ଦୈନିକ ରାଶିଫଳ: 18 ନଭେମ୍ବର ୨୦୨୦, ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୦ ମସିହା, ନଭେମ୍ବର ମାସ ୧୮ତାରିଖ, ବୁଧବାର, ବିଛାମାସ ୩ଦିନ, କାର୍ତ୍ତିକମାସ, ଶୁକ୍ଳପକ୍ଷ, ଚତୁର୍ଥୀତିଥି, ମୂଳାନକ୍ଷତ୍ର, ଦିବା ୧୦ଟା ୪୦ମିନିଟ୍ ଗତେ ପୂର୍ବାଷାଢା ନକ୍ଷତ୍ର, ଧନୁ ରାଶିରେ ଚନ୍ଦ୍ର । କର୍କଟ ରାଶିର ଘାତବାର । ତୁଳା, କୁମ୍ଭ ରାଶିର ଘାତଚନ୍ଦ୍ର । ମୂଳା ନ ଖାଇଲେ ଭଲ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶୁଭସମୟ- ପ୍ରାତଃ ୬ଟା ୧ମିନିଟ୍ ରୁ ୮ଟା ୧୩ମିନିଟ୍, ଦିବା ୧୦ଟା ୨୬ମିନିଟ୍ ରୁ ୧୧ଟା ୩୦ମିନିଟ୍, ଦିବା ୧ଟା ୨୩ ମିନିଟ୍ ରୁ ୩ଟା ୩୩ମିନିଟ୍, ସନ୍ଧ୍ୟା ୫ଟା ୫୫ମିନିଟ୍ ରୁ ୬ଟା ୪୫ମିନିଟ୍, ରାତ୍ର ୮ଟା ୩୦ମିନିଟ୍ ରୁ ୨ଟା ୪୫ମିନିଟ୍ । ପର୍ବଦିନ- ବିନାୟକ ଚତୁର୍ଥୀ, ନାଗ ଚତୁର୍ଥୀ, ଛଟ୍ ବ୍ରତ ଆରମ୍ଭ ।

ମେଷ:-

ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ । ବ୍ୟବସାୟରେ ଉନ୍ନତି ହେବା ଫଳରେ ଆୟ ଉପାର୍ଜ୍ଜନର ବୃଦ୍ଧିହେବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ରାଜନୀତି କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ବନ୍ଧୁଙ୍କୁ ଆପ୍ୟାୟିତ କରିବାରେ ସମର୍ଥ ହେବେ । ଜମିବାଡି ନେଇ କେତେକ ସମସ୍ୟା ସମାଧାନ ହୋଇ ଆର୍ଥିକ ଦିଗରୁ ଉନ୍ନତି ହେବ । ଯୌଥ ପରିବାର ସମ୍ପର୍କୀୟ କୌଣସି ଘଟଣା ଯୋଗୁ ଖୁସି ରହିବେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ବୃଷ:-

ଉତ୍ତମ ରୋଜଗାର ହେଲେ ମଧ୍ୟ ଆୟ ବ୍ୟୟ ସମାନ ରହିବ । ଉନ୍ନତିମୂଳକ ପଦକ୍ଷେପ ନେଇ କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ । ବ୍ୟବସାୟରେ ଉତ୍ତମ ଲାଭ ହେବା ସହ କାରବାରରେ ସୁଧାର ଆସିବ । ଗୁରୁ ଗୁରୁଜନଙ୍କ ସାହାଯ୍ୟ ସହଯୋଗ ପାଇବେ । ଧାର୍ମିକ କାର୍ଯ୍ୟରେ ରୁଚିବୃଦ୍ଧି ହେବ । ନିଜର କାମକୁ ପଛରେ ପକାଇ ଅନ୍ୟଦ୍ଵାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି । ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ବିଧେୟ । ମନରେ ଅଶାନ୍ତି ଅସନ୍ତୋଷ ଦେଖା ଦେଇପାରେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ମିଥୁନ:-

ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ । ଶାରିରୀକ ଅସୁସ୍ଥତା ଦୂରହେବ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତକାରରେ ଜୟଯୁକ୍ତ ହେବେ । ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ । ନୂତନ କାର୍ଯ୍ୟରମ୍ଭ କରିପାରିବେ । ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ । ଆମୋଦ ପ୍ରମୋଦ, ମନୋରଞ୍ଜନ, ଛୋଟ ବଡ ମିଟିଙ୍ଗରେ ଯୋଗ ଦେବେ । କାର୍ଯ୍ୟକ୍ଷେତ୍ରରେ ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ କରିବେ । ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କର୍କଟ:-

