କନ୍ୟା ରାଶି ବ୍ୟକ୍ତିଙ୍କର କେମିତି କଟିବ 2021 ମସିହା, ନୂଆ ବର୍ଷରେ କଣ ରହିଛି ଖାସ ଆପଣଙ୍କ ପାଇଁ ଜାଣନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା ।  ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ । ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ । ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ । ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ ।

କନ୍ୟା:-

୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ କନ୍ୟା ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ଚତୁର୍ଥ ଭାବରେ, ମଙ୍ଗଳ ଅଷ୍ଟମ ଭାବରେ, ଗୁରୁ, ଶନି ପଞ୍ଚମ ଭାବରେ, ଶୁକ୍ର, କେତୁ ତୃତୀୟ ଭାବରେ ଓ ରାହୁ ନବମ ଭାବରେ ଅବସ୍ଥାନ କରୁଛନ୍ତି । ଯାହା ଫଳରେ ଚନ୍ଦ୍ର, ବୁଧ, ଗୁରୁ, ଶୁକ୍ର ଓ କେତୁ ଶୁଭଫଳ ପ୍ରଦାନ କରିବେ । ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇପାରିବେ । ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ । ଶୁକ୍ର, କେତୁ ତୃତୀୟ ଭାବରେ ଓ ଗୁରୁ ସନ୍ତାନ ଭାବରେ ଥିବାରୁ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଧନ ସନ୍ତାନ ପର୍ଯ୍ୟନ୍ତ ନିଜର ପରିସ୍ଥିତି ବହୁତ ଭଲ ରହିବ ।

ଯଦି ବିଦେଶ ଯିବା ପାଇଁ ଯୋଜନା କରୁଛନ୍ତି ତେବେ ବିଦେଶ ଯାତ୍ରା କରିପାରିବେ । ହୋଟେଲ, ପ୍ରତ୍ନତତ୍ତ୍ବ, ଜ୍ୟୋତିଷ, ବାସ୍ତୁ, ରିସର୍ଚ, ବିଜ୍ଞାନ ଆଦି ନୂତନ ବ୍ୟବସାୟ ଆରମ୍ଭ କରିପାରିବେ । ଚନ୍ଦ୍ର ଲାଭ ସ୍ଥାନରେ ଥିବାରୁ ଆର୍ଥିକ ଅବସ୍ଥା ମଜବୁତ ରହିବ । ଯେଉଁମାନେ ନ୍ୟାୟ କିମ୍ବା ଅନୁସନ୍ଧାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଉନ୍ନତି ହେବ । ସମୟ ଭଲ ରହୁ ଥିବାରୁ ଆପଣଙ୍କ ଭାଗ୍ୟ ବୃଦ୍ଧି ହେବା ସହ କର୍ମ କ୍ଷେତ୍ରରେ ଉନ୍ନତି ହେବ । ଗୁରୁଙ୍କ କୃପାରୁ ଏହି ସମୟରେ ଅଟକିଥିବା କାର୍ଯ୍ୟ ଗୁଡିକ ସଂପୂର୍ଣ୍ଣ କରିପାରିବେ । ଯଦି ପାରିବାରିକ ଜୀବନରେ ସମ୍ପର୍କରେ ବାଧା ଓ କୌଣସି ଦ୍ଵନ୍ଦ ଥାଏ ତେବେ ଗୁରୁଙ୍କ ପ୍ରଭାବ ଦ୍ୱାରା ଏହାକୁ ମଧ୍ୟ ଦୂର କରାଯାଇପାରିବ । ଯୋଜନା କରିଥିବା କାର୍ଯ୍ୟକୁ ଆରମ୍ଭ କରିପାରିବେ ।

ମନରେ ନୂତନ ଚିନ୍ତାଧାରା ସୃଷ୍ଟି ହୋଇପାରେ । ସୃଜନଶୀଳ ଲୋକଙ୍କ ପାଇଁ ସମୟ ଭଲ ରହିବ । ହଠାତ୍ ଗୁପ୍ତ ଧନ ପ୍ରାପ୍ତି ହେବ କିମ୍ବା ଲଟେରୀ ମାଧ୍ୟମରେ ଧନ ପ୍ରାପ୍ତି ହୋଇପାରେ । ଧନ ବୃଦ୍ଧି ହୋଇ ଆର୍ଥିକ ସ୍ଥିତି ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ସମ୍ପର୍କୀୟ ବନ୍ଧୁଙ୍କ ସାହାଯ୍ୟ ସହଯୋଗରେ ସ୍ଥଗିତ ଥିବା କର୍ମ ସହଜ ସରଳରେ ପୂର୍ଣ୍ଣ ହେବ । ବାସସ୍ଥାନ ବା ଯାନବାହାନ ନବୀକରଣ କରିବାର ସୁବିଧା ସୁଯୋଗ ପାଇବେ । ସୁଖ ସମ୍ପଦ ପ୍ରାପ୍ତି ହେବା ସହ ନୂତନ କାର୍ଯ୍ୟ କିଛି ଆରମ୍ଭ କରିବା ପାଇଁ ମନ ବଳେଇବେ । ଆର୍ଥିକ ସମସ୍ୟା ନିଶ୍ଚିତ ରୂପେ ସମାଧାନ ହୋଇଯିବ । ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତପାହାନ୍ତାରେ ପହଞ୍ଚିବ ।

