Monthly Horoscope: 2022 ମସିହା July ମାସଟି କେମିତି କଟିବ 12ଟି ରାଶିର, ଦେଖନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମେଷ:-ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମେଷରାଶି ହେବ। ମହିଳା ଓ ପୁରୁଷ ମାନଙ୍କର ଏମାସରେ ଶୁଭ ସମ୍ବାଦ ପାଇ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ବନ୍ଧୁମିତ୍ରଙ୍କ ସହିତ ସମୟ ବିତେଇବେ। ପାରିବାରିକ ସମସ୍ୟା ନିଜର ବୁଦ୍ଧି, ବିବେକ ଖଟାଇ ସମାଧାନ କରିପାରିବେ। ବିଭିନ୍ନ ଦିଗରୁ ସାହାଯ୍ୟ ସହଯୋଗ ପାଇ ବ୍ୟବସାୟରେ ଉତ୍ତମ ଲାଭ ହେବ ଓ କାରବାରରେ ସୁଧାର ଆସିବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ଓ ସାକ୍ଷାତ୍କାରରେ ବିଜୟୀହେବେ। ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ କରିବେ। ଗୃହପାଳିତ ପଶୁ ଓ ଯାନବାହାନ ଇତ୍ୟାଦି କ୍ରୟ କରି ଲାଭବାନ୍ ହେବେ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ରାଜନୀତି କ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ସହକର୍ମୀ ମାନଙ୍କ ସହ ବାଦବିବାଦର ଅବସାନ ଘଟି ମାନ ସମ୍ମାନ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-ଯେଉଁ ମାନଙ୍କର ଯେ କୌଣସି ମାସର ୬, ୧୫ ଓ ୨୪ ତାରିଖରେ କିମ୍ବା ଷଷ୍ଠୀ ବା ପୂର୍ଣ୍ଣିମା ଓ ଅମାବାସ୍ୟାତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ବୃଷରାଶି ହେବ। ମହିଳା ଓ ପୁରୁଷ ମାନଙ୍କର ଏମାସରେ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବା ସହ ମାନସିକଶାନ୍ତି ପାଇବେ। କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ। କମିଶନ ସମ୍ବନ୍ଧିତ କାର୍ଯ୍ୟରେ ପ୍ରଚୁର ଲାଭ ମିଳିବ। ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବା ଫଳରେ ପ୍ରଶଂସିତ ହେବେ ଓ କାହାରି ପାଖରେ ମୁଣ୍ଡ ନଇଁବ ନାହିଁ। ସନ୍ତାନ ସମ୍ବନ୍ଧିୟ ଶୁଭ ସମାଚାର ପ୍ରାପ୍ତ ହେବ। ଲକ୍ଷ୍ୟ ପୂରଣ ହେବାରେ କୌଣସି ଅସୁବିଧା ହେବ ନାହିଁ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ସଫଳ ହେବେ। ବ୍ୟବସାୟୀ ମାନେ ଧନଲାଭ କରିବାର ସୁଯୋଗ ପାଇବେ ଓ ବକେୟା ଅର୍ଥ କିଛି ମିଳିଯିବ। ପୁରାତନରୋଗରୁ ଉପଶମ ମିଳିବ। ପ୍ରେମିକ ପ୍ରେମିକା ମାନେ ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି କରିବେ। ପ୍ରତିକାର- ଧଳାବସ୍ତ୍ର ପରିଧାନ କରନ୍ତୁ। ନତୁବା ଧଳା ରୁମାଲ ଟିଏ ପାଖରେ ରଖନ୍ତୁ।

