ନଭେମ୍ବର 14 ତାରିଖରୁ ନଭେମ୍ବର 20 ତାରିଖ ସାପ୍ତାହିକ ରାଶିଫଳ, ଏହି 3ଟି ରାଶିର ବନୁଛି ରାଜଯୋଗ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବ୍ୟବସାୟରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ। ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବେ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ଜନସାଧାରଣଙ୍କ ମଧ୍ୟରେ ବହୁତ ଭଲ ସମର୍ଥନ ପାଇବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳହେବେ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇ ସଫଳତା ଅର୍ଜନ କରିବେ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ। ପାରିବାରିକ କ୍ଷେତ୍ରରେ ଶାନ୍ତି ଶୃଙ୍ଖଳା ଦେଖାଦେବ ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧିପାଇବ। ରାଜନୀତିରେ ଶତ୍ରୁ ଓ ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ। ଦୈବୀ କୃପା ଫଳରେ ପ୍ରସିଦ୍ଧି, ସାମାଜିକସ୍ଥିତି, ମାନସମ୍ମାନ ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ପ୍ରତିକାର:- ପ୍ରତ୍ୟେକ ଦିନ ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଗୁରୁ ଗୁରୁଜନ ମାନଙ୍କର ସହଯୋଗ ପାଇବେ। ନୂତନକର୍ମ ନିଯୁକ୍ତିର ସୁଯୋଗ ପାଇବେ। ଅବିବାହିତ ଯୁବକ ଓ ଯୁବତୀ ମାନଙ୍କର ବିବାହ ଧାର୍ଯ୍ୟ ହେବ। ବ୍ୟବସାୟରେ ଆୟଉପାର୍ଜନ ବୃଦ୍ଧିହେବାସହ ଦୂରଯାତ୍ରାର ସୁଯୋଗ ପାଇ ବିଶେଷ ଲାଭାନ୍ଵିତ ହେବେ। ସୁସ୍ଵାଦୁ ଭୋଜନ ପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ହେବ ଓ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳ ପ୍ରାପ୍ତି ହେବ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସ ରତ ହେବେ। ଶିକ୍ଷାକ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ। ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳା ରକ୍ଷା କରିପାରିବେ। ନିଜର ଆତ୍ମନିରୀକ୍ଷଣ, ମନୋବୈଜ୍ଞାନିକତଥ୍ୟ, ଅନ୍ୱେଷଣ, ଅନ୍ତର୍ଦୃଷ୍ଟି ଏବଂ ଆନ୍ତରିକ ମୂଲ୍ୟାଙ୍କନର ଅନୁଭୂତି ଜାଗ୍ରତହେବ। ପ୍ରତିକାର- ପ୍ରତ୍ୟେକଦିନ ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ।

ମିଥୁନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କରଜରମାତ୍ରା ହ୍ରାସ ପାଇବ। ଚାକିରିର ଅବସ୍ଥା ଅତ୍ୟନ୍ତ ଅନୁକୂଳ ହେବ ଏହି ସମୟକୁ ଶାନ୍ତିପୂର୍ଣ୍ଣ ଏବଂ ସ୍ନେହରେ ବିତାନ୍ତୁ। ଅଧସ୍ତନ କର୍ମଚାରୀମାନେ କୌଣସି କାରଣରୁ ଆପଣଙ୍କ ଉପରେ କ୍ରୋଧିତ ହେଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ। ପାରିବାରିକ ଜୀବନ ଅତ୍ୟନ୍ତ ଉପଭୋଗ୍ୟ ହେବ। ହାତରେ ଥିବା ସୁଯୋଗ ବିଷୟରେ ଅବହେଳା କରନ୍ତୁ ନାହିଁ। ହଠାତ୍ ସୁଯୋଗ ପାଇବା ଦ୍ୱାରା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟବସାୟରେ ବଡ ବିନିଯୋଗ କରି ପାରିବେ। ଅଭିଭାବକମାନେ ଆପଣଙ୍କ ସହିତ ବହୁତ ଖୁସିରେ ରହିବେ। ପ୍ରେମିକ ପ୍ରେମିକାମାନେ ପ୍ରେମକ୍ଷେତ୍ରରେ ସଫଳତା ଲାଭ କରିବେ। ଖାଇବା ପିଇବାରେ ଅବହେଳା କରିବାରୁ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ମାନ-ସମ୍ମାନ, ଯଶ-ପ୍ରତିଷ୍ଠାରେ ବୃଦ୍ଧି ହେବ। କୌଣସି ରଚନାତ୍ମକ କାମ ନିଜ ହାତରେ ସମ୍ପନ୍ନ କରିବେ। ପ୍ରତିକାର- ପ୍ରତ୍ୟେକଦିନ ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କର୍କଟ:- ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟସମସ୍ୟା ସୁଧୁରିବ। କର୍ମନିଯୁକ୍ତି କ୍ଷେତ୍ରରେ ସଫଳ ହୋଇ ପାରନ୍ତି। ପ୍ରେମପ୍ରସଙ୍ଗରେ ସଫଳତା ମିଳିବ। କୋର୍ଟକଚେରୀ ମାମଲା ଓ ବାଦବିବାଦ ଆପଣଙ୍କ ସପକ୍ଷରେ ରହିବ। ଧର୍ମାନ୍ଧତାରୁ ଦୂରେଇ ରହି, ଅଧ୍ୟାତ୍ମିକତାର ପ୍ରଦର୍ଶନ କରିବେ। ନିଜ ଗୃହ ସମସ୍ୟା ସଜାଡିବାର ସୁବିଧା ପାଇବେ। କର୍ମକ୍ଷେତ୍ରରେ ପ୍ରତିସ୍ପର୍ଦ୍ଧା ଓ ଦ୍ଵେଷର ସାମ୍ନା କରିବାକୁ ପଡିପାରେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଅଚାନକ ଧନପ୍ରାପ୍ତି ହେବା ଫଳରେ ମନର ଅଶାନ୍ତି ଅସନ୍ତୋଷ ଦୂରହୋଇ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ। ଆୟ ଉପାର୍ଜ୍ଜନର ବୃଦ୍ଧିହେବ। ଦୂରଯାତ୍ରାର ସୁଯୋଗ ପାଇବେ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯାଇ ସୁସ୍ଥ ବାତାବରଣ ଜାରି ରହିବ। ସାମାଜିକ କାର୍ଯ୍ୟରେ ଭାଗ ନେବେ। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ସିଂହ:-ଏ ସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପ୍ରତିକୂଳ ପରିସ୍ଥିତି ଦୂରେଇଯାଇ ଆର୍ଥିକ ସହାୟତାରେ ମନ ଖୁସି ରହିବ। ସମ୍ମାନର ସହ ଦିନଚର୍ଯ୍ୟା ସମ୍ପାଦନ କରିବେ ଓ ନିଜର ଯୋଗ୍ୟତା କ୍ଷମତାର ବହୁତ ଲାଭ ମିଳିବ। ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ସପ୍ତାହଟି ବହୁତ ଭଲରେ କଟିବ। କଳା ଏବଂ ସୃଜନଶୀଳ କାର୍ଯ୍ୟରେ ବହୁତ ଲାଭ ହେବ। ନିଜର ଚିନ୍ତାଧାରାକୁ ସଂକୀର୍ଣ୍ଣ ମାନସିକତାରେ ସୀମିତ ନରଖି ଲକ୍ଷ୍ୟ ସାଧନାରେ ଦୃଢ ହେବା ଉଚିତ୍। ସମ୍ପତ୍ତି କାରବାରରୁ ଆପଣ ଭଲଲାଭ ପାଇବେ। ବାଣୀର ପ୍ରଭାବ ଓ ପରାକ୍ରମ ବଢିବା ଫଳରେ ଅଧିକାରୀ କାମରେ ପ୍ରସନ୍ନ ରହିବେ। ଯୁକ୍ତି ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ। ବ୍ୟବସାୟରେ ସଫଳତା ଅର୍ଜନ କରିବେ। ପ୍ରତିକାର- ପ୍ରତ୍ୟେକଦିନ ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

