ଦୈନିକ ରାଶିଫଳ: 14 ନଭେମ୍ବର 2022, ମହାଦେବଙ୍କ କୃପା ରହିବ ଏହି 4ଟି ରାଶି ଉପରେ, ମିଳିବ କିଛି ବଡ ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ନଭେମ୍ବର ମାସ ୧୪ତାରିଖ, ସୋମବାର, ତୁଳାମାସ ୨୯ଦିନ, ମାର୍ଗଶିରମାସ, କୃଷ୍ଣପକ୍ଷ, ଷଷ୍ଠୀତିଥି, ପୁନର୍ବସୁ ନକ୍ଷତ୍ର, ମିଥୁନ ରାଶିରେ ଚନ୍ଦ୍ର ସକାଳ ୬ଟା ୨୯ମିନିଟ୍ ପରେ କର୍କଟ ରାଶିରେ ଚନ୍ଦ୍ର। ଶୁଭ ଯୋଗ। ଗର କରଣ ଦିବା ୨ଟା ୭ମିନିଟ୍ ପରେ ବାଣିଜ୍ୟ କରଣ। ମିଥୁନ ରାଶିର ଘାତବାର। ସକାଳ ୬ଟା ୨୯ମିନିଟ୍ ପର୍ଯ୍ୟନ୍ତ କନ୍ୟା ରାଶିର ଘାତଚନ୍ଦ୍ର। ନିମ୍ବ ବା ପିତା ଦ୍ରବ୍ୟ ନ ଖାଇଲେ ଭଲ ରାତି ୩ଟା ୨୪ମିନିଟ୍ ପରେ ତାଳ ନ ଖାଇଲେ ଭଲ। ଯୋଗିନୀ- ପଶ୍ଚିମେ ରାତି ୩ଟା ୨୪ମିନିଟ୍ ପରେ ବାୟବ୍ୟେ ଯାତ୍ରା ନିଷେଧ। ଶ୍ରାଦ୍ଧତର୍ପଣ- ଷଷ୍ଠୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ। ଅଶୁଭସମୟ- ସକାଳ ୭ଟା ୨୧ମିନିଟ୍ ରୁ ୮ଟା ୪୪ମିନିଟ୍, ଦିବା ୨ଟା ୧୭ମିନିଟ୍ ରୁ ୩ଟା ୪୦ମିନିଟ୍, ରାତ୍ରି ୯ଟା ୫୪ମିନିଟ୍ ରୁ ୧୧ଟା ୩୧ମିନିଟ୍। ଶୁଭସମୟ- ପ୍ରାତଃ ୫ଟା ୫୯ମିନିଟ୍ ରୁ ୭ଟା ୨୦ମିନିଟ୍, ସକାଳ ୮ଟା ୫୬ମିନିଟ୍ ରୁ ୧୧ଟା ୭ମିନିଟ୍, ରାତ୍ର ୭ଟା ୩୯ମିନିଟ୍ ରୁ ୯ଟା ୫୩ମିନିଟ୍, ରାତ୍ର ୨ଟା ୩୩ମିନିଟ୍ ରୁ ୩ଟା ୨୨ମିନିଟ୍। ପର୍ବଦିନ- ଶିଶୁ ଦିବସ, ଜବାହାରଲାଲ୍ ନେହେରୁଙ୍କ ଜୟନ୍ତୀ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-ସରକାରୀ କ୍ଷେତ୍ରରେ ଉନ୍ନତିହେବା ସହ ଶାରୀରିକ ଓ ମାନସିକ ସ୍ଥିରତା ଦେଖାଦେବ। ପରିବାରରେ ଯେତେ ସମସ୍ୟା ଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ସହ ସୁନାମ ଅର୍ଜନ କରିବେ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ରାଜନୈତିକ କ୍ଷେତ୍ରରେ ବାଦବିବାଦ ଠାରୁ ଦୂରେଇ ରହିବା ଉଚିତ୍। ସୁସ୍ଵାଦୁ ଭୋଜନ ପ୍ରାପ୍ତି ହେବ। ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

