ବୁଧ ବିଛା ରାଶିକୁ ଚଳିବା ଫଳରେ 12ଟି ରାଶିର ବ୍ୟକ୍ତିମାନଙ୍କ ଉପରେ କଣ ରହିବ ପ୍ରଭାବ, ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ ମସିହା ନଭେମ୍ବର ମାସ ୧୩ ତାରିଖରେ ବୁଧ ବିଛାରାଶିକୁ ଚଳିବା ଫଳରେ ବାରୋଟି ରାଶିର ବ୍ୟକ୍ତିମାନେ ଶିକ୍ଷା, ସ୍ୱାସ୍ଥ୍ୟ, କର୍ମ, ବ୍ୟବସାୟ, ରାଜନୀତି ଓ ପାରିବାରିକ କ୍ଷେତ୍ରରେ କଣ ଶୁଭାଶୁଭ ଫଳ ଭୋଗକରିବେ କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା । ବାଣୀ ଓ ବାଣିଜ୍ୟ କାରକ ବୁଧଗ୍ରହ ତୁଳାରାଶିରୁ ଗୋଚରହୋଇ ବିଛାରାଶିରେ ଅବସ୍ଥାନ କରିବେ । ଏହି ଗୋଚର ଫଳରେ କିଛି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ କ୍ଷେତ୍ରରେ ବିଶେଷ ଲାଭ ହେବ ଓ କିଛି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ କ୍ଷେତ୍ରରେ କ୍ଷତି ସହିବାକୁ ପଡିବ । ରାଶି ଚକ୍ରରେ ବୁଧଗ୍ରହ ମିଥୁନ ଓ କନ୍ୟା ରାଶିର ଅଧିପତି ଅଟନ୍ତି । କନ୍ୟା ରାଶିରେ ବୁଧଗ୍ରହ ୧୫ଡିଗ୍ରୀରେ ଉଚ୍ଚରେ ଅବସ୍ଥାନ କରି ଶୁଭଫଳ ପ୍ରଦାନ କରନ୍ତି । ଏହା ସହିତ ମୀନ ରାଶିରେ ୧୫ଡିଗ୍ରୀରେ ବୁଧଗ୍ରହ ନିଚ୍ଚରେ ଅବସ୍ଥାନ କରି ଅଶୁଭଫଳ ପ୍ରଦାନ କରନ୍ତି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆସନ୍ତୁ ଜାଣିବା ବୁଧ ଗ୍ରହଙ୍କ ଗୋଚର ଫଳରେ ଆପଣଙ୍କ ରାଶିରେ କଣ ପରିବର୍ତ୍ତନ ହେବ । ନିଜରାଶିଠାରୁ ୨, ୪, ୬, ୮, ୧୦, ୧୧, ୧୨ ହେଉଥିଲେ ଶୁଭ । ଜ୍ୟୋତିଷ ଶାସ୍ତ୍ର ମତ ଅନୁସାରେ ବୁଧ ଗ୍ରହଙ୍କୁ ବୁଦ୍ଧିମତା, ବାଣୀ, ଚେତନା, ବ୍ୟାପାର ତଥା ପ୍ରଖରତାର ସ୍ୱାମୀ ବୋଲି କୁହାଯାଏ । ଯେଉଁ ଗ୍ରହଙ୍କ ସହିତ ବୁଧ ଯୁକ୍ତ ହୁଅନ୍ତି ସେହି ଅନୁସାରେ ଫଳ ପ୍ରାପ୍ତି ହୁଏ । ସେହି କାରଣରୁ ଏହି ଗ୍ରହଙ୍କୁ ବିଶେଷ ମହତ୍ୱ ଦିଆଯାଏ । ଯଦି ବୁଧ ଶୁଭ ସ୍ଥାନରେ ଅବସ୍ଥିତ ହୁଅନ୍ତି ତେବେ ବ୍ୟକ୍ତିର ବୁଦ୍ଧି ସମ୍ବନ୍ଧିତ କାର୍ଯ୍ୟରେ ବିଶେଷ ସଫଳତା ପ୍ରାପ୍ତି ହୁଏ । ଯଦି ଅଶୁଭ ସ୍ଥାନରେ ଅବସ୍ଥିତ ହୋଇଥାନ୍ତି ତେବେ କେତେ ପ୍ରକାର ମାନସିକ ଚିନ୍ତାର ସାମ୍ନା କରିବାକୁ ପଡିଥାଏ । ଏହି ଗ୍ରହ ସର୍ବଦା ରବି ଗ୍ରହଙ୍କ ନିକଟବର୍ତ୍ତି ହୋଇ ରହିଥାନ୍ତି ।

