ନାମରୁ ଜାଣନ୍ତୁ ନିଜ ରାଶି ଓ ନକ୍ଷତ୍ର, (ଦୀ, ଦୂ, ଥ, ଝ, ଞ ଦେ, ଦୋ, ଚା, ଚୀ) ଅକ୍ଷରରେ ହୋଇଥିଲେ ନାମ ହେବ କେଉଁ ରାଶି ଜାଣନ୍ତୁ ?

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯେଉଁମାନଙ୍କର ଜାତକ ନାହିଁ, ଯେଉଁମାନେ ଭବିଷ୍ୟତ ବିଷୟରେ ଜାଣିପାରୁନାହାନ୍ତି, ଯେଉଁମାନେ ଟିକେଭଲମନ୍ଦ ବିଷୟରେ ଜାଣିବା ପାଇଁ ଆଗ୍ରହୀ, ସେମାନେ ନିଜର ନାମରୁ ରାଶି ନକ୍ଷତ୍ରର ଗୁଣ, ସ୍ଵଭାବ, ଚରିତ୍ର, ପ୍ରକୃତି, କର୍ମ, ବିଦ୍ୟା, ବ୍ୟବସାୟ ବିଷୟରେ ଜାଣି କଣକରିବେ କଣ ନ କରିବେ ସେବିଷୟରେ ଆସନ୍ତୁ ଜାଣିବା ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

(୧୨)- ମୀନରାଶି- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଦୀ, ଦୂ, ଥ, ଝ, ଞ ଦେ, ଦୋ, ଚା, ଚୀ ହୋଇଥାଏ ତେବେ ଆପଣଙ୍କ ରାଶି ମୀନରାଶି ହେବ । ଆପଣଙ୍କ ରାଶିର ଚିହ୍ନ-ଲାଞ୍ଜ ଓ ମୁହଁ ଯୁକ୍ତ ଦୁଇଟି ମାଛ । ରାଶିସ୍ୱାମୀ-ଗୁରୁ, ରାଶିତତ୍ୱ-ଜଳ, ରାଶିସ୍ୱରୂପ-ଦ୍ୱିସ୍ୱଭାବ, ରାଶିଦିଗ-ଉତ୍ତର । ରାଶିଗୁଣ-ସ୍ତ୍ରୀ, ସତୋଗୁଣୀ । ରାଶିଜାତି-ବ୍ରାହ୍ମଣ । ରାଶିପ୍ରକୃତି-କଫ । ରାଶିସ୍ୱଭାବ-ସୌମ୍ୟ । ରାଶିଅଙ୍ଗ-ଚରଣ ଯୁଗଳ । ରାଶିର ଶୁଭରତ୍ନ-ପୋଖରାଜ । ରାଶିର ଶୁଭରଙ୍ଗ-ହଳଦିଆ । ରାଶିର ଶୁଭବାର-ରବିବାର, ଗୁରୁବାର ।

ରାଶିର ଶୁଭ ଦେବତା-ବିଷ୍ଣୁ । ରାଶିର ଶୁଭ ଦେବୀ-ତାରାତାରିଣୀ ବା ତାରିଣୀ । ରାଶିର ବ୍ରତ, ଉପବାସ-ଗୁରୁବାର । ରାଶିର ଅଙ୍କ ବା ସଂଖ୍ୟା-୩ । ରାଶିର ତାରିଖ-୩, ୧୨, ୨୧, ୩୦ । ରାଶିର ମିତ୍ରରାଶି-କର୍କଟ, ବିଛା । ରାଶିର ଶତୃରାଶି-ମେଷ, ସିଂହ, ଧନୁ । ଘାତବାର-ଶୁକ୍ରବାର, ଘାତନକ୍ଷତ୍ର-ଅଶ୍ଲେଷା, ଘାତତିଥି-ଦ୍ୱିତୀୟା, ଘାତଚନ୍ଦ୍ର- କୁମ୍ଭଚନ୍ଦ୍ର । ରାଶିବ୍ୟକ୍ତିତ୍ୱ- ନିର୍ମଳବୁଦ୍ଧି, ଚତୁର, ଅନେକ ଗୁଣଯୁକ୍ତ, ଜିତେନ୍ଦ୍ରିୟ, ଜଳକ୍ରୀଡ଼ାପ୍ରେମୀ, ପତଳାଶରୀର, ଶସ୍ତ୍ରଚାଳକ, ସତ୍କର୍ମରେ ଧନଖର୍ଚ୍ଚ କରିବେ ।

