ଦୈନିକ ରାଶିଫଳ: 02 ଜୁଲାଇ 2022, ଶନିଦେବଙ୍କ କୃପାରୁ ଏହି 3ଟି ରାଶିଙ୍କୁ ମିଳିବ କିଛି ବଡ ଖୁସି ଖବର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୨ମସିହା, ଜୁଲାଇମାସ୨ତାରିଖ, ଶନିବାର, ମିଥୁନମାସ୧୮ଦିନ, ଆଷାଢମାସ, ଶୁକ୍ଳପକ୍ଷ, ତୃତୀୟାତିଥି ଦିବା୩ଟା ୧୭ମିନିଟ୍ ପରେ ଚତୁର୍ଥୀତିଥି, ଅଶ୍ଳେଷା ନକ୍ଷତ୍ର, କର୍କଟ ରାଶିରେ ଚନ୍ଦ୍ର । ହର୍ଷଣ ଯୋଗ ଦିବା ୧୧ଟା ୩୨ମିନିଟ୍ ପରେ ବଜ୍ର ଯୋଗ । ଗର କରଣ ଦିବା ୩ଟା ୧୭ମିନିଟ୍ ପରେ ବାଣିଜ୍ୟ କରଣ । ବୃଷ, ସିଂହ, କନ୍ୟା ରାଶିର ଘାତବାର । ପୋଟଳ ନ ଖାଇଲେ ଭଲ ଦିବା ୩ଟା ୧୭ମିନିଟ୍ ପରେ ମୂଳା ନ ଖାଇଲେ ଭଲ । ଯୋଗିନୀ- ଆଗ୍ନେୟେ ଦିବା ୩ଟା ୧୭ମିନିଟ୍ ପରେ ନୈଋତେ ଯାତ୍ରା ନିଷେଧ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶ୍ରାଦ୍ଧତର୍ପଣ- ତୃତୀୟାର ଏକୋଦ୍ଦିଷ୍ଟ ଶ୍ରାଦ୍ଧ । ଅଶୁଭସମୟ- ପ୍ରାତଃ ୫ଟା ୧୫ମିନିଟ୍ ରୁ ୬ଟା ୫୪ମିନିଟ୍, ଦିବା ୧ଟା ୨୯ମିନିଟ୍ ରୁ ୩ଟା ୮ମିନିଟ୍, ଦିବା ୪ଟା ୪୭ମିନିଟ୍ ରୁ ସନ୍ଧ୍ୟା ୭ଟା ୪୭ମିନିଟ୍, ରାତ୍ର ୩ଟା ୫୪ମିନିଟ୍ ରୁ ୫ଟା ୧୫ମିନିଟ୍ । ଶୁଭସମୟ- ଦିବା ୧୦ଟା ୧୨ମିନିଟ୍ ରୁ ୧୨ଟା ୧୬ମିନିଟ୍, ଦିବା ୩ଟା ୯ମିନିଟ୍ ରୁ ୩ଟା ୪୬ମିନିଟ୍, ରାତ୍ର ୭ଟା ୪୮ମିନିଟ୍ ରୁ ୭ଟା ୫୧ମିନିଟ୍, ରାତ୍ର ୧୧ଟା ୩୦ମିନିଟ୍ ରୁ ୧ଟା ୩୮ମିନିଟ୍, ରାତ୍ର ୩ଟା ୬ମିନିଟ୍ ରୁ ୩ଟା ୫୩ମିନିଟ୍ ।

ମେଷ:-ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିବା ସମ୍ଭବ ହେବ । ପରିବହନ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତିହେବ ଓ ଦୂରଯାତ୍ରାର ସୁଯୋଗ ପାଇବେ । ନୂତନ ବନ୍ଧୁଙ୍କୁ ପାଇ ଖୁସୀହେବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ ପ୍ରଶଂସା ପାଇବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଉନ୍ନତି ହେବ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ରାଜନୀତିରେ ଲୋକସମ୍ପର୍କକୁ ଆଧାରକରି ଉପରିସ୍ଥଙ୍କ କୃପାଭାଜନ ହେବେ । ପ୍ରତିକାର- ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

ବୃଷ:-ସାମାଜିକ ପତିଆରା ଅମଳିନ ରହିବ । ବ୍ୟବସାୟରେ ଉନ୍ନତି ହେବାଫଳରେ ଖୁସି ରହିବେ । କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ । ପ୍ରିୟଜନମାନେ ଆଗକୁ ବଢିବାରେ ସାହାଯ୍ୟ କରିବେ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ । ପରିବାରରରେ ମନୋମାଳିନ୍ୟକୁ ଏଡ଼େଇ ପାରିଲେ ଶାନ୍ତି ମିଳିବ । ମନରେ ଅଶାନ୍ତି ଅସନ୍ତୋଷ ଦେଖା ଦେଇପାରେ । ଆୟ ଅପେକ୍ଷା ବ୍ୟୟ ବୃଦ୍ଧି ହେବ । ପ୍ରତିକାର:- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ଥୋଇ ପ୍ରଣାମ କରନ୍ତୁ ।

