ଦୈନିକ ପାଞ୍ଜି: ଜୁଲାଇ ୧୯, ୨୦୧୮

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ପାଞ୍ଜି: ଜୁଲାଇ ୧୯, ୨୦୧୮

ସୂର୍ଯ୍ୟୋଦୟ   ପ୍ରାଘ୫।୧୮।୦୪ସେ   ଚନ୍ଦ୍ରୋଦୟ ଦିଘ୧୧।୨୧ମି.

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସୂର୍ଯ୍ୟାସ୍ତ   ସଂଘ୬।୨୧।୨୫ସେ       ଚନ୍ଦ୍ରାସ୍ତ ରାଘ୧୧।୩୨ମି.

ଉଡ୍ରାବ୍ଦ ୧୪୨୫ସାଲ କର୍କଟ ୩ ଦିନ ରାଷ୍ଟ୍ରିୟ ଆଷାଢ ୨୮ଦିନ ଗୁରୁବାର

ଚାନ୍ଦ୍ରମାନ – ଆଷାଢ଼ମାସ ଶୁକ୍ଳପକ୍ଷ, ସପ୍ତମୀତିଥୀ ଦିଘ୧।୩୬।୩୮,

ହସ୍ତାନକ୍ଷତ୍ର ସକାଳ ଘ୭।୫୩।୨୩ କନ୍ୟାଚନ୍ଦ୍ର ରାତି ଘ୭।୫୬, ଶିବଯୋଗ ସକାଳ ଘ୯।୩୮।୩

ବାଣିଜ୍ୟକରଣ ଦିଘ୧।୩୬।୩୮, ବିଷ୍ଟିକରଣ ରାଘ୧।୨୪।୨୧

ରବ୍ୟଂଶଽ ୨।୧୧।୨୨, ସୂକ୍ଷ୍ମଚନ୍ଦ୍ର ରା୫।୨୧।୫୩।୧୭

ଦିନମାନ ଘ୧୩।୩।୨୧, ରାତ୍ରମାନ ଘ୧୦।୫୬।୩୯

<<< ଓଡିଆ କ୍ୟାଲେଣ୍ଡର ୨୦୧୮ >>> | <<< Janma Patrika>>>

ଯୋଗିନୀବାସ-

ବାୟବ୍ୟେ ଦିଘ୧।୩୬ମି ଗତେ ଐଶାନ୍ୟେ ଯାତ୍ରା ନିଷେଧ।

ନିଷେଧଖାଦ୍ୟ-

ଦିଘ୧।୩୬ମି ମଧ୍ୟେ ତାଳ ଓ ପରେ ନଡିଆ ନ ଖାଇଲେ ଭଲ।

ଶୁଭସମୟ-

ମାହେନ୍ଦ୍ର ସୂର୍ଯ୍ୟୋଦୟରୁ ଘ୭-୩ମି, ଦିଘ୧୦-୩୨ମି ରୁ ଘ୧-୮ମି, ଅମୃତ ରାତ୍ର ୨-୨୪ମି ରୁ ଘ୩-୭ମି।

ଚନ୍ଦ୍ରଶୁଦ୍ଧି-

ମେଷ, ବୃଷ, କର୍କଟ, ସିଂହ, କନ୍ୟା, ବିଛା, ଧନୁ, ମକର, ମୀନ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି ଓ  ରାଘ୭।୫୬ମି ଗତେ ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ଧନୁ, ମକର, କୁମ୍ଭ ରାଶି ବ୍ୟକ୍ତିମାନଙ୍କର ଚନ୍ଦ୍ରଶୁଦ୍ଧି।

