ଦୈନିକ ରାଶିଫଳ: ୩ ନଭେମ୍ବର ୨୦୧୮। ଶନି ଦେବଙ୍କ ଅସିମ କୃପା ବର୍ଷିବ ଏହି ୩ ରାଶି ଉପରେ, ବନୁଛି ରାଜଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୩ ନଭେମ୍ବର ୨୦୧୮। ଶନି ଦେବଙ୍କ ଅସିମ କୃପା ବର୍ଷିବ ଏହି ୩ ରାଶି ଉପରେ, ବନୁଛି ରାଜଯୋଗ

ମେଷ:-

ଧର୍ମକାର୍ଯ୍ୟପ୍ରତି ମନବଳାଇ ବହୁତ ଶାନ୍ତି ଲଭିବେ। କୋର୍ଟ କଚେରୀ ମାମଲାରେ ବିଜୟୀ ହେବେ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହେବ। କର୍ମକ୍ଷେତ୍ରରେ ଟେନସନ ଦୂର ହେବ। ଘରଲୋକଙ୍କୁ ଅବିଶ୍ଵାସ କରି ପରଲୋକଙ୍କୁ ବିଶ୍ଵାସ କଲେ ହଇରାଣରେ ପଡିବେ। ପରିବାରରେ କିଛି ଅର୍ଥ ସଙ୍କଟ ଦେଖାଦେବାରୁ ଅତ୍ୟଧିକ ଚିନ୍ତା କରିବେ। କୌଣସି କାମ ପ୍ରତି ମନ ଲାଗିବ ନାହିଁ। ଈର୍ଷାପରାୟଣ ବ୍ୟକ୍ତିମାନେ କଟୁ ବଚନ ଶୁଣେଇବେ। ପ୍ରତିକାର-ବୃଦ୍ଧ ବୃଦ୍ଧାଙ୍କୁ ସହାୟତା କରି ଆଶୀର୍ବାଦ ପ୍ରାପ୍ତ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ପରୀକ୍ଷା ପ୍ରତିଯୋଗିତାରେ ଶୁଭଫଳ ମିଳିବ। ଅତି ପ୍ରିୟବନ୍ଧୁ ଆର୍ଥିକ ସହାୟତାରେ  ସାହାଯ୍ୟ କରିବେ। ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ଦୂରେଇ ଯାଇଥିବା ବନ୍ଧୁ ଅତି ଆପଣାର ହେବେ। ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ। ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢିବ। କଳା ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ପରିବାରର ସାହାଯ୍ୟରେ ଉପକୃତ ହେବେ। ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ପ୍ରତିକାର- ଗଙ୍ଗାଜଳ ସେବନ କରନ୍ତୁ।

ମିଥୁନ:-

କାମ-କାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ। ସମସ୍ତ କ୍ଷେତ୍ରରେ ଖୁସି ମିଳିବ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ। ଅଟକିଥିବା କାର୍ଯ୍ୟ ପୂରଣ ହେବ। ପ୍ରତିଯୋଗୀତା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। କଠିନ କାର୍ଯ୍ୟ ସହଜରେ ସମାଧାନ କରିବେ। ସ୍ଵାସ୍ଥ୍ୟକ୍ଷେତ୍ରରେ ପରିବର୍ତ୍ତନ ଆସିବ। ବନ୍ଧୁ ମିତ୍ରଙ୍କ ଆଗମନ ହେବ ଓ ବନ୍ଧୁଙ୍କର କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇପାରେ। ସମ୍ପତ୍ତି ସମ୍ବନ୍ଧିୟ ମାମଲାରେ ଜୟ ହେବ। ଗୁରୁଜନ ଓ ବୃଦ୍ଧଜନଙ୍କ ସେବା କଲେ ଅନେକ ଆଶୀର୍ବାଦ ପାଇବେ। ପ୍ରତିକାର- କୁକୁରକୁ ଖାଇବାକୁ ଦିଅନ୍ତୁ।

<<Vastu>>> | <<< Jataka Bichara >>> 

କର୍କଟ:-

ଶିକ୍ଷାକ୍ଷେତ୍ରରେ ସଫଳତା ମିଳିବ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ପ୍ରେମୀ-ପ୍ରେମିକାଙ୍କ ସାମଞ୍ଜସ୍ୟ ବୃଦ୍ଧି ହେବ। ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ। ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ। ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ। ପରିବାରର କେତେକ ଅକୁହା କଥା ଚିନ୍ତା କରି ଅନ୍ୟମାନଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖିବେ। ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।

ସିଂହ:-

ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ। କର୍ମ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ନେଇ ପ୍ରଶଂସିତ ହେବେ। ପରିବହନ ଓ ବ୍ୟବସାୟିକସ୍ଥିତି ସୁଦୃଢ ହେବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ। ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବେ। ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ। ବ୍ୟବସାୟର ଡାକରା ପାଇ ଯାତ୍ରା କରିବାକୁ ବାଧ୍ୟ ହେବେ। ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ। ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। ପ୍ରତିକାର- ଗାଈକୁ ଖାଇବାକୁ ଦିଅନ୍ତୁ।