ଯଦି କୌଣସି ଗ୍ରହ ରବିଙ୍କ ସହିତ ସ୍ଥିତ ଥାନ୍ତି ତାକୁ ଅସ୍ତ ବୋଲି କୁହାଯାଏ । ସେହିପରି ବୁଧ ୧୪ଡିଗ୍ରୀ ବା ତାଠାରୁ କମ୍‌ ଡିଗ୍ରୀରେ ଅବସ୍ଥାନ କରନ୍ତି ତେବେ ମଧ୍ୟ ଅସ୍ତ ବୋଲି କୁହାଯାଏ । କିନ୍ତୁ ରବି ଗ୍ରହଙ୍କ ସହିତ ଯୁକ୍ତ ହୋଇଥିବାରୁ ବୁଧ ଗ୍ରହଙ୍କୁ ଅସ୍ତର ଦୋଷ ଲାଗେ ନାହିଁ ଓ ଅସ୍ତ ହେବାର ପରିଣାମରେ ମଧ୍ୟ ଅଧିକ ଅନ୍ତର ଦେଖାଯାଏ ନାହିଁ । ଏହା ଯୁକ୍ତ ହୋଇଥିବାରୁ ବୁଧାଦିତ୍ୟ ଯୋଗ ସୃଷ୍ଟି ହୁଏ । ବୁଧଗ୍ରହ ଗଣିତଜ୍ଞ, ଲେଖକ, ଜ୍ୟୋତିଷ, ବ୍ୟାପାର, କମ୍ୟୁନିକେଶନ, ଇଲେକ୍ଟ୍ରୋନିକ୍ସ ଉପକରଣ, କମ୍ପ୍ୟୁଟର, ଇଣ୍ଟରନେଟ୍‌, ଟ୍ରେଡ୍‌ ବା ଇଣ୍ଡଷ୍ଟ୍ରି, ବିତ୍ତ, ବ୍ୟାଙ୍କ, ଉଦ୍ୟୋଗ, ଟେକ୍ନୋଲୋଜି, ଅଭିନେତା, ଶୋଧକର୍ତ୍ତା, ପ୍ରଶିକ୍ଷକ, ମାର୍କେଟିଙ୍ଗ୍‌ ବିଜ୍‌ନେସ୍‌, ବିଜ୍ଞାପନ, ନେଟୱାର୍କ, ଇଂଜିନିୟର ବିଦ୍ୟାର ପ୍ରତିନିଧିତ୍ୱ କରିଥାନ୍ତି । ଅନୁସନ୍ଧାନ, ପ୍ରଶିକ୍ଷଣ, ପ୍ରକାଶନସଂସ୍ଥା, ଲେଖନସାମଗ୍ରୀ, ସମ୍ପାଦନ, ଖବର ସଂଗ୍ରହ, ପତ୍ରକାରିତା, ଶୋସିଆଲ୍‌ ମିଡିଆ, ବ୍ୟାଙ୍କିଙ୍ଗ୍‌ ଇତ୍ୟାଦି କ୍ଷେତ୍ରରେ ବୁଧଗ୍ରହ ଯୁକ୍ତ ହୋଇଥାନ୍ତି ।

