କେମତି କଟିବ ୨୦୨୦ ମସିହା – ମକର, କୁମ୍ଭ, ମୀନ ରାଶିଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ମକର୨୦୨୦ ମସିହା

ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ଆର୍ଥିକ ସମସ୍ୟା ନିଶ୍ଚିତରୂପେ ସମାଧାନ ହୋଇଯିବ । ଧନ, ଧାନ୍ୟ, ଐଶ୍ଚର୍ଯ୍ୟ, ମାନ ସମ୍ମାନ ତଥା ପରାକ୍ରମର ବୃଦ୍ଧି ହେବ । ବ୍ୟବସାୟୀ ହୋଇଥିଲେ ବ୍ୟବସାୟକ୍ଷେତ୍ରକୁ ସୁସଜ୍ଜିତକରି ପ୍ରଚୁର ଲାଭବାନ ହେବେ । ନୂଆ ନୂଆ ବ୍ୟବସାୟିକ ସଂପର୍କ ସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ । ଅଟକିଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ । ଭୂମିକ୍ରୟ, ବାହନକ୍ରୟ, ଗୃହନିର୍ମାଣ କରିବାରେ ଖର୍ଚ୍ଚ କରିବାକୁ ପଡ଼ିବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଶିକ୍ଷାକ୍ଷେତ୍ରରେ ଅତ୍ୟନ୍ତ ସଫଳତା ସହ ପ୍ରତିଯୋଗିତା ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ । ବିଦେଶ ଯାତ୍ରା ଫଳରେ ବିଶେଷ ଲାଭବାନ ହେବେ । ସମାଜ କଲ୍ୟାଣ, ଧର୍ମାନୁଷ୍ଠାନରେ, ମଠ, ମନ୍ଦିରମାନଙ୍କରେ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରି ପ୍ରଶଂସିତ ହେବେ । ଏହି ସମୟ ଆପଣଙ୍କପାଇଁ ଅତ୍ୟନ୍ତ ଶ୍ରେଷ୍ଠ ସମୟ । ଏହାକୁ ସତ୍ ଉପଯୋଗ କରିବାକୁ ଆପ୍ରାଣ ଚେଷ୍ଟା କରିବା ଉଚିତ । ରାଜନୈତିକ କ୍ଷେତ୍ରରେ ଲୋକ ସମର୍ଥନ ବୃଦ୍ଧି ହେବ । କୋର୍ଟକଚେରୀ, ମାଲିମକଦ୍ଦମାରେ ବିଜୟୀ ହେବେ ।

ବ୍ୟବସାୟ ଓ କର୍ମକ୍ଷେତ୍ରରେ ଦୂରଯାତ୍ରା କରିବା ଫଳରେ ଆଶାତୀତ ଲାଭ ପାଇବେ । ପରିବାରରେ ସମ୍ପତ୍ତି ବିବାଦ, ଛୋଟଛୋଟ କଥାକୁ ନେଇ ସମସ୍ୟା ଥିଲେ ସମାଧାନ ହୋଇଯିବ । ଆଶାନୁରୂପ ଅର୍ଥ ପାଇବା ଫଳରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ଦେଖାଦେବ । ଆତ୍ମୀୟମାନେ ଭିତରେ ଚେର କାଟିବେ । ବିଷକୁମ୍ଭ ପୟୋମୁଖ ବ୍ୟକ୍ତିମାନେ ସବୁବେଳେ ଘେରି ବସିବେ । ପ୍ରତିକାର-ବାଡିଅଁଳା ମୂଳ କଳାସୂତାରେ ଗୁଡେଇ ଶନିବାର ଦିନ ପୁରୁଷମାନେ ଦକ୍ଷିଣ ବାହୁରେ ଓ ମହିଳାମାନେ ବାମବାହୁରେ ଧାରଣ କରନ୍ତୁ । ଶନିବାର ଦିନ ଅସହାୟଙ୍କୁ ସାହାଯ୍ୟ କରନ୍ତୁ ।

କୁମ୍ଭ୨୦୨୦ ମସିହା

ଆପଣଙ୍କପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ଆୟ ଉପାର୍ଜ୍ଜନ ପାଇଁ ଅନେକ ଉପାୟ ଚିନ୍ତାକରି ସଫଳ ହେବେ ।  ବ୍ୟବସାୟ ବଢ଼େଇବାପାଇଁ ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କ ଆଦିରୁ ଋଣ ପ୍ରାପ୍ତି ହେବ । ସେୟାରବଜାର, ଜୁଆ, ଲଟେରୀ, ପ୍ଲାଷ୍ଟିକ୍, ଚମଡ଼ା, ଠିକାଦାରୀ, ରାସ୍ତାଗୃହନିର୍ମାଣ, ମଟରପାର୍ଟସ୍, ପେଟ୍ରୋଲିୟମ୍ ପଦାର୍ଥ, କୋରିଅର, କୋଇଲା, କୋଳଥ, ଖାଦ୍ୟଦ୍ରବ୍ୟ, ଖାଇବାତେଲ, ଘିଅ, ଖାଦ୍ୟସାମଗ୍ରୀ, କାଚ, ବିଦୁ୍ୟତ୍ସାମଗ୍ରୀ, ଧାତୁ, ବସ୍ତ୍ର, ଔଷଧ, ଚଳଚିତ୍ର ଇତ୍ୟାଦି ବ୍ୟବସାୟ କରୁଥିଲେ ବିଶେଷ ଲାଭବାନ୍ ହେବେ ।