ମିଥୁନ:-ଯେଉଁ ମାନଙ୍କର ଯେ କୌଣସି ମାସର ୪ , ୧୩, ୨୨ ଓ ୩୧ ତାରିଖରେ କିମ୍ବା ଚତୁର୍ଥୀ ବା ତ୍ରୟୋଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମିଥୁନ ହେବ। ମହିଳା ଓ ପୁରୁଷ ମାନଙ୍କର ଏମାସରେ କୌଣସି ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ଭେଟ ହେବ। ପରିବାରରରେ ମନୋମାଳିନ୍ୟକୁ ଏଡ଼େଇ ପାରିଲେ ଶାନ୍ତି ମିଳିବ। ପାର୍ଟି ବା ସମାରୋହରେ ସମ୍ମିଳିତ ହେବାକୁ ପଡିପାରେ। ରାଜନୀତିରେ ଲୋକସମ୍ପର୍କକୁ ଆଧାରକରି ଉପରିସ୍ଥଙ୍କ କୃପାଭାଜନ ହେବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ନିବେଶ କରିଲେ ଲକ୍ଷ୍ମୀଙ୍କ କୃପା ଫଳରେ ଧନ ପ୍ରାପ୍ତ ହେବ। ଶତୃମାନେ ଦୂରେଇଯିବେ ଓ ଅଶାନ୍ତିର ଝଡ ଶାନ୍ତ ହେବ। ହଠାତ୍ କାହାର ଡାକରା ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ପ୍ରେମିକ ପ୍ରେମିକାମାନେ ପରିଜନ ଓ ସାଧୁଜନପ୍ରିୟ ହେବେ। ଛାତ୍ରଛାତ୍ରୀମାନେ ଅଧ୍ୟୟନ ପାଇଁ ମନଯୋଗ ଦେବେ। ବିଚାର ବିଭାଗ ରାୟ ସପକ୍ଷରେ ଯିବା ଫଳରେ ଉଚ୍ଚଆଶା ସଫଳ ହେବ। ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ।

କର୍କଟ:-ଯେଉଁ ମାନଙ୍କର ଯେ କୌଣସି ମାସର ୨, ୧୧, ୨୦ ଓ ୨୯ ତାରିଖରେ କିମ୍ବା ଦ୍ଵିତୀୟା ବା ଏକାଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ କର୍କଟରାଶି ହେବ। ଏମାସରେ ମହିଳା ଓ ପୁରୁଷ ମାନଙ୍କର ଆୟ ପନ୍ଥାର ପରିବର୍ତ୍ତନ ଆସିବ। ବିଦ୍ୟୁତ ବିଭାଗ, ପ୍ରଶାସନ ବିଭାଗ, ଜ୍ୟୋତିଷ, ବିଚାର ବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ସମାଚାର ପତ୍ର ବିଭାଗରେ କର୍ମରତ ଥିଲେ ବିଶେଷ ଲାଭବାନ୍ ହେବେ। ରାଜନୀତି କ୍ଷେତ୍ରରେ ଅଧିକରୁ ଅଧିକ ଲୋକ ସମର୍ଥନ ପାଇ ସଫଳ ହେବେ। ଶତୃମାନଙ୍କୁ ମୁକାବିଲା କରିପାରିବେ। ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରା କରିପାରିବେ। ବଡ଼ ବଡ଼ ଉଦ୍ୟୋଗ କରିବାରେ ସଫଳ ହେବେ। ଆରମ୍ଭ କରିଥିବା କାର୍ଯ୍ୟ ପୂରଣ କରିବେ। ନୂତନ କର୍ମ ନିଯୁକ୍ତି ପାଇଁ ପ୍ରତିଯୋଗିତା ପରୀକ୍ଷାରେ ଓ ସାକ୍ଷାତକାରରେ ଉତ୍ତିର୍ଣ୍ଣ ହେବେ। ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବା ସହ ଆର୍ଥିକ ସ୍ଥିତିରେ ବୃଦ୍ଧିହେବ। ମାନସିକ ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ। ପଡୋଶୀ ଏବଂ କୁଟୁମ୍ବଙ୍କ ସହ କଳିତକରାଳ ଥିଲେ ମେଣ୍ଟିଯିବ। ପ୍ରତେକ କ୍ଷେତ୍ରରେ ମାନସିକ ସ୍ଥିତି ସୁଦୃଢ ରହିବ। ପ୍ରତିକାର- ଶ୍ଵେତଚନ୍ଦନ କର୍ପୁରମିଶେଇ ମସ୍ତକରେ ଧାରଣ କରନ୍ତୁ।

