ସାପ୍ତାହିକ ରାଶିଫଳ: ୧୭  ରୁ ୨୩ ଡିସେମ୍ବର। ଏହି ସପ୍ତାହରେ ମା ଲକ୍ଷ୍ମୀ ଶୁଣିବେ ଏହି ସବୁ ରାଶି ର ଦୁଃଖ, ହେବ ଧନର ବର୍ଷା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସାପ୍ତାହିକ ରାଶିଫଳ: ୧୭  ରୁ ୨୩ ଡିସେମ୍ବର।

ମେଷ:-

ଏ ସପ୍ତାହରେ ଶତ୍ରୁମାନଙ୍କ ଉପରେ ନଜର ନରଖିଲେ କ୍ଷତିରେ ପଡିବେ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବା ଫଳରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ସଫଳତା ଅର୍ଜନ କରିବାସହ ଦୂରଯାତ୍ରାର ସୁଯୋଗ ପାଇବେ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରି ଖୁସିର ବାତାବରଣ ସ୍ଥାୟି ରହିବ ଓ ନୂତନ ସମ୍ବନ୍ଧ ସୃଷ୍ଟିହେବ। ପରିବହନ ବ୍ୟବସାୟରେ ସମସ୍ୟା ସମାଧାନ ହେବ। ମହିଳାମାନେ ମାନସିକ ସୁସ୍ଥତା ଅନୁଭବ କରିବେ ଓ ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ ଏବଂ ସୁଖ ସମୃଦ୍ଧି ବୃଦ୍ଧି ହେବାସହ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତି କ୍ଷେତ୍ରରେ ସଫଳତା ଓ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ ଏବଂ ଆର୍ଥିକସ୍ଥିତି ସୁଧାରିବାକୁ ଚେଷ୍ଟା କରିବେ। ଶତୃମାନେ ଷଡ଼ଯନ୍ତ୍ର କରିବେ। କର୍ମକ୍ଷେତ୍ରରେ କିଛି ନୂଆସୁଯୋଗ ଆସିବ। ଯୁବକ-ଯୁବତୀମାନେ ନୂତନ କର୍ମ ପାଇଁ ପ୍ରୟାସରତ ଥିଲେ ନିଯୁକ୍ତି ପାଇବେ। ପ୍ରେମ କ୍ଷେତ୍ରରେ ସଫଳତା ପାଇବେ। ଛାତ୍ର-ଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ ଓ ପାଠ ପଢ଼ାରେ ମନଯୋଗ ଦେବେ। ପ୍ରତିକାର: ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ :-

ଏ ସପ୍ତାହରେ ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବନ୍ଧୁ ବାନ୍ଧବଙ୍କ ଦ୍ଵାରା କୌଣସି ଜଟିଳ ସମସ୍ୟାର ସମାଧାନ ହେବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ  ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖାଦେବ। ଯୁବକ-ଯୁବତୀମାନେ ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ କଷ୍ଟକଲେ ଉତ୍ତିର୍ଣ୍ଣ ହେବେ। ଛାତ୍ର-ଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେଇ ଉଚ୍ଚ ଶିକ୍ଷାରେ ସଫଳତା ଲାଭ କରିବେ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ  ସହଯୋଗ ନପାଇ ଅଶାନ୍ତି ବଢ଼ି ଚାଲିବ। ଉତ୍ତମ ରୋଜଗାର ହେଲେ ମଧ୍ୟ ବ୍ୟବସାୟରେ କ୍ଷତି ଘଟିବା ସହ ଆର୍ଥିକ ଉନ୍ନତିରେ ବାଧା ଓ ଲାଭ ପ୍ରାପ୍ତିରେ ବାଧାହେବ। ପାରିବାରିକ କ୍ଷେତ୍ରରେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ନୃତ୍ୟଗୀତ ତଥା ମନୋରଞ୍ଜନରେ ମଜ୍ଜି ରହିବେ। ମହିଳାମାନେ ଦୁଃସାହସିକ ପଦକ୍ଷେପ ନେଇ ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

