ଦୈନିକ ରାଶିଫଳ: 16 ନଭେମ୍ବର 2022, ଶ୍ରୀ ଗଣେଶଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ନଭେମ୍ବର ମାସ ୧୬ତାରିଖ, ବୁଧବାର, ବିଛାମାସ ୧ଦିନ, ମାର୍ଗଶିରମାସ, କୃଷ୍ଣପକ୍ଷ, ଅଷ୍ଟମୀତିଥି, ଅଶ୍ଳେଷା ନକ୍ଷତ୍ର କର୍କଟ ରାଶିରେ ଚନ୍ଦ୍ର, ସନ୍ଧ୍ୟା ୬ଟା ୫୮ମିନିଟ୍ ପରେ ମଘା ନକ୍ଷତ୍ର, ସିଂହ ରାଶିରେ ଚନ୍ଦ୍ର । ବ୍ରହ୍ମ ଯୋଗ । ବାଳବ କରଣ ସନ୍ଧ୍ୟା ୬ଟା ୫୬ମିନିଟ୍ ପରେ କୌଳବ କରଣ । କର୍କଟ ରାଶିର ଘାତବାର । ସନ୍ଧ୍ୟା ୬ଟା ୫୮ମିନିଟ୍ ପରେ କର୍କଟ, ମକର ରାଶିର ଘାତଚନ୍ଦ୍ର । ନଡିଆ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ଐଶାନ୍ୟେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୮ଟା ୪୫ମିନିଟ୍ ରୁ ଦିବା ୧୦ଟା ୮ମିନିଟ୍, ଦିବା ୧୧ଟା ୩୧ମିନିଟ୍ ରୁ ଦିବା ୧୨ଟା ୫୪ମିନିଟ୍, ରାତ୍ରି ୨ଟା ୪୫ମିନିଟ୍ ରୁ ୪ଟା ୨୨ମିନିଟ୍ । ଶୁଭସମୟ- ପ୍ରାତଃ ୬ଟା ରୁ ୮ଟା ୧୧ମିନିଟ୍, ଦିବା ୧୦ଟା ୨୫ମିନିଟ୍ ରୁ ୧୧ଟା ୩୦ମିନିଟ୍, ଦିବା ୧ଟା ୨୨ମିନିଟ୍ ରୁ ୩ଟା ୩୩ମିନିଟ୍, ସନ୍ଧ୍ୟା ୫ଟା ୫୬ମିନିଟ୍ ରୁ ୬ଟା ୪୫ମିନିଟ୍, ରାତ୍ର ୮ଟା ୩୧ମିନିଟ୍ ରୁ ୨ଟା ୪୪ମିନିଟ୍, ରାତ୍ର ୪ଟା ୨୩ମିନିଟ୍ ରୁ ୫ଟା ୫୮ମିନିଟ୍ । ପର୍ବଦିନ- ପ୍ରଥମାଷ୍ଟମୀ, ପୋରୁହାଁ ଅଷ୍ଟମୀ, ଶ୍ରୀଲିଙ୍ଗରାଜଦେବଙ୍କ ଯାତ୍ରା, ବିଛା ସଂକ୍ରାନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ଆର୍ଥିକସ୍ଥିତି ସୁଧୁରି ଯିବା ଫଳରେ ଯଶ ପ୍ରତିଷ୍ଠା ମିଳିବ । ଭାଇ ଭଉଣୀ ମାନଙ୍କ ସହ ମନୋ ମାଳିନ୍ୟ ଦୂର ହେବ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବା ସହ ଅଧ୍ୟାପନା ମାମଲାରେ ଆଗକୁ ଗତି କରିବେ । କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତି ଓ ସହଯୋଗୀ ମାନଙ୍କର ସାହାଯ୍ୟ ସହଯୋଗ ମିଳିବ । ସମ୍ପତ୍ତି ସମ୍ବନ୍ଧିୟ ମାମଲା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ପ୍ରେମୀକ ପ୍ରେମିକାଙ୍କର ଆଶା ଆକାଂକ୍ଷା ପୂର୍ତ୍ତି ଘଟିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ବୃଷ:-ସମ୍ପତ୍ତି ସମ୍ବନ୍ଧୀୟ ମାମଲାରେ ଲଢି ପାରନ୍ତି । ସ୍ଵାସ୍ଥ୍ୟର କିଛି ପରିବର୍ତ୍ତନ ଘଟିବ । ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ । ରାଜନୀତି କ୍ଷେତ୍ରରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବା ଫଳରେ ମନରେ ଥିବା କାମନା ପୂର୍ଣ୍ଣ ହେବ । ବ୍ୟବସାୟ କ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ମାନସିକ ଶାନ୍ତି ମିଳିବା ସହ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରିବ । ଗୃହସମସ୍ୟା ସମାଧାନ ହେବ । ପ୍ରତିକାର- ଧଳା ରୁମାଲଟିଏ ପାଖରେ ରଖନ୍ତୁ ।

ମିଥୁନ:-ଶତ୍ରୁମାନେ ତଳମୁହାଁ ହେବେ । ନୂତନ ସମ୍ପର୍କ ଆପଣଙ୍କ ପାଇଁ ଭଲ ହୋଇପାରେ । ସାଧାରଣ ଜନତା ଆପଣଙ୍କ ସୌନ୍ଦର୍ଯ୍ୟ ଓ ବକ୍ତବ୍ୟ ଶୈଳୀଦ୍ୱାରା ପ୍ରଭାବିତ ହେବେ । ପ୍ରେମ ସମ୍ବନ୍ଧରେ ଭୁଲ ବୁଝାମଣା କଟିଯାଇ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ଘନିଷ୍ଠ ଲୋକମାନେ ସାହାଯ୍ୟ ସହଯୋଗ କରିବେ । ଠିକାକାମରେ ନିଯୁକ୍ତ ଲୋକଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । କର୍ମ କ୍ଷେତ୍ରରେ ସଫଳତା ମିଳିବ ଓ ବିଦ୍ୟା, ଖେଳରେ ସକ୍ରିୟ ହେବେ । ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ ।

କର୍କଟ:-ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ପାଇପାରିବେ । ଶତ୍ରୁଙ୍କ ସହ ଯତ୍ନର ସହିତ ମୁକାବିଲା କରିବା ଲାଭଦାୟକ ହେବ । ବ୍ୟବସାୟ ସମ୍ବନ୍ଧରେ କିଛି ସମସ୍ୟା ସମାଧାନ ହୋଇ ମେସିନ୍ ଓ କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ଅଫିସରେ ଆପଣଙ୍କର ଫାଇଲ୍ ଏବଂ କାଗଜପତ୍ର ଠିକ୍ ରଖନ୍ତୁ । ପ୍ରେମୀକ ପ୍ରେମିକାଙ୍କ ସାମଞ୍ଜସ୍ୟ ସୃଷ୍ଟି ହେବ । ଅଧ୍ୟୟନ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ସିଂହ:-ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ । ରାଜନୈତିକ କ୍ଷେତ୍ରରେ ଭରପୁର ଆନନ୍ଦ ପାଇଲାଭଳି ଫାଇଦା ଉଠେଇବେ । ପଢିବା, ପଢେଇବା ମାମଲାରେ ପ୍ରଶଂସା ପାଇବେ । ସମସ୍ତଙ୍କ ପ୍ରତି ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ପାଖରେ ଥିବା ସାଥୀ ଓ ପ୍ରିୟଜନଙ୍କୁ ଆର୍ଥିକ ଏବଂ ଭାବନାତ୍ମକ ସାହାଯ୍ୟ ସହଯୋଗ କରିବାକୁ ବାଧ୍ୟ ହେବେ । କଷ୍ଟ ଓ ପରିଶ୍ରମ ସାର୍ଥକ ହେବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହୋଇପାରିବ । ଆର୍ଥିକ ସ୍ଥିରତା ହେତୁ ନୂତନ ପ୍ରକଳ୍ପଗୁଡ଼ିକ ତ୍ୱରାନ୍ୱିତ ହେବ । ନୂତନ ଘର କିମ୍ବା ଜାନବାହାନ ପାଇଁ ଯୋଜନା କରୁଛନ୍ତି, ତେବେ ସମୟ ବହୁତ ଭଲରହିବ । ଘରେ ପିଲାମାନଙ୍କ ସହିତ ମଜା ମଜାଳିସ୍ ଓ ମନୋରଞ୍ଜନରେ ସମୟ ଉପଭୋଗ କରିବେ । ଜୀବନସାଥୀଙ୍କ ବିଷୟରେ ଉତ୍ସାହିତହୋଇ ଇନ୍ଦ୍ରିୟ ପରାୟଣତା ବୃଦ୍ଧି ପାଇବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ତୁଳା:-ବିଶେଷକରି ଟଙ୍କା ସମସ୍ୟାରୁ ମୁକ୍ତି ମିଳିପାରେ ଓ ନୂତନକାର୍ଯ୍ୟ ଆରମ୍ଭ କରିବାରେ ସହାୟକ ହେବ । ସାଙ୍ଗମାନଙ୍କ ସାହାଯ୍ୟ ନେବାକୁ ବାରଣ ନକଲେ ବ୍ୟବସାୟରେ ଅତୁଳନୀୟ ସଫଳତା ପାଇବେ । ସମ୍ପର୍କର ଦୀର୍ଘ ଦିନର ତିକ୍ତତା ଆଜି ମଧୁରତାରେ ପରିଣତ ହୋଇପାରେ । ରାଜନୀତି ସହିତ ଜଡିତ ଲୋକମାନେ ଏକ ଉଚ୍ଚ ପଦ ପାଇବେ । ଆଧ୍ୟାତ୍ମିକ ଚିନ୍ତାଧାରା ପ୍ରତି ଆଗ୍ରହ ପ୍ରକାଶ ପାଇବ । ସ୍ୱାସ୍ଥ୍ୟ ବହୁତ ଭଲ ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବିଚ୍ଛା:-ବ୍ୟାଙ୍କିଙ୍ଗ ଏବଂ ଶିକ୍ଷା ବୃତ୍ତିରେ ଅଗ୍ରଗତି ପାଇଁ ସୁଯୋଗ ପାଇବେ । ଆପଣଙ୍କର ବ୍ୟବସାୟ କାର୍ଯ୍ୟକଳାପ ବୃଦ୍ଧି ପାଇବ । ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଆପଣ ସଫଳତା ପାଇପାରିବେ । ସ୍ୱାସ୍ଥ୍ୟ ଭଲ ରହିବା ସହ ଟଙ୍କା ଆସିବାର ସମ୍ଭାବନା ଅଛି । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ । ବନ୍ଧୁଙ୍କ ପ୍ରେରଣା ଅନେକ ଚିନ୍ତାରୁ ମୁକ୍ତ କରିବାରେ ସହାୟକ ହେବ । ପ୍ରେମିକ ପ୍ରେମିକାଙ୍କ ସହିତ ଅତି ନିକଟତର ହୋଇପାରିବ । ପ୍ରତିକାର- ମହୁଟିକେ ଖାଇ ଘରୁ ବାହାରନ୍ତୁ ।

