କେମତି କଟିବ ୨୦୨୦ ମସିହା – ତୁଳା, ବିଛା, ଧନୁ ରାଶିଫଳ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ତୁଳା୨୦୨୦ ମସିହା

ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ। ବିଶେଷକରି ବିଦ୍ୟାର୍ଥୀ-ମାନଙ୍କପାଇଁ ଏହାଏକ ସୁବର୍ଣ୍ଣ ସୁଯୋଗ । ପ୍ରତିଯୋଗୀ ପରୀକ୍ଷାରେ ପ୍ରଶାସନିକ ସେବାପାଇଁ କରିଥିବା ଶ୍ରମ ଅବଶ୍ୟ ଶୁଭଫଳ ଦେବ । ପରାକ୍ରମ ପ୍ରତିଷ୍ଠା ମାନସମ୍ମାନ ବୃଦ୍ଧିହେବ । ସରକାରୀ କର୍ମଚାରୀମାନେ ପ୍ରମୋଶନ ପାଇ ଖୁସି ହେବେ ଏବଂ ଧନଲାଭ କରିବାର ସୁଯୋଗ ପାଇବେ । ବ୍ୟବସାୟୀମାନେ ଯେକୌଣସି ଜାଗାରୁ ଧନଉପାର୍ଜନ କରିପାରିବେ ଓ ବ୍ୟବସାୟକୁ ବିସ୍ତାରିତ କରିବା ପାଇଁ ସକ୍ଷମ ହେବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସମ୍ପତ୍ତି କ୍ରୟକରିବା ପାଇଁ ଅତ୍ୟନ୍ତ ଶୁଭ ସମୟ ।ସନ୍ତାନଠାରୁ ସୁଖପ୍ରାପ୍ତି ହେବ । କାର୍ପାସ, ଚିତ୍ରକଳା, ଷ୍ଟେସ୍ନାରୀ, ଚଳଚିତ୍ର, ମିଠାଦ୍ରବ୍ୟ ବା ମିଷ୍ଠାନ୍ନ ଭଣ୍ଡାର, ·ନ୍ଦି, ·ଉଳ, ଗହମ, ବସ୍ତ୍ର, ଫଟୋଗ୍ରାଫି, ଶୃଙ୍ଗାର ପ୍ରସାଧନ ବ୍ୟବସାୟୀମାନେ ବା ଏହି ସଂସ୍ଥାରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ଇଂରାଜୀ ପ୍ରଫେସର, ଅଭିନେତା ଓ ଅଭିନେତ୍ରୀ, ସଙ୍ଗୀତଜ୍ଞ, ଉଚ୍ଚ ଅଧିକାରୀ ପଦରେ ପହଞ୍ଚି ପାରିବେ । ରାଜନିତୀ କ୍ଷେତ୍ରରେ ସଫଳତାସହ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ତୁଲାଇବେ ।

ମାଲିମକଦ୍ଦମାରେ ବିଜୟଲାଭ ହେବ । ସମସ୍ତ ସମସ୍ୟା ଧିରେ ଧିରେ ଅପସରିଯିବ । ଭାତୃ ବିବାଦ, ଅଯଥା ଧନଖର୍ଚ୍ଚ, ଶତ୍ରୁମାନେ ବିପଦରେ ପକେଇବା ପାଇଁ ଚେଷ୍ଟା କରିପାରନ୍ତି । ପୁରାତନ ରୋଗ ବୃଦ୍ଧି ପାଇପାରେ । ପ୍ରତିକାର-ସଂପୂର୍ଣ୍ଣ କଷ୍ଟନିବାରଣଯନ୍ତ୍ର ପୂଜାକରନ୍ତୁ । ପ୍ରତ୍ୟେକଦିନ ମନ୍ଦିରବେଢ଼ା ପରିଷ୍କାରକରନ୍ତୁ, ଗୋମାତାକୁ କିଛି ଖାଇବାକୁ ଦିଅନ୍ତୁ ।