ମିଥୁନ :-

ଏ ସପ୍ତାହରେ ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ। ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ।  ପାରିବାରିକ କ୍ଷେତ୍ରରେ ସୁଖ ଶାନ୍ତି ମିଳିବ। ଆର୍ଥିକଚିନ୍ତା ଦୂର ହୋଇଯିବ। ଦୂର ସମ୍ପର୍କୀୟ ବନ୍ଧୁଙ୍କ ଠାରୁ ସାହାଯ୍ୟ ମିଳିବ। ଖାଇବା ପିଇବାରେ ସତର୍କ ନରହିଲେ ଉଦରପୀଡ଼ା ଭୋଗିବେ। ନିରାଶା ଦୂର ହେବ ଏବଂ ସ୍ଥିତି ସାମାନ୍ୟ ବଦଳିଯିବ। ମନର ଆକାଂକ୍ଷା ପୂରଣ ହେବ ଓ ଆତ୍ମବିଶ୍ୱାସ ବଢ଼ିବ। ଲାଭର ମାର୍ଗ ପ୍ରଶସ୍ଥ ହେବ। କର୍ମକ୍ଷେତ୍ରରେ ମାନ-ସମ୍ମାନ ପାଇବେ। ଦୂରଯାତ୍ରା କରିବେ। ଋଣରୁ ମୁକ୍ତି ମିଳିବ। ମହିଳାମାନେ ପରିବାରକୁ ସଜାଡ଼ି ନେବେ। ବାଦ ବିବାଦ ପ୍ରତିଯୋଗୀତା, ପରୀକ୍ଷା, ଖେଳ, ରାଜନୀତି ଓ ମାଲିମକଦ୍ଦମାରେ ବିଜୟୀ ହେବେ। ପ୍ରତିକାର:- ଷଣ୍ଢକୁ କିଛି ଖାଦ୍ୟ ଦିଅନ୍ତୁ।

କର୍କଟ :-

ଏ ସପ୍ତାହରେ ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବେ। ବ୍ୟବସାୟରେ ଭଲ ଲାଭ ପାଇବେ। ଆର୍ଥିକ କ୍ଷେତ୍ରରେ  ଉନ୍ନତି  ହେବ। ଶତୃ ପରାଜିତ ହେବେ। ବାକିଥିବା ଅର୍ଥପ୍ରାପ୍ତି ହେବ। ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଉତ୍ତମ ରୋଜଗାର ମିଳିବ। ମହିଳାମାନେ ଉତ୍ତମ ଗୃହିଣୀ ହେବେ। ନୂତନ କର୍ମ ନିଯୁକ୍ତି ପାଇବେ। ଗୃହସ୍ଥ ଜୀବନ ସୁଖମୟ ହେବ।  ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନ ବୃଦ୍ଧି ହେବ। ନୂତନ ଯୋଜନାରେ ସଫଳତା ମିଳିବ। ବ୍ୟବସାୟର ସ୍ଥିତି ସୁଧୁରିବ। ନିଜ ପରିଶ୍ରମରୁ ଲାଭ ମିଳିବ। କର୍ମକ୍ଷେତ୍ରରେ  ସହଯୋଗୀଙ୍କ ସାହାଯ୍ୟ ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟକ୍ଷେତ୍ରରେ ଆଶାନୁରୂପ ଲାଭପାଇବେ। କଳା ସାହିତ୍ୟ କିମ୍ବା ଆନୁଷ୍ଠାନିକ କାମଗୁଡ଼ିକରେ ସମସ୍ୟା ସମାଧାନ ହୋଇଯିବ। ସ୍ୱାସ୍ଥ୍ୟରେ ଉନ୍ନତି ହେବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ସିଂହ:-

ଏ ସପ୍ତାହରେ ଆର୍ଥିକସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ସୃଷ୍ଟିହେବ। ଆୟ ଉତ୍ତମ, ଶରୀର ସୁସ୍ଥରହିବ ନିର୍ମାଣାଧିନ କାମ ପୂର୍ଣ୍ଣାଙ୍ଗହେବ। କ୍ରୀଡ଼ା, କଳା, ସଂସ୍କୃତି, ବାଣିଜ୍ୟବ୍ୟବସାୟ, ବାଦବିବାଦ, ମାଲିମୋକଦ୍ଦମା କ୍ଷେତ୍ରରେ ବିଜୟୀହେବେ। ମହିଳାମାନେ ଘର ସାଜସଜ୍ଜାରେ ବ୍ୟସ୍ତ ରହିବେ। ମିତ୍ରମାନେ ପରାମର୍ଶ ଦେଇ ଲାଭଦାୟକ କାମପ୍ରତି ପ୍ରଲୋଭିତ କରିବେ। ପରିବାରରେ ସାଧାରଣ ବାତାବରଣ ରହିବ। ବ୍ୟବସାୟରେ ସମସ୍ତ ଆଶା ପୂରଣ ହେବ। ସମ୍ପର୍କୀୟଙ୍କ ଶୁଭସୂଚନା ଶୁଣି ଖୁସି ହେବେ। ମହିଳାମାନେ ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ସୁଖ ସମୃଦ୍ଧି ବୃଦ୍ଧି  ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ରାଜନୀତିରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କନ୍ୟା:-