ଧନୁ:-ଆତ୍ମ ସମ୍ମାନ ଉପରେ ଆପୋଷ ବୁଝାମଣା କରନ୍ତୁ ନାହିଁ । ତୃତୀୟ ବ୍ୟକ୍ତିର ହସ୍ତକ୍ଷେପ ଦ୍ୱାରା ପାରିବାରିକ ସୁଖ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ । ବ୍ୟବସାୟରେ ନୂତନ ଚୁକ୍ତି ସଂପର୍କରେ କିଛି ଚିନ୍ତା ନକରି ଆଗେଇ ଯାଆନ୍ତୁ । ପ୍ରତିରକ୍ଷା ସହିତ ଜଡିତ ଲୋକ ଅନେକ ସୁବିଧା ସୁଯୋଗ ପାଇବେ । ଉଚ୍ଚପଦାଧିକାରୀମାନେ ଆପଣଙ୍କୁ ବହୁତ ସମର୍ଥନ କରିବେ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ମକର:-କାର୍ଯ୍ୟକ୍ଷେତ୍ରରେ ବହୁବିଧ ଲାଭ ମିଳିବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ଉନ୍ନତି ହେବ । ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ବେଶ୍ ଦୁଇ ପଇସା ଲାଭ ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ । ଦୀର୍ଘଦିନ ଧରି ଚାଲିଆସୁଥିବା ନକାରାତ୍ମକତା ଚିନ୍ତାଧାରାର ସମାଧାନ ହୋଇ ସକାରାତ୍ମକତା ସୃଷ୍ଟିହେବ । ଜୀବନସାଥୀଙ୍କ ସହିତ ସମ୍ପର୍କରେ ମଧୁରତା ସୃଷ୍ଟି ହୋଇପାରେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

କୁମ୍ଭ:-କାମକାର୍ଯ୍ୟରେ ଉନ୍ନତି ହେବ । ଆମଦାନୀ ରପ୍ତାନିରେ ମଧ୍ୟ ବୃଦ୍ଧି ଘଟିବ । ଘରୋଇ ଜୀବନରେ ଆପଣ ଆଶା କରୁଥିବା ଅପେକ୍ଷା ଅଧିକ ଶୁଭଫଳ ପାଇବେ । ସାମାଜିକ କର୍ମୀମାନେ ସେମାନଙ୍କର ପ୍ରତିଷ୍ଠା ଏବଂ ସମ୍ମାନ ପ୍ରତି ସତର୍କ ରହି କାର୍ଯ୍ୟ କରିବା ଫଳରେ ପ୍ରଶଂସିତ ହେବେ । ପର୍ଯ୍ୟଟନ ଏବଂ ହୋଟେଲ ଇତ୍ୟାଦି ବ୍ୟବସାୟ ସହିତ ଜଡିତ ଲୋକଙ୍କ ବ୍ୟବସାୟରେ ଆଶା କରାଯାଉଥିବା ବୃଦ୍ଧି ଘଟିବ । ପ୍ରତିକାର- ନୀଳରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ମୀନ:-ନୂତନ ବ୍ୟବସାୟ ସମ୍ବନ୍ଧରେ ଆପଣଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ । ବିଦ୍ୟାରେ ଉନ୍ନତିହେବ । ନିଜର ବକ୍ତବ୍ୟ ଏବଂ ଆଚରଣରେ ନମ୍ରତା ରହିବା ଫଳରେ ବ୍ୟବସାୟରେ ଆୟ ବୃଦ୍ଧି କରିବାର ସୁଯୋଗ ପାଇବେ । ସମସ୍ତ କାର୍ଯ୍ୟ ପାଇଁ ଅନୁକୂଳ ହେବା ସହ କ୍ୟାରିୟର ସମ୍ବନ୍ଧରେ ବହୁତ ଶୁଭ ହେବ । ସ୍ନାୟୁ ଜନିତ ରୋଗରୁ ଆରାମ ମିଳିବ । ଆପଣଙ୍କ ପରିବାର ସଦସ୍ୟମାନେ ଆପଣଙ୍କ ସହିତ ବହୁତ ଖୁସି ହେବେ । ପ୍ରତିକାର- ହଳଦୀରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!