ବାର୍ଷିକ ରାଶିଫଳ ୨୦୧୭

ବାର୍ଷିକ ରାଶିଫଳ ୨୦୧୭

[wptab name=’1 ମେଷ’]
ମେଷ ରାଶି

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

Mesha Yearly Odia Rasifalaବର୍ଷାରମ୍ଭରେ ରବି, ବୁଧ ନବମ ଭାବରେ । ଚନ୍ଦ୍ର ଦଶମ ରାହୁ ପଞ୍ଚମରୁ ସେପ୍ଟେମ୍ବର ଠାରୁ ଚତୁର୍ଥ ଭାବରେ । ଶୁକ୍ର,ମଙ୍ଗଳ ଓ କେତୁ ଏକାଦଶ ଭାବରେ। କେତୁ ଏକାଦଶରୁ ସେପ୍ଟେମ୍ବର ଠାରୁ ଦଶମ ଭାବରେ। ଗୁରୁ ଷଷ୍ଠ ରୁ ସେପ୍ଟେମ୍ବର ଠାରୁ ସପ୍ତମ ଭାବରେ। ଶନି ଅଷ୍ଟମ ରୁ ଜାନୁୟାରୀ ଠାରୁ ନବମ ଭାବରେ ଅବସ୍ଥାନ କରିବେ । ­­­­

ବାର୍ଷିକ ରାଶିଫଳ ମେଷ ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ଗୁରୁ, ଶନି, ରାହୁ ଗ୍ରହଙ୍କ ଗୋଚର ସ୍ଥିତ୍ୟାନୁଯାଇ ଅଶୁଭପ୍ରଦ ହେବ। ବାକି ସ୍ଵଳ୍ପକାଳିନ ଗ୍ରହମାନଙ୍କ ଗୋଚର ସ୍ଥିତ୍ୟାଦି ଯୋଗ କରି ବିଚାର କଲେ- ସେପ୍ଟେମ୍ବର ଯାଏଁ ଅଧିକ ଅଶୁଭ ଫଳ ଭୋଗ ହୋଇ ସେହିଠାରୁ କ୍ରମଶଃ ଅଶୁଭ ଫଳର ପ୍ରଭାବ ବର୍ଷ ଶେଷ ଯାଏଁ କମିବ। ଇଂରାଜୀ ବର୍ଷଟିର ମୋଟାମୋଟୀ ଫଳ ଶୁଭାଶୁଭ ମିଶ୍ରିତଭାବେ ଭୋଗହେବ। ପାରିବାରିକ ସ୍ତରରେ ଭୁଲ ବୁଝାମଣା ଜନିତ ସୁଖ- ଶାନ୍ତିହାନି, ଉନ୍ନତିମୂଳକ ପଦକ୍ଷେପରେ ବାଧା ପ୍ରତିରୋଧ, ଦାମ୍ପତ୍ୟ ସମସ୍ୟା ବୃଦ୍ଧି ହେତୁ ନିନ୍ଦା ଶୁଣିବେ। ବୈଷୟିକ କ୍ଷେତ୍ରରେ ସମାଲୋଚନା କୁତ୍ସାହରଟନା ଫଳରେ ଲୋକହସା ହେବେ। ଅଯଥା ଧାଁଦୌଡ ଯୋଗୁ ଧନ, ସମୟ ଓ ଶକ୍ତିର ଅପଚୟ ହେବ। ଦେହମନରେ ପୀଡା ବୃଦ୍ଧି, ଆତ୍ମୀୟ- ସ୍ଵଜନଙ୍କ ପାଇଁ ଶୋକ, ଚୋର ଠକଭୟ, ଭୋଗ ବିଳାସହାନି, ଆର୍ଥିକ ଦୁର୍ଗତି ଓ ଶଙ୍କଟ ବୃଦ୍ଧି ହେବ। ଶାନ୍ତଶିଷ୍ଟ, ସାଧୁ, ସତ୍ୟବାଦୀ, ଶାସ୍ତ୍ରପୁରାଣପ୍ରିୟ, ଧର୍ମାତ୍ମା, ଗୁରୁବ୍ରାହ୍ମଣ ଭକ୍ତ, ପରିଜନ ଓ ସାଧୁଜନପ୍ରିୟ, ନିଜ ସ୍ଵାର୍ଥରକ୍ଷକ, ସରଳ ହୃଦୟ, ବୁଦ୍ଧିମାନ, ଧୈର୍ଯ୍ୟ, ଠିକିଲେ ଶିଖିବା ସ୍ଵଭାବ ପ୍ରକାଶ ପାଇବ। ପରର ଅନିଷ୍ଟ ଚିନ୍ତା କରିବେ ନାହିଁ ଏବଂ ନ୍ୟାୟ ବାଟରେ ଚାଲିଲେ କ୍ରମଶଃ ବିପତ୍ତି କଟିବା ଫଳରେ ସୁଖ ସୌଭାଗ୍ୟ ବୃଦ୍ଧି ଓ ପାରିବାରିକ ବ୍ୟବସ୍ଥା ପରି ବର୍ତ୍ତନ ସାଙ୍ଗକୁ ଅର୍ଥସଙ୍କଟରୁ ମୁକ୍ତି ମିଳିବ। କର୍ମ ବ୍ୟବସାୟରେ ସ୍ଵାର୍ଥପରତା ଓ ଆଳସ୍ୟଭାବ ଯୋଗେ କଳଙ୍କିତ ହେବେ। ନିଜର ବାପା, ମା, ଭାଇ, ଭଉଣୀଙ୍କ କଥା ବୁଝିବାକୁ ବେଶି ଆଗଭର ହେବେ। ଇନ୍ଦ୍ରିୟପରାୟଣତା ଓ ବିଷୟବାସନା ଉପରେ ଅଧିକ ଗୁରୁତ୍ଵ ଦେବେ। ପରଧନ ଭୋଗ କରିବାର ଲାଳସା ଓ ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ।

ମହିଳାମାନଙ୍କ ପାଇଁ: ଗୃହିଣୀମାନଙ୍କ ପାଇଁ ବର୍ଷଟି ସମ୍ମାନର ସହିତ ଦିନଚର୍ଯ୍ୟା କରି ସୁଖେ-ଦୁଃଖେ ଚଳିବାରେ ବାଧା ଉପୁଜିବ ନାହିଁ । କର୍ମଜୀବୀମାନଙ୍କର କର୍ମକ୍ଷେତ୍ରଟି ହାତଛଡା ହେବାର ନାହିଁ। ସଚ୍ଚରିତ୍ର, ସୁଗୃହିଣୀ, ବିନୀତା, ଓଜସ୍ଵିନୀ ଭାଷିକା, ସନ୍ତାନବତ୍ସଳା, ସ୍ନେହ ମମତାପୂର୍ଣ।, ପତୀବ୍ରତା ଓ ବନ୍ଧୁମାନଙ୍କ ହିତୈଷିଣୀ ହେବେ। ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ। ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ ଆପଣଙ୍କର ଭୂଷଣହେବ। ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। ଅଧିକ ଭାଗ୍ୟବାଦିନୀ ହୋଇ ନିଜ ଗୋଡରେ ନିଜେ ଠିଆ ହେବାକୁ ସାହସ ବାନ୍ଧିବେ। କୁମାରୀ ଓ ଯୁବତୀମାନେ ଉତ୍ତରାଧିକାରୀ ସୂତ୍ରରୁ କିଛି ଧନ ସମ୍ପତ୍ତି ପାଇବାର ଯୋଗ ଅଛି। ସ୍ଵାର୍ଥକୁ କେନ୍ଦ୍ରକରି ସବୁଥିରେ ପଶି ସୁଯୋଗ ହରାଇ ହଇରାଣ ହେବେ। ପଶୁ ସମ୍ପଦ, ଧନ ସମ୍ପତିରେ ଘର ହସି ଉଠିବ। ଶିକ୍ଷୟତ୍ରୀ, ସିଲାଇକାରିଣୀ, ଲେଖିକା ବା ଚାକିରିରେ ଉତ୍ତମ ରୋଜଗାର କରିପାରିବେ। ସମାଜ ସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ।

ସ୍ଵାସ୍ଥ୍ୟ: ଶର୍ଦ୍ଦି- ଶ୍ଲେଷ୍ମା ପ୍ରକୋପର କବଳିତ ହୋଇ ହନ୍ତସନ୍ତ ହେବା ମଧ୍ୟରେ ମାନସିକ ଅସୁସ୍ଥି ବଢିଯିବ। ପୁରୁଣା ରୋଗର ପୀଡା ବୃଦ୍ଧି ପାଇବ। ଏପରିକି ଶଜ୍ୟାଶାୟୀ ହେବାର ଆଶା କରାଯାଇ ପାରେ । ଦେହ ସୁଦୃଢ ଥିବାରୁ ସହଜରେ ରୋଗରେ ପଡିବା ସମ୍ଭବ ନୁହେଁ। ଅଯଥା ମନ ବ୍ୟାଧିରେ ଆଖିରୋଗ ସହିତ ଟାଇଫଏଡ, ଯକ୍ଷ୍ମା, ଜଣ୍ଡିସ, ଆମାଶୟ, ଅମ୍ଳ, ଅଜୀର୍ଣ୍ଣ ପ୍ରଭୃତି ରୋଗ ଦେଖା ଦେଇପାରେ। ମାଛ, ଛେନା, ପାଳଙ୍ଗ, ବାଦାମ, ଦହି ଓ ଲେମ୍ବୁ ସରବତ ପ୍ରଭୃତି ଖାଇବା ହିତକର।