ମେଷ:-ରାଶି ବ୍ୟକ୍ତିଙ୍କ ପାଇଁ ବୁଧଗ୍ରହ ଅଷ୍ଟମ ସ୍ଥାନରେ ଅବସ୍ଥାନ କରିବେ । ଅଧିକ ପରିମାଣରେ ଧନ ଉପାର୍ଜନ କରିପାରିବେ । ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବାରେ ସାହାଯ୍ୟ କରିବ । ଉଚ୍ଚଶିକ୍ଷା ନିମିତ୍ତ ବିଦେଶ ଯାତ୍ରା ଫଳରେ ଅତ୍ୟନ୍ତ ଲାଭବାନ ହେବେ । ବୈବାହିକ ଜୀବନରେ ଜୀବନସାଥୀ ଠାରୁ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ଯେ କୌଣସି ପ୍ରକାରର ଲାଭ ପ୍ରାପ୍ତି ହେବେ । ଅଟକି ଥିବା କାର୍ଯ୍ୟ ପୂରଣ ହେବ ଓ କୌଣସି ନୂତନ କାର୍ଯ୍ୟର ଉଦ୍‌ଘାଟନ ମଧ୍ୟ ହୋଇପାରେ । ପ୍ରତିକାର- ବୁଧବାର ଦିନ କିନ୍ନରଙ୍କୁ ସବୁଜ ଦ୍ରବ୍ୟ ଦାନଦେବେ ଓ ଦକ୍ଷିଣା କିଛି ଦିଅନ୍ତୁ ।

ବୃଷ:-ସାମାଜିକ ପତିଆରା ଅମଳିନ ରହିବ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । କାରବାରରେ ସୁଧାର ଆସିବା ଯୋଗେ ମାନସିକ ଶାନ୍ତି ମିଳିବ । ବନ୍ଧୁମିତ୍ରଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇ ଲୋକପ୍ରିୟତା ହାସଲ କରିବେ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ନେଇ ଧାଁ ଦଉଡ଼ କରିବାକୁ ପଡ଼ିବ । ବାସସ୍ଥାନ ବା ଯାନବାହାନ ପାଇଁ ଖର୍ଚାନ୍ତ ହୋଇ ପାରନ୍ତି । ପାରିବାରିକ ଜୀବନ ବହୁ ବ୍ୟସ୍ତତା ମଧ୍ୟରେ କଟିଲେ ମଧ୍ୟ ଦାମ୍ପତ୍ୟ ସୁଖରେ ଖୁସି ହେବେ । ପ୍ରତିକାର- ଗୋମତାର ସେବା କରି କିଛି ଖାଇବାକୁ ଦିଅନ୍ତୁୂ ଲାଭ ହେବ । ନିଜର ପୂଜାସ୍ଥଳରେ ବୁଧଯନ୍ତ୍ର ସ୍ଥାପନା କରି ପୂଜା କରନ୍ତୁ ।

ମିଥୁନ:-ଫ୍ୟାଶନ ଏବଂ ସୁନା ସହିତ ଜଡିତ ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ବୃଦ୍ଧିରେ ସଫଳ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିବ । ବ୍ୟବସାୟ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟ ଦାୟକ ହେବ । ରାଜନୀତି କ୍ଷେତ୍ରରେ ପଦ ପଦବୀ ଲାଭ ହେବା ସହ ସମ୍ମାନଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଆଶା କରୁଥିବା ସୁଯୋଗ ପାଇ ଖୁସୀ ହୋଇ ଯିବେ । ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ କରିବେ । ପ୍ରେମ ଏବଂ ରୋମାନ୍ସ ପାଇଁ ବହୁତ ଭଲ । ପ୍ରତିକାର- ‘ଓଁ ନମୋ ଭଗବତେ ବାସୁଦେବାୟ’ ଏହି ମନ୍ତ୍ରକୁ ଜପ କରନ୍ତୁ । ବୁଧବାର ଦିନ ଗୋମତାକୁ କଞ୍ଚାଘାସ ଖାଇବାକୁ ଦିଅନ୍ତୁ ।

କର୍କଟ:-ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । ବେଳେବେଳେ ଛୋଟ ଛୋଟ କଥାକୁ ନେଇ ପ୍ରେମି ଯୁଗଳଙ୍କର ମତାନ୍ତର ହୋଇ ପାରେ । ସେଥିପାଇଁ ସବୁ ପରିସ୍ଥିତିରେ ସଂଯମତା ରଖିବା ଉଚିତ୍ । ସୁଖ ସୁବିଧାରେ ବୃଦ୍ଧି ହେବ କିନ୍ତୁ ନିଜର ଧ୍ୟାନ ଭ୍ରମିତ ହୋଇପାରେ । ବିଦ୍ୟାର୍ଥୀମାନେ ପଢା ଲେଖାରେ ମନଯୋଗ ଦେଇ ଅଧିକ ପରିଶ୍ରମ ଜାରି ରଖିବା ଜରୁରୀ ଅଟେ । ପ୍ରତିକାର-ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ । ଶାଗୁଆ ରଙ୍ଗର ବସ୍ତ୍ର ଓ କଞ୍ଚାମୁଗ ଜଗନ୍ନାଥଙ୍କ ମନ୍ଦିରରେ ଦାନ କରନ୍ତୁ ।