ଏ ସପ୍ତାହରେ ପୈତୃକ ସମ୍ପତ୍ତିକୁ ନେଇ ପରିବାରରେ ଅଶାନ୍ତି ଦେଖା ଦେବ। ଧାର୍ମିକ କାର୍ଯ୍ୟରେ ରୁଚି କମ୍ ରହିବ। ସାମାଜିକ ପ୍ରତିଷ୍ଠା ଓ ମାନ ସମ୍ମାନରେ ବାଧା ଆସିବ। ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିବେ। ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ଭଲ ଲାଭ ହେବ। କର୍ମ କ୍ଷେତ୍ରରେ ଉନ୍ନତି ଏବଂ ନୂତନ ଆୟର ପନ୍ଥା ପ୍ରାପ୍ତି ହେବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ଛାତ୍ର-ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ସହକର୍ମୀମାନଙ୍କଠାରୁ ସାହାଯ୍ୟ ଓ  ସହଯୋଗ ପାଇବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

ତୁଳା:-

ଏ ସପ୍ତାହରେ ଛାତ୍ର-ଛାତ୍ରୀମାନଙ୍କର ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ଆସିବ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ସୁଖ ସମୃଦ୍ଧି ବୃଦ୍ଧି  ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ବ୍ୟବସାୟରେ ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ପୂର୍ଣ୍ଣ ସହଯୋଗ ସରକାରୀ କର୍ମଚାରୀମାନେ ସହକର୍ମୀ ମାନଙ୍କ ସହିତ ଅଯଥାରେ ବିବାଦ ଏବଂ କେତେକ କ୍ଷେତ୍ରରେ ଭଲ କାମ କରି ବଦ୍ନାମ ହେବେ। ପ୍ରତିକାର:- ଅସହାୟା ବୃଦ୍ଧାକୁ ସାହାଯ୍ୟ କରନ୍ତୁ।

ବିଚ୍ଛା:-

ଏ ସପ୍ତାହରେ ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ମାନସିକଚାପ ବୃଦ୍ଧି ହେଲେ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ନୂତନକର୍ମ ନିଯୁକ୍ତିରେ ସଫଳ ହେବେ। ପ୍ରେମିକ-ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଛାତ୍ର-ଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହୀ ହେବେ। ବାଦ-ବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ଗୋଟିଏ ପାଖରେ ସ୍ନେହ ଶ୍ରଦ୍ଧାର ସ୍ରୋତ ଛୁଟୁଥିଲାବେଳେ ଅନ୍ୟ ପାଖରେ ଉପେକ୍ଷା ଓ ଅଶାନ୍ତିର ବାତାବରଣ ଦେଖାଦେଇ ପାରେ। ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିବେ। ଧାର୍ମିକ କାର୍ଯ୍ୟରେ ଯୋଗଦେବା ଫଳରେ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପ୍ରତିକାର : ଶିବ ଦର୍ଶନ କରି ପାଦୁକ ସେବନ କରନ୍ତୁ।

ଧନୁ:-

ଏ ସପ୍ତାହରେ ସରକାରୀ କର୍ମଚାରୀମାନଙ୍କର କର୍ମ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସମାଧାନ ହୋଇ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ସୁଯୋଗ ପାଇବେ। ପାରିବାରିକ କ୍ଷେତ୍ରରେ ଭୂଲ ବୁଝାମଣା କଟି ଯାଇ ଶାନ୍ତି ବାତାବରଣ ସୃଷ୍ଟି ହେବ। ନୂତନ ଯୋଜନା ପ୍ରସ୍ତୁତ କରି ବ୍ୟବସାୟର ପ୍ରସାର ପ୍ରଚାର ଫଳରେ ଆଶାତୀତ ଆୟ ବୃଦ୍ଧି ପାଇବ। ଛାତ୍ର-ଛତ୍ରୀମାନେ କଠିନ ପରିଶ୍ରମ କରିବା ସହିତ ପଢ଼ା ପଢ଼ିରେ ମନଯୋଗ ଦେଇ ପରୀକ୍ଷା ପ୍ରତିଯୋଗିତାରେ ବିଜୟୀ ହେବେ। ନୂତନ କର୍ମପ୍ରାପ୍ତିର ସୁଯୋଗ ପାଇବେ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିବ ଓ ସହକର୍ମୀମାନେ ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଦୂରଯାତ୍ରାର ସୁଯୋଗ ପାଇବେ। ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ଆୟ ଉପାର୍ଜନର ବୃଦ୍ଧି ହେବ। ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ। ଦାମ୍ପତ୍ୟ  ଜୀବନ ସୁଖମୟ ହେବ। ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦର ଅବସାନ ଘଟିବ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ମକର :-

