ବ୍ୟକ୍ତି ନିଜ ଜୀବନରେ ଉନ୍ନତି କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରିଥାଏ । କିନ୍ତୁ ବହୁତ ଚେଷ୍ଟା କରିବା ପରେ ବି ତାଙ୍କୁ ସଫଳତା ହାସଲ କରିବାରେ ବହୁତ ଅସୁବିଧାର ସାମନା କରିବା ପଡେ । ଏହିଭଳି ସ୍ଥିତିରେ ବ୍ୟକ୍ତି ବହୁତ ହତାସ ହୋଇଯାଏ ଏବଂ ନିଜ ଭାଗ୍ୟକୁ ଦୋଷ ଦେବାକୁ ଲାଗେ । କିନ୍ତୁ ବେଳେ ବେଳେ ଆମ ଜୀବନରେ ସଫଳତା ନ ପାଇବାର ମୁଖ୍ୟ କାରଣ ଆମ ଘରେ ଥିବା ବାସ୍ତୁ ଦୋଷ ହୋଇଥାଏ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରେ ଥିବା ନିର୍ଜୀବ ବସ୍ତୁ ନକାରାତ୍ମକ ଊର୍ଜା ଉତ୍ପନ୍ନ କରିଥାଏ ଏବଂ ଯଦି ଆପଣ ଏହି ସବୁ ଜିନିଷକୁ ଘରେ ରଖିଥାନ୍ତି ତେବେ ଆପଣଙ୍କୁ ଦୁର୍ଭାଗ୍ୟ ଏବଂ ଦାରିଦ୍ରତା ସାମନା କରିବାକୁ ପଡିଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତି କିଛି ଜିନିଷ ବିଷୟରେ ସୂଚନା ଦେବାକୁ ଯାଉଛୁ ଯାହାକୁ ଘରେ ରଖିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ଘରେ ଥିବା କେଉଁ ଜିନିଷ ଅଟକାଇ ଥାଏ ଉନ୍ନତିକୁ –
ଦେବୀ ଦେବତାଙ୍କର ପୁରୁଣା ମୂର୍ତ୍ତି ଏବଂ ଫଟୋ
ଯଦି ଆପଣଙ୍କ ଘରର ମନ୍ଦିରରେ ଦେବୀ ଦେବତାଙ୍କର ପୁରୁଣା ଫଟୋ କିମ୍ବା ଭଙ୍ଗା ମୂର୍ତି ଅଛି, ତେବେ ଏହା ଆପଣଙ୍କର ଆର୍ଥିକ ସମସ୍ୟାର କାରଣ ଅଟେ । ଏଥିପାଇଁ ଆପଣ ଏହି ଜିନିଷଙ୍କୁ କୌଣସି ନଦୀରେ ପ୍ରବାହିତ କରି ଦିଅନ୍ତୁ । ଏହା ଛଡା ଦେବୀ ଦେବତାଙ୍କର ଫଟୋ କିମ୍ବା ମୂର୍ତିକୁ ନିଶ୍ଚିତ ସଂଖ୍ୟା ଏବଂ ସ୍ଥାନରେ ରଖିବା ଉଚିତ ।
ଭଙ୍ଗା ଆଲମାରି
ଆପଣ ଘରେ କିମ୍ବା ଦୋକାନରେ କୌଣସି ବି ଭଙ୍ଗା ଆଲମରି ଅଛି ତେବେ ଆପଣଙ୍କୁ ଧନ ସବନ୍ଧିତ ସମସ୍ୟା ହୋଇଥାଏ । ଏହାର ଅତିରିକ୍ତ ଆଲମାରିକୁ କାମ ନ ଥିଲେ ଅତ୍ୟଧିକ ସମୟ ପର୍ଯ୍ୟନ୍ତ ଖୋଲା କରି ରଖିବେ ନାହିଁ ।
ବୁଢିଆଣୀର ଜାଲି
ଘରେ ପ୍ରାୟତଃ ବୁଢିଆଣୀ ଜାଲି ଦେଖିବାକୁ ମିଳିଥାଏ । ଏହା ଦ୍ଵାରା ଘରେ ନକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇଥାଏ । ଏବଂ ବିଭିନ୍ନ ପ୍ରକାରର ବାସ୍ତୁ ଦୋଷ ମଧ୍ୟ ଉପନ୍ନ ହୋଇଥାଏ । ସେଥିପାଇଁ ଏହାକୁ ଦେଖିବା ମାତ୍ରେ ହିଁ ହଟାଇ ଦେବା ଉଚିତ ।
ବନ୍ଦ ଥିବା ଘଡି
ଯଦି ଆପଣ ଘରେ କୌଣସି ଖରାପ କିମ୍ବା ବନ୍ଦ ଘଣ୍ଟା ରଖୁଛନ୍ତି ତେବେ ଜଲ୍ଦି ଏହାକୁ ନିଜ ଘରୁ ବାହାର କରି ଦିଅନ୍ତୁ । ବନ୍ଦ ଘଣ୍ଟା ଘରେ ରଖିବା ଦ୍ଵାରା ଆପଣଙ୍କର ଉନ୍ନତିରେ ବାଧା ପ୍ରାପ୍ତ ହୋଇଥାଏ ।
ଛାତ ଉପର ଅପରିଷ୍କାର ରହିବା
ଯଦି ଆପଣ ନିଜ ଘରର ଛାତକୁ ଅପରିଷ୍କାର ରଖୁଛନ୍ତି ତେବେ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମନା କରିବାକୁ ପଡିଥାଏ । ସେଥିପାଇଁ ସବୁବେଳେ ନିଜର ଛାତକୁ ପରିଷ୍କାର କରିବା ଉଚିତ । କୌଣସି ପ୍ରକାରର ବସ୍ତୁ ରଖିବା ଉଛି ନୁହେଁ ।