ଦୈନିକ ରାଶିଫଳ: ୧ ଅପ୍ରେଲ ୨୦୧୯, ମହାଦେବଙ୍କ କୃପାରୁ ଆଜି ଏହି ସବୁ ରାଶିର ଆର୍ଥିକ ସ୍ଥିତିରେ ସୁଧାର ଆସିବ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଦୈନିକ ରାଶିଫଳ: ୧ ଅପ୍ରେଲ ୨୦୧୯

ମେଷ:-

ଭାଗୀଦାର ବ୍ୟବସାୟରେ ଆର୍ଥିକ ସ୍ଥିତି ଆବଶ୍ୟକ ଠାରୁ ଅଧିକ ବିସ୍ତାରିତ ହେବ। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀ ମାନଙ୍କ ସହିତ ସୁ ସମ୍ପର୍କ ସ୍ଥାପନ ହୋଇ ଅନେକ ଦିନର ଅଭିଳାଷ ପୂର୍ଣ୍ଣ ହେବ। ମହିଳାମାନଙ୍କର ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନ ବୃଦ୍ଧି ହେବ। ନୂତନ କର୍ମପ୍ରାପ୍ତି ହୋଇପାରେ। ବିବାହ ସମ୍ବନ୍ଧ ସ୍ଥିର ହେବ। ପରୀକ୍ଷା ପ୍ରତିଯୋଗିତାରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ବାଦ ବିବାଦ ମେଣ୍ଟି ଯିବା ଫଳରେ ଆତ୍ମସନ୍ତୋଷ ପ୍ରାପ୍ତି ହେବ। ରାଜନୈତିକ କ୍ଷେତ୍ରରେ ସହକର୍ମୀମାନଙ୍କ ସହ ଶତ୍ରୁତା ମେଣ୍ଟିଯିବା ଫଳରେ ପ୍ରବଳ ଶତୃମାନେ ଦୁର୍ବଳ ହେବେ। ସମାଧାନ:-କୁକୁରକୁ ଖାଦ୍ୟ ଦିଅନ୍ତୁ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ବୃଷ:-

ନୂତନ କର୍ମଆଶାୟୀ ଯୁବକ ଯୁବତୀ ମାନଙ୍କର ଆଶା ପୂରଣ ହେବ। କର୍ମ କ୍ଷେତ୍ରରେ ଉନ୍ନତି ହେବାସହ ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ ଓ ଉଚ୍ଚ ଶିକ୍ଷାର ସୁଯୋଗ ପାଇବେ। ବ୍ୟବସାୟରେ କାରବାର ବୃଦ୍ଧି ହେବା ଫଳରେ ପ୍ରବଳ ଲାଭ ଦ୍ୱାରା ଆର୍ଥିକ ଉନ୍ନତି ହେବ। ମାଲିମୋକଦ୍ଦମାରେ ବିଜୟ ଲାଭ କରିବେ। ଭାତୃ ବିବାଦ, ଜମି ବାଡି ଓ ଘର ଜାଗାନେଇ ଥିବା ଦ୍ଵନ୍ଦର ସମାଧାନ ହୋଇ ପାରିବାରିକ ଜୀବନରେ ଶାନ୍ତି ଆସିବ। ସନ୍ତାନଙ୍କର ଉନ୍ନତିରେ ଖୁସି ହେବେ। ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ। ସମାଧାନ:- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

ମିଥୁନ:-

ଦାମ୍ପତ୍ୟ କଳହ ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁର ସ୍ଵାଦ ଅନୁଭବ କରିବେ। ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉନ୍ନତି ହୋଇ ପାରେ। ପାରିବାରିକ ଜୀବନ ସୁଖମୟ ହେବ। ଜମି, ଜମା, ଘରବାଡ଼ି ନେଇ ଅଦାଲତର ଦ୍ୱାରସ୍ଥ ହେଲେ ସଫଳ ହୋଇ ପାରନ୍ତି। ପରୀକ୍ଷା, ପ୍ରତି ଯୋଗୀତା, ସାକ୍ଷାତକାରରେ ବିଜୟୀ ହେବେ। ଅନେକ କ୍ଷେତ୍ରରେ ସ୍ଵାଭିମାନ ରକ୍ଷା ହେବ। ରାଜନୀତି କ୍ଷେତ୍ରରେ ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ଧଳା ଓ କଳାରଙ୍ଗର ଗାଡ଼ିଥିଲେ ଗାଡ଼ିରେ ଗୋଟିଏ ପଇଡ଼ରଖି ଯାତ୍ରା କରନ୍ତୁ। ସମାଧାନ:- ଗାଈକୁ ଖାଇବାକୁ ଦିଅନ୍ତୁ।

