ଦୈନିକ ରାଶିଫଳ: 01 ଜୁଲାଇ 2022, ମା ସନ୍ତୋଷୀଙ୍କ କୃପାରୁ ଏହି 2ଟି ରାଶିଙ୍କୁ ମିଳିବ ଆକସ୍ମିକ ଅର୍ଥଲାଭ

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ ୧ତାରିଖ, ଶୁକ୍ରବାର, ମିଥୁନମାସ ୧୭ଦିନ, ଆଷାଢମାସ, ଶୁକ୍ଳପକ୍ଷ, ଦ୍ଵିତୀୟାତିଥି ଦିବା୧ଟା ୯ମିନିଟ୍ ପରେ ତୃତୀୟାତିଥି, ପୁଷ୍ୟାନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର । ବ୍ୟାଘାତ ଯୋଗ ଦିବା ୧୦ଟା ୪୫ମିନିଟ୍ ପରେ ହର୍ଷଣ ଯୋଗ । କୌଳବ କରଣ ଦିବା ୧ଟା ୯ମିନିଟ୍ ପରେ ତୈତିଳ କରଣ । ବିଛା, ଧନୁ, ମୀନ ରାଶିର ଘାତବାର । ବୋଇତିକଖାରୁ ନ ଖାଇଲେ ଭଲ ଦିବା ୧ଟା ୯ମିନିଟ୍ ପରେ ପୋଟଳ ନ ଖାଇଲେ ଭଲ । ଯୋଗିନୀ- ଉତ୍ତରେ ଦିବା ୧ଟା ୯ମିନିଟ୍ ପରେ ଆଗ୍ନେୟେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ଦ୍ଵିତୀୟାର ଏକୋଦ୍ଦିଷ୍ଟ ଏବଂ ତୃତୀୟାର ପାର୍ବଣ ଶ୍ରାଦ୍ଧ । ଅଶୁଭସମୟ- ସକାଳ ୮ଟା ୩୨ମିନିଟ୍ ରୁ ୧୧ଟା ୫୦ମିନିଟ୍, ରାତ୍ରି ୯ଟା ୮ମିନିଟ୍ ରୁ ୧୦ଟା ୨୯ମିନିଟ୍ । ଶୁଭସମୟ- ସକାଳ ୬ଟା ୮ମିନିଟ୍ ରୁ ୬ଟା ୫୯ମିନିଟ୍, ଦିବା ୧୨ଟା ୧୭ମିନିଟ୍ ରୁ ୨ଟା ୫୪ମିନିଟ୍, ସନ୍ଧ୍ୟା ୬ଟା ୨୬ମିନିଟ୍ ରୁ ୮ଟା ୩୪ମିନିଟ୍, ରାତ୍ର ୧୨ଟା ୫୬ମିନିଟ୍ ରୁ ୩ଟା ୪ମିନିଟ୍, ରାତ୍ର ୩ଟା ୪୯ମିନିଟ୍ ରୁ ୫ଟା ୧୪ମିନିଟ୍ । ପର୍ବଦିନ- ଶ୍ରୀଗୁଣ୍ଡିଚା ରଥଯାତ୍ରା ।

ମେଷ:-କର୍ମକ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ । କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ । ବିଦ୍ୟାଧ୍ୟୟନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଦାମ୍ପତ୍ୟ ସ୍ତରରେ ଶାନ୍ତି ଶୃଙ୍ଖଳା ବଜାୟ ରହିବ । ମିତ୍ରଙ୍କ ସହାୟତା ଦ୍ଵାରା ଉନ୍ନତି ହେବ । ପ୍ରତିକାର- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବୃଷ:- ଶୁଭ ସମାଚାର ଶୁଣିବା ଫଳରେ ସ୍ଵାସ୍ଥ୍ୟରେ ଉନ୍ନତି ଓ ମାନସିକ ସ୍ଥିରତା ଦେଖାଦେବ । ନିଜର ଯୋଗ୍ୟତା ଓ କ୍ଷମତାର ସଦୁପୋଯୋଗ କରି ପ୍ରଶଂସା ପାଇବେ । ନୂତନ କାର୍ଯ୍ୟଆରମ୍ଭ କରିପାରିବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରନ୍ତି । ରାଜନୀତିରେ ସମାଜ ସେବା କରି ସ୍ଵନାମ ଅର୍ଜନ କରିପାରିବେ । ଧୈର୍ଯ୍ୟ ଓ ବୁଦ୍ଧିବଳରେ ନିଜର କାର୍ଯ୍ୟ ହାସଲ କରିପାରିବେ । ନୂଆ ଜ୍ଞାନର ବୃଦ୍ଧି ହେବ । ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ । ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ ।