ଛାତ୍ରଛାତ୍ରୀମାନଙ୍କ ପାଇଁ: ଶିକ୍ଷାର୍ଥୀମାନେ ଅଧ୍ୟବସାୟର ଉତ୍ତମ ଫଳ ଆସ୍ଵାଦନ ନିମନ୍ତେ ଉଚ୍ଚଶିକ୍ଷା ଯୋଜନା ଚିଠା ପ୍ରସ୍ତୁତ କରିବେ। ଯୋଜନା ଫଳପ୍ରସୂ ହେବା ସହଜ ସରଳ ହୋଇଯିବ । ଫଳରେ ଶିକ୍ଷାରେ ଦ୍ରୁତ ଗତି ଅତିଷ୍ଠକର ହେବ। ବିଦ୍ୟାଦତା ଯନ୍ତ୍ର ପୂଜା କରିବା ନିତ୍ୟାନ୍ତ ଆବଶ୍ୟକ।

ପାରିବାରିକ: ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତି ଅଳ୍ପ ବହୁତ ଲାଗି ରହିବ। ପରସ୍ପର ପ୍ରତି ବିଶ୍ଵାସ ଭରସା ନିଷ୍ଠା ଜନିତ ଯେଉଁ ଆନ୍ତିରକତା ବୁଝାମଣା ଆତ୍ମିକ ବନ୍ଧନକୁ ସୁଦୃଢ କରି ରଖିବ। ଯାହାର ପ୍ରଭାବରେ ପ୍ରତିକୂଳ ସ୍ରୋତକୁ ଆତିକ୍ରମ କରିହେବ। ସିଧା ଓ ଟାଣୁଆ ଶକ୍ତି ଆର୍ଥିକ ସ୍ଥିତିକୁ ସୁଦୃଢକରି ସ୍ଥିର ହିସାବରେ ଚଳିବାରେ ପ୍ରେରଣା ପ୍ରଦାନ କରିବ। କୁଳଶ୍ରେଷ୍ଠ ଓ କୀର୍ତ୍ତିଶାଳୀ ଭଳି ଦିବ୍ୟ ଗୁଣ ଗୁଡିକ ଠୁଳ ହେବ। ବ୍ୟକ୍ତିଗତ ସୁଖ, ଦୁଃଖ ତଥା ମନର ଭାବ କେହି ଠିକ୍ ଭାବେ ଠଉରେଇ ପାରିବେ ନାହିଁ। ଜଣେ ସତ୍ ପରାମର୍ଶଦାତା, ଶିକ୍ଷକ, ଦାର୍ଶନିକ, ଉପଦେଷ୍ଠା, ଆଇନଜ୍ଞ, ବୈଜ୍ଞ।ନିକ, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, କବି, ସୁବକ୍ତା, ଧାର୍ମିକ, ବନ୍ଧୁ-ବାନ୍ଧବ ପ୍ରିୟ, ଗୁରୁଦେବତାରେ ଭକ୍ତି ଭଳି ନିଷ୍କଳଙ୍କ ଗୁଣଗୁଡିକରେ ଭୂଷିତ ହେବେ।

ବ୍ୟବସାୟ ଓ ଚାକିରି: ବ୍ୟବସାୟୀମାନଙ୍କ ପାଇଁ ଯୋଗପ୍ରଦ ସମୟ। କାରବାର ଦିଗରୁ ପ୍ରଚୁର ଲାଭବାନ୍ ହେବେ। ନିଜର ପ୍ରତିପତ୍ତି ବିସ୍ତାର କରି ପାରିବେ। ଶ୍ରମିକ ଓ କର୍ମଚାରୀମାନେ ଆରମ୍ଭରୁ ଖାମଖିଆଲ କରି ପତନ ଅଭିମୁଖୀ ହୋଇ ପାରନ୍ତି। ସ୍ଥଳ ବିଶେଷରେ ବିଦ୍ରୋହ ବା ଅଶାନ୍ତିର ମୁହାଁମୂହିଁ ହୋଇ ଧନମାନ ଦିଗରୁ ସୁରକ୍ଷିତ ରହିବେ। ବିଶେଷ ଧୈର୍ଯ୍ୟଧାରୀ ଓ ପରିଶ୍ରମୀ ନ ହେଲେ ବ୍ୟବସାୟକୁ ରକ୍ଷା କରିବା କାଠିକର ପାଠ ହେବ। କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଓ ଶତ୍ରୁଙ୍କ ସହିତ ପ୍ରତି ନିୟତ ସଂଘର୍ଷ କରି ସମାଧାନର ରାସ୍ତା ପ୍ରସ୍ତୁତ କରିବେ । ମାଲିମୋକଦ୍ଦମାରେ କଚ୍ଛପ ଗତି ଓ ରାଜନୀତିରେ ଶତ୍ରୁ ବା ବିରୋଧୀମାନେ ଭୂମିଗତ କଲା ଭଳି ସମୟ। ଏପରିକି ଭାବମୂର୍ତ୍ତି ଅମଳିନ ରହିବ। କୃଷି ଜୀବୀମାନେ ସତ୍ୟ ଧର୍ମ ଉପରେ ଆସ୍ତାଛାଡି ଦେଇ କାଳାତିପାତ କରିବେ। ଆମୋଦ-ପ୍ରମୋଦ, କ୍ରିଡା, ଆଡମ୍ବରରେ ଆଗ୍ରହ ବଢିବ। ଯଥାର୍ଥ କର୍ମ ଯୋଗୀ, ଉତ୍ସାହୀ, ଶିଳ୍ପୀ, ସହିତ୍ୟିକ, ସଂଗୀତଜ୍ଞ, ଯାନ୍ତ୍ରିକ ଭାବେ କ୍ଷାତି ଅର୍ଜନ କରିବେ।

ପ୍ରତିକାର: ରାହୁ, କେତୁ,ଶନି ଓ ଗୁରୁଙ୍କ ପାଇଁ ପ୍ରତିକାର କରଣୀୟ। ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହ ଯନ୍ତ୍ର ପୂଜାକରିବା ସହ ଛିନ୍ନମସ୍ତାଙ୍କ କବଚ ଧାରଣ କରିବେ। ଅନ୍ଧ, ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ। ଗୋମାତାର ସେବାକରିବା ଆବଶ୍ୟକ। କୁକୁରକୁ ଖାଦ୍ୟ ଦିଅନ୍ତୁ।

[/wptab]

[wptab name=’2 ବୃଷ’]
ବୃଷ ରାଶି

ବର୍ଷାରମ୍ଭରେ ରବି, ବୁଧ ଅଷ୍ଟମ ଭାବରେ। ଚନ୍ଦ୍ର ନବମ ଓ ରାହୁ ଚତୁର୍ଥରୁ ସେପ୍ଟେମ୍ବର ଠାରୁ ତୃତୀୟ ଭାବରେ। ଶୁକ୍ର, ମଙ୍ଗଳ ଦଶମ ଭାବରେ ଓ କେତୁ ଦଶମରୁ ସେପ୍ଟେମ୍ବର ଠାରୁ ନବମ ଭାବରେ। ଗୁରୁ ପଞ୍ଚମରୁ ସେପ୍ଟେମ୍ବର ଠାରୁ ଷଷ୍ଠ ଭାବରେ। ଶନି ସପ୍ତମରୁ ଜାନୁୟାରୀ ଠାରୁ ଅଷ୍ଟମ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ ବୃଷ ୨୦୧୭

ବାର୍ଷିକ ଶୁଭାଶୁଭ ଫଳ:- ଗୋଚର ସ୍ଥିତ୍ୟାନୁଯାଇ ଶୁଭ ବୃହସ୍ପତି ଓ ରାହୁ ଊଣା-ଅଧିକ ଶୁଭ ଫଳ ପ୍ରଦାନ କରିବେ। ଶୁଭ ସମୟ ଫେବୃୟାରି ତା୧ରୁ ଅପ୍ରେଲ ୧୫, ଜୁଲାଇ ତା୧ରୁ ଅଗଷ୍ଟ ତା୧୬, ଅକ୍ଟୋବର ତା୧ରୁ ନଭେମ୍ବର ତା୧୪ ମଧ୍ୟରେ କର୍ମକ୍ଷେତ୍ରରେ ପଦୋନ୍ନତି, ରାଜନୈତିକ କ୍ଷେତ୍ରରେ ପଦବୀ ଲାଭ ଓ ନୂତନ ଗୃହନିର୍ମାଣ ପାଇଁ ପ୍ରସ୍ତୁତି। ଭାବଭଙ୍ଗୀ, ଠାଣି ଓ ଚାଲିଚଳନ ଦେଖିଲେ ଜଣାଯିବ ଯେ ଆପଣ ଯଥାର୍ଥରେ ଜଣେ ସେନାପତି ବା ପୁଲିସ ହାକିମ, ଅଥବା ପ୍ରଶାସକ। ଲକ୍ଷ୍ୟହାସଲ ହିଁ ମୂଳ ଆଭିମୁଖ୍ୟ ହେବ। ଧନାର୍ଜନ, ଉଦ୍ୟମୀ, ଦୃଢମନରେ ପରୋପକାର କରିବେ। ଆସକ୍ତି ମୋହ, ଲୋଭ, କ୍ରୁର କର୍ମ ଗୁଡିକ ପାଇଁ ଅପଯଶ ପାଇବେ। ଆତ୍ମବିଶ୍ଵାସ ଦ୍ଵାରା ଅନ୍ୟ ଉପରେ ପ୍ରାଧାନ୍ୟ ବିସ୍ତାର କରିପାରିବେ। ନୀତିସମ୍ପନ୍ନ କୌଣସିଥିରେ ଅଭିମାନ ନଥାଇ ସନ୍ତାନମାନେ ସୁନାମ ଅର୍ଜନ କରିବେ। ଦାମ୍ପତ୍ୟ ଜୀବନରେ ବିଶେଷ ସୁଖ ପ୍ରାପ୍ତି ହେବ। ନିଜ ସ୍ଵାର୍ଥକୁ ସର୍ବସ୍ଵ ମଣି ଅନ୍ୟମାନଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଯନ୍ତ୍ରଣା ଦେବେ। ଏକବୁଝା ପ୍ରକୃତି ନିମନ୍ତେ ଆପଣା ଲୋକଙ୍କୁ ଉପେକ୍ଷା କରି ନିଜେ ଅବାଞ୍ଛିତ ହୋଇ ପଡିବେ। ଅନ୍ୟମାନଙ୍କପ୍ରତି ଉଦ୍ଦିଷ୍ଟ କର୍ତ୍ତବ୍ୟ-କର୍ମକୁ ପାସୋରି କେବଳ ନିଜକୁ ଦେଖିବେ। ୨୦ ଭାଗ ଫଳ ଅଶୁଭ ହେବ। ଅଶୁଭ ଫଳ ମଧ୍ୟରେ ବହୁ କ୍ଷେତ୍ରରେ ଅପ୍ରିୟତା ଏବଂ ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ କ୍ଷତିଗ୍ରସ୍ତ କରାଇବ ଓ ଭ୍ରାତୃ ବିବାଦର ଆଶଙ୍କା ରହିଛି। ଧର୍ମଦିଗରୁ ଦୂରେଇ ଯାଇ ବୈଷୟିକ-ଆସକ୍ତି ଦ୍ଵାରା ଜଡିତ ହେବେ। ଭାଗ୍ୟର ବିଡମ୍ବନା ଭୋଗ ହେବ। ବିଶେଷ ଅସୁସ୍ଥି ଜନିତ ବାଧା କିମ୍ବା ବୈଷୟିକ ସମସ୍ୟା ଘଟି ହନ୍ତସନ୍ତ ହେବାର ନ।ହିଁ। ବ୍ୟବସାୟୀକ ସମସ୍ୟାକୁ ନେଇ ମଝିରେ ମଝିରେ ଭ୍ରମଣ କରିବାକୁ ପଡିବ। ଚୋରୀ, ପ୍ରତାରଣା ଯୋଗୁ କ୍ଷତିଗ୍ରସ୍ତ ହେବେ। ଦୈବୀଶକ୍ତି ବଳରେ ଅନେକ ବିପଦରୁ ରକ୍ଷା ପାଇପାରିବେ।