କର୍କଟ:-

ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉନ୍ନତି, ବ୍ୟବସାୟ କ୍ଷେତ୍ରରେ ଶତୃ ବୃଦ୍ଧି ହେଲେ ମଧ୍ୟ ଯେ କୌଣସି ଅସୁବିଧା ପରିସ୍ଥିତିକୁ ସାମାନ୍ୟ ଚେଷ୍ଟାରେ ସଜାଡି ଦେବେ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସଫଳ ହେବେ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ଛାତ୍ରଛାତ୍ରୀ ମାନେ ଶିକ୍ଷାକୁ ଉଚିତ୍‌ ମନେକରି ପାଠ ପଢାରେ ମନଯୋଗ ଦେବେ ଓ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ରାଜନୀତି କ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ କରିବା ଫଳରେ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନରେ ଉନ୍ନତି ହେବ। ମହିଳାମାନେ ଦାମ୍ପତ୍ୟ ସୁଖରେ ଖୁସି ହେବେ। ସମାଧାନ:- ମାଦକଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ସିଂହ:-

ନୂତନକର୍ମ ପ୍ରାପ୍ତିର ସୁଯୋଗ ପାଇବେ। ଜାଗା, ଜମି, ସ୍ଥାବର ସମ୍ପତ୍ତି ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଯିବ। ହର୍ସୋଲ୍ଲାସ ବାତାବରଣ ପରିବାରରେ ଖେଳିଯିବ। ଅଟକି ଥିବା କାର୍ଯ୍ୟ ଚାଲୁ ହେବ, ସନ୍ତାନମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶ୍ରେଷ୍ଠସ୍ଥାନ ଲାଭ କରିବେ। ବନ୍ଧୁଙ୍କୁ ଦେଇଥିବା ପ୍ରତିଶୃତି ରକ୍ଷାକରିବା ଫଳରେ ମନ ଭଲ ରହିବ। ରାଜନୀତି କ୍ଷେତ୍ରରେ ପୂର୍ବରୁ ଥିବା ସମସ୍ୟାର ସମାଧାନ ହୋଇଯିବ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ। ନୂତନ କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ସୁଖ ସମୃଦ୍ଧି ବୃଦ୍ଧି ପାଇବ।  ସମାଧାନ:- ବାପା ମାଆଙ୍କୁ ପୂର୍ଣ୍ଣ  ଆଦର ସତ୍କାର କରନ୍ତୁ।

କନ୍ୟା:-

ବ୍ୟବସାୟରେ ସାଧାରଣ ପରିଶ୍ରମ ଫଳରେ ଅଧିକ ଉନ୍ନତି ହେବ। ପାରିବାରିକ ଅଶାନ୍ତି ଦୂରେଇ ଯିବ।  ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସହକର୍ମୀ ମାନଙ୍କ ସହଯୋଗ ଓ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ। ଚେଷ୍ଟା କଲେ  କର୍ମ ନିଯୁକ୍ତିରେ ସଫଳ ହେବେ। ଅବିବାହିତ ଯୁବକ ଓ ଯୁବତୀ ମାନଙ୍କର ବିବାହ ସ୍ଥିର ହୋଇ ପାରେ। ଆର୍ଥିକ  କ୍ଷେତ୍ରରେ ଉନ୍ନତି ଦେଖାଦେବ। ଋଣ ପରିଶୋଧ କରିବା ସହ ଋଣ ପ୍ରାପ୍ତିର ସୁଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସୁଦୃଷ୍ଟି ପ୍ରାପ୍ତି ହେବା ଯୋଗେ ନାନାବିଧ ସୁଯୋଗ ଓ ଶୁଭଫଳ ପ୍ରାପ୍ତି ହେବ। ସମାଧାନ:- ପିତାମାତାଙ୍କ ପାଦଛୁଇଁ ପ୍ରଣାମ କରନ୍ତୁ।

