ଦୈନିକ ରାଶିଫଳ: 16 ଜାନୁୟାରୀ ୨୦୨୧, ଶନିଦେବଙ୍କ କୃପାରୁ ଏହି ସବୁ ରାଶିଙ୍କୁ ମିଳିବ ଆକସ୍ମିକ ଧନଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା, ଜାନୁୟାରୀମାସ ୧୬ତାରିଖ, ଶନିବାର, ମକରମାସ ୩ଦିନ, ପୌଷମାସ, ଶୁକ୍ଳପକ୍ଷ, ତୃତୀୟାତିଥି, ସକାଳ ୭ଟା ୪୬ମିନିଟ୍ ଗତେ ଚତୁର୍ଥୀତିଥି, ଶତଭିଷା ନକ୍ଷତ୍ର, ସକାଳ ୬ଟା ୯ମିନିଟ୍ ଗତେ ପୂର୍ବଭାଦ୍ରପଦ ନକ୍ଷତ୍ର, କୁମ୍ଭରାଶିରେ ଚନ୍ଦ୍ର । ବୃଷ, ସିଂହ, କନ୍ୟା ରାଶିର ଘାତବାର । ମିଥୁନ, ମୀନ ରାଶିର ଘାତଚନ୍ଦ୍ର । ପୋଟଳ ନ ଖାଇଲେ ଭଲ, ସକାଳ ୭ଟା ୪୬ମିନିଟ୍ ପରେ ମୂଳା ନ ଖାଇଲେ ଭଲ । ଶୁଭସମୟ- ଦିବା ୧୦ଟା ୩୫ମିନିଟ୍ ରୁ ୧ଟା ୧ମିନିଟ୍, ରାତ୍ର ୮ଟା ୨ମିନିଟ୍ ରୁ ରାତ୍ର ୧୦ଟା ୩୭ମିନିଟ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ମେଷ:-

ଉଚ୍ଚ ଶିକ୍ଷାପାଇଁ ଯାତ୍ରା କରିବା ସାର୍ଥକ ହେବ । ଲଟେରୀ, ଶେୟାର ମାର୍କେଟ, ରୁଣ ଆଦାନପ୍ରଦାନରେ ଲାଭବାନ ହେବେ । ଜାଗା, ଜମି ଗୃହ ସମ୍ବନ୍ଧୀୟ ସମସ୍ୟା ସମାଧାନ କରି ପ୍ରଶଂସା ପାଇବେ । ନୂତନ ବ୍ୟବସାୟ ଆରମ୍ଭ, କର୍ମକ୍ଷେତ୍ରରେ ଦୀର୍ଘଦିନ ଧରି ଲାଗିରହିଥିବା ସମସ୍ୟାର ସମାଧାନ ହେବ । ପ୍ରେମିକ ପ୍ରେମିକାମାନେ ବାହାରକୁ ଯିବାପାଇଁ ଯୋଜନା ପ୍ରସ୍ତୁତ କରିବେ । ସମୟ ଅନୁକୁଳ ଥିବାରୁ ବିଜୟ ଓ ସଫଳତା ଆପଣଙ୍କ ପାଦ ଚୁମିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ବୃଷ:-

ସାମାଜିକ କ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରେ ମନମୁତାବକ ଲାଭ ପାଇ ଭବିଷ୍ୟତ ଯୋଜନାରେ ନିବେଶ କରିବେ । ଆପଣଙ୍କ ଇମାନଦାରି ଓ କର୍ତ୍ତବ୍ୟନିଷ୍ଠାରେ ଅଧିକାରୀବର୍ଗ ପ୍ରସନ୍ନ ହେବେ । ରାଜନୀତିରେ ଲୋକସଂପର୍କ ବୃଦ୍ଧି ପାଇବ । ପରିଜନ ଓ କୁଟୁମ୍ବୀଜନ ପରିବାରରେ ଶୁଭ ସମାଚାର ପାଇ ଖୁସି ହେବେ । ଭାଇ ବନ୍ଧୁ ମିତ୍ରମାନଙ୍କର ସାହାଯ୍ୟ ସହଯୋଗ ପାଇବେ । ବିଦ୍ୟାର୍ଥୀଙ୍କ ପାଇଁ ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତି ହେବ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

ମିଥୁନ:-

କର୍ମକ୍ଷେତ୍ରରେ ଉତ୍ସାହ, ଉଦ୍ଦୀପନା ବୃଦ୍ଧିପାଇବ । ଚିନ୍ତା ଭାବନା ଦୂର ହୋଇଯିବ । ନୂତନ ବ୍ୟବସାୟର ସୁଯୋଗ ପାଇବେ । ଧନ ଉପାର୍ଜ୍ଜନ କରିବା ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ । ପୁରୁଣା ରୋଗର ଉପଶମ ସହ ସ୍ୱାସ୍ଥ୍ୟରେ ଆଶାଜନକ ପରି ବର୍ତ୍ତନ ଦେଖାଦେବ । ଖାଦ୍ୟପେୟ ଔଷଧ ସେବନ ପ୍ରତି ଧ୍ୟାନ ନ ରଖିଲେ, ବିଶେଷ କ୍ଷତି ହେବ । ପିଲାମାନଙ୍କର ପ୍ରତିଭା ବିକଶିତ ହେବା ଫଳରେ ଖୁସି ହେବେ । ପାଠ ପଢାରେ ମନ ଲାଗିବ । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