ମହିଳା ମାନଙ୍କ ପାଇଁ:- ଗୃହିଣୀମାନଙ୍କର ବର୍ଷ ଆରମ୍ଭରୁ ଶୁଭାଶୁଭ ମିଶ୍ରିତ ଫଳ ଭୋଗ ହେବ। ବର୍ଷଟି ଖୁବ ଭଲରେ କଟିବ। କୌଣସି ଶିକ୍ଷା ଗ୍ରହଣ ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ଅନୁଢାମାନଙ୍କର ଏ ବର୍ଷରେ ବିବାହ ଘଟିବ। ବୈଷୟିକ ବା ଧନ ସମୃଦ୍ଧିଯୁକ୍ତା ହେବେ। କିନ୍ତୁ ଏକାକିତ୍ଵ ବୋଧର କୁହୁଳା ଅବଶୋଷରୁ ମୁକ୍ତ ହେବା ଅତୀବ କଠିନ। ପାରିବାରିକ କ୍ଷେତ୍ରରେ ରହି ମଧ୍ୟ ଗୁରୁଜନଙ୍କ ସ୍ନେହ-ସହାନୁଭୁତି ହାସଲରେ ସମର୍ଥ ହୋଇ ପାରିବେ ନାହିଁ। ବାହ୍ୟ ପ୍ରତିପତ୍ତି ଉଣା ହେବ ନାହିଁ। ପରିବାର ଓ ସେବାୟତମାନଙ୍କ ଉପରେ କର୍ତ୍ତୃତ୍ଵ ବିସ୍ତାର କରି ହେବ ନାହିଁ। କୁମାରି ବା ଯୁବତୀମାନେ ପରରିବର୍ତ୍ତନଶୀଳ ଭାଗ୍ୟ ନେଇ ଜୀବନ ଶୈଳୀ ଗଢିବେ। ଧୀର ସ୍ଵଭାବ, ସ୍ଥିରଚିତ୍ତ ଓ ଦୃଢ ବିଚାର ବଳରେ ବିଶେଷ ଭାଗ୍ୟୋନ୍ନୋତି ଘଟାଇ ପାରିବେ। ଆକସ୍ମିକ ଭାବରେ କୌଣସି ଅବାଞ୍ଛିତ ସୂତ୍ରରୁ ମୋଟା ଅର୍ଥ ମିଳିଯିବ। ବିବାହ ପରେ ନିଜ ସ୍ଥିତିର ପରିବର୍ତ୍ତନ ଘଟିବ ଓ ଉନ୍ନତି ହେବ। କର୍ମଜୀବିନୀମାନେ ଘର ଅପେକ୍ଷା କର୍ମକ୍ଷେତ୍ରରେ ଜଞ୍ଜାଳ ଅଧିକ ମୁଣ୍ଡାଇ ବ୍ୟସ୍ତ ରହିବେ। ଅକସ୍ମାତ ଭୂମିଲାଭ ଯୋଗ ମଧ୍ୟ ଘଟିବ। ବିଦେଶୀ ବା ଦୂର ବନ୍ଧୁ ଖୁବ୍ ସାହାଯ୍ୟ କରିବେ।

ସ୍ୱାସ୍ଥ୍ୟ:- ଆପଣଙ୍କର ବର୍ଷସାରା ସ୍ଵାସ୍ଥ୍ୟପ୍ରାୟ ଭଲ ରହିବ। କାନ୍ଧ ଓ ହାତରେ ସାମାନ୍ୟ ଧରଣର ପୀଡା କଷ୍ଟ ଅନୁଭବ କରିବେ। ବର୍ଷାରମ୍ଭରେ ସ୍ଵାସ୍ଥ୍ୟହାନିର ଆଶଙ୍କା ରହିଛି। ବୟସ ବୃଦ୍ଧି ସତ୍ଵେ ପ୍ରାୟତଃ ସୁସ୍ଥ, ନିରୋଗ ଓ ବଳିଷ୍ଠ ଜୀବନଯାପନ କରିବେ। ଆଘାତ ପ୍ରାପ୍ତି ବା ରକ୍ତ ଦୋଷରୁ ଅଥବା ଗୁପ୍ତ ରୋଗପାଇଁ ସାମୟିକ କଷ୍ଟ ଭୋଗିବେ। ପ୍ରଚୁର ପୁଷ୍ଟିକର ଖାଦ୍ୟ ଓ ବ୍ୟାୟାମ ଆପଣଙ୍କ ପାଇଁ ଦରକାର। ଘଣ୍ଟିକା ପାକସ୍ଥଳୀ, ମୂତ୍ରାଶୟ ଓ ଆମାଶୟ ରୋଗ ଏବଂ ଟାଇଫଏଡ ଆଦି ବେଳେବେଳେ ପୀଡା ଦେବ। ଖାଦ୍ୟ ଭିତରେ ସୁରସ ଖାଦ୍ୟ, ଚୂଡା ଭଜା, ଅଦା, ଟମାଟୋ, ଗାଜର, ପାଳଙ୍ଗ ଶାଗ, କଲରା, କାଗେଜିଲେମ୍ବୁ ଅଧିକ ଖାଇବା ଉଚିତ। ପିତ୍ତପ୍ରକୂପିତ ଉଦର ରୋଗର ଉପସର୍ଗ ସାଙ୍ଗକୁ ସାମୟିକ ରକ୍ତଚାପ ଓ ଶିରୋପୀଡା ମିଳିତ ପ୍ରଭାବ ବିସ୍ତାରି ହନ୍ତସନ୍ତ ହେବେ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ:- ଶିକ୍ଷାର୍ଥୀମାନଙ୍କ ପାଇଁ ବର୍ଷଫଳ ବହୁ ଦିଗରୁ ଅନୁକୂଳ ହେବ। ସମୟ ବେଶ ସୁଖରେ କାଟିବେ। ପଢାପଢିରେ ମନ ଲାଗି ରହିବ ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ରହିଛି। ପରିଶ୍ରମ ନ ବଢାଇଲେ ଉତ୍ତମ ରୂପେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ ନାହିଁ। ସ୍ଥଳ ବିଶେଷେ ସ୍ଥାନ ପରିବର୍ତ୍ତନ ଯୋଗ ଅସନ୍ତୋଷର କାରଣ ହେବ। ବେଳେ ବେଳେ ବିବାଦମାନ ପରିସ୍ଥିତିର ବି ସମ୍ମୁଖୀନ ହେବାକୁ ପଡିବ।

ପାରିବାରିକ:- ପାରିବାରିକ ଜୀବନ ସୁଖରେ କାଟିବେ। ଅତି ନିକଟର ବନ୍ଧୁବାନ୍ଧବଙ୍କସହ ପ୍ରିୟତା ସୃଷ୍ଟି ହେବ। ସନ୍ତାନ ସନ୍ତତି ମାନଙ୍କପାଇଁ ବର୍ଷ ଫଳ ଉତ୍ତମ। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମାତୃପୀଡା ଯୋଗ ରହିଛି। ଆଗାମୀ ଯୋଜନା ପାଇଁ ପ୍ରସ୍ତୁତ ହେବେ। ଜୁଲାଇ, ଅଗଷ୍ଟରେ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ପାରିବାରିକ କ୍ଷେତ୍ରରେ ଅସନ୍ତୋଷ, କ୍ଷୋଭ ଓ ଅବଶୋଷ ଦୂରେଇ ଯିବ। ଗୁରୁଜନ କେହି ଅସନ୍ତୁଷ୍ଟ ରହିବେ। ମୁଣ୍ଡ ନଇଁବ ନାହିଁ। ଆବଶ୍ୟକସ୍ଥଳେ ଛଳନାର ମଧ୍ୟ ଆଶ୍ରୟ ନେଇ ନିଜର ବ୍ୟକ୍ତିତ୍ୱ ଅକ୍ଷୁର୍ଣ୍ଣ ରଖିବେ। ନାନା ବାଟରେ ଧନାଗମନ ଘଟିବ। ସେହିପରି ଖର୍ଚ୍ଚର ଦ୍ଵାର ସାହାଣ ମେଲା ରହିବ। ଅର୍ଥକୁ ମଧ୍ୟ ଭଗବାନ ଜ୍ଞାନ କରି ଗୁରୁତ୍ଵ ଦେଇ ଚାଲିବେ।

