର୍ଯ୍ୟରେ ଲିପ୍ତ ରହିବେ। ନିଜର କ୍ଷମତା ଓ ଯୋଗ୍ୟତାକୁ ଉପଯୋଗ କରି ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନରେ ବୃଦ୍ଧି ହେବ। ରାଜନୀତି ମାମଲାରେ ସଫଳତା ମିଳିବ। ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ବହୁତ ଧନ ପ୍ରାପ୍ତ ହେବ। କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହେବ। ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ପ୍ରତିକାର:- ଅସହାୟକୁ ସାହାଯ୍ୟ କରନ୍ତୁ।

କୁମ୍ଭ:-

ବ୍ୟବସାୟ କ୍ଷେତ୍ରରେ ଦ୍ଵିଗୁଣା ଲାଭ ପାଇ ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ। ସରକାରୀ କାମରେ ସଫଳତା ମିଳିବ ଓ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ। ପାରିବାରିକ ମାମଲା ବହୁତ ସହଜ ସରଳହେବ। ସ୍ୱାସ୍ଥ୍ୟ ଭଲ ରହିବ। ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ ହୋଇଯିବ। ରାଜନୀତିରେ ମିତ୍ରଙ୍କ ଦ୍ଵାରା ସହାୟତା ମିଳିବ ଓ ଉନ୍ନତି ହେବ। ସହଜ ସରଳରେ କର୍ମ ନିଯୁକ୍ତି ପାଇବେ। ଅବିବାହିତ ଯୁବକ ଓ ଯୁବତୀମାନଙ୍କର  ବିବାହ ପ୍ରସ୍ତାବ  ସ୍ଥିର ହେବ। କେତେକ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ମୀନ:-

ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। କଠିନ ପରିଶ୍ରମ କରିବା ଫଳରେ ବ୍ୟବସାୟରେ ଅର୍ଥ ପ୍ରାପ୍ତିର ସୁଯୋଗ ଆସିବ। ଆର୍ଥିକ କ୍ଷେତ୍ରରେ  ଉନ୍ନତି, ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ଶିକ୍ଷା କ୍ଷେତ୍ରରେ ଅଧ୍ୟୟନରେ ମନ ନିବେଶ କରି ପ୍ରଶଂସା ପାଇବେ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖି ହେବେ।  ପ୍ରତିକାର-ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!