କନ୍ୟା:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ କୌଣସି କାରଣରୁ ସହକର୍ମୀଙ୍କ ଠାରୁ ପ୍ରଶଂସାବାଣୀ ଶୁଣିବାକୁ ପାଇବେ ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ। ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବା ସହ ଟଙ୍କାର ଆବଶ୍ୟକତା ପୂରଣ ହେବ ଓ ନିଜର ପ୍ରଭାବ ପରାକ୍ରମ ବୃଦ୍ଧି ପାଇବ। ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିପାରେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଅଟକି ଯାଇଥିବା ଟଙ୍କା ବା ଉଧାର ଦେଇଥିବା ଅର୍ଥ ପାଇ ପାରିବେ। ଅନଲାଇନ୍ ବ୍ୟବସାୟ ସହିତ ଜଡିତ ଲୋକଙ୍କ ପାଇଁ ବିଶେଷ ଶୁଭ ହେବ। ପ୍ରେମ ସମ୍ବନ୍ଧରେ ଅତ୍ୟଧିକ ଭାବପ୍ରବଣ ହୋଇ ପାରନ୍ତି। ଅନ୍ୟମାନଙ୍କ ପରାମର୍ଶ ଅପେକ୍ଷା ନିଜ ନିଷ୍ପତ୍ତି ଉପରେ ଅଧିକ ପ୍ରାଧାନ୍ୟ ଦିଅନ୍ତୁ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ପୈତୃକ ସମ୍ପତ୍ତିକୁ ନେଇ ପାରିବାରିକ ଦ୍ଵନ୍ଦ ମେଣ୍ଟିଯିବ। ପ୍ରତିକାର- ପ୍ରତ୍ୟେକଦିନ ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ତୁଳା:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସୃଜନଶୀଳ ସାମର୍ଥ୍ୟର ଭଲ ବ୍ୟବହାର କରିବା ଫଳରେ ପାରିବାରିକ ଅଶାନ୍ତି ଦୂରହେବ। କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ। ବାଦବିବାଦ, ପରୀକ୍ଷା, ପ୍ରତିଯୋଗୀତା, ମାଲିମୋକଦ୍ଦମା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ସାଙ୍ଗମାନଙ୍କ ସହିତ ସପିଂକୁ ଯାଇ ପାରନ୍ତି। ବ୍ୟବସାୟ ଦୃଷ୍ଟିକୋଣରୁ ଆପଣ ବହୁତ ଲାଭବାନ ହେବେ। ଜଟିଳ ସମସ୍ୟାର ସମାଧାନ ବାଟ ଖୋଜିବାରେ ଆପଣ ସଫଳତା ପାଇବେ।ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଅନୁଭବ କରିବାସହ ଅର୍ଥସଞ୍ଚୟ କରିବାରେ ବହୁତ ଯତ୍ନବାନ ହେବେ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ନୂତନକର୍ମ ନିଯୁକ୍ତିରେ ସଫଳ ହେବା ସହ ମାନସିକ ଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇ ଶତୃ ମାନେ ଦୂରେଇ ଯିବେ। ପ୍ରତିକାର- ପ୍ରତ୍ୟେକଦିନ ଦହି ମିଠା ଖାଇ ଘରୁ ବାହାରନ୍ତୁ।