କର୍କଟ:-

ସରକାରୀ କର୍ମଚାରୀ ମାନେ ସଫଳତା ଲାଭ କରିବେ । ଘରୋଇ ସଂସ୍ଥାର କର୍ମ କ୍ଷେତ୍ରରେ ସହଯୋଗୀ ମାନେ ପୂର୍ଣ୍ଣ ସହଯୋଗ କରିବେ । ପରୀକ୍ଷା ରେ ଆଶା ମୁତାବକ ଫଳ ପାଇ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟିକ ସଫଳତା ମିଳିବା ସହ ଉନ୍ନତି ଓ ଲାଭ କରିବେ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ । ଯାନ ବାହନରେ ସାବଧାନତା ଅବଲମ୍ବନ କରନ୍ତୁ । ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରି ପାରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ସିଂହ:-

ବ୍ୟବସାୟରେ ଲାଭର ମାର୍ଗ ପ୍ରଶସ୍ଥ ହେବ । ରାଜନୈତିକ କ୍ଷେତ୍ରରେ ବହୁତ ଲୋକପ୍ରିୟତା ହାସଲ କରି ଉନ୍ନତି ପଥରେ ଅଗ୍ରସର ହେବେ । କାର୍ଯ୍ୟକ୍ଷେତ୍ରରେ ଉତ୍ତମ ଆଚରଣ ଓ ମଧୁର ସ୍ୱଭାବ ଯୋଗୁ ଯଶଖ୍ୟାତି ଅର୍ଜନ କରିବେ । ଆର୍ଥିକ ସହାୟତାରେ ମନର ଆକାଂକ୍ଷା ପୂରଣ ହେବ ଓ ଆତ୍ମବିଶ୍ୱାସ ବଢ଼ିବ । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନଯୋଗ ଦେଇ ସଫଳତା ପାଇବେ । ଖାଇବା ପିଇବାରେ ସତର୍କ ନରହିଲେ ଉଦରପୀଡ଼ା ଭୋଗିବେ । ପ୍ରତିକାର:- ଗୋମାତାକୁ କିଛି ଖାଦ୍ୟ ଦିଅନ୍ତୁ ।

କନ୍ୟା:-

ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବା ସହ ଅଗ୍ରଗତିର ସୁଯୋଗ ପାଇବେ । ନୂତନ ଉଦ୍ୟମରେ ନିଶ୍ଚିତ ସଫଳତା ପ୍ରାପ୍ତି ହେବ । ରାଜନୀତି କ୍ଷେତ୍ରରେ ଜନସମ୍ପର୍କ ସୁଦୃଢ ହେବା ଫଳରେ ଯାହା ଚିନ୍ତା କରିବେ ତାହା ପୂରଣ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ପ୍ରେମିକ ପ୍ରେମିକା ମାନଙ୍କର ପ୍ରେମପ୍ରସଙ୍ଗରେ ମଧୁରତା ଆସିବ । ପିଲାମାନଙ୍କ କାର୍ଯ୍ୟପ୍ରତି ଦୃଷ୍ଟି ରଖିବା ଆବଶ୍ୟକ । କେତେକ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ପ୍ରତିକାର- ପକ୍ଷୀଙ୍କୁ କିଛିଦାନା ଖାଇବାକୁ ଦିଅନ୍ତୁ ।

ତୁଳା:-

ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ହେବ । ବ୍ୟବସାୟରେ ଲାଭ ହେବ । ପରିବାରର ସଦସ୍ୟମାନେ ପରସ୍ପର ପରସ୍ପରକୁ ସହଯୋଗ କରିବେ । ଶିକ୍ଷା କ୍ଷେତ୍ରରେ ଅନୁଭବି ଓ ଦାୟିତ୍ୱ ପୂର୍ଣ୍ଣ ଲୋକଙ୍କର ମାର୍ଗଦର୍ଶନ ପାଇବେ । ସହଜ ସରଳରେ କର୍ମ ନିଯୁକ୍ତି ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ । ସନ୍ତାନର କୌଣସି କାର୍ଯ୍ୟ ପାଇଁ ଆନନ୍ଦିତ ହେବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ବିଚ୍ଛା:-