ବିଛା୨୦୨୦ ମସିହା

ଆପଣଙ୍କ ପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ଆପଣ ସର୍ବାଧିକ ଭାଗ୍ୟଶାଳୀ ହେବେ । ଉନ୍ନତିସହ ଶାନ୍ତି ଉପୁଜିବ । ଶତୃମାନେ ମୁଣ୍ଡ ନୂଅାଁଇବେ । ଆର୍ଥିକକ୍ଷେତ୍ରରେ ସ୍ୱଚ୍ଛଳତା ଦେଖାଦେବ । ଚିନ୍ତାଦୂର ହୋଇଯିବ । ବ୍ୟବସାୟ କରୁଥିଲେ ଲାଭ ଲାଗି ରହିବ । ବୁଡ଼ିଯାଉଥିବା ପଇସା କିମ୍ବା ଆପଣଙ୍କଠାରୁ କେହି ଅର୍ଥ ନେଇ ଦେଉନଥିଲେ କଳେବଳେ କୌଶଳେ ପ୍ରାପ୍ତି ହେବ । ପଡୋଶୀଙ୍କ ସହିତ ମଧୁର ସଂପର୍କ ସ୍ଥାପନହେବ । ମହତ୍ ଉଦେ୍ଦଶ୍ୟ ନେଇ ଉଚ୍ଚଆକାଂକ୍ଷାରେ ବିଦେଶଯାତ୍ରା କଲେ ନିଶ୍ଚୟ ଭାଗ୍ୟୋଦୟ ହେବାସହ ଅଭିଳାଷପୂର୍ଣ୍ଣ ହେବ ।

ବିଦ୍ୟାର୍ଥୀମାନେ ଶିକ୍ଷାକ୍ଷେତ୍ରରେ ଆଶାନୁରୂପ ଫଳପାଇବେ । ବାରମ୍ବାର ମନଉଚ୍ଚାଟ ରହିବ । ପ୍ରଚୁର ଆୟହେବ । ଇଲେକ୍ଟ୍ରୀ, ଇଲେକଟ୍ରୋନିକସ୍, ଠିକାଦାରୀ, ଧାତୁ ବ୍ୟବସାୟୀ, ଔଷଧ ଦୋକାନ, ଭୋଜନାଳୟ, କଳକାରଖାନା, ଖଣିଜପଦାର୍ଥ, ଗୁଡ଼, ଲଙ୍କାମରିଚ, ମସୁରଡାଲି, ଧାନ, ଗହମ ଇତ୍ୟାଦି ବ୍ୟବସାୟ କରୁଥିବା ବ୍ୟକ୍ତିମାନେ କିମ୍ବା ଏହି ସଂସ୍ଥାରେ କର୍ମରତ ଥିବା ବ୍ୟକ୍ତିମାନେ ବିଶେଷ ଲାଭବାନ ହେବେ । ବାଦବିବାଦ ମାଲିମକଦ୍ଦମାରେ ବିଜୟ ଲାଭ କରିବେ । ପୈତୃକ ସମ୍ପତ୍ତିକୁ ନେଇ ସମସ୍ୟା ଥିଲେ କଳେବଳେ କୌଶଳେ ସମାଧାନ କରି ମାନସମ୍ମାନ ବୃଦ୍ଧି ହେବ ।

ଧାର ଊଧାର ଦେଇଥିବା ଧନ ସହଜ ସରଳରେ ଫେରିପାଇବେ । ରାଜନୀତି କ୍ଷେତ୍ରରେ ଉଚ୍ଚପଦ ପଦବୀରେ ଅଧିଷ୍ଠିତ ହେବେ । ଧର୍ମାନୁଷ୍ଠାନରେ ପ୍ରେରଣା ପାଇ ସମସ୍ତ କ୍ଷେତ୍ରରେ ବିଜୟୀ ହେବେ । ଅନେକ ଅର୍ଥ ପାରିବାରିକ କ୍ଷେତ୍ରରେ ଆତ୍ମୀୟମାନଙ୍କର ଶୁଭ କାର୍ଯ୍ୟରେ ଖର୍ଚ୍ଚ କରିପାରନ୍ତି । ପ୍ରତିକାର-ପ୍ରତ୍ୟେକ ଦିନ କୁକୁରକୁ କିଛି ଖାଇବାକୁ ଦିଅନ୍ତୁ । ସମ୍ପୂର୍ଣ୍ଣ ବଗଳାମୂଖୀ ଯନ୍ତ୍ର ପୂଜା କରନ୍ତୁ । ଅସହାୟାଙ୍କୁ ସାହାଯ୍ୟ କରନ୍ତୁ ।

