ଦୈନିକ ରାଶିଫଳ: 15 ନଭେମ୍ବର 2022, ମା’ ମଙ୍ଗଳାଙ୍କ କୃପା ରହିବ ଏହି 3ଟି ରାଶି ଉପରେ, ମିଳିବ ଆକସ୍ମିକ ଧନ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ନଭେମ୍ବର ମାସ ୧୫ତାରିଖ, ମଙ୍ଗଳବାର, ତୁଳାମାସ ୩୦ଦିନ, ମାର୍ଗଶିରମାସ କୃଷ୍ଣପକ୍ଷ, ସପ୍ତମୀତିଥି, ପୁଷ୍ୟା ନକ୍ଷତ୍ର ଦିବା ୪ଟା ୧୨ମିନିଟ୍ ପରେ ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର । ଶୁକ୍ଳ ଯୋଗ । ବିଷ୍ଟି କରଣ ଦିବା ୪ଟା ୩୮ମିନିଟ୍ ପରେ ବବ କରଣ । ମକର ରାଶିର ଘାତବାର । ତାଳ ନ ଖାଇଲେ ଭଲ ନିଶାନ୍ତ ୫ଟା ୫୦ମିନିଟ୍ ପରେ ନଡିଆ, ଆମିଷ ନ ଖାଇଲେ ଭଲ । ଯୋଗିନୀ- ବାୟବ୍ୟେ ନିଶାନ୍ତ ୫ଟା ୫୦ମିନିଟ୍ ପରେ ଐଶାନ୍ୟେ ଯାତ୍ରା ନିଷେଧ । ଶ୍ରାଦ୍ଧତର୍ପଣ- ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୭ଟା ୨୧ମିନିଟ୍ ରୁ ୮ଟା ୪୪ମିନିଟ୍, ଦିବା ୧୨ଟା ୫୪ମିନିଟ୍ ରୁ ୨ଟା ୧୭ମିନିଟ୍, ସନ୍ଧ୍ୟା ୬ଟା ୪୦ମିନିଟ୍ ରୁ ରାତ୍ରି ୮ଟା ୧୭ମିନିଟ୍ । ଶୁଭସମୟ- ପ୍ରାତଃ ୫ଟା ୫୯ମିନିଟ୍ ରୁ ୬ଟା ୪୨ମିନିଟ୍, ସକାଳ ୮ଟା ୪୫ମିନିଟ୍ ରୁ ୧୧ଟା ୭ମିନିଟ୍, ସନ୍ଧ୍ୟା ୫ଟା ୪ମିନିଟ୍ ରୁ ୬ଟା ୩୯ମିନିଟ୍, ରାତ୍ର ୮ଟା ୧୮ମିନିଟ୍ ରୁ ୮ଟା ୨୯ମିନିଟ୍, ରାତ୍ର ୯ଟା ୨୩ମିନିଟ୍ ରୁ ୧୧ଟା ୫୬ମିନିଟ୍, ରାତ୍ର ୧ଟା ୪୧ମିନିଟ୍ ରୁ ୩ଟା ୨୩ମିନିଟ୍, ରାତ୍ର ୪ଟା ୧୬ମିନିଟ୍ ରୁ ୫ଟା ୫୮ମିନିଟ୍ । ପର୍ବଦିନ- ମାସାନ୍ତ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସାମ୍ବାଦିକମାନେ ଶୁଭ ସମ୍ବାଦ ପାଇ ଶୀଘ୍ର ଯାତ୍ରା କରିବାକୁ ବାଧ୍ୟ ହେବେ । ବିଦ୍ୟାରେ ଉନ୍ନତି ହେବା ସହ ଶୁଭ ସମାଚାର ମିଳିପାରେ । ପ୍ରେମ କ୍ଷେତ୍ରରେ ଥିବା ସମସ୍ୟା କାହାର ମଧ୍ୟସ୍ଥତା ଦ୍ଵାରା ଦୂର ହେବ । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ । ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । ଉଚ୍ଚପଦାଧିକାରୀଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷାକରି ପ୍ରଶଂସିତ ହେବେ । ପ୍ରତିକାର- ନାଲିରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ବୃଷ:-ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । କାମକାର୍ଯ୍ୟରେ ନୂଆ ଉପଲବ୍ଧି ଆପଣଙ୍କ ପ୍ରତୀକ୍ଷାରେ ରହିବ । ସମସ୍ତ କ୍ଷେତ୍ରରେ ଖୁସି ମିଳିବ । ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇ ପାରେ । ନୂଆ ଜ୍ଞାନର ବୃଦ୍ଧି ହେତୁ ପ୍ରଚୁର ଧନଲାଭ । ଛାତ୍ରଛାତ୍ରୀମାନଙ୍କର ମନରେଥିବା କାମନା ପୂର୍ଣ୍ଣ ହେବ । ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ମିଥୁନ:-ସମସ୍ତ ସମସ୍ୟା ସମାଧାନର ଆଶା ଉଜ୍ଜ୍ଵଳ ହେବ । ଶିଳ୍ପ, ବାଣିଜ୍ୟ, ପ୍ରଶାସନକ୍ଷେତ୍ରରେ କର୍ମରତ ଥିବା ବ୍ୟକ୍ତିମାନେ ସମସ୍ୟାକୁ ସୁଧାରି ନବା ଫଳରେ କର୍ମକ୍ଷେତ୍ର ସୁଦୃଢ଼ ହେବ । ବିଦ୍ୟାରେ ଉନ୍ନତି ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି କରିବା ସହ ଉପରିସ୍ଥ ଅଧିକାରୀଙ୍କର କୃପା ଲାଭ କରିବେ । ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବା ସହ ପରିସ୍ଥିତିରେ ଉନ୍ନତି ଘଟିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କର୍କଟ:-ଶାରୀରିକ କଷ୍ଟ ଦୂର ହେବ । ବିରୋଧିମାନେ ଦୂରେଇ ଯିବେ । କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ । ବନ୍ଧୁ ମିତ୍ରଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ଆର୍ଥିକ ସମସ୍ୟା ଦୂର ହୋଇଯିବ । ସାମ୍ବାଦିକ ମାନେ ଜନ ସମର୍ଥନ ପାଇ ସଫଳ ହେବେ । ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଲେ ମଧ୍ୟ ସଫଳତା ହାସଲ କରିବେ । ଧର୍ମ କାର୍ଯ୍ୟପ୍ରତି ମନ ବଳାଇବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ସିଂହ:-ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ ଓ ତାଙ୍କ କାର୍ଯ୍ୟରେ ବ୍ୟସ୍ତ ରହି ପାରନ୍ତି । ପାରିବାରିକ କାମକୁ ଶୃଙ୍ଖଳିତ କରିବେ । ସମୟକୁ ହାତ ଛଡ଼ା ନ କରିବା ଉଚିତ୍ । ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ । ଦୂରସ୍ଥାନକୁ ଯାତ୍ରା କରିବେ । ସନ୍ତାନର ବିଦ୍ୟାରେ ଉନ୍ନତି ଖବର ପାଇ ଖୁସି ହେବେ । ଶିଳ୍ପ, ବାଣିଜ୍ୟ, ପରିବହନ ବ୍ୟବସାୟ ଓ ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସମାଜ ସେବାରେ ପ୍ରଶଂସିତ ହେବେ । ରାଜନୀତିରେ ସ୍ଵନାମ ଅର୍ଜନ କରି ପାରିବେ । ଉନ୍ନତିମୂଳକ ପଦକ୍ଷେପ ନେବା ଫଳରେ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । ନୂତନ ଆଶା ଓ ଉର୍ଜା ଦ୍ଵାରା ଯେକୌଣସି ପ୍ରତିଯୋଗୀତାକୁ ସ୍ଵୀକାର କରିବା ପାଇଁ ପ୍ରସ୍ତୁତ ରହିବେ । ପରୋକ୍ଷ ଶତ୍ରୁତା ଥିଲେ ମଧ୍ୟ ଆଶା କରିଥିବା କାମଟି ସମ୍ପନ୍ନ କରି ପାରିବେ । ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ । ବନ୍ଧୁ ମିତ୍ରମାନେ ସହଯୋଗ କରିବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ତୁଳା:-ନୂଆଲକ୍ଷ ପୂରଣ କରିବା ପାଇଁ ସମୟ ନିର୍ଦ୍ଧାରିତ କରିବେ । ନୂତନ ବନ୍ଧୁ ମିତ୍ରଙ୍କ ମିଳନ ହେବ । ପ୍ରେମ ପ୍ରସଙ୍ଗରେ ମଧ୍ୟ ସଫଳତା ମିଳିବ । ଅଧା ଅଧୁରାଥିବା କାର୍ଯ୍ୟ ପୂରଣ ହୋଇଯିବ । ନିଜର ଚତୁରତା ଓ ବିବେକ ହେତୁ ସମସ୍ତ ବିପରୀତ ପରିସ୍ଥିତିର ସାମ୍ନା କରି ପାରିବେ । ଅଧ୍ୟୟନ, ଅଧ୍ୟାପନ କାର୍ଯ୍ୟରେ ବ୍ୟସ୍ତ ରହି ବିଦ୍ୟାରେ ଉନ୍ନତି ହେବାରୁ ମନ ଖୁସି ରହିବ । ରାଜନୀତିରେ ବାକ୍ୟ ସଂଯମତା ରଖିଲେ ଉଚ୍ଚପ୍ରଶଂସିତ ହେବେ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।