ନ୍ୟାୟଧୀଶ, ପ୍ରଶାସନିକସେବା ଅଧିକାରୀ, ଓକିଲ, ଜେଲର, ଶିକ୍ଷକ, ପ୍ରଶିକ୍ଷକ, ଅଭିନେତା, ଡାକ୍ତର ଇତ୍ୟାଦି ହୋଇଥିଲେ କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତରର ଆଶା ଅଭିଳାଷ ପୂରଣ ହେବ । ପ୍ରତିଯୋଗିତା ପରୀକ୍ଷା ପ୍ରୟାସୀ ହୋଇଥିଲେ ନୂତନ କର୍ମରେ ନିଯୁକ୍ତି ପାଇବେ । ପରିବାରିକ ସମସ୍ୟା, ଗୃହରେ କଳହ, ପତି-ପତ୍ନୀ ମଧ୍ୟରେ ମତଭେଦ, ବିରୋଧଭାବ ଏବଂ ତିକ୍ତତାଭାବ ଦୂରେଇ ଯିବ । ଶିକ୍ଷାକ୍ଷେତ୍ରରେ ତେଜସ୍ୱୀ, ବ୍ୟବହାରକୁଶଳ, ଅନୁଶାସନପି୍ରୟ, ଗୁଣିଜ୍ଞାନୀ ଯୋଗ୍ୟ, ଆଜ୍ଞାପାଳକ, ସୌଭାଗ୍ୟଶାଳୀ ହେବେ ।

ବିଭାଗୀୟପରୀକ୍ଷା, ପ୍ରତିଯୋଗିପରୀକ୍ଷାର ପରିଣାମ ମନ ଅନୁକୂଳ ହେବ । ବିଦେଶଯାତ୍ରାକରି ଅଧ୍ୟୟନପାଇଁ ଇଚ୍ଛୁକଥିବା ଛାତ୍ରଛାତ୍ରୀଙ୍କର ମନସ୍କାମନା ଅବଶ୍ୟ ପୂର୍ଣ୍ଣହେବ । ମନୋବା‚ôତ ଶିକ୍ଷା ପ୍ରାପ୍ତି ହେବ । ବ୍ୟବସାୟୀମାନେ ଆବଶ୍ୟକତା ଠାରୁ ଅଧିକ ସତର୍କ ରହି ଯାତାୟାତ କରିବା ଉଚିତ୍ । ନତୁବା କର୍ମ·ରୀମାନେ କ୍ଷୟକ୍ଷତିର ସମ୍ମୁଖୀନ କରିପାରନ୍ତି । ଅର୍ଥ ଆଦାନ-ପ୍ରଦାନ କଲେ ପ୍ରଚୁର ଲାଭବାନ୍ ହେବେ । କୌଣସି ନୂତନକାର୍ଯ୍ୟ ଆରମ୍ଭ କରିବା ଶୁଭଦାୟକ ହେବ । ପ୍ରତିକାର-ବାଡିଅଁଳା ମୂଳ କଳାସୂତାରେ ଗୁଡେଇ ଶନିବାର ଦିନ ପୁରୁଷମାନେ ଦକ୍ଷିଣ ବାହୁରେ ଓ ମହିଳାମାନେ ବାମବାହୁରେ ଧାରଣ କରନ୍ତୁ । ବୁଲା କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ମାଦକ ଦ୍ରବ୍ୟ ସଂପୂର୍ଣ୍ଣ ତ୍ୟାଗ କରନ୍ତୁ ।

ମୀନ- ୨୦୨୦ ମସିହା

ଆପଣଙ୍କପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ବିଦେଶୀଦ୍ରବ୍ୟ ବ୍ୟବସାୟରେ ବ୍ୟବସାୟିକ ସ୍ଥିତି ମଜବୁତ୍‌ ହେବ । ଆଦାନ ପ୍ରଦାନରେ ବିଶେଷ ଲାଭବାନ୍ ହେବେ । ନୂତନ ବ୍ୟବସାୟ ବିସ୍ତାର କରିବା ଫଳରେ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ପୂର୍ବଋଣ ପରିଶୋଧ କରିବାପାଇଁ ସାମର୍ଥ୍ୟ ହେବେ । ଅନେକ ଦିଗରୁ ଧନାଗମ ହେବ । ଗୃହନିର୍ମାଣ, ଜମିଜମା କ୍ରୟ ବିକ୍ରୟ, ସେୟାରବଜାର, ଜୁଆ, ଲଟେରୀ, ମଧ୍ୟସ୍ଥତା କରୁଥିବା ବ୍ୟକ୍ତିମାନେ ଆଶାତୀତ ଲାଭ ପାଇବେ । ଆକସ୍ମିକ ଧନ ପ୍ରାପ୍ତି ହେବ । ଆୟପନ୍ଥାର ପରିବର୍ତ୍ତନ ଆସିବ ।

