ଦୈନିକ ରାଶିଫଳ: ୨ ନଭେମ୍ବର ୨୦୧୮। ଏହି ୫ଟି ରାଶି ଉପରେ ରହିବ ମା ସନ୍ତୋଷି ଙ୍କର ଅପାର କରୁଣା, ମିଳିବ କିଛି ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୨ ନଭେମ୍ବର ୨୦୧୮। ଏହି ୫ଟି ରାଶି ଉପରେ ରହିବ ମା ସନ୍ତୋଷି ଙ୍କର ଅପାର କରୁଣା, ମିଳିବ କିଛି ଖୁସି ଖବର

ମେଷ-

ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖେ-ଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ। କର୍ମକ୍ଷେତ୍ରଟି ସୁଦୃଢ ହେବ। ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ପ୍ରବାସରେ  ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ। ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ସହ କଷ୍ଟ ଅନୁଭବ କରିବେ। ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ-

ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ନିଜର ଯୋଜନାମୁତାବକ କାମ କରିବେ। କର୍ମଚାରୀ ମାନଙ୍କୁ ଭରସା କଲେ କୌଣସି ପ୍ରକାର ଅସୁବିଧା ହେବନାହିଁ। ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ ହେବ। ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ବାଦ ବିବାଦ ପରୀକ୍ଷା, ପ୍ରତିଯୋଗିତା  ଓ ମାଲିମକଦ୍ଦମାର ଅବସାନ ହେବ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

ମିଥୁନ-

ରାଜନୀତିରେ ସମାଜ ସେବା କରି ସ୍ଵନାମ ଅର୍ଜନ କରିପାରିବେ। ନିଜର ଯୋଜନା ମୁତାବକ କାମକଲେ କୌଣସିପ୍ରକାର ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ସମ୍ମାନଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ସମସ୍ୟାକୁ ସୁଧାରିବା ପାଇଁ ଚେଷ୍ଟା କରି କୌଶଳକ୍ରମେ ସମାଧାନ କରିବେ। ନୂତନ ବନ୍ଧୁମିଳନ ହେତୁ ମନଖୁସୀ ରହିବ। ଦୂରଯାତ୍ରାର ସୁଯୋଗ ପାଇ ସଫଳତା ମିଳିବ। ସ୍ୱାସ୍ଥ୍ୟ କିମ୍ବା ଆଇନ୍ ଅଦାଲତ୍ ସମ୍ପର୍କୀୟ ଦୁଶ୍ଚିନ୍ତା ଦୂରହେବ। ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

<<Vastu>>> | <<< Jataka Bichara >>> 

କର୍କଟ-

କୌଣସି ସହୃଦୟ ବ୍ୟକ୍ତିଙ୍କଠାରୁ ଯଥେଷ୍ଟ ସହାୟତା ପାଇବେ। ବ୍ୟବସାୟରେ ସଂଘର୍ଷ ଦ୍ଵାରା ସଫଳତା ମିଳିବ। ଅଧିକାରୀଙ୍କଠାରୁ ସହଯୋଗ ମିଳିବ। ଜମି ଜମା ସଙ୍କ୍ରାନ୍ତିୟ ପଟ୍ଟା, ଦସ୍ତାବେଜ ଏବଂ ଅନୁବନ୍ଧନ ଆଦିରେ ସଫଳତା ମିଳିବ। ବନ୍ଧୁ, ମିତ୍ର ଏବଂ ସହକର୍ମୀ ମାନଙ୍କ ଦ୍ଵାରା ଲାଭବାନ ହେବେ। କର୍ମ ବ୍ୟବସାୟ କ୍ଷେତ୍ରରେ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ। ଜାଗା, ଜମି, ସମ୍ପତ୍ତି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ। ପ୍ରତିକାର- ଅସହାୟ ବୃଦ୍ଧଙ୍କୁ ଖାଦ୍ୟ ଦିଅନ୍ତୁ।

ସିଂହ-

ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ। ସମସ୍ତ ବାଧାକୁ ସଂଘର୍ଷ କରି ଆଗକୁ ବଢି ପାରିବେ। ଶତୃଙ୍କଠାରୁ ଦୂରେଇ ରହିବା ଉଚିତ୍। ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ। ରୋମାନ୍ସ ଓ ପ୍ରେମରେ ପ୍ରସନ୍ନତାର ଅନୁଭୂତି ହେବ। ପଢିବା, ପଢେଇବା ବା ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ। କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧି ହେବ। ନିଜର ସାମୁଦାୟିକ ମାମଲା ବା ଜନ କଲ୍ୟାଣର କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।