ତାରାଶୁଦ୍ଧି-

ଅଶ୍ଵିନୀ, କୃତ୍ତିକା, ମୃଗଶିରା, ଆର୍ଦ୍ରା, ପୁଷ୍ୟା, ମଘା, ଉତ୍ତରା ଫାଲଗୁନି, ଚିତ୍ରା, ସ୍ଵାତୀ, ଅନୁରାଧା, ମୂଳା, ଉତ୍ତରା ଷାଢା, ଧନିଷ୍ଠା, ଶତଭିଷା, ଉତ୍ତର ଭାଦ୍ରପଦ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ଓ ସଘ୭।୫୩।୨୩ ଗତେ ଦ୍ଵିଜା, ରୋହିଣୀ, ଆର୍ଦ୍ରା, ପୁନର୍ବସୁ, ଆଶ୍ଳେଷା, ପୂର୍ବାଫାଲଗୁନି, ହସ୍ତା, ସ୍ଵାତୀ, ବିଶାଖା, ଜ୍ୟୋଷ୍ଠା, ପୂର୍ବାଷାଢା, ଶ୍ରବଣା, ଶତଭିଷା, ପୂର୍ବ ଭାଦ୍ରପଦ, ରେବତୀ ।

ଘାତବାର ଓ ଘାତଚନ୍ଦ୍ର-

ତୁଳା/କୁମ୍ଭ ରାଶିର ଘାତବାର। ବୃଷ ରାଶିର ଘାତଚନ୍ଦ୍ର।

ରଜଶ୍ଚକ୍ର-

ପ୍ରଥମ ରଜଦର୍ଶନେ ରଜଶ୍ଚକ୍ରେ- ସୁଭଗା ।

ସାମ୍ବତ୍ସରିକ ଶ୍ରାଦ୍ଧ-

ଆଜି ସପ୍ତମୀର ଏକୋଦ୍ଦିଷ୍ଟ ଓ ଅଷ୍ଟମୀର ପାର୍ବଣ ଶ୍ରାଦ୍ଧ ହେବ।

ପୁଷ୍କରଦୋଷ-

ଆଜି ମୃତବ୍ୟକ୍ତିର ଦିଘ୧।୩୬ ମଧ୍ୟେ ଏକପାଦ ତିଥିଦୋଷ ଯୋଗେ କୃଷିନାଶ ହେବ ତେଣୁ ବାରପତ୍ର ଦିନ ମୂଲ୍ୟକଳ୍ପିତ ଭୂମିଦାନ ସହ ଶାନ୍ତି ହୋମ କରିବା ଉଚିତ୍।

ଅଶୁଭସମୟ-

ରାହୁକାଳ- ଦିଘ୧।୨୯ମି ରୁ ଘ୩।୭ମି, ବାରବେଳା- ଦିଘ୪।୪୬ମି ରୁ ଘ୬।୨୩ମି, କାଳବେଳା- ଦିଘ୩।୮ମି ରୁ ଘ୪।୪୬ମି, କାଳରାତ୍ରି- ରାଘ୧୧।୫୨ମି ରୁ ଘ୧।୧୪ମି।

ସୂର୍ଯ୍ୟଉଦୟ କାଳିନ ଗ୍ରହସ୍ଫୁଟ-

ରବି ରା୩।୨।୧୧।୨୨, ଚ୫।୨୧।୫୩।୧୭, ମ୯।୧୨।୧୪।୩୧, ବୁ୩।୨୭।୧୭।୧୯, ବୃ୬।୧୯।୨୧।୩୭, ଶୁ୪।୧୫।୪୪।୨୧, ଶ୮।୧୦।୧୨।୩୯, ରା୩।୧୧।୪୩।୧୯, କେ୯।୧୧।୪୩।୧୯।

