ଆଜି କେମିତି ରହିବ ଆପଣଙ୍କ ଦିନ : ୧୯ ଜୁନ୍ ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧୯ ଜୁନ୍ ୨୦୧୮

ମେଷ-

ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ସେନାନାୟକ ବା ପୁଲିସ ହାକିମ, ଅଥବା ପ୍ରଶାସକମାନଙ୍କର ଉନ୍ନତିହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ଛାତ୍ର-ଛାତ୍ରୀମାନେ ପ୍ରତ୍ୟୁତ୍ମନ ମତିତା କାରଣରୁ ଖୁସି ଗପ ଓ ମଉଜ ମଜଲିସ୍ କରିବେ। ପାରିବାରିକ ପ୍ରତିରୋଧ କାମକୁ ଶୃଙ୍ଖଳିତ କରିବ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ-

ନୂତନ ଗୃହନିର୍ମାଣ ପାଇଁ ପ୍ରସ୍ତୁତି କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ବିଦେଶୀ ବା ଦୂରବନ୍ଧୁ ଖୁବ୍ ସାହାଯ୍ୟ କରିବେ। ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। କର୍ମକ୍ଷେତ୍ରରେ ପଦୋନ୍ନତି, ଅକସ୍ମାତ ଭୂମିଲାଭ ଯୋଗ ମଧ୍ୟ ଘଟିବ। ମହିଳାମାନେ କୌଣସି ବାଧା ବନ୍ଧନ ନମାନି  ଆଗେଇ ଯିବାର ସୁଯୋଗ ପାଇବେ। ପ୍ରତିକାର:- ଅସହାୟବୃଦ୍ଧ ଓ ବୃଦ୍ଧା ମାନଙ୍କୁ ସାହାଯ୍ୟ କରନ୍ତୁ।

<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ମିଥୁନ-

ବ୍ୟବସାୟୀମାନଙ୍କର ବ୍ୟକ୍ତିତ୍ୱର ପ୍ରଭାବ ବୃଦ୍ଧି ପାଇବାସହ ଲାଭବାନ ହେବେ। ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତାରେ ପ୍ରଶାସନସେବା ସଂବନ୍ଧିତ ପରୀକ୍ଷାରେ ଉତ୍ତୀର୍ଣ୍ଣହେବେ। ମହିଳାମାନେ କୌଣସିଥିରେ ଅଭିମାନ ନକଲେ ଦିନଟି ବେଶ ସୁଖରେ କାଟିବେ। ସନ୍ତାନମାନେ ସୁନାମ ଅର୍ଜନ କରିବେ। ରାଜନୈତିକ କ୍ଷେତ୍ରରେ ପଦ ପଦବୀ ଲାଭହେବ। ଘଣ୍ଟିକା ପାକସ୍ଥଳୀ, ମୂତ୍ରାଶୟ ଓ ଆମାଶୟ ରୋଗ ଦେଖାଦେଇ ପାରେ। ପ୍ରତିକାର:- କୁକୁରକୁ ଖାଦ୍ୟ ଦିଅନ୍ତୁ । 

କର୍କଟ-

ରାଜନୀତି କ୍ଷେତ୍ରରେ ନିଜ ସ୍ଵାର୍ଥକୁ ସର୍ବସ୍ଵ ମଣି ଅନ୍ୟମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାହାଯ୍ୟକରିବେ। ପରିବାରରେ ପଡୋଶୀ ଓ ଭ୍ରାତୃ ବିବାଦର ଆଶଙ୍କା ରହିଛି। ମହିଳାମାନଙ୍କର ଚୋରୀ ଓ ପ୍ରତାରଣା ଯୋଗୁ କ୍ଷତିଗ୍ରସ୍ତ ହେବେ। ଛାତ୍ର-ଛାତ୍ରୀମାନେ ଅଧିକ ପରିଶ୍ରମ କରି ଲକ୍ଷ୍ୟ ସିଦ୍ଧି କରିବେ। କର୍ମକ୍ଷେତ୍ରରେ ନିଃସଙ୍ଗତା ଓ ଅସମାହିତ ସମସ୍ୟା ଦେଖାଦେବ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ସିଂହ-