ସିଂହ:-ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ଫଳ ପାଇବେ । ସମ୍ପତ୍ତି ଉପରେ ଆପଣ ବଡ଼ ଧରଣର ବିନିଯୋଗ କରିପାରିବେ । କ୍ରମାଗତ ବ୍ୟବସାୟ ପାଇଁ ଯାତ୍ରା କରିବା ଫଳରେ ବ୍ୟବସାୟରେ ବହୁତ ଭଲ ଲାଭ ପାଇବେ । ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ହେବ । ପରିବାରରେ ଖୁସିର ମାହୋଲ ଲାଗି ରହିବ । ଆର୍ଥିକ ସମସ୍ୟା ଦୂରହୋଇ ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଅନେକ ଦିନଧରି ଅଟକି ରହିଥିବା କାମ ଏକ ସମୟରେ ଶେଷକରିବାକୁ ଆପ୍ରାଣ ଚେଷ୍ଟା କରିବେ । ପ୍ରତିକାର-ବୁଧଗ୍ରହଙ୍କୁ ପୂଜା କରନ୍ତୁ ଓ ଓଁ ବ୍ରାଂ ବ୍ରୀଂ ବ୍ରୌଂ ସଃ ବୁଧାୟ ନମଃ ଏହି ମନ୍ତ୍ରକୁ ପ୍ରତିଦିନ ୧୦୮ଥର ଜପ କରନ୍ତୁ । କିନ୍ନରଙ୍କୁ ଶାଗୁଆ ରଙ୍ଗର ଚୁଡି ଦାନ କରିଲେ ଲାଭ ହେବ ।

କନ୍ୟା:-ଏହି ସମୟରେ ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବେ । ଜୀବନସାଥୀଙ୍କ ସହିତ ମଧୁର ସମ୍ପର୍କ ରହିବ । ପ୍ରେମ ସମ୍ବନ୍ଧ କ୍ଷେତ୍ରରେ ମଧ୍ୟ ଶୁଭଫଳ ପ୍ରାପ୍ତି ହେବ । ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ଭଲ ପରିଣାମ ମିଳିବ । ଚାକିରୀରେ ପ୍ରମୋଶନ ହେବ, ଆୟରେ ବୃଦ୍ଧି ହେବ । ବ୍ୟାପାର କରୁଥିବା ବ୍ୟକ୍ତି ଭଲ ଲାଭ ପାଇବେ । ଯଦି ଆପଣ ପାର୍ଟନର ହୋଇ ବିଜିନେସ୍‌ କରୁଛନ୍ତି ତେବେ ସାବଧାନ ରହିବାକୁ ହେବ, କାରଣ ପାର୍ଟନରଙ୍କ ଠାରୁ ଧୋକା ପାଇପାରନ୍ତି । ପ୍ରତିକାର-ଗଣେଶଙ୍କୁ ପୂଜା ଅର୍ଚନା କରି ଦୂବ ଅର୍ପଣ କରନ୍ତୁ । ପୂଜା ସ୍ଥାନରେ ବୁଧଯନ୍ତ୍ର ସ୍ଥାପନା କରନ୍ତୁ । ଶାଗୁଆ ରଙ୍ଗର ବସ୍ତ୍ର କିନ୍ନରଙ୍କୁ ଦାନ କରନ୍ତୁ ।