ମିଥୁନ:-ଶତୃମାନେ ସାମ୍ନାକୁ ଆସିବାକୁ ସାହସ କରିବେ ନାହିଁ । ସାହିତ୍ୟ, କଳା କ୍ଷେତ୍ରରେ ଆକର୍ଷିତ ହେବେ । ଶୁଭକାର୍ଯ୍ୟର ଆୟୋଜନ କରିପାରିବେ । ଉଚ୍ଚଅଧିକାରୀଙ୍କଠାରୁ ସହଯୋଗ ମିଳିବ ଓ କର୍ମ କ୍ଷେତ୍ରରେ ଶ୍ରମ ସାର୍ଥକ ହେବ । ଅନେକ ସମସ୍ୟା ସମାଧାନ ହୋଇ ଉଚ୍ଚ ଆଶାରେ ଆଗେଇବେ । ବ୍ୟବସାୟ କ୍ଷେତ୍ରରେ ମନ ଲାଗିବା ଦ୍ଵାରା ପ୍ରଚାର ପ୍ରସାର ପାଇଁ ଯୋଜନା କରିବେ । ଲୋକମାନେ ଆପଣଙ୍କ ବାଣୀ ଓ ଯୋଗ୍ୟତାରେ ପ୍ରଭାବିତ ହେବେ । ପ୍ରତିକାର- ସବୁଜ ରଙ୍ଗର ରୁମାଲ ଟିଏ ପାଖରେ ରଖନ୍ତୁ ।

କର୍କଟ:-ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ଲାଭବାନ ହେବେ । ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ । ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ । ରାଜନୀତି କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ । କାର୍ଯ୍ୟ ଦକ୍ଷତା ପ୍ରଦର୍ଶନ କରି, ତଳୁ ଉପର ସ୍ତରଯାଏ ଆଦର୍ଶ ସ୍ଥାନ ଗ୍ରହଣ କରିବେ । ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍ ରହିବ । ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ମିଳିବ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ସିଂହ:-ନିଜର ପ୍ରଭାବ ଓ ପରାକ୍ରମ ବୃଦ୍ଧି ପାଇବ । ସହଯୋଗୀ ମାନଙ୍କର ପୂର୍ଣ୍ଣ ସହଯୋଗ ପାଇବେ । ଗୁରୁ ଗୁରୁଜନଙ୍କ ସାହାଯ୍ୟ ସହଯୋଗ ପାଇବେ । ଘରୋଇ କର୍ମଚାରୀମାନଙ୍କର ଉନ୍ନତିହେବ । ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ । ନିଜର କାମକୁ ପଛରେ ପକାଇ ଅନ୍ୟଦ୍ଵାରା ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରି ପାରନ୍ତି । ଉତ୍ତମ ରୋଜଗାର ହେଲେ ମଧ୍ୟ ଆୟ ବ୍ୟୟ ସମାନ ରହିବ । ପ୍ରତିକାର:- ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

କନ୍ୟା:-ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେ ନାହିଁ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଅନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀହେବେ । ଦୀର୍ଘ ସମୟରୁ ପ୍ରତୀକ୍ଷା କରିଥିବା ଖବର ପାଇ ଖୁସି ହେବେ । ବ୍ୟବସାୟରେ ଉତ୍ତମ ଲାଭ ହେବ ଓ କାରବାରରେ ସୁଧାର ଆସିବ । ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ଓ ସାକ୍ଷାତ୍କାରରେ ବିଜୟୀହେବେ । ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ ।

ତୁଳା:-ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମଯୋଗକୁ ଶ୍ରେଷ୍ଠତା କରି ସମ୍ମାନ ଓ ପ୍ରତିଷ୍ଠାର ଅଧିକାରୀ ହେବେ । ରାଜନୀତିରେ ସ୍ୱାର୍ଥରକ୍ଷା କରିବାରେ ସମୟ ବିତିବ । ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ସଫଳ ହେବେ । ଦୂରଯାତ୍ରାର ସୁଯୋଗ ପାଇ ହସ ଖୁସିରେ ଚଳିବେ । ପ୍ରତିକାର- ଶ୍ଵେତଚନ୍ଦନରେ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ ।