ତୁଳା:-

ନୂତନ ଯୋଜନାରେ ସଫଳତା ମିଳିବ। ଆର୍ଥିକ ଉନ୍ନତିରେ ବ୍ୟବସାୟ ବୃଦ୍ଧି କରିବା ପାଇଁ ଚେଷ୍ଟାକଲେ ସଫଳତା ମିଳିବ। ସରକାରୀ କର୍ମଚାରୀମାନେ କର୍ମ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ ଓ ମାନ ସମ୍ମାନ ବୃଦ୍ଧି ହେବ। ନୂତନ କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ଛାତ୍ର-ଛାତ୍ରୀମାନେ ଦୂର ସ୍ଥାନକୁ ଯାତ୍ରା କରିବେ। ରାଜନେତା ମାନଙ୍କର କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରି ସାମାଜିକ ପ୍ରତିଷ୍ଠା ଅକ୍ଷୁର୍ଣ୍ଣ ରଖି ପାରିବେ।  ମହିଳାମାନେ ସନ୍ତାନ ଙ୍କ ଭବିଷ୍ୟତ ନେଇ ଖୁସି ରହିବେ। ସମାଧାନ:- ଗାଈକୁ ଖାଇବାକୁ ଦିଅନ୍ତୁ।

ବିଚ୍ଛା:-

ପଡିରହିଥିବା କାର୍ଯ୍ୟକୁ ପୂର୍ଣ୍ଣକରିବାର ଦୃଢ଼ତା ଆସିବ। ମହିଳାମାନେ ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। କର୍ମ ନିଯୁକ୍ତି କ୍ଷେତ୍ରରେ ସଫଳ ହେବେ। ଶାରିରୀକ ଅସୁସ୍ଥତା ଦୂରହେବ। ରାଜନୀତି କ୍ଷେତ୍ରରେ ସାମାଜିକ ପ୍ରତିଷ୍ଠା ଓ ମାନ-ସମ୍ମାନରେ ବୃଦ୍ଧି ହେବ। ପରୀକ୍ଷା ପ୍ରତିଯୋଗିତା, ଓ ସାକ୍ଷାତ୍କାରରେ ବିଜୟୀହେବେ। କାର୍ଯ୍ୟର ପ୍ରଗତି ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବେ। ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ। ସମାଧାନ:- ନିଶାଦ୍ରବ୍ୟ ଓ ଆମିଷ ସେବନ କରନ୍ତୁ ନାହିଁ।

ଧନୁ:-

ଶାରୀରିକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ବ୍ୟବସାୟରେ  ଉଧାର ଦେଇ ଫେରି ପାଇବା ସହଜ ହେବ। ପାରିବାରିକ କ୍ଷେତ୍ରରେ ସାଧାରଣ ଚଳଣି ଅତୁଟ ରହିବ। କର୍ମକ୍ଷେତ୍ରରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ। ନୂତନ କାର୍ଯ୍ୟକିଛି ଶୁଭାରମ୍ଭ କରି ପାରନ୍ତି। ଅଚାନକ ଆର୍ଥିକ ସମସ୍ୟା ଦୂରେଇ ଯିବ। ପୈତୃକ ସମ୍ପତ୍ତିକୁ ନେଇ  ପାରିବାରିକ ଦ୍ଵନ୍ଦ ବା ଭାତୃବିବାଦ ମେଣ୍ଟିଯିବ। ବାଦ-ବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ସମାଧାନ:- କୁକୁରକୁ ଖାଦ୍ୟ ଦିଅନ୍ତୁ।