ଏ ସପ୍ତାହରେ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗତି କରିବା ସାଙ୍ଗକୁ ପାରିବାରିକ ଦୁଶ୍ଚିନ୍ତାରେ ମାନସିକ ଅଶାନ୍ତି ଦେଖାଦେବ। ଦୂରଯାତ୍ରା କରି ହଇରାଣ ହରକତ ହେବାକୁ ପଡିବ। ଆୟ ଅପେକ୍ଷା ବ୍ୟୟ ବୃଦ୍ଧିପାଇବ। ଭାଗ୍ୟ ଆପଣଙ୍କ ପାଇଁ ବୈମାତୃକ ମନୋଭାବ ସୃଷ୍ଟି କରିବ। ଏକ ସମୟରେ ଅନେକ ଗୁଡ଼ିଏ କାର୍ଯ୍ୟବ୍ୟସ୍ତତା ଭିତରେ ରହି ନିଜର ମାନସିକ-ଭାରସାମ୍ୟ ହରାଇବେ। ପୁରାତନରୋଗର ପ୍ରକୋପରେ ହଇରାଣ ହରକତ ହେବେ। ଦୂର ସମ୍ପର୍କୀୟ ବ୍ୟକ୍ତିଙ୍କୁ ବିଶ୍ୱାସ କଲେ ଠକାମୀ ଭଣ୍ଡାମୀର ଶୀକାର ହେବେ। ବନ୍ଧୁ ମିତ୍ରମାନେ ଶତ୍ରୁତା ଆଚରଣ କରିବେ। ବରିଷ୍ଠ କର୍ମୀଙ୍କ ରୋଷର ପାତ୍ର ହେବେ। ନିଜେ ଗାଡ଼ି ଚଳାନ୍ତୁ ନାହିଁ। ପତ୍ନୀଙ୍କସହ ମତାନ୍ତର ଦେଖାଦେବ।  ବୁଧବାରଠାରୁ ବ୍ୟବସାୟରେ ଆର୍ଥିକ  ଉନ୍ନତି ଦେଖାଦେବ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। କଠିନ  ପରିଶ୍ରମ କରି କାର୍ଯ୍ୟ କଲେ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରିୟଭାଜନ ହେବେ। ଶିକ୍ଷା କ୍ଷେତ୍ରରେ ସଫଳ ହେବେ। ପ୍ରତିକାର-ପିତା ମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

କୁମ୍ଭ :-

ଏ ସପ୍ତାହରେ ଗୃହପାଳିତ ପଶୁ ଓ ଯାନବାହାନ  ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ସମସ୍ତ ପ୍ରକାର ବ୍ୟବସାୟରେ ଉନ୍ନତି ଓ ଲାଭବାନ୍ ହେବେ।  ଆର୍ଥିକ କ୍ଷେତ୍ରରେ  ଉନ୍ନତି, ଶତୃ ବୃଦ୍ଧି ହେଲେ ମଧ୍ୟ  ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ବହୁ ସୁବିଧା ସୁଯୋଗ ପାଇବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ଦାମ୍ପତ୍ୟ ସୁଖରେ ବାଧା ଆସିବ। ପାରିବାରିକ କ୍ଷେତ୍ରରେ ଅଶାନ୍ତି ଦେଖାଦେବ। ଭାଇ ଓ ଭଉଣୀମାନଙ୍କ ସହ ମନୋମାଳିନ୍ୟ ହେବ। ସନ୍ତାନ ମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ। ସ୍ୱାସ୍ଥ୍ୟ ହାନୀ ହେବ। ପ୍ରତିକାର : ଆମିଷ ଓ ମାଦକଦ୍ରବ୍ୟ ସେବନରୁ ଦୂରେଇ ରୁହନ୍ତୁ।

ମୀନ :-

ଏ ସପ୍ତାହରେ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ମିତ୍ରଙ୍କଠାରୁ ସହଯୋଗ ମିଳିବ। ଶୁଭ ସମାଚାର ପାଇ ଖୁସି ହେବେ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ବିବେକ ବୁଦ୍ଧି ଖଟେଇ ଉଚିତ୍ମାର୍ଗରେ ଗତିକରିବାର କ୍ଷମତା ଜନ୍ମହେବ। ନିଜର କଳ୍ପନାଶକ୍ତି ଅତ୍ୟଧିକ ସକ୍ରିୟ ହେବ। ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତିହେବ। ବ୍ୟବସାୟ ଭଲ ମନ୍ଦ ଗତିରେ ଚାଲିବ। ସରକାରୀ କର୍ମଚାରୀମାନେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁଁ ଏବଂ କଠିନ ପରିଶ୍ରମ ହେତୁ ଶାରିରୀକ ଓ ମାନସିକ କଷ୍ଟ ଭୋଗିବେ। ଶରୀର ଅସୁସ୍ଥ ରହିବ।  ଛାତ୍ର ଓ ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ନ ଦେଇ ଅଯଥାରେ ସମୟ ନଷ୍ଟ କରିବେ। ପ୍ରତିକାର: କାହାରିଠାରୁ ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!