ବିଚ୍ଛା:-ଶୁଭ ସମାଚାର ପାଇ ଖୁସି ହେବେ । ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ । କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ । ନିଜର ଇଛା ପୂରଣ ପାଇଁ କୌଣସି କର୍ମକରି ପ୍ରଶଂସା ପାଇବେ । ଆର୍ଥିକସ୍ଥିତି ମନ୍ଦ ହେବନାହିଁ, ଯାହାଦ୍ୱାରା କି ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ । କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟ ବିସ୍ତାର କରି ସମସ୍ୟାକୁ ସୁଧାରି ନେବେ । ଅନ୍ୟମାନଙ୍କୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ । ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ ।

ଧନୁ:-କର୍ମ କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଆର୍ଥିକ ପରିସ୍ଥିତି ଉତ୍ତମ ଥିଲେ ମଧ୍ୟ ବସନ ଭୂଷଣରେ ଅଧିକ ବ୍ୟୟ ଘଟିବ । ବେପରୁଆ କାର୍ଯ୍ୟକଳାପ ଯୋଗୁ ଉଚ୍ଚବର୍ଗଙ୍କ ଠାରୁ ସମାଲୋଚିତ ହେବେ । ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢେଇବ । ପରିସ୍ଥିତି ଯେତେ ଜଟିଳ ହେଲେ ମଧ୍ୟ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ପ୍ରତେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ । ପ୍ରତିକାର:-ଭୋକିଲା ଲୋକକୁ ନିରାଶ କରନ୍ତୁ ନାହିଁ ।

ମକର:-ଆକସ୍ମିକ ଅର୍ଥଲାଭ, ନୂତନ ବନ୍ଧୁଲାଭ, ଅଧାଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଶ୍ରମିକ ଓ କର୍ମଚାରୀମାନେ ଦୂର ଓ ନିକଟ କାର୍ଯ୍ୟରେ ତିଷ୍ଠି ରହିପାରିବେ । ଉପରିସ୍ଥଙ୍କୁ ଆପଣାର କରି କୃପାଭାଜନ ହେବେ । କର୍ମକ୍ଷେତ୍ରରେ ଯଶ ମାନକୁ ଅଧିକ ମହତ୍ତ୍ଵ ଦେବେ । ନିକଟସ୍ଥ ବ୍ୟକ୍ତି ସାହାର୍ଯ୍ୟ କରିବା ଦ୍ଵାରା ବ୍ୟବସାୟରେ ସଫଳତା ମିଳିବ ଓ ବ୍ୟବସାୟ ବଢାଇବାରେ ସମର୍ଥ ହେବେ । ଆରମ୍ଭ କରିଥିବା କାର୍ଯ୍ୟ ଶେଷ କରି ପାରିବେ । ପ୍ରତିକାର-ମାଦକଦ୍ରବ୍ୟ ଠାରୁ ଦୂରେଇ ରୁହନ୍ତୁ ।

କୁମ୍ଭ:-ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇ ତଳୁ ଉପରସ୍ତର ଯାଏ ଆଦୃତି ଓ ମାନ୍ୟତା ଅର୍ଜନ କରିବେ । ଛାତ୍ରଛାତ୍ରୀମାନେ ପରିଶ୍ରମ କରିବା ଫଳରେ ପ୍ରଶଂସା ପାଇବେ । ବ୍ୟବସାୟୀମାନେ ଗ୍ରାହକ ସେବାକୁ ଗ୍ରହଣ କରି ଯଶ ମାନ ବୃଦ୍ଧି ସହିତ ଉତ୍ତମ ଆୟର ପଥ ପରିଷ୍କାର କରିବେ । ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ସମାଧାନ ହେବ । ରାଜନୈତିକ କ୍ଷେତ୍ରରେ ଯଶ, ମାନ ପ୍ରତିଷ୍ଠାବୃଦ୍ଧି ହେବ । ପ୍ରତିକାର- ସିନ୍ଦୁର ଟିକେ ମସ୍ତକରେ ଲଗେଇ ଦିଅନ୍ତୁ ।

ମୀନ:-ସମ୍ମାନର ସହ ଦିନଚର୍ଯ୍ୟା ସମ୍ପାଦନ କରିବେ । କର୍ମକ୍ଷେତ୍ରରେ ଉନ୍ନତି କରି ପାରିବେ । ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଯୋଗେ କେତେକ କ୍ଷେତ୍ରରେ ପ୍ରଶଂସା ପାଇବେ । ପରିବାରରେ ଆଦରଣୀୟ ହୋଇ ସୁଖଭୋଗ କରିବେ । ବ୍ୟବସାୟରେ ସଫଳତା ଅର୍ଜନ କରିବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ପୁରାତନ ରୋଗରୁ ଉପସମ ପାଇ ଶରୀର ସୁସ୍ଥ ରହିବ । ରାଜନୀତିରେ ଉନ୍ନତି ହେବ । ପ୍ରତିକାର- ଦହି ମିଠା ଖାଇ ଘରୁ ବାହାରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!