ଶତୃମାନେ ମିତ୍ରଭାବ ଆଚରଣ କରିବେ । ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ବ୍ୟବସାୟରେ ଉନ୍ନତି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ମନ ଅଶାନ୍ତି ରହି ପାରେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ସିଂହ:-

ଶତୃମାନେ ପରାଜିତ ହେବେ । ମାନସିକ ଅଶାନ୍ତି ଦୂର ହେବ । ନୂତନ କାର୍ଯ୍ୟ ପାଇଁ ଆଶାୟୀ ହେବେ । ବାଣିଜ୍ୟ କ୍ଷେତ୍ରରେ ପ୍ରତିଦ୍ଵନ୍ଦିତା ଯୋଗେ ଉନ୍ନତମାନର ଫଳ ପାଇବେ । କର୍ମକ୍ଷେତ୍ରରେ ସମନ୍ଵୟ ରକ୍ଷାକରିବା ଫଳରେ ବନ୍ଧୁତ୍ଵ ବୃଦ୍ଧି ପାଇବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ପାରିବାରିକ ସମସ୍ୟା ସୁଧାରି ନେବା ଫଳରେ ସୁଖ ସମ୍ପଦ ପ୍ରାପ୍ତି ହେବ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ । ରାଜନୀତି କ୍ଷେତ୍ରରେ ପଦ ପ୍ରତିଷ୍ଠା ପ୍ରାପ୍ତି ହେବ । ସ୍ୱାସ୍ଥ୍ୟର ଯତ୍ନ ନେବାକୁ ହେବ । ପ୍ରତିକାର- ଦହି ମିଠା ଖାଇ କରି ଘରୁ ବାହାରନ୍ତୁ ।

କନ୍ୟା:-

କର୍ମ କ୍ଷେତ୍ରରେ ଯେତିକି ପାଇବା କଥା ସେତିକି ହିଁ ପାଇବେ । ଶ୍ରମିକ ଓ କର୍ମଚାରୀମାନେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ । ବ୍ୟବସାୟମାନେ ଅଧିକ ଲାଭ କରିବେ । କର୍ମଜୀବିମାନେ ନିଜ କ୍ଷେତ୍ରରେ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେବେ । ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ରାଜନୀତିରେ ଲୋକସମ୍ପର୍କକୁ ଆଧାରକରି କର୍ତ୍ତବ୍ୟ ନିଷ୍ଠା ରକ୍ଷାକରି ସାଧୁ ଓ ସଚ୍ଚୋଟ ଭାବେ ଦାୟିତ୍ୱ ତୁଲାଇବେ । ବାଦବିବାଦ, ପ୍ରତିଯୋଗିତାପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ତୁଳା:-

ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ଭୋଗ ବିଳାସକୁ ତୁଚ୍ଛ ମଣି କର୍ତ୍ତବ୍ୟ ସାଧନକୁ ଭଗବତ୍ ସେବାଭଳି ମାନ୍ୟତା ଦେବେ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମୟ ବିତିବ । ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରିବେ । ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଗୃହସ୍ଥ ଜୀବନରେ ଅସୁବିଧା ହୋଇପାରେ, ତେଣୁ ଧ୍ୟାନ ଦେବା ଉଚିତ୍‌ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ବିଚ୍ଛା:-

ସରକାରୀ କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ଭଲ ରହିବ । ବିଦେଶ ଯାତ୍ରା, ସୁଖଶାନ୍ତି, ଯଶଲାଭ, ନୂତନ ବାହନଆଦି ପ୍ରାପ୍ତି ଯୋଗ ଅଛି । ଜୀବନରେ ନୂଆଲକ୍ଷ ପୂରଣ କରିବା ପାଇଁ ସାହାଯ୍ୟ ସହଯୋଗ ମିଳିବ । ସମସ୍ତ ଫଇସଲା ଓ ନିର୍ଣ୍ଣୟ ବୁଦ୍ଧିମତାରେ ପରିପୂର୍ଣ୍ଣ ହେବ । କୋର୍ଟ କଚେରୀ ଧନ୍ଦା ମଧ୍ୟରେ ଅସ୍ୱସ୍ତି ପାଇବେ । ଧୈର୍ଯ୍ୟ ସାହସ ଦ୍ଵାରା ହୋଇପାରୁ ନଥିବା କାମକୁ କରି ଦେଖାଇବେ । କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ପାଇବେ । ବହୁତ ଦିନରୁ ଚିନ୍ତା କରୁଥିବା କାମ ଅଳ୍ପ ପ୍ରୟାସରେ ପୂର୍ଣ୍ଣ ହୋଇଯିବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ସୁଖ ସମୃଦ୍ଧି ବୃଦ୍ଧି ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ଧନୁ:-

ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ । ଶତୃମାନେ ଦୂରେଇ ଯିବେ । କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ । ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । କମିଶନ କାର୍ଯ୍ୟରେ ବିଶେଷ ଲାଭ ହେବାର ସମ୍ଭାବନା ଅଛି । ସରକାରୀ କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟୀମାନେ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ଲାଭ ହେବ । ପାରିବାରିକ ସୁଖଶାନ୍ତି ବୃଦ୍ଧି ହେବ । ବାପା ଓ ପରିବାରର ସଦସ୍ୟ ଆପଣଙ୍କ କାର୍ଯ୍ୟରେ ଖୁସି ହେବେ । ପ୍ରେମପ୍ରସଙ୍ଗରେ ସଫଳତା ମିଳିବ । କୌଣସି ଆବଶ୍ୟକୀୟ ଜିନିଷ କିଣିବା ପାଇଁ ବାଧ୍ୟ ହେବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-

କର୍ମ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । କୌଣସି ନୂତନ ବନ୍ଧୁ ବ୍ୟକ୍ତିଙ୍କ ସହିତ ଭେଟ ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ବେପରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ । ଲକ୍ଷଭ୍ରଷ୍ଟ ହୋଇଯିବା ଫଳରେ ମନସ୍ତାପ ବଢିଯିବ । ନୂତନ ଦ୍ରବ୍ୟ କ୍ରୟ କରିବେ । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

କୁମ୍ଭ:-

ନିକଟସ୍ଥ ବ୍ୟକ୍ତି ସାହାଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ । କର୍ମକ୍ଷେତ୍ରରେ ଅତ୍ୟଧିକ ପରିଶ୍ରମ କରିବା ଫଳରେ ପ୍ରଶଂସିତ ହେବେ । ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରିବା ପାଇଁ ଚେଷ୍ଟା କରିବେ । ଯେତେ ଜଟିଳ ଥିଲେ ମଧ୍ୟ ଅଫିସ୍ ପରିସ୍ଥିତିକୁ ସହଜରେ ସମାଧାନ କରି ପାରିବେ । ପାରିବାରିକସ୍ତର ହସ ଖୁସିରେ କଟିବ । ବାଣିଜ୍ୟ, କଳା, ସାହିତ୍ୟ ଓ ସଭାସମିତିରେ ସଫଳତା ହାସଲ କରିବେ । କୋର୍ଟ କଚେରୀ ମାମଲାରେ ବେଶି ଉପକୃତ ହେବେ । ରାଜନୀତିରେ ଲୋକ ସମର୍ଥନକୁ ଆଧାର କରି ବଳିୟାନ ହେବେ । ଅଚାନକ ଭାବରେ ସ୍ଥାନ ପରିବର୍ତ୍ତନ ହୋଇପାରେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମୀନ:-

ସ୍ଵାସ୍ଥ୍ୟକର ପରିବେଶ ସାଙ୍ଗକୁ ସମ୍ମାନଜନକ ଘଟଣା ଘଟିବ । ବ୍ୟବସାୟୀ ମାନଙ୍କର କାରବାର ବଢିବା ସହ ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ହେବ । ପରୀକ୍ଷା ଓ ପ୍ରତିଯୋଗୀତାରେ ଆଶା ମୁତାବକ ଫଳ ପାଇବେ । କର୍ମକ୍ଷେତ୍ରରେ କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ । ପାରିବାରିକ ଜୀବନ ଆନନ୍ଦରେ କଟିବ । ବାସସ୍ଥାନ ବା ଯାନବାହାନର ନବୀକରଣ ଇତ୍ୟାଦି ନାନାବିଧ ସୁଯୋଗ ପ୍ରାପ୍ତି ହେବ । ନୂତନ କାର୍ଯ୍ୟ ଆରମ୍ଭ କରି ପାରିବେ । ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବା ସହ ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!