ଧନୁ-୨୦୨୦ ମସିହା

ଆପଣଙ୍କପାଇଁ ଶୁଭାଶୁଭ ମିଶ୍ରିତ ଫଳଦାୟକ ହେବ । ନୂତନ ବ୍ୟବସାୟ ଆରମ୍ଭ, ଭାଗିଦାରୀ ବ୍ୟବସାୟରେ ସଫଳ, ବ୍ୟବସାୟରେ ଅଟକିଥିବାଧନ, ଦେଇଥିବାଧନ, ସେୟାର ବଜାର, ଲଟେରୀ, ଜୁଆ ଆଦିରେ ବିଶେଷ ଲାଭବାନ୍ ହେବେ । ବ୍ୟବସାୟକୁ  ପ୍ରସାରିତ କରିବାକୁ ·ହୁଁଥିଲେ ଆବଶ୍ୟକ ଅର୍ଥ ବନ୍ଧୁମିତ୍ରଙ୍କର ସହଯୋଗ, ବ୍ୟାଙ୍କଋଣ ପ୍ରାପ୍ତି ହେବ । କୌଣସି ଏକ ଅଭିନ୍ନ ମିତ୍ରସହ ଏକ୍ସପୋର୍ଟ, ଇନ୍ପୋର୍ଟ, ହାଣ୍ଡିକ୍ରାଫ୍ଟ, ଫର୍ଣ୍ଣିଚର, ସିଜିନ୍ ବ୍ୟବସାୟରେ ମଧ୍ୟ ଅତ୍ୟନ୍ତ ଲାଭାନ୍ୱିତ ହୋଇ ସମ୍ପତ୍ତିି କ୍ରୟ କରିବେ । ନୂତନ କର୍ମ ବା ପରୀକ୍ଷା, ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହୋଇଥିଲେ ସଫଳତା ଲାଭ ହେବ ।

ପ୍ରଶାସନିକ ସେବା ସଂବନ୍ଧିତ ପରୀକ୍ଷାପାଇଁ ପ୍ରସ୍ତୁତ ହେବା ଉଚିତ୍ କିମ୍ବା ଡାକ୍ତରୀପାଠ ପଢ଼ୁଥିଲେ ବିଶେଷ ଉନ୍ନତି ହୋଇପାରିବ । ଭାଗ୍ୟର ପ୍ରବଳତାହେତୁ ସମସ୍ତକାର୍ଯ୍ୟ ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି, ଇଚ୍ଛିତସ୍ଥାନରେ ସ୍ଥାନାନ୍ତରଣ, ବିଭାଗିୟ ଅଧିକାରୀ କିମ୍ବା ସହକର୍ମୀଙ୍କସହ ମଧୁରସମ୍ପର୍କ ସ୍ଥାପନ ହେବ । ସନ୍ତାନ, ଜୀବନସାଥୀ ଓ ପିତୃକ୍ଷେତ୍ରରେ ସର୍ବଶ୍ରେଷ୍ଠ ଫଳପାଇବେ । ଦାମ୍ପତ୍ୟଜୀବନ ସୁଖମୟ ହେବ । ନୂତନଗୃହ, ନୂତନଯାନ, ନୂତନବ୍ୟବସାୟ, ନୂତନଜାଗା ଜମି ପ୍ରାପ୍ତି ହେବ । ଉଚ୍ଚଶିକ୍ଷା ପାଇଁ ବିଦେଶଯାତ୍ରା କରିବେ ।

ଚାକିରୀ ପାଇଁ ଚେଷ୍ଟା କରୁଥିଲେ ଶିକ୍ଷାକ୍ଷେତ୍ର, ଧର୍ମାନୁଷ୍ଠାନ, ଭୋଜନାଳୟ, ପ୍ରଶାସନ ବିଭାଗ, ଖାଦ୍ୟସଂବନ୍ଧୀୟ ବିଭାଗ, ଖାଦ୍ୟପ୍ରସ୍ତୁତି କରୁଥିବା କାରଖାନାରେ ଯୋଗାଯୋଗ କଲେ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ । ରାଜନୀତି କ୍ଷେତ୍ରରେ ବିରୋଧୀଙ୍କୁ ପରାସ୍ତ କରିବାରେ ସଫଳ ହେବେ । ସରକାରୀ ଖର୍ଚ୍ଚରେ ବିଦେଶ ଯାତ୍ରା କରିବେ । ଗୁରୁ-ଗୁରୁଜନମାନଙ୍କର ଆଶୀର୍ବାଦ ଲାଭକରିବେ । ପ୍ରତିକାର-ବୃହସ୍ପତି ଯନ୍ତ୍ର ପୂଜା କରନ୍ତୁ । ବାଡିଅଁଳା ମୂଳ କଳାସୂତାରେ ଗୁଡେଇ ଶନିବାର ଦିନ ପୁରୁଷମାନେ ଦକ୍ଷିଣ ବାହୁରେ ଓ ମହିଳାମାନେ ବାମବାହୁରେ ଧାରଣ କରନ୍ତୁ । ଗୋମାତାକୁ ପ୍ରତ୍ୟେକ ଦିନ କିଛି ଖାଇବାକୁ ଦିଅନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!