ମିଥୁନ:-ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ । ଜନ କଲ୍ୟାଣ କାର୍ଯ୍ୟ ଇଛା ଅନୁସାରେ ସମ୍ପନ୍ନ କରିବେ । ବ୍ୟାପାର ଓ କାରବାରରେ ସୁଧାର ଆସିବ । ଟଙ୍କାର ଆବଶ୍ୟକତା ପୂରଣ ହେବ । ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ଅଫିସର ଓ ଅଧିକାରୀ କାମରେ ପ୍ରସନ୍ନ ରହିବେ । କର୍ମ ଓ ବ୍ୟବସାୟ ସମ୍ବନ୍ଧିତ ଯାତ୍ରା କରିବାକୁ ପଡିବ । ଘର ପରିବାରରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ଗୁରୁଜନଙ୍କ ସେବା ଓ ସହମତିରେ ଆଗକୁ ବଢିପାରିବେ । ପ୍ରତିକାର:- ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

କର୍କଟ:-ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ସହ ମାନସିକ ଶାନ୍ତି ପାଇବେ । ବ୍ୟବସାୟୀକ ସଫଳତା ଆତ୍ମସନ୍ତୋଷ ବଢେଇବ । ଖେଳ, କୁଦ ପ୍ରତିଯୋଗିତାରେ ଓ ବିଦ୍ୟା କ୍ଷେତ୍ରରେ ପ୍ରଶଂସା ପାଇବେ । ଦାମ୍ପତ୍ୟ କଳହର ଅବସାନ ଘଟିବ । ମାନସିକ ଶାନ୍ତି ମିଳିବ । ଯଦି କୌଣସି ନୂତନ ଯୋଜନାର କ୍ରିୟାନ୍ୱିତ କରିବାକୁ ଚାହୁଁଥାନ୍ତି, ତା’ ହେଲେ ଆଗେଇ ନବା ଉଚିତ୍ । ନୂତନ ଦ୍ରବ୍ୟ କ୍ରୟ କରିବେ । ଶତୃମାନେ ସତଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ସିଂହ:-ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ଧର୍ମ-କର୍ମରେ ରୁଚି ବୃଦ୍ଧି ହେବ । କୌଣସି କାମରେ ବିଶେଷ ଜ୍ଞାନ ହାସିଲ କରିବେ । ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ଶିକ୍ଷା କ୍ଷେତ୍ରରେ ପରୀକ୍ଷା, ପରିଣାମ ଅନୁକୂଳ ହେବ । ଆମୋଦ ପ୍ରମୋଦ, ମନୋରଞ୍ଜନ, ଦୀର୍ଘଯାତ୍ରା, ଓ ଛୋଟ ବଡ ମିଟିଙ୍ଗୀରେ ଯୋଗ ଦେଇ ପାରନ୍ତି । ଶାରିରୀକ ଅସୁସ୍ଥତା ସହ ମାନସିକ ଅଶାନ୍ତି ଦୂରେଇ ଯିବ । ପ୍ରତିକାର:- କୁଆ ପାରାଙ୍କୁ ଚାଉଳ ଖାଇବାକୁ ଦିଅନ୍ତୁ ।

କନ୍ୟା:-ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟିବ ଓ ନିଜ କ୍ଷେତ୍ରରେ କର୍ମ ଯୋଗକୁ ଅଧିକ ମହତ୍ତ୍ୱ ଦେଇ ତଳୁ ଉପର ସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ । ବ୍ୟବସାୟମାନେ ଅଧିକ ଲାଭ କରିବେ । ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ । ରାଜନୀତି କ୍ଷେତ୍ରରେ ମାନ ସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ । ବନ୍ଧୁଙ୍କ ସହଯୋଗରେ କେତେକ ସମସ୍ୟାର ସମାଧାନ ହେବ । ପ୍ରେମିକ ପ୍ରେମିକା ମାନେ ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି କରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