ତୁଳା:-ସମସ୍ତ ସମସ୍ୟାର ସମାଧାନ ହୋଇ ଯୁବକ ଯୁବତୀମାନେ ଉତ୍ସାହିତ ହେବେ । ବହୁତ ଟଙ୍କା ରୋଜଗାର କରିବାସହ ସ୍ୱାସ୍ଥ୍ୟ ସମସ୍ୟା ଦୂରହୋଇଯିବ । କ୍ୟାରିୟର ଦୃଷ୍ଟିକୋଣରୁ ବହୁତ ଶୁଭ ହେବ । ତେଣୁ ସମ୍ପର୍କର ଭଲ ଫାଇଦା ନେବାକୁ ସକ୍ଷମ ହେବେ । ଉଚ୍ଚଶିକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀମାନେ ସଫଳତା ପାଇପାରିବେ । ବ୍ୟବସାୟରେ ବଡ଼ ଧରଣର ଆର୍ଥିକ ଲାଭ ହେବାସହ ପୈତୃକ ସମ୍ପତ୍ତିର ସମସ୍ୟା ସମାଧାନ କରି ସମ୍ପତ୍ତିପାଇବା ସମ୍ଭାବନା ରହିବ । ପ୍ରତିକାର- ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ । ଗୋମାତାଙ୍କ ସେବାକରି କଞ୍ଚାଘାସ ଖାଇବାକୁ ଦିଅନ୍ତୁ ।

ବିଚ୍ଛା:-ଶାରୀରିକ କ୍ଷେତ୍ରରେ ସକ୍ରିୟ ହେବାକୁ ପଡିବ । ଯାନ ବାହନ ପ୍ରତି ସାବଧାନ ରହିବେ । ଆପଣଙ୍କ ଭାଇ ଭଉଣୀଙ୍କୁ କିଛି ସମସ୍ୟା ଭୋଗ କରିବାକୁ ହେବ । ପାରିବାରିକ ଜୀବନରେ ଯେ କୌଣସି ବାଧା ଦେଖାଦେବ । ଏହି ସମୟରେ ଉତ୍ଥାନ ପତ୍ତନର ସାମ୍ନା କରିବାକୁ ହେବ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ, କିନ୍ତୁ ଅନ୍ୟ କ୍ଷେତ୍ରରେ ବାଧାର ସମ୍ମୁଖୀନ ହେବେ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ଚିନ୍ତା କରିବାକୁ ପଡିବ । ପେଟରୋଗ ଓ ଲିଭର୍‌ ର ଧ୍ୟାନ ରଖନ୍ତୁ । ପ୍ରତିକାର- ବୁଧବାର ବ୍ରତ ପାଳନ କରି ବୁଧବାର ଦିନ ସବୁଜ ଲୁଗା ପିନ୍ଧନ୍ତୁ ଓ ଲୁଣ ଖାଆନ୍ତୁ ନାହିଁ ।

ଧନୁ:-ଆକସ୍ମିକ ଧନ ପ୍ରାପ୍ତି ହେବ । ବ୍ୟାଙ୍କ, ବୀମା, ନିବେଶ ପରି ଆର୍ଥିକ ଗତିବିଧିରେ ବ୍ୟସ୍ତ ରହିବେ । ଦୂରଯାତ୍ରା କରିବା ଦ୍ଵାରା ବହୁତ ଲାଭ ହେବ ଓ ବକେୟା ଅର୍ଥ କିଛି ମିଳିବ । ଯଦି ଆପଣ କୌଣସି ସଭା ସମିତିକୁ ଯାଉଛନ୍ତି ତେବେ ଆପଣଙ୍କୁ ଭଲ ଭାବରେ ପ୍ରସ୍ତୁତ ହେବାକୁ ପଡିବ । ପ୍ରଶାସନ ସହ ଜଡିତ ଲୋକମାନଙ୍କ ଉପରେ କମ୍ ଚାପ ରହିବା ଯୋଗେ ଆନନ୍ଦିତ ହେବେ । ଧାତୁ ପଦାର୍ଥ କ୍ରୟ ବିକ୍ରୟ କରୁଥିବା ବ୍ୟବସାୟୀମାନେ ବିଶେଷ ଲାଭବାନ ହେବେ । ପ୍ରତିକାର- ନିଷ୍ଠାର ସହିତ ‘ଓଁ ନମୋ ଭଗବତେ ବାସୁଦେବାୟ ’ ଏହି ମନ୍ତ୍ରକୁ ପ୍ରତ୍ୟେକଦିନ୧୦୮ଥରଜପ କରନ୍ତୁ ।