ଛାତ୍ର-ଛାତ୍ରୀମାନଙ୍କର ପଢାପଢିରେ ମନ  ଲାଗିବ ଓ ପରୀକ୍ଷାରେ କୃତକାର୍ଯ୍ୟ ହେବେ। କୌଣସି ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ମହିଳାମାନେ ଏକାକିତ୍ଵ ବୋଧର କୁହୁଳା ଅବଶୋଷରୁ ମୁକ୍ତ ହେବେ। ପିତ୍ତପ୍ରକୂପିତ ଉଦର ରୋଗର ଉପସର୍ଗ ଓ ସାମୟିକ ରକ୍ତଚାପ ବା ଶିରୋପୀଡା ଜନିତ ପୀଡାରୁ ମୁକ୍ତି ମିଳିବ। ପ୍ରତିକାର:- ଅସହାୟବୃଦ୍ଧ ଓ ବୃଦ୍ଧା ମାନଙ୍କୁ ସାହାଯ୍ୟ କରନ୍ତୁ ।

କନ୍ୟା-

ବ୍ୟବସାୟରେ ନିଜ ସ୍ଥିତିର ପରିବର୍ତ୍ତନ ଘଟିବ ଓ ଉନ୍ନତି ହେବ। ମହିଳାମାନେ ଦୈବୀଶକ୍ତି ବଳରେ ବିପଦରୁ ରକ୍ଷା ପାଇପାରିବେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟତା ଭାଗ୍ୟର ବିଡମ୍ବନା ହେବ। ରାଜନୀତି କ୍ଷେତ୍ରରେ ସ୍ଥଳ ବିଶେଷେ ସ୍ଥାନ ପରିବର୍ତ୍ତନ ଯୋଗେ ଅସନ୍ତୋଷର କାରଣ ହେବ। ଛାତ୍ର-ଛାତ୍ରୀମାନେ ପ୍ରତିଯୋଗିତା କ୍ଷେତ୍ରରେ ବହୁକଷ୍ଟରେ ଜୟଯୁକ୍ତ ହେବେ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ତୁଳା-

କର୍ମକ୍ଷେତ୍ରରେ ସେବାୟତମାନଙ୍କ ଉପରେ କର୍ତ୍ତୃତ୍ଵ ବିସ୍ତାର କରି କାର୍ଯ୍ୟ ହାସଲ କରିବେ। ପରିବାର କ୍ଷେତ୍ରରେ ଗୁରୁଜନଙ୍କ  ସ୍ନେହ-ସହାନୁଭୁତି ହାସଲରେ ସମର୍ଥ ହେବେ। ଯୁବତୀମାନେ ଆକସ୍ମିକ ଭାବରେ କୌଣସି ସୂତ୍ରରୁ ମୋଟା ଅର୍ଥ ପାଇଯିବେ। ପରୀକ୍ଷା ପ୍ରତିଯୋଗିତା, ବାଦ-ବିବାଦ ଓ ମାଲିମୋକଦ୍ଦମାରେ ସଫଳତା ମିଳିବ। କର୍ମସଂଧାନୀ ମାନେ କର୍ମ ନିଯୁକ୍ତି ପାଇବେ। ପ୍ରତିକାର:- ଅସହାୟବୃଦ୍ଧ ଓ ବୃଦ୍ଧା ମାନଙ୍କୁ ସାହାଯ୍ୟ କରନ୍ତୁ ।

ବିଛା-

ଧୀର ସ୍ଵଭାବ, ସ୍ଥିରଚିତ୍ତ ଓ ଦୃଢ ବିଚାର ବଳରେ ବିଶେଷ ଉପକୃତ ହେବେ। କର୍ମକ୍ଷେତ୍ରରେ ମାଲିକ ସପକ୍ଷ ସଂଗଠନର ନେତୃତ୍ଵ ନେଇ କର୍ତ୍ତୁପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ। ଉଚ୍ଚଆଶା ସଫଳ ହେବ। ବିଚାର ବିଭାଗ ରାୟ ସପକ୍ଷରେ ଯିବ। ସରକାରୀ ଚାପ ପଡିଲେ ମଧ୍ୟ ରାଜନୀତିରେ ସଫଳତା ମିଳିବ। ବ୍ୟବସାୟରେ  ସାମାନ୍ୟ ଲାଭ ପାଇବେ। ପରିବାରରେ ମାନ ମନାନ୍ତର ଦୂର ହେବ। ପ୍ରତିକାର- ଗୁଡ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