ତୁଳା:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲେ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ । ଆୟ ଉପାର୍ଜନ ବୃଦ୍ଧି ହେବ । ଦୂରଯାତ୍ରାରେ ସଫଳ ହେବେ । ଟଙ୍କାର ଆବଶ୍ୟକତା ପୂରଣ ହେବ । ରାଜନୀତିରେ ଉପରିସ୍ଥ କର୍ମୀଙ୍କ ଶ୍ରଦ୍ଧା ବା ପ୍ରିୟଭାଜନ ହେବେ । ମାନସିକ ବିଷାଦ, ଦାମ୍ପତ୍ୟ କଳହ ଓ ଭୟ ଆଶଙ୍କା ଦୂରେଇ ଯିବ । ବକେୟା ଅର୍ଥ କିଛି ମିଳିବ । ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ । ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ । ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ବିଚ୍ଛା:-ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ବ୍ୟବସାୟରେ ଉନ୍ନତି କରିବେ । ବନ୍ଧୁଙ୍କ ଆଗମନ ହେବ । ଛାତ୍ରଛାତ୍ରୀମାନଙ୍କ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ ଓ ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ । କଳା, ସଙ୍ଗୀତ, ସାହିତ୍ୟ ପ୍ରତି ରୁଚି ବୃଦ୍ଧିହେବ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ଯେତେ ଜଟିଳ ସମସ୍ୟା ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତିକାର:- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ଧନୁ:-ପାରିବାରିକ କ୍ଷେତ୍ରରେ ଶାନ୍ତିଶୃଙ୍ଖଳା ଦେଖାଦେବ । ରାଜନୀତି କ୍ଷେତ୍ରରେ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତି ହେବ । ନୂତନ ଦ୍ରବ୍ୟ କ୍ରୟବିକ୍ରୟ କରିପାରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ମିତ୍ରମାନଙ୍କ ଦ୍ଵାରା ଲାଭ ପାଇବେ । ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବିଦ୍ୟା କ୍ଷେତ୍ରରେ ବୀଜୟ ପ୍ରାପ୍ତ ହେବ । କାରବାର ଓ କାର୍ଯ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ଧାର୍ମିକ କାର୍ଯ୍ୟପ୍ରତି ଆଗ୍ରହୀ ହେବେ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ମକର:-ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ । ସକରାତ୍ମକ ଚିନ୍ତା ଆଗକୁ ବଢିବାରେ ସାହାଯ୍ୟ କରିବ । ପାରିବାରିକ କ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧି ହେବ । ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ । କୌଣସି ବିଶିଷ୍ଟ ବ୍ୟକ୍ତିଙ୍କର ସହଯୋଗ ମନୋବଳକୁ ବଢେଇଦେବ । ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ । କାର୍ଯ୍ୟକ୍ଷେତ୍ରରେ ମାନସିକ ଶାନ୍ତି ମିଳିବ । ପ୍ରତିକାର- ଅଷ୍ଟଗନ୍ଧ ତିଳକଚନ୍ଦନ ମସ୍ତକରେ ଧାରଣ କରନ୍ତୁ ।

କୁମ୍ଭ:-ସାମାଜିକ ପ୍ରତିଷ୍ଠା, ମାନସମ୍ମାନ ବୃଦ୍ଧି ହେବ । ନିଜର ଯୋଗ୍ୟତା ଓ କ୍ଷମତାର ବହୁତ ଲାଭ ମିଳିବ । ପରିବାରର ଉନ୍ନତି ପାଇଁ ପ୍ରୟାସରତ ହେବେ । ନିଜକୁ ମଧ୍ୟ ଖୁସି ଓ ସୁରକ୍ଷିତ ଅନୁଭବ କରିବେ । ଅଧୁରା କାର୍ଯ୍ୟ ପୂରଣ ହେବ । ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ । ଉଚ୍ଚଶିକ୍ଷା କ୍ଷେତ୍ରରେ ସଫଳ ହେବେ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରି ପାରିବେ । ପ୍ରତିକାର- ତୁଲସୀ ମୂଳ ମାଟି ମୁଣ୍ଡରେ ଧାରଣ କରନ୍ତୁ ।

ମୀନ:-ସନ୍ତାନଙ୍କ ସମ୍ବନ୍ଧିତ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ । ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ । ରାଜନୀତି ମାମଲାରେ ସଫଳତା ମିଳିବ । ବିଦ୍ୟା କ୍ଷେତ୍ରରେ ଉନ୍ନତି ହେବ ଓ ମନ ଖୁସି ରହିବ । ଆନୁଷ୍ଠାନିକ କାମ ହାସଲ କରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଉପରେ ନିର୍ଭର କରିବେ । ପ୍ରେମୀକ ପ୍ରେମିକାଙ୍କ ମିଳନ ହେବ ଓ ସଫଳତା ମିଳିବ । କୌଣସି ନୂତନ କାର୍ଯ୍ୟ ଆରମ୍ଭ ନକରିବା ଉଚିତ୍ । ପ୍ରତିକାର:- ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!