ବୃଷ:-ସରକାରୀ ସାହାଯ୍ୟ ପାଇବାର ସୁଯୋଗ ହାତ ପାହାନ୍ତାରେ ପହଞ୍ଚିବ। କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପଦୋନ୍ନତି ପାଇବାର ସୁଯୋଗ ପାଇବେ। ରାଜନୈତିକ କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି, ସମ୍ମାନ ବୃଦ୍ଧି ହେବାସହ ସମସ୍ତ ଦୁଃଶ୍ଚିନ୍ତା ଦୂର ହେବ। ପୁରାତନ ରୋଗର ଉପଶମ ହୋଇ ଶରୀର ସୁସ୍ଥ ରହିବ। ପ୍ରତିକାର- ଧଳା ରୁମାଲଟିଏ ପାଖରେ ରଖନ୍ତୁ।

ମିଥୁନ:-ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ଅଧସ୍ତନ କର୍ମୀଙ୍କ ଠାରୁ ସାହାଯ୍ୟ ସମର୍ଥନ ହାସଲ କରିବାସହ ଆଚାର ବ୍ୟବହାରରେ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। ବାଦବିବାଦ, ମାଲିମକଦ୍ଦମା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ନୁତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ଉଚ୍ଚିତ୍। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇ ପାରେ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

କର୍କଟ:-ଶତ୍ରୁମାନେ ମିତ୍ରବତ କାର୍ଯ୍ୟ କରିବେ ଓ ଅନେକ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ବ୍ୟବସାୟିକ କ୍ଷେତ୍ରରେ ଆଶାଜନକ ଫଳପ୍ରାପ୍ତି ହେବ। ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। ଅଧସ୍ତନଙ୍କର ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ସହ ସୁନାମ ଅର୍ଜନ କରିବେ। ନୂତନ ଯୋଜନାରେ ସଫଳତା ମିଳିବ ଓ ମାନସିକ ଏକାଗ୍ରତା ବଜାୟ ରହିବ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ସିଂହ:-ଆଚାର ବ୍ୟବହାରରେ ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇ ପାରେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ। ନୁତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେମାପି ଚାଖଣ୍ଡେ ଚାଲିବା ଉଚ୍ଚିତ୍। ବ୍ୟବସାୟରେ ପ୍ରତିଦ୍ଵନ୍ଦିତା ସତ୍ତ୍ୱେ ଧନଲାଭ ହେବ କିନ୍ତୁ ବ୍ୟୟ ମଧ୍ୟ ହେବ। ପରୀକ୍ଷା, ପ୍ରତିଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ। ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କନ୍ୟା:-ସ୍ଵାସ୍ଥ୍ୟରେ ଉନ୍ନତି ହେବାରୁ ମନ ଭଲ ରହିବ ଓ ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ। ବିଦେଶ ଯାତ୍ରାରେ ଯଶ ଲାଭ ଓ ନୂତନ ବାହନଆଦି ପ୍ରାପ୍ତି ହେବାର ଯୋଗ ଅଛି। ବନ୍ଧୁମାନେ ସାହାଯ୍ୟ ସହଯୋଗ କରିବା ଫଳରେ ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ। କର୍ମକ୍ଷେତ୍ରରେ ଉନ୍ନତି ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

ତୁଳା:-ଶତ୍ରୁମାନେ ତଳମୁହାଁ ହେବେ ଓ ଶରୀର ସୁସ୍ଥ ରହିବ। ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଶୁଭ ସମାଚାର ଶୁଣିବାକୁ ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତିର ସୂଚନାପାଇ ସଫଳତା ଲାଭ କରିବେ। ବ୍ୟବସାୟିକ ଅନୁବନ୍ଧ, ବେପାର ବିସ୍ତାର, ଜାଗା, ଜମି ଓ ଉଚ୍ଚସ୍ତରୀୟ ବାହନ କ୍ରୟ କରି ପାରିବେ। ଉଚ୍ଚ ସମ୍ଭାବନାର ଆଶା ଆଶ୍ଵାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ। ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