ଶତୃନାଶକ, ଜଳୋତ୍ପନ୍ନ ପଦାର୍ଥରେ ଋଚି, ଧନୀ, ପ୍ରସନ୍ନଚିତ୍ତ, ବିନମ୍ର, ଦେବବ୍ରାହ୍ମଣଙ୍କ ଭକ୍ତ, ଧାର୍ମିକ, ବିଦ୍ୱାନ, ଲେଖକ, କବି, ଶିଳ୍ପଜ୍ଞ, ସଙ୍ଗୀତ ପ୍ରେମୀ, ସୁନ୍ଦରଦୃଷ୍ଟି, ଶାନ୍ତସ୍ୱଭାବ, ଉଦାର, ହସମୁଖ, ବିଶେଷ ନୀତିବାନ୍‌, ଦେବତା ବ୍ରାହ୍ମଣଙ୍କ ପୂଜକ, ମାଆବାପା ଓ ଗୁରୁଙ୍କ ଭକ୍ତ, ନିଷ୍କପଟ, ଶାସ୍ତ୍ରଜ୍ଞ, ସ୍ୱରୂପବାନ, ସୁଗନ୍ଧ ପୁଷ୍ପ ଆଦିରେ ସୁଶୋଭିତ, ଶ୍ରେଷ୍ଠ ଧର୍ମାତ୍ମା ହେବେ । ରାଶିର ସକରାତ୍ମକ ତଥ୍ୟ- ଆଧ୍ୟାତ୍ମ ପ୍ରେମୀ, ଭାବୁକ, ଅଧ୍ୟୟନଶୀଳ ମନୋବୃତ୍ତି । ବିନମ୍ରତା, ସଜ୍ଜନଶୀଳତା, କଳ୍ପନାପ୍ରିୟ । ରାଶିର ନକରାତ୍ମକ ତଥ୍ୟ-ଅଧୈର୍ଯ୍ୟଶୀଳ, ଦାୟିତ୍ୱହୀନତା, ଅନିଶ୍ଚିତତା ।

ରାଶିର ନକ୍ଷତ୍ର :- ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ, ରେବତୀ ।

ପୂର୍ବଭାଦ୍ରପଦ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଦୀ ହୋଇଥାଏ ତେବେ ଆପଣଙ୍କର ମୀନରାଶି ପୂର୍ବଭାଦ୍ରପଦ ନକ୍ଷତ୍ରରେ ୧୬ବର୍ଷ ବୃହସ୍ପତିଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ସର୍ପ, ଯୋନି-ସିଂହ, ଗଣ-ମାନବ, ବର୍ଣ୍ଣ-ବ୍ରାହ୍ମଣ, ହଂସକ ବା ତତ୍ୱ-ଜଳ, ନାଡ଼ୀ-ମଧ୍ୟ, ପାଦ-ଲୁହାହେବ । ଆପଣ କ୍ଷୁବ୍ଧମନ, ଧନୀ, ନିରୋଗୀ, ଦାଂପତ୍ୟସୁଖୀ ଓ କୃପଣଧନୀ ହେବେ ।

ଉତ୍ତରଭାଦ୍ରପଦ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଦୂ, ଥ, ଝ, ଞ ଅକ୍ଷର ହୋଇଥାଏ ତେବେ ଆପଣଙ୍କର ମୀନରାଶି ଉତ୍ତରଭାଦ୍ରପଦ ନକ୍ଷତ୍ରରେ ୧୯ବର୍ଷ ଶନିଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ସର୍ପ, ଯୋନି-ଗୋମାତା, ଗଣ-ମାନବ, ବର୍ଣ୍ଣ-ବ୍ରାହ୍ମଣ, ହଂସକ ବା ତତ୍ୱ-ଜଳ, ନାଡ଼ୀ-ଆଦ୍ୟ, ପାଦ-ଲୁହାହେବ । ଆପଣ ଶତୃନାଶକାରି, କୁଶଳବକ୍ତା, ପରମ ଧାର୍ମିକ, ଧନୀ, ସୁଖୀ, ବିଶ୍ୱାସୀ ଓ ମିତ୍ରାଧିକ ହେବେ ।