ମକର:-ସମ୍ପତ୍ତି ସମ୍ବନ୍ଧିତ ଶୁଭ ସମାଚାର ଶୁଣିବାକୁ ମିଳିବ ଦଳଗତ ସମସ୍ୟାରେ ସଫଳତା ପାଇଁ ଗର୍ବିତ ହେବେ । ଏକ ବଡ କମ୍ପାନୀରୁ ଚାକିରିର ସୁଯୋଗ ପାଇପାରିବେ ଓ ନୂତନ ପ୍ରକଳ୍ପଗୁଡିକ ସହଜରେ ସମାଧାନ ହୋଇ ପାରେ । ଅପ୍ରତ୍ୟାଶିତ ଆର୍ଥିକ ବୃଦ୍ଧି ହୋଇପାରେ । ନୂତନ ସମ୍ପର୍କ ବିଷୟରେ ମନରେ ଉତ୍ସାହ ଆସିବ । ପୈତୃକ ସମ୍ପତ୍ତିର ସମସ୍ୟା ସମାଧାନ ହେବ । ନୂତନ ଯୋଜନାକୁ କ୍ରିୟାନ୍ୱିତ କରି ପାରିବେ ଓ ଚେଷ୍ଟା କଲେ ବହୁତ ଦିନରୁ ରହିଥିବା ବାକିଟଙ୍କା ମିଳିବ । ପ୍ରତିକାର-ପିଲାମାନଙ୍କୁ ବହି ବା ଖାଦ୍ୟ ସାମଗ୍ରୀ ଦାନ କରନ୍ତୁ । ଶନିବାର ଦିନ ପିମ୍ପୁଡି ଗାତପାଖରେ କିଛି ଅଟା ରଖନ୍ତୁ ।

କୁମ୍ଭ:-ଆର୍ଥିକ ସ୍ଥିତିରେ ବୃଦ୍ଧି ହେବା ସହ ଶୁଭ ସମାଚାର ଶୁଣି ଆନନ୍ଦିତ ହେବେ । କର୍ମସନ୍ଧିତ୍ସୁମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ । ପାରିବାରିକ ଜୀବନରେ ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ । ବିଚାର ବିଭାଗ ରାୟ ସପକ୍ଷରେ ଯିବ । ଯେ କୌଣସି କାର୍ଯ୍ୟ ହାତକୁ ନେଲେ ଶେଷ କରିବା ପରେ ଆଶ୍ୱସ୍ଥି ହେବେ । ସ୍ୱାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲିକ୍ଷିତ ହେବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ପ୍ରତିକାର-କିନ୍ନରଙ୍କୁ ଶାଗୁଆ ରଙ୍ଗର ଚୁଡି ଅର୍ପଣ କରନ୍ତୁ । ପ୍ରତି ଶନିବାର ଦିନ କଳା ଗାଈକୁ କିଛି ଖାଇବାକୁ ଦିଅନ୍ତୁ ।

ମୀନ:-ଯେକୌଣସି କ୍ଷେତ୍ରରେ ଭଲ ଫଳ ପାଇବା ପାଇଁ ବହୁତ ପରିଶ୍ରମ କରିବାକୁ ପଡିବ । ଆର୍ଥିକ କ୍ଷେତ୍ର ମଧ୍ୟ ସାମାନ୍ୟ ରହିବ । ଯଦି କୌଣସି ପ୍ରତିଯୋଗୀ ପରୀକ୍ଷାରେ ସାମିଲ ହେବାକୁ ଯାଉଛନ୍ତି ସେଥିରେ ସଫଳ ପାଇବା ପାଇଁ ଆପଣଙ୍କୁ ବହୁତ ପରିଶ୍ରମ କରିବାକୁ ହେବ । ସ୍ୱାସ୍ଥ୍ୟ ପ୍ରତି ଅଧିକ ଯତ୍ନ ନେବା ଆବଶ୍ୟକ କାରଣ ପୁରୁଣା ରୋଗ ପୁନର୍ବାର ଉତ୍ପନ୍ନ ହୋଇ ଶାରୀରିକ ଶକ୍ତି ହ୍ରାସ ପାଇବ । ଜୀବନସାଥୀଙ୍କ ସହିତ ଅଯଥା କଥାରେ ତର୍କ ବିତର୍କ ନ କରିବା ଉଚିତ୍ । ପ୍ରତିକାର- ଏକ ଘଡିରେ ବା ପାତ୍ରରେ ପାଣି ଭର୍ତ୍ତିକରି ପକ୍ଷୀମାନେ ପିଇବା ପାଇଁ ଉଚ୍ଚ ସ୍ଥାନର ରଖନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!