ବିଦୁ୍ୟତବିଭାଗ, ପ୍ରଶାସନବିଭାଗ, ଜ୍ୟୋତିଷ, ବି·ରବିଭାଗ, ଡାକ ଓ ତାର ବିଭାଗ, ବୈଜ୍ଞାନିକ, ନୃତ୍ୟ ଓ ସଙ୍ଗୀତବିଭାଗ, ଆୟୁର୍ବେଦବିଭାଗ, ଜଳଦାୟବିଭାଗ, ସମାଜସୁଧାରକ, ଶିକ୍ଷାବିଭାଗ, ସମାଚାରପତ୍ର ବିଭାଗରେ କର୍ମରତଥିଲେ ବିଶେଷ ଲାଭବାନ୍ ହେବେ । କର୍ମକ୍ଷେତ୍ରରେ ପଦୋନ୍ନତି ଓ ସ୍ଥାନାନ୍ତରଣ ସମ୍ଭବ ହେବା ଯୋଗୁ ମନ ଖୁସି ରହିବ । ସହକର୍ମୀ ଓ ବିଭାଗୀୟ ଅଧିକାରୀମାନଙ୍କ ସହସମ୍ବନ୍ଧରେ ଆତ୍ମିୟତା ସୃଷ୍ଟି ହେବ । ନୂତନକର୍ମ ପ୍ରୟାସରତ ଯୁବକ ଯୁବତୀମାନେ ପ୍ରତିଯୋଗଗିତା ମୂଳକ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ନୂତନ କର୍ମରେ ନିଯୁକ୍ତି ପାଇବେ । ଶିକ୍ଷାକ୍ଷେତ୍ରରେ ମନୋବା‚ôତ ସ୍ଥାନରେ ପଢ଼ିବାର ସୁଯୋଗ ପାଇବେ । ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରା କରିବାର ଆଶାୟୀଥିବା ଛାତ୍ରଛାତ୍ରୀମାନେ ବିଦେଶଯାତ୍ରା କରିପାରିବେ ।

ସନ୍ତାନ ସନ୍ତତିଙ୍କ କାର୍ଯ୍ୟକଳାପରେ ଖୁସି ହେବେ । ଶିକ୍ଷା ସଦ୍ଗୁଣ, ଆଜ୍ଞାପାଳନ, ମହତ୍ତ୍ୱାକାଂକ୍ଷା ଦେଖି ଆନନ୍ଦ ଅନୁଭବ କରିବେ । ଧନାଢ଼୍ୟବ୍ୟକ୍ତି, ପ୍ରତିଷ୍ଠାବାନ୍ବ୍ୟକ୍ତି ଓ ବରିଷ୍ଠବ୍ୟକ୍ତିଙ୍କ ସହ ସମ୍ପର୍କସ୍ଥାପନ ଫଳରେ ବିଶେଷ ଉପକୃତ ହେବେ । ଧର୍ମାନୁଷ୍ଠାନରେ ଦାନ ଧର୍ମ କରିବା ଫଳରେ ଯଶ, ମାନ ପ୍ରତିଷ୍ଠା ବୃଦ୍ଧିପାଇବ । ରାଜନୈତିକ ବ୍ୟକ୍ତିମାନଙ୍କର ସାଙ୍ଗଠନିକ କାର୍ଯ୍ୟରେ ଶତ୍ରୁମାନେ ମଥାନତ କରିବେ । ତ୍ୟାଗ ଓ ମହତ୍ତ୍ୱାକାଂକ୍ଷା ପାଇଁ ପ୍ରଶଂସିତ ହେବେ । ନୂତନ ରୋଗ କିଛି ପ୍ରକାଶ ହେବାର ସମ୍ଭାବନା ନାହିଁ । ବୃଥା ଭ୍ରମଣ ଦ୍ୱାରା ପୁରାତନ ରୋଗର ପ୍ରକୋପ ବୃଦ୍ଧି ପାଇପାରେ । ପ୍ରତିକାର-ଅଶ୍ୱସ୍ଥବୃକ୍ଷ ମୂଳରେ ପ୍ରତ୍ୟେକ ଦିନ ପାଣି ଢ଼ାଳନ୍ତୁ । କେଶର ହଳଦୀ ଚନ୍ଦନ ମଥାରେ ଲଗାନ୍ତୁ । ବୁଲା କୁକୁରଙ୍କୁ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!