ପରିବାରରେ ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ ଓ ଅଧିକ ଘନିଷ୍ଠତା ହେବ । ପ୍ରେମିକ ପ୍ରେମିକାମାନେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ପାଇବେ । ରାହୁ ଭାଗ୍ୟ ଭାବରେ ରହୁଥିବାରୁ ଆପଣଙ୍କ ଶକ୍ତି ବୃଦ୍ଧି ହେବ । ଯାହା କି ଆପଣଙ୍କର ଛୋଟ କାମକୁ ମଧ୍ୟ ବଡ କରିବାରେ ସାହାଯ୍ୟ କରିବ । କିନ୍ତୁ ପିତାଙ୍କ ସହିତ ସମ୍ପର୍କରେ ମତଭେଦ ସୃଷ୍ଟି ହୋଇପାରେ । ପିତାଙ୍କର ସ୍ଵାସ୍ଥ୍ୟରେ ମଧ୍ୟ ପ୍ରଭାବ ପଡିପାରେ । ଧାର୍ମିକ କାର୍ଯ୍ୟରେ ସଫଳତା ପାଇବା ସହ ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ ।

ଶନି ସନ୍ତାନ ଭାବରେ ମଙ୍ଗଳ ଅଷ୍ଟମ ଘରେ ଥିବାରୁ ଯାହା ଦ୍ୱାରା ପାରିବାରିକ ବିବାଦରେ ପଡ଼ିପାରନ୍ତି । ପରିବାର ସହିତ ଆଦର୍ଶଗତ ପାର୍ଥକ୍ୟ ମଧ୍ୟ ବୃଦ୍ଧି ହୋଇପାରେ । ନିଜର ଶରୀର ପ୍ରତି ଧ୍ୟାନ ଦେବାକୁ ହେବ । କିଛି ସମୟ ପାଇଁ କାର୍ଯ୍ୟରେ ବାଧା ଉପୁଜିପାରେ, ସେଥିପାଇଁ ସତର୍କ ରହିବାକୁ ହେବ । ସତର୍କ ନ ହେଲେ କ୍ଷତି ସହିବାକୁ ପଡିବ । ଗୁରୁ ଗୁରୁଜନଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ, ନଚେତ୍ କଷ୍ଟସାଧ୍ୟ ହୋଇ ପାରେ । ଯଦି ନିଜ କାର୍ଯ୍ୟରେ ବାଧା ହେଉଥାଏ ତେବେ ସେଥିରୁ ମୁକ୍ତି ପାଇବେ । ବିଚାରଧୀନ କାର୍ଯ୍ୟ ମଧ୍ୟ ଉନ୍ନତି ହେବ । ମନକଥା ମନରେ ରଖି ବନ୍ଧୁଙ୍କ ସହ ମିଶିଲେ ଭଲ ହେବ ।

ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି । ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ସର୍ବକଷ୍ଟ ନିବାରଣ ମହା ଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୪ ମାଳା ଜପ କରନ୍ତୁ ଔଁ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ । ୨- ପ୍ରଥମ ମାସର ଯେକୌଣସି ଶନିବାରଦିନ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଷ୍ଟିଲଦ୍ରବ୍ୟ, ବିରି, କୋଳଥ, ରାଶିତେଲ, କଳାବସ୍ତ୍ର ବା କମ୍ବଳ, କଳାଫୁଲ, ମଇଁଷିକ୍ଷୀର ଓ ଚମଡାଜୋତା ଦାନ କରିବା ଉଚିତ୍ । ୩- ମଙ୍ଗଳବାର ଦିନ ଗ୍ରାମଦେବତୀଙ୍କ ପାଖରେ କିଛି ଭୋଗ ଲଗେଇ ଅସହାୟ ମାନକୁ ଖାଇବାକୁ ଦିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!