ରେବତୀ- ଯଦି ଆପଣଙ୍କ ନାମର ପ୍ରଥମ ଅକ୍ଷର ଦେ, ଦୋ, ଚା, ଚୀ ହୋଇଥାଏ, ତେବେ ଆପଣଙ୍କର ମୀନରାଶି ରେବତୀ ନକ୍ଷତ୍ରରେ ୧୭ବର୍ଷ ବୁଧଙ୍କ ମହାଦଶାରେ ଜନ୍ମ ହୋଇଛି । ଆପଣଙ୍କ ବର୍ଗ-ସର୍ପ ଓ ଅନ୍ତିମ ଦୁଇ ଚରଣରେ ବର୍ଗ-ସିଂହ, ଯୋନି-ଗଜ, ଗଣ-ଦେବତା, ବର୍ଣ୍ଣ-ବ୍ରାହ୍ମଣ, ହଂସକ ବା ତତ୍ୱ-ଜଳ, ନାଡ଼ୀ-ଆଦ୍ୟ, ପାଦ-ସୁବର୍ଣ୍ଣ ହେବ । ଆପଣ ଆଧ୍ୟାତ୍ମ ପ୍ରେମୀ, ଭାବୁକ, ଅଧ୍ୟୟନଶୀଳ ମନୋବୃତ୍ତି । ବିନମ୍ରତା, ସଜ୍ଜନଶୀଳତା, କଳ୍ପନାପ୍ରିୟ । ପ୍ରାୟତଃ ଆମଦାନୀ ଠାରୁ ଅଧିକ ଖର୍ଚ କରିବେ ଓ ସଠିକ୍‌ ବୁଝାମଣା ବିଚାରରେ ବିଶ୍ୱାସ ରଖିବେ ।

ଶୁଭଫଳ ପାଇବା ପାଇଁ ୧- କାହା ପାଖରେ ନିଜର ଚିନ୍ତା ବିଷୟରେ ଆଲୋଚନା କରିବେ ନାହିଁ । ୨- ଘରେ ଯେ କୌଣସି ଏକ ବଡ଼ ପାତ୍ରରେ ବର୍ଷା ପାଣି ଭର୍ତ୍ତି କରି ରଖନ୍ତୁ । ୩- ବୃହସ୍ପତି ଗ୍ରହଙ୍କୁ ପୂଜା କରନ୍ତୁ ଓ ତାଙ୍କ ସମ୍ବନ୍ଧିତ ବସ୍ତୁ ଯଥା- ପୋଖରାଜ ରତ୍ନ, ସୁନା, କଂସା, ଚଣାଡାଲି, ଘିଅ, ମହୁ, ହଳଦିଆବସ୍ତ୍ର, ହଳଦିଆଫୁଲ, ହଳଦିଆପୁସ୍ତକ, ହଳଦିଆ ଫଳ ଗୃହରେ ସ୍ଥାପିତ କରନ୍ତୁ । ୪- ବେକରେ ଫୁଲମାଳ ପିନ୍ଧନ୍ତୁ ନାହିଁ । ୫- ନିଜେ କୌଣସି ଗଛ କାଟନ୍ତୁ ନାହିଁ । ୬- ଗୁରୁ କିମ୍ବା ସାଧୁଙ୍କୁ ଅପମାନ କରନ୍ତୁ ନାହିଁ । ୭-ଗୁରୁବାର ବ୍ରତ ପାଳନ କରନ୍ତୁ ଓ ଅଶୋସ୍ଥ ବୃକ୍ଷମୂଳରେ ନିୟମିତ ପାଣି ଦିଅନ୍ତୁ । ୮- ଛାତଉପରେ କିମ୍ବା ଘରଆଗରେ କୁଣ୍ଡରେ ନତୁବା ବଗିଚାରେ ହଳଦିଆ ରଙ୍ଗର ଫୁଲ ଗଛ ଲଗାନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!