ସିଂହ:-ଯେଉଁ ମାନଙ୍କର ଯେ କୌଣସି ମାସର ୧, ୧୦, ୧୯ ଓ ୨୮ ତାରିଖରେ କିମ୍ବା ପ୍ରତିପଦ ବା ଦଶମୀତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ସିଂହରାଶି ହେବ। ମହିଳା ଓ ପୁରୁଷ ମାନଙ୍କର ଏମାସରେ ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରି ପାରିବେ। ଅକସ୍ମାତ ଭୂମିଲାଭ ଯୋଗ ମଧ୍ୟ ଘଟିବ। ସମାଜ ସେବାରେ ସ୍ଵନାମ ଅର୍ଜନ କରି ପାରିବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ। କର୍ମକ୍ଷେତ୍ରରେ ପରସ୍ପରକୁ ସାହାଯ୍ୟ ସହଯୋଗକରି ଗଠନମୂଳକ ଦିଗପ୍ରତି ଆଗ୍ରହୀ ହେବେ ଓ ଉତ୍ତମ ରୋଜଗାର କରି ପାରିବେ। ବ୍ୟବସାୟରେ ଆଶାତୀତ ଲାଭକରି କିଛି ନୂତନ ପଦାର୍ଥ ସଂଗ୍ରହ ପାଇଁ ଦୂରସ୍ଥାନକୁ ଯାତ୍ରା କରି ପାରନ୍ତି। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ଛାତ୍ର ଛାତ୍ରୀମାନେ ପ୍ରତ୍ୟୁତ୍ପନ ମତିତା କାରଣରୁ ଖୁସି ଗପ ଓ ମଉଜ ମଜଲିସ୍ କରିବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ନୂତନ ଗୃହନିର୍ମାଣ ପାଇଁ ପ୍ରସ୍ତୁତି କରି ପାରନ୍ତି। ପ୍ରତିକାର-ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କନ୍ୟା:-ଯେଉଁ ମାନଙ୍କର ଯେ କୌଣସି ମାସର ୫, ୧୪ ଓ ୨୩ ତାରିଖରେ କିମ୍ବା ପଞ୍ଚମୀ ବା ଚତୁର୍ଦ୍ଦଶୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ କନ୍ୟାରାଶି ହେବ। ମହିଳା ଓ ପୁରୁଷ ମାନଙ୍କର ଏମାସରେ ପରିବାରରେ ଅପ୍ରିତିକର ପରିସ୍ଥିତି ଦେଖା ଦେଲେ ମଧ୍ୟ ତାହା କୌଶଳକ୍ରମେ ସମାଧାନ କରିବେ। କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବା ସହ ଆଶା ଆକାଂକ୍ଷା ଓ ମହତ୍ୱାକାଂକ୍ଷା ପୂର୍ଣ୍ଣହେବ। ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ। ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ। ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନଯୋଗ ଦେବେ। କର୍ମସଂଧାନୀ ମାନେ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ବ୍ୟବସାୟ କ୍ଷେତ୍ରରେ ସୁଖ ସମୃଦ୍ଧି ବୃଦ୍ଧି ଓ ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ। ରାଜନୀତି କ୍ଷେତ୍ରରେ ସଫଳତା ଏବଂ ଲୋକ ସମ୍ପର୍କ ଆତ୍ମସନ୍ତୋଷ ବଢ଼େଇବ। ସେନା ନାୟକ ବା ପୁଲିସ ହାକିମ, ଅଥବା ପ୍ରଶାସକ ମାନଙ୍କର ଉନ୍ନତି ହେବ। ପ୍ରତିକାର- ସବୁଜ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ। ନତୁବା ସବୁଜ ରୁମାଲ ଟିଏ ପାଖରେ ରଖନ୍ତୁ।