ବ୍ୟବସାୟ ଓ ଚାକିରି:- ବ୍ୟବସାୟୀମାନଙ୍କ ପାଇଁ ବର୍ଷଫଳ ମୋଟାମୋଟି ଭାବେ ଅନୁକୂଳ ହେବ। ଶ୍ରମିକ ଓ କର୍ମଚାରୀମାନେ ଅଧିକ ପରିଶ୍ରମ ତୁଳନାରେ ଅଧିକ ପାରିଶ୍ରମିକ ଆଦାୟର ପ୍ରଚେଷ୍ଟା ଚଳାଇବେ। କାରବାରର ସୀମା ବଢାଇ ହେବ। କର୍ମକ୍ଷେତ୍ରରେ ମାଲିକ ସପକ୍ଷ ସଂଗଠନର ନେତୃତ୍ଵ ନେଇ କର୍ତ୍ତୁପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ। ସ୍ଥଳବିଶେଷରେ ଅଧିକ ପରିଶ୍ରମ ବିନା ଅଧିକ ଲାଭବାନ ହେବା ନିମନ୍ତେ ଅନ୍ୟମାନଙ୍କୁ ସିଡି ରୂପେ ବ୍ୟବହାର କରିବେ। କର୍ମ କ୍ଷେତ୍ରରେ ବ୍ୟବସ୍ଥିତତା ହେତୁ ଶାନ୍ତି ଉପୁଜିବ। ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ହେବ। ସ୍ଥାନାନ୍ତର ନହୋଇ ଥିଲେ, ବର୍ଷର ଆରମ୍ଭରେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବ ଆୟ ମଧ୍ୟ ଉତ୍ତମ ହେବ। କଳବଳ ଖଟାଇ ନିଜର ସ୍ଥାନକୁ କୌଣସିମତେ ଦୃଢ ରଖି ପାରିବେ। ଗସ୍ତ କାର୍ଯ୍ୟକ୍ରମ ସ୍ଥଳରେ ବହୁ ସମୟ ବାହାରେ କଟାଇବାକୁ ବାଧ୍ୟ ହେବେ। ଭିନ୍ନ ରାସ୍ତାରେ ଆୟବୃଦ୍ଧିର ଯୋଜନା ମଧ୍ୟ ଚାଲୁରଖିବେ। ରାଜନୀତିରେ ଲୋକସମର୍ଥନ ପ୍ରଚୁର ମିଳିବ। କୃଷିଜୀବୀମାନେ ଚାଷରେ ଏ ବର୍ଷ କୌଣସି ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ। ତୈଳବୀଜ ଓ ରବି କ୍ଷେତରୁ ବେଶ୍ ଲାଭବାନ ହୋଇ ପାରିବେ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ପରିବହନ ବ୍ୟବସାୟରେ କ୍ଷତିର ଆଶଙ୍କା ରହିଛି।

ପ୍ରତିକାର:- ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହ ଯନ୍ତ୍ର ପୂଜାକରିବା ସହ ଛିନ୍ନମସ୍ତାଙ୍କ କବଚ ଧାରଣ କରିବେ। ଗୃହରେ ବା ଗ୍ରହମନ୍ଦିରରେ ଯଜ୍ଞକରି ଦିନ ଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ।

[/wptab]

[wptab name=’3 ମିଥୁନ’]
ମିଥୁନ ରାଶି

ବର୍ଷାରମ୍ଭରେ ରବି, ବୁଧ ସପ୍ତମ ଭାବରେ। ଚନ୍ଦ୍ର ଅଷ୍ଟମ ଓ ରାହୁ ତୃତୀୟ ରୁ ସେପ୍ଟେମ୍ବର ଠାରୁ ଦ୍ଵିତୀୟ ଭାବରେ। ଶୁକ୍ର, ମଙ୍ଗଳ ନବମ ଭାବରେ ଓ କେତୁ ନବମରୁ ସେପ୍ଟେମ୍ବର ଠାରୁ ଅଷ୍ଟମ ଭାବରେ। ଗୁରୁ ଚତୁର୍ଥରୁ ସେପ୍ଟେମ୍ବର ଠାରୁ ପଞ୍ଚମ ଭାବରେ। ଶନି ଷଷ୍ଠ ରୁ ଜାନୁୟାରୀ ଠାରୁ ସପ୍ତମ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ ମିଥୁନ ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ରାହୁ,କେତୁଙ୍କ ଶୁଭ ଚଳନ ଯୋଗେ ବର୍ଷସାରା ଅନୁକୂଳ ଫଳ ଦାନରେ ସମର୍ଥ ହେବେ। ଅନ୍ୟ ଗ୍ରହମାନଙ୍କ ଗୋଚର କୁ ନେଇ ବିଚାର କଲେ ଶୁଭାଶୁଭ ମିଶ୍ରିତଫଳ ଭୋଗ ହୋଇ ଆଗକୁ ବିଶେଷ ଶୁଭଫଳ ପ୍ରାପ୍ତି ହେବ। କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦବୀ ଲାଭ। ଅଦମ୍ୟ ଉଦ୍ୟମ ବା ଚେଷ୍ଟାଦ୍ୱାରା ସ।ଫଲ୍ୟ, ସ୍ଵାସ୍ଥ୍ୟରେ ଅଭିବୃଦ୍ଧି, ପାରିବାରିକ ଜୀବନରେ ସୁଖ-ଶାନ୍ତି ଲାଭ ଓ ଆତ୍ମୀୟବର୍ଗରେ ଉନ୍ନତି ତଥା ଉତ୍ତମ ବୁଝାମଣା ଜନିତ ଉତ୍ସାହ-ଉଦ୍ଦୀପନାଯୁକ୍ତ, ସାମାଜିକ ପ୍ରତିଷ୍ଠା ଓ ପ୍ରତିପତ୍ତି, ଉଚ୍ଚସ୍ଥାନ ଲାଭ ବା ପଦୋନ୍ନତି ଭଳି ମର୍ଯ୍ୟଦା ପ୍ରାପ୍ତିହେବ। ତତ୍ ସଙ୍ଗେ ଗଠନମୂଳକ ଯୋଜନା ପ୍ରସ୍ତୁତ କରି ଆଗେଇ ଯିବାର ରାସ୍ତା ଖୋଲିଯିବ। ଶନିସପ୍ତା ଯୋଗେ ନୈରାଶ୍ୟ, ଅର୍ଥାଭାବ ଓ ଦୁଃସମ୍ବାଦ ପ୍ରାପ୍ତି ହେବ। ସର୍ବୋତ୍ତମ ଶୁଭସମୟ ହେଲା ମାର୍ଚ ୧ରୁ ମଇ ତା୧୫ରିଖ ମଧ୍ୟରେ କର୍ମ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ। ଏ ବର୍ଷରେ ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭବାନ ହେବେ।

ମହିଳା ମାନଙ୍କ ପାଇଁ: ଗୃହିଣୀମାନେ ବର୍ଷ ତମାମ ଲାଭପ୍ରଦ ହେବେ। ଭାଇ ଭଉଣୀ ବନ୍ଧୁବାନ୍ଧବଙ୍କ ଉତ୍ତମ ସମ୍ପର୍କ ରହିବା ଫଳରେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ପାଇବେ। ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ ଉନ୍ନତିକର ହେବ। କୁମାରୀମାନେ ପାରିବାରିକ ସ୍ଥିତିର ଅବ୍ୟବସ୍ଥିତତାକୁ ଆଧାର କରି କ୍ଷୋଭ, ଅବଶୋଷ, ଅପମାନ ଜର୍ଜରିତ ହେବା ସ୍ଵାଭାବିକ। ଏହି ସ୍ଥିତିରେ ନୀରବତା ରକ୍ଷାକରି ପରିସ୍ଥିତି ହାତରେ ନିଜକୁ ସମର୍ପଣ କରିଦେବା ଉତ୍ତମ ହେବ। ବିଦେଶୀ ବନ୍ଧୁଙ୍କ ଦ୍ଵାରା ଅଧିକ ଉପକୃତ ହେବେ। ଭାଗ୍ୟ ଉତ୍ଥାନ ପତ୍ତନ ଭିତରେ ଗତି କରିବ। ସୁନ୍ଦର ଗୃହ,ଗାଡି,ବାଡି ବଗିଚା କରିବେ। କର୍ମ କ୍ଷେତ୍ରରେ ପ୍ରତିଷ୍ଠା ଓ ଖ୍ୟାତି ମଧ୍ୟ ମିଳିବ। କର୍ମରେ ସ୍ଥିରବସ୍ଥା ଆସି କ୍ରମଶଃ ଆତ୍ମସନ୍ତୋଷ ଆଣିଦେବ।