ଧନୁ-

ଧର୍ମଦିଗରୁ ଦୂରେଇ ଯାଇ ବୈଷୟିକ-ଆସକ୍ତି ଦ୍ଵାରା ଜଡିତ ହେବେ। ଅନ୍ୟମାନଙ୍କପ୍ରତି ଉଦ୍ଦିଷ୍ଟ କର୍ତ୍ତବ୍ୟ-କର୍ମକୁ ପାସୋରି କେବଳ ନିଜକୁ ଦେଖିବେ। କର୍ମକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ ଓ ଲକ୍ଷ୍ୟହାସଲ ହିଁ ମୂଳ ଆଭିମୁଖ୍ୟ ହେବ। ବିଦେଶ ଯାତ୍ରାରେ ଲାଭବାନ ହେବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଚଳାଇବେ। ପ୍ରତିକାର- ବାସି ରୁଟି କୁକୁରକୁ ଖାଇବାକୁ ଦିଅନ୍ତୁ।

ମକର-

ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ବିପଦରେ ପକାଇବ। ପାରିବାରିକ କ୍ଷେତ୍ରରେ ଅସନ୍ତୋଷ ଦେଖାଦେବ। ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ। ସାମାଜିକ ପତିଆରା ଅମଳିନ ରହିବ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ଦୂରେଇ ଜୀବ। ଆଘାତ ପ୍ରାପ୍ତି ବା ରକ୍ତ ଦୋଷରୁ ଅଥବା ଗୁପ୍ତ ରୋଗପାଇଁ ସାମୟିକ କଷ୍ଟ ଭୋଗିବେ। ମହିଳାମାନେ କାନ୍ଧ  ଓ ହାତରେ ସାମାନ୍ୟ ଧରଣର ପୀଡା ଅନୁଭବ କରିବେ। ଖାଦ୍ୟ ଭିତରେ ସୁରସ ଖାଦ୍ୟ, ଚୂଡାଭଜା, ଅଦା, ଟମାଟୋ, ଗାଜର, ପାଳଙ୍ଗ ଶାଗ, କଲରା, କାଗେଜିଲେମ୍ବୁ ଅଧିକ ଖାଇବା ଉଚିତ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy

Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988

କୁମ୍ଭ-

କର୍ମକ୍ଷେତ୍ରରେ  ପଦୋନ୍ନତି ସହ ସୁଖ, ସମ୍ପତ୍ତି ଓ ସାହାଯ୍ୟ ପ୍ରାପ୍ତି ହେବ। ଗୃହବାହନ ପ୍ରାପ୍ତି ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ବାଦ-ବିବାଦ, ପରୀକ୍ଷା, ପ୍ରତି ଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ ଜୟଲାଭ ହେବ। ଶତୃନାଶ, ଧନପ୍ରାପ୍ତି, ମିତ୍ରଲାଭ, ଉଚ୍ଚ ସମ୍ମାନ ପାଇବେ। ଶାରୀରିକ ପୀଡା, ମନର ଦୁଶ୍ଚିନ୍ତା ଦୂର ହୋଇଯିବ। କାରବାରର ସୀମା ବଢାଇ ହେବ। ଅନୁଢାମାନଙ୍କର ବିବାହ ଘଟିବା ସହ ବୈଷୟିକ ବା ଧନ ସମୃଦ୍ଧିଯୁକ୍ତା ହେବେ। ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।

ମୀନ-

ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭ ବାନହେବେ। ରାଜନୀତି କ୍ଷେତ୍ରରେ ଉଦ୍ୟମ ଓ ଦୃଢମନରେ  ପରୋପକାର କରିବେ। ମହିଳାମାନେ ପରିବର୍ତ୍ତନଶୀଳ ଭାଗ୍ୟ ନେଇ ଜୀବନ ଶୈଳୀ ଗଢିବେ। ଛାତ୍ର ଛାତ୍ରୀ ମାନେ ବହୁ ଦିଗରୁ ଉପକୃତ  ହେବେ। କର୍ମକ୍ଷେତ୍ରରେ ବାହ୍ୟ ପ୍ରତିପତ୍ତି ଉଣା ହେବ ନାହି। ପାରିବାରିକ ଜୀବନ ସୁଖରେ କାଟିବେ। ପ୍ରତିକାର:- ଷଣ୍ଢଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!