ଉଦୟଲଗ୍ନ-

ପ୍ରାତଃ ଘ୫।୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ। ଘ୭।୨୩ ମିନିଟ୍ ରୁ ସିଂହ ଲଗ୍ନ ଆରମ୍ଭ। ଘ୯।୩୧ ମିନିଟ୍ ରୁ କନ୍ୟା ଲଗ୍ନ ଆରମ୍ଭ। ଘ୧୧।୩୯ ମିନିଟ୍ ରୁ ତୁଳା ଲଗ୍ନ ଆରମ୍ଭ। ଘ୧।୫୧ ମିନିଟ୍ ରୁ ବିଛା ଲଗ୍ନ ଆରମ୍ଭ। ଘ୪।୬ ମିନିଟ୍ ରୁ ଧନୁ ଲଗ୍ନ ଆରମ୍ଭ। ଘ୬।୧୨ ମିନିଟ୍ ରୁ ମକର ଲଗ୍ନ ଆରମ୍ଭ। ଘ୮।୦ ମିନିଟ୍ ରୁ କୁମ୍ଭ ଲଗ୍ନ ଆରମ୍ଭ। ଘ୯।୩୬ ମିନିଟ୍ ରୁ ମୀନ ଲଗ୍ନ ଆରମ୍ଭ। ଘ୧୧।୧୦ ମିନିଟ୍ ରୁ ମେଷ ଲଗ୍ନ ଆରମ୍ଭ। ଘ୧୨।୫୩ ମିନିଟ୍ ରୁ ବୃଷ ଲଗ୍ନ ଆରମ୍ଭ। ଘ୨।୫୨ ମିନିଟ୍ ରୁ ମିଥୁନ ଲଗ୍ନ ଆରମ୍ଭ। ପ୍ରାତଃ ଘ୫।୫ ମିନିଟ୍ ରୁ କର୍କଟ ଲଗ୍ନ ଆରମ୍ଭ।

Jyotirbid Dr. Pramod Satapathy
Jantra Jyotisha

For personalized consultation and appointment,
you can connect on WhatApp @ 7008758366
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366

ଶୁଭକର୍ମ-

ଆଜି ବାକ୍ୟଦାନ, ନିର୍ବନ୍ଧ ଓ ଅଳଙ୍କାର ଧାରଣ, ସିମନ୍ତୋନୟନ, ଭୂମି ପୂଜନ, ବାଣିଜ୍ୟକରଣ, ଦେବତା ପ୍ରତିଷ୍ଠା, ଦେବତା ଗଠନ, ବିଦ୍ୟାରମ୍ଭ, ନୂତନ ଅକ୍ଷର ଆରମ୍ଭ, ନୌକା ଚଳନ, ଯାନକ୍ରୟ ଓ ଯାନାଦି ଆରୋହଣ, ପୁଂସବନ, ନାମକରଣ, ନିଷ୍କ୍ରାମଣ, ଔଷଧ କରଣ, ଔଷଧ ସେବନ, ଅନ୍ନପ୍ରାଶନ୍ନ, ନବାନ୍ନ ଭକ୍ଷଣ, କର୍ଣ୍ଣବେଧ, ନାଟ୍ୟାରମ୍ଭ, ଧାନ୍ୟ ସ୍ଥାପନ, ଋଣଦାନ ଓ ଋଣଗ୍ରହଣ, ଆରୋଗ୍ୟ ସ୍ନାନ, ହଳ ଆରମ୍ଭ, ବିହନ ବୁଣା, ବୃକ୍ଷରୋପଣ ଆଦି ହେବ।

ଆଜିଜନ୍ମ ହୋଇଥିବା ଶିଶୁର ରାଶି, ନକ୍ଷତ୍ର, ମହାଦଶା, ଲଗ୍ନ ଓ ଗ୍ରହସ୍ଥିତି-

ସୂର୍ଯ୍ୟ ଉଦୟ ଠାରୁ ସକାଳ ଘ୭।୫୩।୨୩ ସେକେଣ୍ଡ ମଧ୍ୟେ ହସ୍ତାନକ୍ଷତ୍ର କନ୍ୟାରାଶି ଚନ୍ଦ୍ରମହାଦଶାରେ ଜନ୍ମହୋଇଛି। ସକାଳ ଘ୭।୫୩।୨୩ ସେକେଣ୍ଡ ପରେ ରାତି ଘ୭।୫୬ ମିନିଟ୍ ମଧ୍ୟେ ଚିତ୍ରାନକ୍ଷତ୍ର କନ୍ୟାରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ଓ ରାତି ଘ୭।୫୬ ମିନିଟ୍ ପରେ ଚିତ୍ରାନକ୍ଷତ୍ର ତୁଳାରାଶି ମଙ୍ଗଳମହାଦଶାରେ ଜନ୍ମହୋଇଛି ବୋଲି ଜାଣିବେ। ଗ୍ରହସ୍ଫୁଟ ଓ ଲଗ୍ନସମୟକୁ ଦେଖି ନିଜେ ଲଗ୍ନ ଓ  ଗ୍ରହସ୍ଥିତି ଜାଣିପାରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!