ସ୍ଵାସ୍ଥ୍ୟ: ଥଣ୍ଡା ଦୋଷ ତ ଚିରସାଥୀ ଭଳି ରହିବ। ଉଦର ଓ ଚକ୍ଷୁପୀଡାରେ ପ୍ରଭାବିତ ରହିବେ। ଯାନବାହାନ ଓ ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଅତ୍ୟନ୍ତ ଜରୁରୀ କାରଣ ଅସାବଧାନତା ଦୁର୍ଘଟଣାର ରୂପନେବ। ଅଳସୁଆ ପ୍ରକୃତି ପ୍ରକାଶ ପାଇବା ଫଳରେ ବହୁତ କ୍ଷତି ସହିବେ। ଅର୍ଶ, ପେଟରୋଗ, ବହୁମୂତ୍ର, ମାନସିକ, ଗଳା, କାନ, ଦାନ୍ତ, କାନ୍ଧ, ମେରୁଦଣ୍ଡ ଓ ଆଣ୍ଠୁରେ ରୋଗ ଦେଖା ଦେବ। ମାଛ, ମାଂସ, ଅଣ୍ଡା, ବନ୍ଧାକୋବି, ପୋଟଳ, ମୂଳା, କ୍ଷୀର, ଛେନା ପ୍ରଭୃତି ଚର୍ବି ଓ ପ୍ରୋଟିନ ଜାତୀୟ ଖାଦ୍ୟ ଏକାନ୍ତ ଲୋଡା।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ: ଶିକ୍ଷାର୍ଥୀମାନଙ୍କ ପାଇଁ ବର୍ଷ ଶୁଭ ସମୟ ଉପଲବ୍ଧ ହେବ। ସାମାନ୍ୟ ପରିଶ୍ରମ ବଳରେ ପରୀକ୍ଷାରେ ପ୍ରତିଷ୍ଠାଲାଭ କରିପ।ରିବେ। ଅର୍ଥାଭାବରୁ ଅଧ୍ୟୟନରେ ବଧା ଉପୁଜୁଥିଲେ ମଧ୍ୟ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରୀ ହୋଇ ପାରିବେ। ଉଚ୍ଚଶିକ୍ଷା କ୍ଷେତ୍ରକୁ ମୁହଁ।ଇ ପାରିବେ। ନିଜ ଆଚାର ବ୍ୟବହାରରେ ତ୍ରୁଟି ପରିଲକ୍ଷିତ ହେବାଦ୍ଵାରା ଗୁରୁଜନଙ୍କ ଅସନ୍ତୋଷ ଭାଜନ ହେବେ। ସାମାନ୍ୟ କଥାରେ ଅଯଥା ତର୍କ ନକରି ଶାନ୍ତ ରହିବା ଉଚିତ୍।

ପାରିବାରିକ: ପାରିବାରିକ କ୍ଷେତ୍ରରେ ସାମୟିକ ଭାବେ ଦାମ୍ପତ୍ୟ ସମସ୍ୟା ଉଣା ଅଧିକ ରହିବ। ତାହାସହିତ ଭାବମୂର୍ତ୍ତି ରକ୍ଷା କରି ପାରିବାରିକ ମୁଖ୍ୟତା ସହିତ ପରିଚାଳନାଗତ ସ୍ଵତନ୍ତ୍ର ଅତୁଟ ରଖି ହେବ। ପଟ୍ଟ ପରିବର୍ତ୍ତନ ଘଟି ଅଶାନ୍ତି ଓ ବିଶୃଙ୍ଖଳାରୁ ମୁକ୍ତ ହେବା ଫଳରେ ସ୍ଥାନ-ମାନ ପ୍ରତି ବିପଦ କଟିଯିବ। ଆର୍ଥିକ ସନ୍ତୁଳନ ସୁରକ୍ଷିତ ହେବା କାରଣରୁ ବିପର୍ଜ୍ୟସ୍ତ ଅର୍ଥନୀତିର ବିପଦରୁ ମୁକ୍ତ ହେବେ। ସବୁପରେ ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ।

ବ୍ୟବସାୟ ଓ ଚାକିରି: ବହୁ ଦିଗରୁ ଅନୁକୂଳ ହେବ ଓ କାରବାର ବଢିବ ଓ ବ୍ୟୟ ଭରଣା କରି ଯଥେଷ୍ଟ ବଳକା ଲାଭାଂଶର ଉପଭୋକ୍ତା ହୋଇପାରିବେ। ବ୍ୟବସାୟ ବୃଦ୍ଧି ଯୋଜନାରେ ହାତ ଦେବାକୁ ଅନୁପ୍ରାଣିତ ହେବେ। ଶ୍ରମିକ ତଥା କର୍ମଚାରୀଙ୍କ ଆନ୍ତରିକ ଉତ୍ସାହ ଉଦ୍ଦୀପନା ମଧ୍ୟ ଲକ୍ଷ୍ୟଣୀୟ ହେବ। ଆପଣାଲୋକ ଭାବେ ଗଣତି ହେଉଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହି ବାଦ ସାଧିବା ଉଦେଶ୍ୟରେ କାଗଜପତ୍ର ଗୋଳମାଳ କରାଇ ରାଜକୋପର ବଳୟ ମଧ୍ୟକୁ ଘୋଷାଡ଼ି ନେଇ ପାରନ୍ତି। ତେଣୁ ସତର୍କ ରହିବା ଉଚିତ୍। ପ୍ରାୟ ବର୍ଷସାରା କର୍ମର ଚାପ ବଢିବାଦ୍ଵାରା ନୟାନ୍ତ ହେବେ। ଇଷ୍ଟ ପ୍ରାପ୍ତ ହେବାର ଅନେକ ଅବସର ପାଇବେ। ଭୁଲ୍ ବୁଝାମଣା ଦୂର ହେବା ଯୋଗେ ହିତୈଷିମାନେ ଅଧିକ ନିବିଡ ହେବା ସାଙ୍ଗକୁ ମର୍ଯ୍ୟଦାଜନକ ପରିସ୍ଥିତି ସୃଷ୍ଟି କରିବେ। ତେଣୁ କୌଣସି କ୍ଷେତ୍ରରେ କେବେ ବି ଆଗକୁହା ନ ହୋଇ କର୍ମନିଷ୍ଠା ମଧ୍ୟରେ ନିଜକୁ ସୀମିତ ରଖିବା ହିତକର। କୃଷିଜୀବୀ ମାନଙ୍କର ସାଧାରଣ ଦିନଚର୍ଯାରେ ଅତୁଟ ରହି ପ୍ରଚୁର ପରିମାଣରେ ଫସଲ ଆମଦାନୀ କରି ଆନନ୍ଦ ଉଲ୍ଲାସରେ ବର୍ଷଟି ବିତାଇବେ।

ପ୍ରତିକାର: ଶନିସପ୍ତା ଆରମ୍ଭ ଓ ରାହୁ, କେତୁ ମାରକସ୍ଥ ହେଉ ଥିବାରୁ ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହ ଯନ୍ତ୍ର ପୂଜାକରିବା ସହ ଛିନ୍ନମସ୍ତାଙ୍କ କବଚ ଧାରଣ କରିବେ। ଗୃହରେ ବା ଗ୍ରହମନ୍ଦିରରେ ଚଣ୍ଡୀ ଯଜ୍ଞକରି ଦିନ ଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ। ଅନ୍ଧ, ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ। ଗୋମାତାର ସେବାକରିବା ଆବଶ୍ୟକ। କୁକୁରକୁ ଖାଦ୍ୟ ଦିଅନ୍ତୁ।

[/wptab]

[wptab name=’4 କର୍କଟ’]

କର୍କଟ ରାଶି

ବର୍ଷାରମ୍ଭରେ ରବି, ବୁଧ ଷଷ୍ଠ ଭାବରେ। ଚନ୍ଦ୍ର ସପ୍ତମ ଓ ରାହୁ ଦ୍ଵିତୀୟ ରୁ ସେପ୍ଟେମ୍ବର ଠାରୁ ଲଗ୍ନ ଭାବରେ। ଶୁକ୍ର, ମଙ୍ଗଳ ଓ କେତୁ ଅଷ୍ଟମ ଭାବରେ। କେତୁ ଅଷ୍ଟମ ରୁ ସେପ୍ଟେମ୍ବର ଠାରୁ ସପ୍ତମ ଭାବରେ। ଗୁରୁ ତୃତୀୟରୁ ସେପ୍ଟେମ୍ବର ଠାରୁ ଚତୁର୍ଥ ଭାବରେ। ଶନି ପଞ୍ଚମ ରୁ ଜାନୁୟାରୀ ଠାରୁ ଷଷ୍ଠ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ କର୍କଟ ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ଇଁଗ୍ରାଜି ବର୍ଷଟି କେବଳ ଶନି ଷଷ୍ଠ ଯୋଗେ ଶୁଭ। ବୃହସ୍ପତିଙ୍କ ଅଶୁଭସ୍ଥିତି ମାତ୍ର ୨୦ ଭାଗଫଳ ଅଶୁଭ ହେବ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବ। ପାରିବାରିକ ଜୀବନ ସୁଖ-ସନ୍ତୋଷରେ କଟିବ। ସମସ୍ତ ବାଧାବିଘ୍ନକୁ ଭ୍ରୂକ୍ଷେପ ନକରି ନିଜର ସିଦ୍ଧାନ୍ତରେ ଅଟଳ ରହିବେ। ଧର୍ମ କର୍ମ ବା ଇଷ୍ଟ ସାଧନାରେ ରତରହି ଆବଦ୍ଧ ଯୋଗରୁ ମୁକୁଳି, ପାରିବାରିକ ଶାନ୍ତି- ଶୃଙ୍ଖଳା ବୃଦ୍ଧି କରିବା ଓ ଗଠନମୂଳକ ଚିନ୍ତା ଯୁକ୍ତ ହୋଇ ଆନୁସଙ୍ଗିକ ପ୍ରସ୍ତୁତି ଆରମ୍ଭ କରିବେ। ଶୋଷିତ ଓ ନିର୍ଯାତିତଙ୍କ ବିଡମ୍ବନାକୁ ମୁଣ୍ଡେଇ ଦୃଢ ମନୋବଳରେ ଆଗେଇ ପାରିବେ। କର୍ମକ୍ଷେତ୍ରରେ ସାଫଲ୍ୟ, ଉଚ୍ଚସମ୍ମାନ ଓ ପଦବୀ ଲାଭ ହେବ। ବନ୍ଧୁମାନେ ଈର୍ଷାପରାୟଣ ହେବେ। ନୈରାଶ୍ୟ, ଅର୍ଥାଭାବ ଓ ଦୁଃସମ୍ବାଦ ପ୍ରାପ୍ତିହେବ। କର୍ମ ସଂସ୍ଥାନ, ଶିଳ୍ପ ପ୍ରତିଷ୍ଠା ବା ଯୋଜନା ସାଫଲ୍ୟଦାୟକ ହେବ। ଏ ବର୍ଷରେ ଯାନବାହାନ ବ୍ୟବସାୟରେ ତଥା ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟ ରେ ଲାଭବାନ ହେବେ। ବହୁ କ୍ଷେତ୍ରରେ ପ୍ରିୟତା, ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ବିଶେଷ ଶୁଭ ସମୟ। କର୍ମକ୍ଷେତ୍ରରେ ପଦୋନ୍ନତି, ରାଜନୈତିକ କ୍ଷେତ୍ରରେ ପଦବୀ ଲାଭ ଓ ନୂତନ ଯାନ କ୍ରୟ, ଗୃହନିର୍ମାଣ ଆଦି କରି ପାରିବେ।