କନ୍ୟା:-

କୌଣସି ଜରୁରୀ କାର୍ଯ୍ୟ ପାଇଁ ଯାତ୍ରା କରିବାକୁ ପଡିବ। ପ୍ରେମ-ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ। ସ୍ଵାସ୍ଥ୍ୟରେ ପରିବର୍ତ୍ତନ ଅନୁଭବ କରିବେ। କାମ-କାର୍ଯ୍ୟର ସ୍ଥିତି ବହୁତ ସନ୍ତୋଷଜନକ ହେବ ଓ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କ ସହଯୋଗରେ ଆଗକୁ ବଢିପାରିବେ। ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରିପାରିବେ। ବାଦ-ବିବାଦ, ପ୍ରତିଯୋଗୀତା-ପରୀକ୍ଷା, ଓ ମାଲିମୋକଦ୍ଦମାର ସମାଧାନ ହେବ। ପ୍ରତିକାର-ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ତୁଳା:-

କର୍ମ କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ଆୟ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ  ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିଯିବ। ନିର୍ମାଣଧୀନ କାର୍ଯ୍ୟ ସମ୍ପନ୍ନ ହେବ। ପରୀକ୍ଷା ପ୍ରତିଯୋଗିତାରେ ସଫଳତା ମିଳିବ। ସ୍ଥଗିତଥିବା କର୍ମଟି ପୂରଣ ହେବ। କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ମହିଳାମାନଙ୍କପାଇଁ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ବିଛା:-

କର୍ମ କ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ। ପୁରୁଣା ନିବେଶ ଲାଭ ଦେବ। ଆର୍ଥିକସ୍ଥିତି ସୁଧୁରି ଯିବା ଫଳରେ ଯଶ ପ୍ରତିଷ୍ଠା ମିଳିବ। ପ୍ରପର୍ଟୀ ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ। ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ। ଆର୍ଥିକ ଉନ୍ନତି ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇପାରିବ। ନୂଆ ଚାକିରୀ ହେବାର ଅଫର୍ ମିଳିବ। ଶାରୀରିକ କଷ୍ଟ ଦୂର ହେବ। ବ୍ୟବସାୟରେ ଆଶାତୀତ ଲାଭକରି ବ୍ୟାଙ୍କବାଲାନ୍ସ ବୃଦ୍ଧି ହେବ। ପ୍ରତିକାର-ପିତା ମାତାଙ୍କ ଆଜ୍ଞା ପାଳନ କରନ୍ତୁ।  

ଧନୁ:-

ନୂତନ ଓ ପୁରାତନ ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ। ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି  ବେଶ୍ ଆନନ୍ଦ ଅନୁଭବ କରିବେ। ଅଫିସ୍ କାମରେ ପରିଚାଳନାଗତ ସମସ୍ୟା ଦେଖାଦେଇ ପରେ। ପରକଥାରେ ପଡି ପରିବାରରେ କଳହ ସୃଷ୍ଟି ହେବ। ଦୂରଯାତ୍ରା କରିବା ଦ୍ଵାରା ଅସୁସ୍ଥତା ଅନୁଭବ କରିବେ। ସାଧାରଣ କଥାକୁ ନେଇ ମନରେ ବିରକ୍ତିଭାବ ପ୍ରକାଶ ପାଇବ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମକର:-

ପାରିବାରିକ କ୍ଷେତ୍ରରେ ଅଧୁରା କାର୍ଯ୍ୟ ପୂରଣ ହେବ। ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଓ ଅବସର ମିଳିପାରେ। ନୂଆ ଚାକିରୀ ମଧ୍ୟ ମିଳିପାରେ। ନୂତନ ଜ୍ଞାନର ବୃଦ୍ଧି ହେବ। ଶୁଭ ସମାଚାର ମିଳିପାରେ। ପ୍ରେମୀ-ପ୍ରେମିକାଙ୍କ ଉନ୍ନତି ପାଇଁ ପ୍ରୟାସରତ ହେବେ। ସନ୍ତାନର ଖୁସି ଓ ସୁରକ୍ଷିତ ଅନୁଭବ କରିବେ। ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ପରିବାରରେ କାହାର ସ୍ଵାସ୍ଥ୍ୟସମସ୍ୟା ନେଇ ମାନସିକ ଚିନ୍ତା ବୃଦ୍ଧି ପାଇବ। ଅଯଥା ଧାଁଦୌଡ ଯୋଗୁ ଶକ୍ତିର ଅପଚୟ ହେବ। ପ୍ରତିକାର:- ଅସହାୟା ବୃଦ୍ଧାଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ:-

ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ।ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କସ୍ଥାପିତ ହେବ। ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ। ଧର୍ମ-କର୍ମରେ ରୁଚି ବୃଦ୍ଧି ହେବ। କୌଣସି ଶୁଭକାର୍ଯ୍ୟ କରିବାକୁ ଆୟୋଜନ ମଧ୍ୟ କରିବେ। ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇଯିବ। ଚାକିରୀରେ ପଦୋନ୍ନତି ହେବ। ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରଣ କରିବେ। ପରିବାର ସମ୍ବନ୍ଧିତ ବା କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ। ଶତ୍ରୁ ବା ବିରୋଧୀ କିଛି କ୍ଷତି କରିପାରିବେ ନାହିଁ। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।

ମୀନ:-

ଅଧା-ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ। କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ। ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ। ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ। ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ। କମିଶନ ସମ୍ବନ୍ଧିତ କାର୍ଯ୍ୟରେ ଲାଭ ମିଳିବ। ସନ୍ତାନର ସୁ-ଖବର ଶୁଣି ଖୁସି ହେବେ। ନିଜର ଚତୁରତା ଓ ପତିଆରା ଯୋଗେ ବିପରୀତ ପରିସ୍ଥିତିକୁ ନିଜ ସପକ୍ଷକୁ ଆଣି ପାରିବେ। ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!