ବିଚ୍ଛା:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଭାଗୀଦାରୀ ମାନଙ୍କ ସହ ମତାନ୍ତର ମନାନ୍ତର ଦୂରେଇ ଯିବ। ବ୍ୟବସାୟ କ୍ଷେତ୍ରର ଅଗ୍ରଗତି ବିଷୟରେ ଉତ୍ସାହିତ ହେବେ। ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ ଏକ ଉଦାହରଣ ଭାବରେ ଉଭା ହେବ। ଛାତ୍ର ଛାତ୍ରୀମାନଙ୍କର ପଢ଼ାପଢିରେ ମନ ଲାଗିବା ହେତୁ ସଠିକ୍‌ ଉତ୍ତର ଲେଖିପାରିବେ। ପାରିବାରିକ କ୍ଷେତ୍ରରେ ଅଶାନ୍ତି ବିଶୃଙ୍ଖଳା ଦୂରେଇଯାଇ ସହନ ଶୀଳତା କାଏମ ରହିବ। ଆଇନ୍ କାନୁନ୍ ସମ୍ବନ୍ଧୀୟ ବୃତ୍ତିରେ ଭଲ ସଫଳତା ପାଇବାର ସମ୍ଭାବନା ଅଛି। ଉଧାର ଦେଇଥିବା ଟଙ୍କା ମିଳିଯିବା ଫଳରେ ଆଶାତୀତ ଲାଭ କରିବେ। ବ୍ୟକ୍ତିଗତ ସମ୍ପର୍କ ବଜାୟ ରଖିବା ପାଇଁ ଆପଣଙ୍କୁ କେତେକ କ୍ଷେତ୍ରରେ ନତମସ୍ତକ ହେବାକୁ ପଡିପାରେ। ଶାରୀରିକ ଏବଂ ମାନସିକ ସ୍ତରରେ ବହୁତ ସକ୍ରିୟ ହୋଇ ଆୟର ନୂତନ ଉତ୍ସ ବିକାଶ ହୋଇପାରେ। ପ୍ରତିକାର- ପ୍ରତ୍ୟେକଦିନ ସିନ୍ଦୁରଟିକେ ମୁଣ୍ଡରେ ଲଗେଇ ଦିଅନ୍ତୁ।

ଧନୁ:- ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଯୋଗ୍ୟତା, ଦକ୍ଷତା ଓ ପାରଦର୍ଶିତା ଯୋଗେ ପ୍ରତିଦ୍ୱନ୍ଦ୍ୱୀ ମାନଙ୍କ ଉପରେ ବିଜୟୀ ହେବେ। ପ୍ରେମ ସମ୍ପର୍କରେ ଟେନସନକୁ ଏଡାଇବା ପାଇଁ, ନିଜ ମଧ୍ୟରେ ଭଲ ଯୋଗାଯୋଗ ରଖନ୍ତୁ। ରାଜନୀତି ସହିତ ଜଡିତ ଲୋକମାନେ ସାବଧାନ ହେବା ଉଚିତ୍ କିଛି ଲୋକ ଆପଣଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିପାରନ୍ତି। ପରିବାରର ପରିବେଶ ଆରାମଦାୟକ ହେବ। ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି ପାଇବାସହ କେତେକ ଲୋକଙ୍କୁ ଜାଣିପାରିବେ ଯେଉଁମାନେ ଆପଣଙ୍କ ପାଇଁ ସହାୟକ ହେବେ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ପ୍ରିୟଜନ ମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବେ। ଅନ୍ୟର ଦୁଃଖ ଦୁର୍ଦଶା ଦୂର କରିବାକୁ ପ୍ରୟାସରତ ହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ। ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ଆନନ୍ଦଦାୟକ ହେବ। ପ୍ରତିକାର- ପ୍ରତ୍ୟେକଦିନ ବୁଲାକୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟିକ କ୍ଷେତ୍ରରେ ଉନ୍ନତିହେବ। ପାରିବାରିକ ସ୍ତରରେ କିଛି କୁହୁଳା ଆଶାନ୍ତି ଦୂରେଇ ଯିବ। ଲେଖକ, ପତ୍ରକାର, ରାଜନୈତିକ, ସଙ୍ଗୀତଜ୍ଞ, ଠିକାଦାର ଓ ସରକାରୀ କର୍ମରତଥିବା ବ୍ୟକ୍ତିମାନଙ୍କର ଅନେକ ଶୁଭହେବ। ଦୂରଯାତ୍ରା କରି ନିଜକୁ ସୁସ୍ଥ ମନେକରିବେ। ପ୍ରେମିକ ପ୍ରେମିକାମାନଙ୍କର ପ୍ରେମ ପ୍ରସଙ୍ଗରେ ମଧୁରତା ଆସିବ। ପୁରାତନ ବନ୍ଧୁ ଓ ଅଚିହ୍ନା ଲୋକଙ୍କଠାରୁ ସାହାଯ୍ୟ ପାଇ ଧନ୍ୟ ହେବେ। ଶୁଭ ସମାଚାର ମିଳିବ। ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଦ୍ଵାରା ସହାୟତା ପାଇ ଉନ୍ନତି ହେବ। କୌଣସି ମାଙ୍ଗଳିକ କାର୍ଯ୍ୟରେ ଅର୍ଥ ବ୍ୟୟ କରିବେ। ଅନାବଶ୍ୟକ ଖର୍ଚ୍ଚ ଓ ଭ୍ରମଣ ଯୋଗେ ବ୍ୟଥିତ ହେବେ। କିନ୍ତୁ ଅଚାନକ କିଛି ଧନ ଲାଭ ହେବାରୁ ମନ ଖୁସି ରହିବ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବା ସହିତ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରତିକାର:- ପ୍ରତ୍ୟେକଦିନ ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ।

କୁମ୍ଭ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କର୍ମକ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ ଓ ଆୟ ବୃଦ୍ଧି ହେବ। ଗୃହ ନିର୍ମାଣ କାର୍ଯ୍ୟକୁ ଆଗେଇ ନେଇ ପାରନ୍ତି। ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ପ୍ରେମିକ ପ୍ରେମିକାମାନେ ପାଦ ସହିତ ପାଦ ମିଶେଇ ଆଗକୁ ବଢିବେ। ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠିତ ହେବାପାଇଁ କରିଥିବା ଯୋଜନା ସଫଳ ହୋଇ ପାରିବ। ସୁନା, ରୂପା, କଂସା, ପିତ୍ତଳ, ତେଜରାତି, ଷ୍ଟେସନାରୀ, ଔଷଧ ବ୍ୟବସାୟୀ ମାନଙ୍କର ଆଶାତିତ ଲାଭ ହେବ। ବ୍ୟବସାୟ ପାଇଁ ଦୂରଯାତ୍ରାର ସୁଯୋଗ ପାଇ ସଫଳତା ଅର୍ଜନ କରିବେ। କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତିହେବ। ମିଷ୍ଟାନ ଭୋଜନ, ଉଚ୍ଚଆଶା ପୂରଣ ହେବ। ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି। କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟି ହେବ। ପ୍ରତିକାର:-ପ୍ରତ୍ୟେକଦିନ କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ।

ମୀନ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ପାରିବାରିକ ସମସ୍ୟା ସତ୍ତ୍ୱେ ଶାନ୍ତି ବିରାଜମାନ କରିବ। ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ଓ ବକେୟା ଅର୍ଥ କିଛି ଆଦାୟ ହେବ। ପାରିବାରିକସ୍ତର ହସ ଖୁସିରେ କଟିବ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରି ପାରିବେ। ଆତ୍ମୀୟ ସ୍ଵଜନଙ୍କ ପାଇଁ ଭୋଗ ବିଳାସଦ୍ରବ୍ୟ କ୍ରୟକରିବେ। ହଠାତ୍ ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚାନ୍ତ ହେବେ। ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବେ। କାର୍ଯ୍ୟାଳୟରେ ଆଲୋଚନା ସରଗରମ ହୋଇପାରେ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ। ସରକାରୀ କାମରେ ସଫଳତା ମିଳିବ। ବ୍ୟବସାୟରେ ଉନ୍ନତି ହେବାଫଳରେ ଖୁସି ରହିବେ। ଶିକ୍ଷା କ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। ପ୍ରତିକାର- ପ୍ରତ୍ୟେକଦିନ କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!