ମହିଳାମାନଙ୍କ ପାଇଁ: ମହିଳାମାନଙ୍କର ବର୍ଷଟି ଖୁବ ଭଲରେ ଯିବ। ପାରିବାରିକ ଜୀବନ ସୁଖରେ କାଟିବେ। ବିବାହରେ ବଧା। ଅତି ନିକଟର ବନ୍ଧୁବାନ୍ଧବଙ୍କସହ ଅପ୍ରିୟତା ସୃଷ୍ଟି ହେବ। ସନ୍ତାନ ସନ୍ତତି ମାନଙ୍କପାଇଁ ବର୍ଷ ଫଳ ଉତ୍ତମ। ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ହେବ। ବର୍ଷର ଆରମ୍ଭରେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ। ଆୟ ମଧ୍ୟ ଉତ୍ତମ ହେବ।

ସ୍ୱାସ୍ଥ୍ୟ: ଏ ବର୍ଷ ଦେହ ପ୍ରାୟ ଭଲ ରହିବ। ଦେହ ସୁସ୍ଥ ରହିଲେ ମଧ୍ୟ ଅଧିକାଂଶ ସମୟ ସନ୍ଧିମୂଳ ଓ ଅଣ୍ଟା କମରରେ ପୀଡା କଷ୍ଟ ଭୋଗିବେ। ବାତ ରୋଗୀମାନଙ୍କ ପାଇଁ ବର୍ଷଟି ସଂପୂର୍ଣ୍ଣ ଅଶୁଭ। ଜ୍ଵର, ଟାଇଫଏଡ ବା ରକ୍ତାମାଶୟଆଦି ରୋଗରେ ପୀଡିତ ହେବା ଅଶଙ୍କାରହୁଛି। ପରିବାରରେ ପ୍ରାୟ ସମସ୍ତଙ୍କ ଦେହ ଅଳ୍ପ ବହୁତ ଅସୁସ୍ଥ ରହିବ। ବୃଦ୍ଧ ପିତାଙ୍କର ଅସୁସ୍ଥତା କ୍ରମେ ବଢିବ ଓ ପିତୃପକ୍ଷେ ଏ ବର୍ଷଟି ଭଲ ନୁହେଁ।

ଛାତ୍ରଛାତ୍ରୀ ମାନଙ୍କ ପାଇଁ: ବର୍ଷଟି ବେଶ ସୁଖରେ କାଟିବେ। କୌଣସି ଶିକ୍ଷା ଗ୍ରହଣ ଅନୁଷ୍ଠାନରେ ଯୋଗ ଦେବାର ସୁବିଧା ସୁଯୋଗ ଆସିବ। ପଢାପଢିରେ ପ୍ରାୟ ଲାଗି ରହିବେ ଓ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉଚ୍ଚଶ୍ରେଣୀ ପାଇବେ ଏବଂ ଉଚ୍ଚଶିକ୍ଷା ପାଇବାର ସୁଯୋଗ ମଧ୍ୟ ବ୍ୟବହାର କୁଶଳତାକୁ ଆଧାରକରୀ ନିମ୍ନବର୍ଗର ସହାୟତା ପ୍ରାପ୍ତିହେବ। ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚସ୍ଥିତି ରକ୍ଷା କରି ଚଳିବେ। ବୈଷୟିକ ବିଦ୍ୟା ଅଧ୍ୟୟନ କରି ସନ୍ତୋଷ ହେବେ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ।

ପାରିବାରିକ: ପାରିବାରିକ ଜୀବନ ସୁଖରେ କଟିବ। ମାତୃ ବା ମାତୃସ୍ଥାନୀୟା ବ୍ୟକ୍ତିଙ୍କ ପାଇଁ ବନ୍ଧୁବାନ୍ଧବଙ୍କ ସହ ମନାନ୍ତର ସୃଷ୍ଟି ହେବ। ସନ୍ତାନ ଭଳି ଦ୍ରବ୍ୟ ଲାଭ ହେବ। ପୁତ୍ର କନ୍ୟାମାନଙ୍କର ଉନ୍ନତ୍ତି ଓ ଅଗ୍ରଗତି ଘଟିବ। ପୁତ୍ର କନ୍ୟାର ବିବାହ କାର୍ଯ୍ୟରେ ମଧ୍ୟ ସଫଳ ହେବେ। ଆୟ ଉତ୍ତମ ହେବ। ଆର୍ଥିକ ସ୍ଥିତି ସ୍ଵଛଳ ରହିବ। କେତେ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ।

ବାଣିଜ୍ୟ, ବ୍ୟବସାୟ ଓ ଚାକିରୀ: ବ୍ୟବସାୟ କ୍ଷେତ୍ରରେ ବର୍ଷଫଳ ଅତି ଉତ୍ତମ। ଏ ବର୍ଷ ଲୁଗାପଟା ଓ ସୌଖୀନ ଦ୍ରବ୍ୟର ବ୍ୟବସାୟୀମାନେ ଦ୍ବିଗୁଣ ଲାଭ କରିବେ। କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟରେ ପ୍ରବଳ ଲାଭ ହେବ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ପରିବହନ ବ୍ୟବସାୟରେ ଓ ପାର୍ଟନରସିପ ବ୍ୟବ ଶୟରେ ଲାଭ ଅପରି ବର୍ତିତ ରହିବ। ଚାକିରି କ୍ଷେତ୍ରରେ ଅତି ଉତ୍ତମ ଫଳ ପଦୋନ୍ନତିନିଶ୍ଚୟ ହେବ। କର୍ମ କ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ। ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ବର୍ଷର ପ୍ରଥମାର୍ଦ୍ଧର ଶେଷବେଳକୁ ସ୍ଥାନାନ୍ତରର ସୂଚନା ପାଇବେ। କୃଷକମାନେ ଏବର୍ଷ ଦ୍ବିଗୁଣା ଲାଭ ପାଇବେ।

କୃଷିରେ ଯଥେଷ୍ଟ ଅଗ୍ରଗତି ଘଟିବ ଓ ଚାଷୀମାନେ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ। ରାଜନୀତି କ୍ଷେତ୍ରରେ ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ। ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ଅଧିଷ୍ଠିତ ହେବେ।

ପ୍ରତିକାର: ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ଉଗ୍ରତାରା ଯନ୍ତ୍ର ପୂଜାକରିବା ସହ ଛିନ୍ନମସ୍ତାଙ୍କ କବଚ ଧାରଣ କରିବେ। ଯାହାଫଳରେ ନିର୍ବାଚନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ଗୃହରେ ବା ଗ୍ରହମନ୍ଦିରରେ ଯଜ୍ଞକରି ବ୍ରାହ୍ମଣ ଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ।

[/wptab]