ତୁଳା:-ଯେଉଁ ମାନଙ୍କର ଯେ କୌଣସି ମାସର ୬, ୧୫ ଓ ୨୪ ତାରିଖରେ କିମ୍ବା ଷଷ୍ଠୀ ବା ପୂର୍ଣ୍ଣିମା ଓ ଅମାବାସ୍ୟାତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ତୁଳାରାଶି ହେବ। ମହିଳା ଓ ପୁରୁଷ ମାନଙ୍କର ଏମାସରେ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧିହେବ। ବ୍ୟୟ ତୁଳନାରେ ଆୟ ଅଧିକ ହେବ ଓ ଆର୍ଥିକ ଅନାଟନ ଦୂରେଇ ଯିବ। ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ। ଯାତ୍ରାଫଳରେ ଉତ୍ସାହିତ ହେବେ। ଧନଧାନ୍ୟ, ଗୋସଂପଦ, ଭୂମି, ବସ୍ତ୍ରଭୂଷଣ, ବାହାନାଦି ପ୍ରାପ୍ତି ହେବାର ଯୋଗଅଛି। ଆଧ୍ୟାତ୍ମିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟ ସଂସ୍ଥାରେ ସାମିଲ ହେବେ। ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ଜରୁରୀ କାର୍ଯ୍ୟ ଓ ଆବଶ୍ୟକ ଅର୍ଥ ଆଦାନ ପ୍ରଦାନ ସୁଚାରୁରୂପେ ହେବ। ଲୋକସମ୍ପର୍କ, ସମାଜସେବା, ଧାର୍ମିକ ଅନୁଷ୍ଠାନରେ କ୍ଷାତି ବଢିବ। ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବେ। ଆମୋଦ ପ୍ରମୋଦ, ମନୋରଞ୍ଜନ, ଦୀର୍ଘଯାତ୍ରା, ଛୋଟ ବଡ ମିଟିଙ୍ଗୀରେ ଯୋଗ ଦେବେ। ପଢ଼ାପଢ଼ିରେ ମନଦେବେ ଉଚ୍ଚଶିକ୍ଷା ସମ୍ମିଳନୀରେ ଯୋଗଦେଇ ପାରନ୍ତି। ପ୍ରତିକାର- ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ବିଚ୍ଛା:-ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ବିଛାରାଶି ହେବ। ମହିଳା ଓ ପୁରୁଷ ମାନେ ଏମାସରେ ନିଜର ବୁଦ୍ଧି, ବିବେକ ଖଟାଇ ପାରିବାରିକ ସମସ୍ୟାର ସମାଧାନ କରିପାରିବେ। ବରିଷ୍ଠ ବ୍ୟକ୍ତି ଓ ଉଚ୍ଚାଧିକାରୀଙ୍କ ସହ ସମ୍ବନ୍ଧ ଦୃଢୀଭୁତ ହେବ। ସନ୍ତାନ ମାନେ ବିଦ୍ୟାରେ ଉନ୍ନତି କରିବେ। ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବା ଫଳରେ ଦେହମନ ଭଲ ରହିବ। କର୍ମଚାରୀମାନେ ପଦୋନ୍ନତିର ସୂଚନା ପାଇବା ସହ ସଫଳତା ଲାଭ କରିବେ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, କ୍ରିଡା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ପାଇବେ। ରାଜନୀତିରେ ଉଚ୍ଚପ୍ରଶଂସିତ ହେବେ ଓ ମାଲିମୋକଦ୍ଦମାରେ ସଫଳ ହେଲେ ମଧ୍ୟ ଅସ୍ଥିରତା ଦେଖାଦେବ। ବନ୍ଧୁ ମିତ୍ରମାନେ ସାହାଯ୍ୟ କରିବେ। ବିଦେଶ ଯାତ୍ରାରେ ସଫଳ ହେବେ। ପୂର୍ବ ଶତ୍ରୁମାନେ ପଛଘୁଞ୍ଚା ଦେବେ। ଶତୃ, ରୋଗ, ଋଣରୁ ମୁକ୍ତି ହେବେ। ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ପ୍ରତିକାର- ନିମ୍ବକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ।