ବିଚ୍ଛା:-ଆତ୍ମୀୟଙ୍କ ସାହାଯ୍ୟ ପାଇ ଆର୍ଥିକସ୍ଥିତି ସୁଧୁରି ଯାଇ ସୁଖ, ସମ୍ପତ୍ତି ଲାଭ ହେବ। ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ। ଉପରିସ୍ଥ ଅଧିକାରୀଙ୍କ କୃପା ଦୃଷ୍ଟିରେ ରହି ପାରିବେ। ପରିଚିତ ଲୋକଙ୍କଠାରୁ ଅଧିକ ଲାଭ ମିଳିବ କିନ୍ତୁ ସଞ୍ଚୟ କମ୍ ହେବ ଓ ଖର୍ଚ୍ଚ ଅଧିକ ହେବ। ସୁଯୋଗ ହାତପାହାନ୍ତାରେ ଥିଲେ ମଧ୍ୟ ଶେଷ ସମୟରେ ହରାଇ ମନ ବ୍ୟସ୍ତ ହେବ। ଶତୃପକ୍ଷ ଦୁର୍ବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିପାରନ୍ତି। ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ।

ଧନୁ:-ପାରିବାରିକ ସ୍ତରରେ ଭୁଲ ବୁଝାମଣାର ସମାଧାନ ହୋଇ ଉନ୍ନତିମୂଳକ ପଦକ୍ଷେପ ନେବେ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରି ପାରନ୍ତି। ବିଦ୍ୟା କ୍ଷେତ୍ରରେ ମିତ୍ରଙ୍କ ଦ୍ଵାରା ସହାୟତା ମିଳିବା ଫଳରେ ଉନ୍ନତି ହେବ ଓ ମନ ଖୁସି ରହିବ। ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନଦେଇ ବ୍ୟାୟାମ କରିବା ଆବଶ୍ୟକ। ସ୍ୱାସ୍ଥ୍ୟ ପାଇଁ ସତର୍କ ରହିବା ଉଚିତ୍। ମନକୁ ଆଘାତ ଲାଗିଲାପରି କଥା ଶୁଣିବାକୁ ପାଇ ପାରନ୍ତି। ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମକର:-ଶତ୍ରୁମାନେ ତଳମୁହାଁ ହେବେ ଓ ରୋଗ, ଋଣରୁ ମୁକ୍ତି ହେବେ କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ପାରନ୍ତି। ଆର୍ଥିକ ସ୍ଥିତିରେ ବୃଦ୍ଧି ହେବା ସହ ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ। କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପାରିବାରିକ ଜୀବନରେ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ ଦଳଗତ ସମସ୍ୟାରେ ସଫଳତା ପାଇଁ ଗର୍ବିତ ହେବେ। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲିକ୍ଷିତ ହେବ। ଏକ ବଡ କମ୍ପାନୀରୁ ଚାକିରିର ସୁଯୋଗ ପାଇପାରିବେ ଓ ନୂତନ ପ୍ରକଳ୍ପଗୁଡିକ ସହଜରେ ସମାଧାନ ହୋଇପାରେ। ଅପ୍ରତ୍ୟାଶିତ ଆର୍ଥିକ ବୃଦ୍ଧି ହୋଇପାରେ। ନୂତନ ସମ୍ପର୍କ ବିଷୟରେ ମନରେ ଉତ୍ସାହ ଆସିବ। ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ହେବ ଓ ବକେୟା ଅର୍ଥ କିଛି ମିଳିବ। ପ୍ରଶାସନ ସହ ଜଡିତ ଲୋକମାନଙ୍କ ଉପରେ କମ୍ ଚାପ ରହିବା ଯୋଗେ ଆନନ୍ଦିତ ହେବେ। ପ୍ରତିକାର- ନୀଳରଙ୍ଗର ରୁମାଲଟିଏ ପାଖରେ ରଖନ୍ତୁ।

ମୀନ:-ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ପ୍ରଶଂସା ପାଇବେ। ଯଦି ଆପଣ କୌଣସି ସଭା ସମିତିକୁ ଯାଉଛନ୍ତି ତେବେ ଆପଣଙ୍କୁ ଭଲ ଭାବରେ ପ୍ରସ୍ତୁତ ହେବାକୁ ପଡିବ। ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ବଜାୟ ରଖି ପାରିବେ। କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଶାନ୍ତି ପାଇବେ। ପ୍ରତିକାର- ଗଙ୍ଗାଜଳ ଟିକେ ସେବନ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!