କନ୍ୟା-

ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତିରେ ପ୍ରଶଂସିତ ହେବେ। ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। ପ୍ରତିକାର- ଷଣ୍ଢକୁ ଖାଇବାକୁ ଦିଅନ୍ତୁ।

ତୁଳା-

କର୍ମ କ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ମହିଳାମାନେ ଅନେକ କାର୍ଯ୍ୟ ନିଜେ ସମାଧାନ କରିବାକୁ ସାହସ ବାନ୍ଧିବେ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହେବ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ। ଦାମ୍ପତ୍ୟ କଳହ ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁର ସ୍ଵାଦ ଅନୁଭବ କରିବେ। ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।   

ବିଛା-

କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ରାଜନୀତିରେ କୃତକାର୍ଯ୍ୟ ହେବେ। ଗୃହରେ କଲ୍ୟାଣକର କର୍ମ ସମ୍ପାଦନ କରି ପ୍ରଶଂସିତ ହେବେ। ପାରିବାରିକ ଜୀବନ ଆନନ୍ଦମୟ ହେବ। ସ୍ୱାସ୍ଥ୍ୟ ଦିଗରୁ ବିଶେଷ ସତର୍କ ରହିବା ଉଚିତ୍। ପରୀକ୍ଷା ଓ ପ୍ରତିଦ୍ଵନ୍ଦିତାରେ ସଫଳ ହେବେ। ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ। ସେବାକାରୀମାନଙ୍କ ସହଯୋଗରେ ସମ୍ମାନଜନକ ସ୍ଥିତି ପରିଲକ୍ଷିତ ହେବ। ଜନସେବାଦ୍ଵାରା ଓ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ। ମହିଳାମାନେ ଗୁରୁଜନମାନଙ୍କର ଆଦରଣୀୟା ହୋଇ ପରିବାର ମଧ୍ୟରେ ମୁଖ୍ୟତା ଲାଭ କରିବେ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ଧନୁ-

ବୃତ୍ତିଗତ ଦୃଷ୍ଟିରୁ ସୁରକ୍ଷିତ ରହିବେ। ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ। ସ୍ଵାଭିମାନ ସୁରକ୍ଷିତ ରହିବା ଫଳରେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମନ୍ୟତାର ଅଧିକାରୀ ହେବେ। ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି। ବନ୍ଧୁବାନ୍ଧବ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବ। ମାନସିକ ଚାପବୃଦ୍ଧି ଓ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହେବ। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।

ମକର-

ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଶତୃମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା କାଏମ୍ ରଖି ପାରିଲେ ଲାଭ ପାଇବେ। ପାରିବାରିକ ଜୀବନରେ ଶାନ୍ତି, ଭାଇ ଓ ଭଉଣୀ ମାନଙ୍କ ସହିତ ଉତ୍ତମ ସମ୍ପର୍କ ରହିବ। ବନ୍ଧୁବାନ୍ଧବଙ୍କ ଦିଗରୁ ସ୍ଵାର୍ଥ ପ୍ରବଣତାର ଅଭିବୃଦ୍ଧି ଘଟିବ। ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧିପାଇବ। ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କସହ ବିବାଦ ଦେଖାଦେଇପାରେ। ଦାମ୍ପତ୍ୟ ସୁଖରେ ବାଧା ଆସିବ। ଟଙ୍କାପଇସା ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ପଡିବ। ପ୍ରତିକାର- ଗ୍ରାମ୍ୟ ଦେବା ଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କୁମ୍ଭ-

ବ୍ୟବସାୟରେ ଉନ୍ନତି ସହିତ ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ। ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେଇ ଚାକିରି କ୍ଷେତ୍ରରେ ଉନ୍ନତି ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ପାରିବାରିକ ତିକ୍ତତାର ସମସ୍ୟା ଦୂର ହୋଇ ସାଧାରଣ ଚଳଣି ଅତୁଟ ରହିବ। ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ବ୍ୟବସାୟରେ  ଉଧାର ଦେଇ ଫେରି ପାଇବା ସହଜ ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବାରୁ ମନ ଭଲ ରହିବ। ଶେଷ କରିବାକୁ ଚାହୁଁଥିବା କର୍ମଟି ପୂରଣ ହୋଇଯିବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ-

ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଆଶାତୀତ ଲାଭହେବ। କର୍ମକ୍ଷେତ୍ରରେ ପ୍ରମୋଶନ ଓ ପରିବର୍ତ୍ତନ ଆସିବ। ସଭାସମିତି, ସାହିତ୍ୟ ଓ କଳାରେ ପ୍ରଶଂସିତ ହେବେ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। କର୍ମଚାରୀମାନେ ଭାରସାମ୍ୟ ରକ୍ଷାକରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ। ପ୍ରତିକାର- ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!