ଧନୁ:-ଯେଉଁ ମାନଙ୍କର ଯେ କୌଣସି ମାସର ୭, ୧୬ ଓ ୨୫ ତାରିଖରେ କିମ୍ବା ସପ୍ତମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ନୁରାଶି ହେବ।ମହିଳା ଓ ପୁରୁଷ ମାନେ ଏମାସରେ ବରିଷ୍ଠ କର୍ମୀଙ୍କ ପ୍ରିୟ ପାତ୍ର ହେବେ। ଶାରିରୀକ ସୁସ୍ଥତା ଦେଖା ଦେବ। ଯେ କୌଣସି କାମରେ ହାତ ଦେଲେ, ସେଥିରେ ସଫଳତା ପାଇବେ। ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ ଉତ୍ତମ ରୋଜଗାର ହେଲେ ମଧ୍ୟ ଗୃହୋପକରଣ କ୍ରୟ କରିବା ଯୋଗେ ବ୍ୟୟ ଅଧିକ ହେବ। ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିବେ। ପ୍ରେମିକପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷାରେ ସମ୍ମାନିତ ହେବେ। ଶାରିରୀକ ଅସୁସ୍ଥତା ଦୂରହେବା ସହ ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ ଓ ନୂଆ ଯୋଜନାରେ ସଫଳହେବେ। କେତେକ ଦୀର୍ଘ ଯୋଜନା ସଫଳ କାରଣରୁ ମନ ଭଲ ରହିବ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।

ମକର:-ଯେଉଁ ମାନଙ୍କର ଯେ କୌଣସି ମାସର ୮, ୧୭ ଓ ୨୬ ତାରିଖରେ କିମ୍ବା ଅଷ୍ଟମୀ ତିଥିରେ ଜନ୍ମ ହୋଇଥିବ ତେବେ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମକରରାଶି ହେବ। ମହିଳା ଓ ପୁରୁଷ ମାନଙ୍କର ଏମାସରେ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ। ଶିକ୍ଷାବିଭାଗ କର୍ମଚାରୀ, ରାଜ୍ୟପାଳ ଭବନ କର୍ମଚାରୀ, ଓକିଲସଂଘ, ସାର୍ବଜନିନ ନିର୍ମାଣ ବିଭାଗର କର୍ମଚାରୀ, ଜଳବଣ୍ଟନ ବିଭାଗ କର୍ମଚାରୀ ଚିକିତ୍ସା ବିଭାଗ କର୍ମଚାରୀ ମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ସହ ଲାଭବାନ୍ ହେବେ। କର୍ମପାଇଁ ଅପେକ୍ଷା କରିଥିବା ଯୁବକ ଯୁବତୀମାନେ ଉପଯୁକ୍ତ ବିଭାଗରେ କର୍ମ ନିଯୁକ୍ତି ପାଇବେ। ଗୃହପାଳିତ ପଶୁଙ୍କ ଦ୍ୱାରା ବିଶେଷ ଲାଭନ୍ୱିତ ହେବେ। ବ୍ୟାଙ୍କ ଋଣ ଆବଶ୍ୟକ ଥିଲେ ଅତି ସହଜରେ ପାଇପାରିବେ ଏବଂ ପୂର୍ବଋଣ ସହଜରେ ପରିଶୋଧ କରିପାରିବେ। ନୂତନ ସଂପତ୍ତି କ୍ରୟ ବିକ୍ରୟ କରିବାର ଉପଯୁକ୍ତ ସମୟ। ବାଣିଜ୍ୟ, ବ୍ୟବସାୟ, ନବିନିକରଣ, ଦୋକାନ, ଅଫିସ, ବାସଗୃହ ଆଦି ସାଜସଜ୍ଜା କରିବାପାଇଁ ଉପଯୁକ୍ତ ସମୟ। ବିଦେଶ ଯାତ୍ରାରେ ଉଚ୍ଚଶିକ୍ଷା ପାଇଁ ଓ କର୍ମୋନ୍ନତି ପାଇଁ ସୁଯୋଗ ପାଇବେ। ରାଜନୈତିକ କ୍ଷେତ୍ରରେ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ ହେବେ। ପ୍ରତିକାର-ହରିଡା ଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କୁମ୍ଭ:-ଯେଉଁ ମାନଙ୍କର ଯେ କୌଣସି ମାସର ୮, ୧୭ ଓ ୨୬ ତାରିଖରେ କିମ୍ବା ଅଷ୍ଟମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର କୁମ୍ଭରାଶି ହେବ। ମହିଳା ଓ ପୁରୁଷ ମାନଙ୍କର ଏମାସରେ ଅକସ୍ମାତ ଧନଲାଭ ହେବ। ବ୍ୟବସାୟରେ ଉନ୍ନତି ହେବା ସହ ପ୍ରବଳ ଲାଭ ପାଇବେ। ସାମାଜିକ ପ୍ରତିଷ୍ଠା. ମାନ-ସମ୍ମାନ ବୃଦ୍ଧି ହେବ। କୃଷି କ୍ଷେତ୍ରରେ ସଫଳତା ଦେଖାଦେବ। ପ୍ରେମିକ ପ୍ରେମିକାମାନେ ପ୍ରେମ ସମ୍ବନ୍ଧୀୟ କ୍ଷେତ୍ରରେ ସଫଳ ହେବେ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବା ସହ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋାଗ ଆସିବ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ମାଲିମୋକଦ୍ଦମାରେ ମୁଣ୍ଡ ଉଚ୍ଚା ରହିବ। ରାଜନୀତି କ୍ଷେତ୍ରରେ ମାନ ଓ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରହିବ। ଦାମ୍ପତ୍ୟ ସୁଖ ବୃଦ୍ଧି ହେବା ସହ ସାମାଜିକ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧି ହେବ। ପାରିବାରିକ ଜୀବନରେ କୌଣସି ବିଶୃଙ୍ଖଳା ଦେଖାଦେବ ନାହିଁ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ। କର୍ମଚାରୀ ମାନଙ୍କର କର୍ମ କ୍ଷେତ୍ରରେ ପଦୋନ୍ନତି ସହ ସଫଳତା ଲାଭ କରିବେ। ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ।

ମୀନ:-ଯେଉଁ ମାନଙ୍କର ଯେ କୌଣସି ମାସର ୩, ୧୨, ୨୧ ଓ ୩୦ ତାରିଖରେ କିମ୍ବା ତୃତୀୟା ବା ଦ୍ଵାଦଶୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ମୀନରାଶି ହେବ। ମହିଳା ଓ ପୁରୁଷ ମାନଙ୍କର ଏମାସରେ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ ଓ ବ୍ୟବସାୟୀ ମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ ଓ କ୍ଷମତା ଶକ୍ତି ବଳରେ ନିଜର ସମୟ ବିତାଇବେ। ଛାତ୍ର-ଛାତ୍ରୀମାନେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। କର୍ମଚାରୀ ଓ ଶ୍ରମିକମାନେ ବେଶି ଉପକୃତ ହେବେ। ତଳ ମହଲରୁ ଆଶାତୀତ ଲାଭ ପାଇବେ। କୋର୍ଟ କଚେରୀ ମାମଲାରେ ସଫଳ ହେବେ। କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ଦକ୍ଷତାକୁ କେନ୍ଦ୍ରକରି ଉଚ୍ଚମାନ୍ୟତାରେ ବୃଦ୍ଧିହେବ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତି ଦୂରେଇଯିବ। ନାନା ପ୍ରକାର ସଙ୍ଘର୍ଷ ମଧ୍ୟରେ ବାଟ ଚାଲିବାକୁ ପଡିପାରେ। ପ୍ରତିକାର- କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!