[wptab name=’5 ସିଂହ’]
ସିଂହ ରାଶି

ବର୍ଷାରମ୍ଭରେ ରବି, ବୁଧ ପଞ୍ଚମ ଭାବରେ। ଚନ୍ଦ୍ର ଷଷ୍ଠ ଓ ରାହୁ ଲଗ୍ନ ଭାବରୁ ସେପ୍ଟେମ୍ବର ଠାରୁ ଦ୍ଵାଦଶ ଭାବରେ। ଶୁକ୍ର, ମଙ୍ଗଳ ଓ କେତୁ ସପ୍ତମ ଭାବରେ। କେତୁ ସପ୍ତମରୁ ସେପ୍ଟେମ୍ବର ଠାରୁଷଷ୍ଠ ଭାବରେ। ଗୁରୁ ଦ୍ଵିତୀୟରୁ ସେପ୍ଟେମ୍ବର ଠାରୁ ତୃତୀୟ ଭାବରେ। ଶନି ଚତୁର୍ଥ ରୁ ଜାନୁୟାରୀ ଠାରୁ ପଞ୍ଚମ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ ସିଂହ ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ଗ୍ରହମାନଙ୍କ ଗୋଚର ସ୍ଥିତ୍ୟାନୁଯାଇ ୨୦୧୭ ମସିହା ଇଂରାଜୀ ବର୍ଷ ଶୁଭ ଫଳ ଦାଯକ ହେବ ଓ ଅନ୍ୟାନ୍ୟ ସ୍ଵଳ୍ପକାଳୀନ ଗ୍ରହମାନଙ୍କ ଗୋଚର ସ୍ଥିତ୍ୟାଦିକୁ ବିଚାର କଲେ ପ୍ରାୟତଃ ଶୁଭ ଫଳର ଆଧିକ୍ୟ ଅନୁଭୂତ ହେବାରେ ବାଧା କିଛି ନାହିଁ। କର୍ମକ୍ଷେତ୍ରରେ ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶ-ମାନ-ପ୍ରତିଷ୍ଠା ପ୍ରାପ୍ତି ହେବ। ଆର୍ଥିକ ଦିଗର ଅଭିବୃଦ୍ଧି କାରଣରୁ ଗଠନମୂଳକ ତଥା ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣକରିବେ। ଶତ୍ରୁ ନାଶ ଯୋଗେ ନିରୁପଦ୍ରବ ଜୀବନଚର୍ଯ୍ୟାର ଅଧିକାରୀହେବେ। ସ୍ଵାସ୍ଥ୍ୟରେ ଉନ୍ନତି ସହ ଅଧ୍ୟାତ୍ମିକ ତଥା ବୈଷୟିକ ରୁଚି ପରିପୂର୍ତ୍ତି ଏବଂ ସର୍ବୋପରି ପାରିବାରିକ ସୁଖ ସମ୍ପନ୍ନତା ଲାଭ ହେବ। ସୁଖ-ସମୃଦ୍ଧି ପ୍ରତି ବାଧାବିଘ୍ନ ଘଟିବା ଯୋଗେ ଉଦ୍ ବେଗ ଓ ଅଶାନ୍ତି ବୃଦ୍ଧିହେବ। କୃତକର୍ମ ନିମନ୍ତେ ଅନୁଶୋଚନା, କୌଣସି ଦିଗରୁ ଉତ୍ତରଦାୟୀ ହୋଇ କ୍ଷୋଭ ଓ ଅବଶୋଷ ଅନ୍ତରରେ କୁହୁଳିବ। ସଚ୍ଚୋଟ ଓ ନ୍ୟାୟୀ ବ୍ୟକ୍ତି ହିସାବରେ ପ୍ରତେକ କଥାକୁ ଟିକିନିଖି ପରୀକ୍ଷା ପରେ ହିସାବକୁ ନେବେ। ସତ୍ୟବାଦୀ, ଶାନ୍ତିପ୍ରିୟ, ଧୈର୍ଯ୍ୟଶିଳ, ଭଦ୍ର, ବିନୟୀ, ଧର୍ମାତ୍ମା, ଦାନୀ, ଦେବତା, ସାଧୁସନ୍ଥସେବି, ପରୋପକାର କର୍ମରେ ନିଜକୁ ନିଯୋଜିତ କରି ଶୁଦ୍ଧଜ୍ଞାନ କୌଶଳରେ ଉଚ୍ଚାକାଂକ୍ଷା ପୂରଣ କରିବେ ।

ମହିଳାମାନଙ୍କ ପାଇଁ: ଗୃହିଣୀମାନେ ବର୍ଷଟି ସୁଖ-ସମୃଦ୍ଧି ପ୍ରାପ୍ତିରେ ଆତିବାହିତ କରିବେ। ବେଳେବେଳେ ହଠାତ୍ ମତ ପରିବର୍ତ୍ତନ କରି ସମସ୍ତଙ୍କୁ ଚକିତ କରି ଦେବେ। ଅଧିକ ପରିଶ୍ରମ ବଳରେ ଜୀବନ ଶୈଳିରେ ପ୍ରତିଷ୍ଠାଲାଭ କରିବେ। ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଆଧିକାରିଣୀହେବେ। ସ୍ଥଳ ବିଶେଷରେ ଦୂରସ୍ଥାନବାସ ଯୋଜନା ମନ ମଧ୍ୟରେ ଉଙ୍କି ମାରିବା ଫଳରେ ଅସନ୍ତୋଷର ଶରବ୍ୟ ହେବେ। କୁମାରୀ ବା ଯୁବତୀମାନଙ୍କର ଅଧ୍ୟୟନରେ ମନ ନିବେଶ କରି ପରିବାରରେ ଆଦରଣୀୟା ହୋଇ ସୁଖରେ ରହିବେ। ବିବାହ ଯୋଗ୍ୟା କନ୍ୟା ମାନେ ବିବାହ କରିବାର ସୁବିଧା ସୁଯୋଗ ପାଇ ଖୁସିହେବେ। କର୍ମଜୀବିନୀମାନେ ବୃତ୍ତିଗତ କର୍ମକୁ ଅଧିକ ଗୁରୁତ୍ଵ ଦେବେ। ଚାକିରି କ୍ଷେତ୍ରରେ ଉନ୍ନତି କରିପାରିବେ। ନ୍ୟାୟମାର୍ଗ ଓ ମିଷ୍ଟ ବଚନ କୁ ନିଜର ଭୂଷଣଭାବି ସଚ୍ଚରିତ୍ର, ସୁଗୃହିଣୀ, ବିନୀତା, ଓଜସ୍ଵିନୀ ଭାଷିକା, ସନ୍ତାନବତ୍ସଳା, ସ୍ନେହମମତାପୂର୍ଣ। ପତିବ୍ରତା ଓ ବନ୍ଧୁମାନଙ୍କ ହିତୈଷିଣୀ, ଖର୍ଚ୍ଚ ଦିଗରେ କୃପଣତା ହେବେ।

ସ୍ଵାସ୍ଥ୍ୟ: ଶର୍ଦ୍ଦି ପ୍ରକୋପରୁ ଶୀରପୀଡା ସାଙ୍ଗକୁ ମେରୁଦଣ୍ଡରେ କ୍ଲେଶବୃଦ୍ଧି ହେବ। ସୁସ୍ଥ ମାନସିକତା ରକ୍ଷାକରିବା ସମ୍ଭବ ନ ହୋଇପାରିବାରୁ ବିଭ୍ରାନ୍ତି ବୃଦ୍ଧି ହେତୁ ସଂଶୟ ଆକୁଳତାର ଅଧୀନ ହୋଇ, ଅଧିକାଂଶ କ୍ଷେତ୍ରରେ ବିଷାଦ ଯୋଗରେ ଗତିକରିବେ। ରକ୍ତଚାପ, ମଧୁମେହ, ଉଦରପୀଡା ବୃଦ୍ଧିପାଇ ହନ୍ତସନ୍ତ କରିବ।

ଛାତ୍ରଛାତ୍ରୀମାନଙ୍କ ପାଇଁ: ଶିକ୍ଷାର୍ଥୀମାନେ ଉନ୍ନତିର ଛକ ଉପରେ ପଦାର୍ପଣ କରି ଦିଗ ଭ୍ରଷ୍ଟର ଶିକାର ନ ହେଲେ ଲକ୍ଷ୍ୟପୂରଣ ଆଡକୁ ଆଗେଇ ପାରିବେ। ଅଧ୍ୟୟନ ପ୍ରତି ବିତୃଷ୍ଣା ଓ ନିରାଶା ଦେଖାଦେବା ଫଳରେ ଉଦଭ୍ରାନ୍ତ ହେବେ। ଉଚ୍ଚଶିକ୍ଷା ଅଧ୍ୟୟନ ପାଇଁ ବିଦେଶ ଯାତ୍ରା ଯୋଗ ଅଛି। ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ।

ପାରିବାରିକ: ପାରିବାରିକ ସ୍ଥିତି ବିପର୍ଯ୍ୟସ୍ତ ହେବ ନାହିଁ। ସହାବସ୍ଥାନର ନିରାପଦ ବଳୟଭି ତରେ ଆପଣା ଲୋକଙ୍କ ସାହାଯ୍ୟ ପାଇ ପାରିବାରିକ ଜୀବନ ସୁଧାରୀ ନେବେ। ଭୁଲ ବୁଝାମଣା, ରାଗରୁଷା, ମାନଅଭିମାନ, କଳହ, ବିତଣ୍ଡା, ବିତର୍କ ଇତ୍ୟାଦି ଅଳ୍ପ ବହୁତ ଦେଖାଦେଲେ ମଧ୍ୟ କୁ ପ୍ରଭାବ ପଡିବ ନହିଁ। କୌଣସି ପ୍ରକାରେ ଉଚ୍ଚମାନ୍ୟତା ରକ୍ଷା କରି ଆର୍ଥିକ ସ୍ଥିତିକୁ ସୁଦୃଢ କରିପାରିବେ। ପ୍ରକୃତିସ୍ଥ ହୋଇ ହିସାବରେ ଚଳିଲେ ଦୁର୍ଗତିରୁ ସୁରକ୍ଷିତ ରହି ହେବ।