ମକର:-

ଆଶା କରୁଥିବା କାମଟି ବନ୍ଧୁଙ୍କ ଦ୍ଵାରା ସହଜ ସୁବିଧାରେ ହୋଇଯିବ। ସାଙ୍ଗ ସାଥିମାନେ ସାହାଯ୍ୟ ସହଯୋଗ କରିବେ। ସାହିତ୍ୟ, କଳାରେ ଉଚ୍ଚ ପ୍ରଶଂସା ପାଇବେ। ସ୍ଥଗିତଥିବା କର୍ମଟି ପୂରଣ ହେବ। ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ। ସରକାରୀ କର୍ମଚାରୀ ମାନେ କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ। ବ୍ୟବସାୟରେ ଲାଭବାନ୍ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ଦେଖାଦେବ। ରାଜନୀତି କ୍ଷେତ୍ରରେ ସହଯୋଗୀ ମାନଙ୍କ ସହ ମନୋ ମାଳିନ୍ୟ ଦୂର ହେବ। ବାଦ-ବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତି ଦ୍ଵନ୍ଦିତା, ପ୍ରତି ଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ସମାଧାନ:- ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

କୁମ୍ଭ:-

ଆର୍ଥିକ ଉନ୍ନତି ଓ ଅଚାନକ ଧନ ପ୍ରାପ୍ତି ହେବ। ସରକାରୀ କର୍ମକ୍ଷେତ୍ରରେ ଉନ୍ନତି  କରିବା ସହ ଉପରିସ୍ଥ  ଅଧିକାରୀଙ୍କର କୃପା ଲାଭ କରିବେ ଓ ସାମାଜିକ ପ୍ରତିଷ୍ଠା ମାନ-ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ  ଉନ୍ନତି ଫଳରେ ଅଶାତୀତ ଲାଭବାନ୍ ହେବେ। ରାଜନୀତି କ୍ଷେତ୍ରରେ ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ପ୍ରେମିକ ଓ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। କୌଶଳ ପ୍ରୟୋଗ କରି ସମସ୍ତ ପ୍ରକାର ଅଭିଳାଷ ପୂରଣ କରି ହେବ। ଶତୃମାନେ ଦୂରେଇ ଯିବେ। ଅପେକ୍ଷା କରିଥିବା କାମରେ ଶୁଭସୂଚନା ମିଳିବ। ସମାଧାନ:- ମାଗଣା କୌଣସି ଦ୍ରବ୍ୟ ଗ୍ରହଣ କରିବେ ନାହିଁ।

ମୀନ:-

ବାଣିଜ୍ୟ, ପ୍ରତିଦ୍ଵନ୍ଦିତାରେ ଉନ୍ନତ ମାନର ଫଳ ପାଇବେ। ଭଲଭାବରେ ଚିନ୍ତା କରି କାମରେ ଆଗେଇ ଚାଲନ୍ତୁ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ରାଜନୀତି କ୍ଷେତ୍ରରେ ମିତ୍ରଙ୍କ ଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବା ଫଳରେ ମାନସିକ ଶାନ୍ତି ଅନୁଭବ କରିବେ। ମହିଳାମାନେ ଶୁଭ ସମାଚାର ପାଇ ଖୁସି ହେବେ। ଦାମ୍ପତ୍ୟ କଳହ ପାରିବାରିକ ସ୍ତରରେ ସ୍ଵାର୍ଥ ପ୍ରବୃତ୍ତିର ଅଧୀନ ହୋଇ ସମ୍ପର୍କର ମଧୁର ସ୍ଵାଦରୁ ବଞ୍ଚିତ ହୋଇ ପାରନ୍ତି। ଧର୍ମ କାର୍ଯ୍ୟରେ ଯୋଗଦେଇ ଦେବଦର୍ଶନ କରିବେ। କଠିନ ପରିଶ୍ରମ କରିବା ଯୋଗୁଁ ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। ସମାଧାନ:- ମାଆବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ।

Jyotirbid Dr. Pramod Satapathy
Jantra Jyotisha, Cuttack

Jyotirbid Pandit Sudhakar Tripathy
Jantra Jyotisha, Kakatpur, Puri

For personalized consultation and appointment,
you can connect on WhatApp @ 7008758366 or 9937551988
For more information
Visit us: jantrajyotisha.com
Get solution to all your problems by analyzing your birth chart,
Call now for appointment ???? 7008758366 or 9937551988


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!