ଶତୃମାନଙ୍କ ଉପରେ ବିଜୟ ହାସଲ କରିବେ । କୌଣସି ଏକ ବନ୍ଧୁଙ୍କ ସାହାଯ୍ୟରେ ବିଗିଡିଥିବା କାର୍ଯ୍ୟ ସୁଧାରି ପାରିବେ । ନୂତନ ସମ୍ବନ୍ଧ, ସାମାଜିକ କ୍ଷେତ୍ରରେ ପ୍ରେରଣା ଓ ଉତ୍ସାହ ଦାୟକ ହେବ । କାର୍ଯ୍ୟଭାର ବହନ କରି ଯାତ୍ରା କରିବାକୁ ପଡ଼ିପାରେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ସମୟ ଅନୁକୂଳ ହେବ । କର୍ମକ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ଧାଁ ଦଉଡ଼ କରିବାକୁ ପଡ଼ିବ । ବାଣିଜ୍ୟ ବ୍ୟବସାୟରେ ପ୍ରଗତି ହେବା ସହ ଆଶାତୀତ ଧନ ଲାଭ କରିବେ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ଧନୁ:-

ସାମାଜିକ କାର୍ଯ୍ୟପାଇଁ ଯାତ୍ରା କରିବେ । ଜାଗା, ଜମି, ଗୃହ, ବାହନ ଆଦି କ୍ରୟ କରିବାର ସୁଯୋଗ ପାଇବେ । ଆଳସ୍ୟ ତ୍ୟାଗ କରି କାମ କାର୍ଯ୍ୟରେ ମନ ଦେବେ । କୌଣସି ପ୍ରିୟମିତ୍ରଙ୍କ ଯୋଗେ ବ୍ୟବସାୟରେ ବିଶେଷ ଲାଭବାନ୍ ହେବେ । ଚିନ୍ତା କରୁଥିବା କାର୍ଯ୍ୟ ପୂରଣ ହେବା ଫଳରେ ଆନନ୍ଦିତ ହେବେ । ଦେଇଥିବା କଥା କାର୍ଯ୍ୟରେ ପୂରଣ କରିବେ । ଯେଉଁ କାର୍ଯ୍ୟରେ ହାତ ଦେବେ, ଠିକ୍ ନିର୍ଣ୍ଣୟ କରି ପାରିବେ । ଆର୍ଥିକ ଦୃଷ୍ଟି କୋଣରୁ ଅନୁକୂଳତା ଭରପୂର ରହିବ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ମକର:-

ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା ଫଳରେ ଭବିଷ୍ୟତରେ ଅତ୍ୟନ୍ତ ଲାଭଦାୟକ ହେବ । ପରୀକ୍ଷା ପ୍ରତିଯୋଗିତାରେ ସମାଜିକ ସ୍ତରରେ ନିଜର ଖ୍ୟାତି ବୃଦ୍ଧି ପାଇବ । ଶତୃ ଓ ବିରୋଧୀମାନେ କିଛି କ୍ଷତି କରିପାରିବେ ନାହିଁ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ । ଶରୀର ସୁସ୍ଥ ରହିବ । ଛାତ୍ର ଛାତ୍ରୀମାନେ ପଢ଼ା ପଢ଼ିରେ ମନ ଯୋଗ ଦେଇ ପ୍ରଶଂସା ପାଇବେ । ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ଦେଖାଦେବ । ପ୍ରତିକାର- ଦହି ମିଠା ଖାଇଘରୁ ବାହାରନ୍ତୁ ।

କୁମ୍ଭ:-

ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ । ବ୍ୟବସାୟରେ ବାଧା ଉପୁଜିଲେ ମଧ୍ୟ ଲାଭବାନ୍ ହେବେ । ଭାଇ ଭଉଣୀମାନଙ୍କ ସହ ମନୋମାଳିନ୍ୟ ମେଣ୍ଟିଯାଇ ପାରିବାରିକ କ୍ଷେତ୍ରରେ ସୁଖଶାନ୍ତି ଦେଖାଦେବ । ଲମ୍ବା ଯାତ୍ରାରେ ଲାଭବାନ ହେବେ । ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ । ସମସ୍ତଙ୍କର ପୂର୍ଣ୍ଣ ସହଯୋଗ ମିଳିବ । ଉତ୍ତମ ରୋଜଗାର ମିଳିବ । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ମୀନ:-

ଶତୃ ପରାଜିତ ହେବେ । ବାକିଥିବା ଅର୍ଥପ୍ରାପ୍ତି ହେବ । ବ୍ୟବସାୟରେ ଭଲ ଲାଭ ପାଇବେ । ନୂତନ ଯୋଜନାରେ ସଫଳତା ମିଳିବ । ପାରିବାରିକ ଜୀବନ ସୁଖ ଓ ଶାନ୍ତିରେ କଟିବ । ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଇଚ୍ଛାକରି ସ୍ଥାନାନ୍ତରିତ ହୋଇ ପାରନ୍ତି । କଠିନ ପରିଶ୍ରମ କରିବା ଯୋଗୁ ଶାରରୀକ ଅସୁସ୍ଥତା ଦେଖା ଦେଇ ପାରେ । ଯାନ ବାହନରେ ସାବଧାନତା ଅବଲମ୍ବନ କରନ୍ତୁ । ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ ।

Jyotirbid Dr. Pramod Satapathy
Jantra Jyotisha, Cuttack

For personalized consultation and appointment,
you can connect on WhatApp @ 7008758366 or 9437006746
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 9937745975 or 9437006746


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!