ଏହି ୧୦ଟି ଉପାୟରୁ କୌଣସି ଗୋଟିଏ ବି କରିବେ ତ – ମହାଦେବ ଦୂର କରିବେ ଆପଣଙ୍କର ସମସ୍ତ ସମସ୍ୟା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଶିବପୁରାଣ ଅନୁସାରେ ଶିବ ଭଗବାନଙ୍କ ଇଚ୍ଛା ପାଇଁ ଏହି ସଂପୂର୍ଣ୍ଣ ସୃଷ୍ଟିର ରଚନା ବ୍ରହ୍ମା କରିଥିଲେ ଏବଂ ଏହାର ପାଳନ ଭଗବାନ ବିଷ୍ଣୁ କରୁଛନ୍ତି । ସେଥିପାଇଁ ଶିବ ଭଗବାନଙ୍କ ପୂଜା କରିବା ଦ୍ଵାରା ବଡ-ବଡ ସମସ୍ଯା ଦୂର ହୋଇଥାଏ । ମହାଦେବଙ୍କ ପୂଜା ପାଇଁ ସୋମବାର କୁ ଶ୍ରେଷ୍ଠ ଦିନ ବୋଲି ଧରାଯାଇଛି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶିବ ପୂଜାର ୧୦ଟି ଉପାୟ ଅଛି। ଏହା ମଧ୍ୟରୁ କୌଣସି ଗୋଟେ ବି ଯଦି ସବୁ ସୋମବାର କରିବେ ତେବେ ଶିବ ଭଗବାନ ଆପଣଙ୍କର ସମସ୍ତ ସମସ୍ଯା ଦୂର କରି ପାରିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଯଦି କୌଣସି ବ୍ଯକ୍ତିର ବିବାହରେ ବାଧା ସୃଷ୍ଟି ହେଉଛି ତେବେ ଶିବଲୀଙ୍ଗ ଉପରେ କେସର ମିଶ୍ରିତ କ୍ଷୀର ଚଢାନ୍ତୁ। ମାତା ପାର୍ବତୀଙ୍କର ମଧ୍ୟ ପୂଜା କରନ୍ତୁ ।

ମାଛ ମାନଙ୍କୁ ଅଟାରେ ତିଆରି ଛୋଟ ଲଡୁ ଖୁଆନ୍ତୁ । ଏହି ସମୟରେ ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ । ଏହି ଉପାୟ ସୋମବାର ଠାରୁ ଆରମ୍ଭ କରନ୍ତୁ ଓ ଏହା ପରେ ସବୁଦିନ ଏହି ଉପାୟକୁ କରନ୍ତୁ । ଏହା ଦ୍ଵାରା ଖରାପ ସମୟ ଦୂର ହୁଏ ।

୨୧ଟି ବେଲପତ୍ର ରେ ଓଁ ନମଃ ଶିବାୟ ଲେଖି ଶିବଲିଙ୍ଗ ରେ ଚଢାନ୍ତୁ । ଏହା ଦ୍ଵାରା ପ୍ରଭୁଙ୍କ କୃପା ପ୍ରାପ୍ତ ହୁଏ ।

ଭଗବାନ ଶିବଙ୍କ ବାହାନ ନନ୍ଦୀ ବା ଷଣ୍ଢକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ସୁଖ ସମୃଦ୍ଧି ବଢେ ଏବଂ ସମସ୍ଯା ଶେଷ ହୁଏ ।

ନିଜ ସାମର୍ଥ୍ୟ ଅନୁସାରେ ଗରିବଙ୍କୁ ଭୋଜନ କରାନ୍ତୁ। ଏହା ଦ୍ଵାରା ଆପଣଙ୍କ ମ୍ଘାରେ କେବେବି ଅନ୍ନର ସମସ୍ଯା ଦେଖାଦେବ ନାହିଁ ।

ତମ୍ବା ଢାଳରେ ପାଣି ନେଇ ସେଥିରେ କିଛି ରାସୀ ମିଶାଇ ଏହାକୁ ଶିବଲିଙ୍ଗ ଉପରେ ଚଢାନ୍ତୁ । ଓଁ ନମଃ ଶିବାୟ ମନ୍ତ୍ରର ଜପ କରନ୍ତୁ । ଏହା ଦ୍ଵାରା ଶନି ଦୋଷ ଖଣ୍ଡନ ହୁଏ ।

ଶିବଲିଙ୍ଗ ଉପରେ ଶୁଦ୍ଧ ଘିଅ ଚଢାନ୍ତୁ , ଏହା ପରେ ଜଳ ଚଢାନ୍ତୁ । ଏହା ଦ୍ଵାରା ସନ୍ତାନ ସମ୍ବନ୍ଧିତ ସମସ୍ଯା ଦୂର ହୋଇଥାଏ ।

ଭଗବାନ ଶିବଙ୍କର ଅଭିଷେକ କରନ୍ତୁ । ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ । ସନ୍ଧ୍ୟାରେ ଶିବ ମନ୍ଦିରରେ ୧୧ଟି ଘିଅ ଦୀପ ଜଳାନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!