ଦୀପାବଳି ଦିନ ସାରା ଦେଶ ଆଲୋକିତ ହୋଇଉଠେ । ଏହି ଦିନ କୁ ହିନ୍ଦୁ ଧର୍ମ ରେ ଅତ୍ୟନ୍ତ ଶୁଭ ବୋଲି ପାଳନ କରାଯାଇଥାଏ । ବ୍ୟକ୍ତିର ଜୀବନରେ ଗ୍ରହ ମାନଙ୍କର ଚଳନ ସର୍ବଦା ବଦଳୁ ଥାଏ । ସେହି କାରଣରୁ ଏହା କୁହାଯାଏ କି ଦୀପାବଳି ଦିନ ନିଜ ରାଶି ଅନୁସାରେ ବ୍ୟକୁ ବିଶେଷ ଉପାୟ କରିବା ଆବଶ୍ୟକ । ଏହା ଦ୍ଵାରା ନିଜ ଇଚ୍ଛା ଅନୁସାରେ ଫଳ ପ୍ରାପ୍ତି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକ କି ଉପାୟ କରିବେ ଏହି ଦୀପାବଳି ରେ।
ମେଶ ରାଶି :
ମେଶ ରାଶି ଜାତକ ଲୋକମାନେ କୌଣସି କାରଣରୁ ୫ ଦିନ ପର୍ଯ୍ୟନ୍ତ ରାଗିବା ଠାରୁ ଦୁରେଇ ରହିବା ଉଚିତ । ଏହି ମଧ୍ୟରେ ଆପଣ କୌଣସି ଜିନିଷ କୁ ମାଗଣାରେ ନିଅନ୍ତୁ ନାହିଁ, ହବ ଯଦି କାହାକୁ କିଛି ଦାନ ସ୍ୱରୂପ କିଛି ଦେଇ ଦିଅନ୍ତୁ । ୧୧ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ର ଜପ କରନ୍ତୁ ।
ବୃଷ ରାଶି :
ଏହି ଦୀପାବଳି ରେ ନୂଆ ରେଶମୀ ବସ୍ତ୍ର ପିନ୍ଧନ୍ତୁ ଏବଂ ଇତର ନିଶ୍ଚିତ ମାରନ୍ତୁ । ଏହି ଦିନ ନିକଟରେ ଥିବା ମନ୍ଦିରରେ ଗୁଡ ର ଦାନ ନିଶ୍ଚିତ କରନ୍ତୁ । ଘରର ମୁଖ୍ୟ ଦ୍ଵାରା ରେ ଘିଅ ର ଦୀପ ଜଳାନ୍ତୁ ।
ମିଥୁନ ରାଶି :
ଏହି ରାଶି ର ଜାତକ ର ଲୋକମାନେ ଦୀପାବଳି ଦିନ ମା ଲକ୍ଷ୍ମୀଙ୍କୁ ନଡିଆ ଭୋଗ କରନ୍ତୁ । ଜୀବନ ସାରା ଧନର ବର୍ଷା ହବ ।
କର୍କଟ ରାଶି :
ଏହି ରାଶି ର ଲୋକମାନେ ସୁନା ପିନ୍ଧି କେସର ରଙ୍ଗ ର ତିଳକ ମାରିବା ଉଚିତ ।
ସିଂହ ରାଶି :
ଏହି ରାଶି ର ଲୋକମାନେ ଗାଈ ଘିଅ ର ଦୀପ ଘର ର ମୁଖ୍ୟ ଦ୍ଵାରରେ ଜଳାନ୍ତୁ । ଏହି ଦିନ ଘରର ମନ୍ଦିର ରେ ଶ୍ରୀ ଯନ୍ତ୍ର ନିଶ୍ଚିତ ସ୍ଥାପନ କରନ୍ତୁ ।
କନ୍ୟା ରାଶି :
ଏହି ରାଶି ର ଲୋକମାନେ ନିଜ ଘରର କବାଟରେ ଏକ ଲୁହା କଣ୍ଟା ମାରି ଦିଅନ୍ତୁ ।
ତୁଳା ରାଶି :
ଏହି ରାଶି ର ଲୋକମାନେ ଦୀପାବଳି ର ପାଞ୍ଚ ଦିନ ପର୍ଯ୍ୟନ୍ତ ଘର ରେ ଗୋମୁତ୍ର ଛିଞ୍ଚିବା ଉଚିତ ।
ବିଚ୍ଛା ରାଶି :
ଏହି ରାଶି ର ଲୋକମାନେ ହନୁମାନ ଚାଳିଶା ପଢିବା ଉଚିତ ।
ଧନୁ ରାଶି :
ଏହି ରାଶି ର ଲୋକମାନେ ରୁଟି ରେ ଘିଅ ଲଗାଇ ଗାଈ କୁ ଖାଇବାକୁ ଦିଅନ୍ତୁ ।
ମକର ରାଶି :
ଏହି ରାଶି ର ଲୋକମାନେ ଘରର ଦକ୍ଷିଣ ଦିଗରେ ସୋରିଷ ତେଲ ର ଦୀପ ଜଳାନ୍ତୁ ।
କୁମ୍ଭ ରାଶି :
ଏହି ରାଶି ର ଲୋକମାନେ ଦୀପାବଳି ରାତିରେ ମା ଲକ୍ଷ୍ମୀଙ୍କୁ କ୍ଷୀରୀ ଭୋଗ ଲଗାନ୍ତୁ । ଆଉ ନିଜେ ମଧ୍ୟ ସେବନ କରନ୍ତୁ ।
ମିନ ରାଶି :
ଏହି ରାଶି ର ଲୋକମାନେ ଦୀପାବଳି ରାତିରେ ଶନି ମନ୍ଦିର ରେ ତେଲ ର ଦୀପ ଜଳାନ୍ତୁ ।