ବିଚ୍ଛା:-ଭାଗ୍ୟୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି । ଯେତେ ସମସ୍ୟା ଲାଗିଲେ ମଧ୍ୟ କାମକୁ ଅବହେଳା କରିବେ ନାହିଁ । କାରଣ ସମସ୍ତ କାର୍ଯ୍ୟରେ ଶୁଭଫଳ ପ୍ରାପ୍ତି ହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ଆନ୍ତରିକ ଉତ୍ସାହ ବୃଦ୍ଧିହେବା ଫଳରେ ବ୍ୟବସାୟକ୍ଷେତ୍ରର ସମସ୍ୟାକୁ ସମାଧାନ କରି ମାନସମ୍ମାନ ପାଇବେ । ପରିବାରର ମାମଲା ଘରୋଇ ସମସ୍ୟାର ସମାଧାନ ହେବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-ବହୁତ ଦିନରୁ ଯେଉଁ କାମ ପାଇଁ ଚିନ୍ତା କରୁଥିଲେ ତାହା ଅଳ୍ପ ପ୍ରୟାସରେ ପୂରଣ ହୋଇପାରେ । ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ । କର୍ମ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବାକଷ୍ଟ ହେବ । ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକ ଦେଖାଦେଇ ପାରେ । ଶତ୍ରୁମାନେ ଷଡ଼ଯନ୍ତ୍ରକରି କ୍ଷତି କରିବା ପାଇଁ ଚେଷ୍ଟା କରି ପାରନ୍ତି । ମାଲିମୋକଦ୍ଦମାର ଭୟ ରହିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

ମକର:-ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ଉଚ୍ଚମନ୍ୟତାର ଅଧିକାରୀ ହେବେ । ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି । ରାଜନୀତି କ୍ଷେତ୍ରରେ ହୋଇପାରୁ ନଥିବା କାମକୁ ଧୈର୍ଯ୍ୟ ଓ ସାହସ ଦ୍ଵାରା କରି ଦେଖାଇବେ । ଜ୍ଞାନ ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ୍ । ବାହ୍ୟ କ୍ଷେତ୍ରରେ ବିପଦରେ ପଡି ପାରନ୍ତି । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

କୁମ୍ଭ:-ସାମାଜସେବା କାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ । ସାମ୍ବାଦିକମାନେ ଶୁଭ ସଂବାଦ ପାଇ ଉତ୍ସାହିତ ହେବେ । ବ୍ୟବସାୟ କ୍ଷେତ୍ରରେ ପ୍ରସାର ପ୍ରଚାର ଫଳରେ ଆଶାତୀତ ଲାଭ ପାଇବେ । ରାଜନୀତି କ୍ଷେତ୍ରରେ ଭୋଗ ବିଳାସ ସହ ଆନନ୍ଦମୟ ମୁହୂର୍ତ୍ତ କଟିବ । କର୍ମ କ୍ଷେତ୍ରରେ ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବାସହ ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ପ୍ରତିକାର- ନୀଳରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ ।

ମୀନ:-ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ । କର୍ମକ୍ଷେତ୍ରରେ ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରି ପାରିବେ । ବିତଣ୍ଡା, ବିତର୍କ କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେଲେ ମଧ୍ୟ ଖର୍ଚ୍ଚ ଅଧିକ ହେବ । ରାଜନେତାମାନେ ନୀରବତା ରକ୍ଷାକରି ପରିସ୍ଥିତି ହାତରେ ନିଜକୁ ସମର୍ପଣ କରିଦେବା ଉତ୍ତମ ହେବ । ବାକ୍ ସଂଯମତା ନ ରହିଲେ ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଇପାରେ । ପ୍ରତିକାର-ହଳଦୀ ଖଣ୍ଡେ ପାଖରେ ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!