ବ୍ୟବସାୟ ଓ ଚାକିରି: ବ୍ୟବସାୟୀମାନଙ୍କ ପାଇଁ ବର୍ଷଫଳ ଶୁଭାଧିକ ହେବ। ମୂଲ୍ୟବାନ ପଦାର୍ଥ ଓ ଅଧିକ ଧନରତ୍ନ ସହିତ ଏକୁଟିଆ ଚଳପ୍ରଚଳ ହେବା ନିରାପଦ ନୁହେଁ। ପ୍ରତିଦ୍ୱନ୍ଦିତା କ୍ଷେତ୍ରରୁ ଓହରି ରହିଯିବା ଅଧିକ ଉତ୍ତମ। କାରବାରରେ ଉତ୍ଥାନ ହେବାଫଳରେ ବ୍ୟବସାୟର ପରିବର୍ଦ୍ଧନ କରିବାର ଇଚ୍ଛା ଜାଗ୍ରତ ହେବ। ନୂତନ କର୍ମ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ଏଣୁ ଚଳିତ କାରବାରକୁ ଜାବୁଡି ଧରି ସୀମିତ ନହୋଇପ୍ରସାର ପ୍ରଚାର କରିବା ଉଚିତ। କର୍ମକ୍ଷେତ୍ରରେ ବର୍ଷସାରା ନିମ୍ନ ବର୍ଗୀୟ ବ୍ୟକ୍ତି ବିଶେଷଙ୍କଠାରୁ ନିରାପଦ ଦୂରତା ରକ୍ଷାକରି ଚଳିଲେ ବି ସେମାନଙ୍କ ସକାଶେ ମଧ୍ୟେ ମଧ୍ୟେ କ୍ଲେଶ ଭୋଗିବେ। କିନ୍ତୁ ଉପରିସ୍ଥଙ୍କୁ ସନ୍ତୁଷ୍ଠ କରିହେବ, ଯଦି କର୍ତ୍ତବ୍ୟ ପରାୟଣତା ସାଙ୍ଗକୁ ସମୟାବର୍ତ୍ତିତା ରକ୍ଷା କରିପାରିବେ। ଘରଠୁ କର୍ମ କ୍ଷେତ୍ରକୁ ପ୍ରମୁଖତା ଦେଇ ସେଥିପାଇଁ ଆଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ। କୋର୍ଟ କଚେରୀ ମାମଲାରେ ଜିଦରୁ ନିବୃତ ହେବା ଶ୍ରେୟସ୍କର ହେବ। ରାଜନୀତି କ୍ଷେତ୍ରରେ ଅସାଧାରଣ ସ୍ଥିତି ରହିବ। କୃଷିଜୀବୀମାନେ ଭଲ ଅମଳ କରି ସୁଖରେ ଦିନ ବିତାଇବେ।

ପ୍ରତିକାର: ରାହୁ, କେତୁ ଓ ଶନିଙ୍କ ପାଇଁ ପ୍ରତିକାର କରଣୀୟ। ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ବଗଳା ମୁଖିଯନ୍ତ୍ର ପୂଜାକରିବା ସହ ଛିନ୍ନମସ୍ତାଙ୍କ କବଚ ଧାରଣ କରିବେ। ଗୃହରେ ବା ଗ୍ରହମନ୍ଦିରରେ ଚଣ୍ଡୀପାଠ ପୂର୍ବକ ଯଜ୍ଞକରି ଦିନ ଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ। ଯାହାଫଳରେ ନିର୍ବାଚନରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ। ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ। ଗୋମାତାର ସେବା କରିବା ଆବଶ୍ୟକ।

[/wptab]

[wptab name=’6 କନ୍ୟା’]
କନ୍ୟା ରାଶି

ବର୍ଷାରମ୍ଭରେ ରବି, ବୁଧ ଚତୁର୍ଥ ଭାବରେ। ଚନ୍ଦ୍ର ପଞ୍ଚମ ଓ ରାହୁ ଦ୍ଵାଦଶ ଭାବରୁ ସେପ୍ଟେମ୍ବର ଠାରୁ ଏକାଦଶ ଭାବରେ। ଶୁକ୍ର, ମଙ୍ଗଳ ଓ କେତୁ ଷଷ୍ଠ ଭାବରେ। କେତୁ ଷଷ୍ଠରୁ ସେପ୍ଟେମ୍ବର ଠାରୁପଞ୍ଚମ ଭାବରେ। ଗୁରୁ ଲଗ୍ନରୁ ସେପ୍ଟେମ୍ବର ଠାରୁ ଦ୍ଵିତୀୟ ଭାବରେ। ଶନି ତୃତୀୟରୁ ଜାନୁୟାରୀ ଠାରୁ ଚତୁର୍ଥ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ କନ୍ୟା ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ଗୋଚର ଗୁରୁ, ଶନି ଓ ରାହୁ,କେତୁ ଅଶୁଭ ଫଳ ଦାୟକ ହେଉ ଥିବାରୁ ପ୍ରତିକାର କରି ଚାଲିଲେ ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ। ବୁଦ୍ଧି ବିବେକ ଖେଳାଇ ପ୍ରତିକୂଳ ସ୍ରୋତକୁ ଅନୁକୂଳ ଦିଗରେ ମୁହାଁ ଇ ଦେବାକୁ ମଧ୍ୟ ସାମର୍ଥ୍ୟ ଯୁଟିବ। ସାମାଜିକ ସ୍ଥିତି ଓ ମାନସମ୍ମ।ନ ବଜାୟ ରହିବ। ଗୁରୁଜନଙ୍କ ସହାନୁଭୁତି ଉପଲବ୍ଧ ହେବ। ସମସ୍ତଙ୍କ ମେଳରେ ରହି ମଧ୍ୟ ନିଃସଙ୍ଗତା ଓ ଆବଦ୍ଧ ଯୋଗରେ ରୂଦ୍ଧଶ୍ଵାସ ହେବେ। ଲଘୁଜନ ଓ ସେବାକାରୀମାନଙ୍କ ଚଞ୍ଚକତାରେ ଅସମ୍ମାନଜନକ ସ୍ଥିତି ପରିଲକ୍ଷିତ ହେବ। ଅଧିକାଂଶ ସମୟ ବହୁ କଷ୍ଟରେ ବିତାଇବେ। କଠିନ ପରିଶ୍ରମ କଲେ ମଧ୍ୟ ଯଶ-ମାନ ମିଳିବ ନାହିଁ। ବ୍ୟୟଭାର ମୁଣ୍ଡାଇ ଭୟଭୀତ ହୋଇପଡିବେ। ଅଯଥା ଧାଂ ଦୌଡ଼ ଲାଗିରହିବା ଯୋଗେ କ୍ଳାନ୍ତ-ଶ୍ରାନ୍ତ ହେବେ ଏବଂ ବେଳେ ବେଳେ ହତାଶାବୋଧ ବୃଦ୍ଧି ପାଇବ। ମାଲିମୋକଦ୍ଦମାରେ ପଶିଲେ ଅପଦସ୍ତ ହେବା ସାର ହେବ। ରାଜନୀତି କ୍ଷେତ୍ରରେ ନିନ୍ଦା ଓ ଭୟପ୍ରଦ ହେବ। ସାଧାରଣ ଲୋକ ସମ୍ପର୍କ କମିଯିବ ଓ ଚଞ୍ଚକତାର ଶିକାର ହେବେ। କୃଷକମାନେ ଭୂମି ବିବାଦରେ ଜଡିତ ହୋଇ ବିଚଳିତ ହେବେ।

ମହିଳା ମାନଙ୍କ ପାଇଁ: ମହିଳାମାନଙ୍କର ବର୍ଷଟି ଖୁବ ଭଲରେ ଯିବ। ପରିବାର ମଧ୍ୟରେ ମୁଖ୍ୟତା ଲାଭ କରିବେ। ଗୁରୁଜନମାନଙ୍କର ଆଦରଣୀୟା ହେବେ। ଶିକ୍ଷାନୁଷ୍ଠାନ ତଥା ସେବା ଓ ସାମାଜିକ ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ। କୁମାରୀମାନେ କଳାସଙ୍ଗୀତ, ନୃତ୍ୟ ଗୀତରେ ମଜ୍ଜି ରହିବେ। ଗୃହିଣୀମାନେ ମୋଟାମୋଟି ଭାବେ ସୁଖରେ ଦିନ କାଟିବେ। ଯଥା ସମ୍ଭବ ପ୍ରକୃତିସ୍ଥ ରହି ଅଳ୍ପ ପରିଶ୍ରମରେ ଅଧିକ ଲାଭର ଉପଭୋକ୍ତା ହେବେ। ପାରିବାରିକ ପତିଆରା ଭଲ ରହିବ। ଉତ୍ତମ ବୁଝାମୁଣାରେ ଗତିକରି ଅଦୃତି ଓ ଶ୍ରଦ୍ଧାର ଅଧିକାରିଣୀ ହେବେ। କୁମାରୀମାନେ ଧର୍ମାନ୍ଧତାରୁ ଦୂରେଇ ରହି, ଅଧ୍ୟାତ୍ମିକତାର ପ୍ରଦର୍ଶନ କରି ଚଳିବେ। ଚାକିରିଜୀବୀମାନେ ସଙ୍କୁଚିତ ସ୍ଥିତିର ଅଧୀନ ହୋଇ ଘୋଷାରି ହେବେ ଓ ପ୍ରଚୁର ଖଟଣି ଖଟି ନିଜର ଭାବ ମୂର୍ତ୍ତିକୁ ବଜାୟ ରଖିବେ।

ସ୍ଵାସ୍ଥ୍ୟ: ମନବିକାର ଓ ରକ୍ତଚାପର ପ୍ରକୋପ ବ୍ରୁଦ୍ଧିକାରଣରୁ ସାଧାରଣ ଅସୁସ୍ଥି ସାମୟିକ ଭାବରେ ଅତିଷ୍ଠ କରିବ। ବାତଶ୍ଲେଷ୍ମା ବୃଦ୍ଧିର ଉପସର୍ଗବି ପରିଲକ୍ଷିତ ହେବ। କ୍ଳାନ୍ତି ଓ ଅବସନ୍ନତା ଜନିତ ଆଳସ୍ୟଭାବ ଭରିଦେଲେ ବି ସେପରି ବିଶେଷ ରୋଗ ବ୍ୟାଧିର ଲକ୍ଷଣ ଦେଖା ଦେବ ନାହିଁ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ: ଛାତ୍ରଛାତ୍ରୀମାନଙ୍କ ପାଇଁ ବର୍ଷଫଳ ଅତି ଉତ୍ତମ। ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପରୀକ୍ଷାରେ ଉଚ୍ଚ ଶ୍ରେଣୀ ମିଳିବ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ସମନ୍ଵୟ ରହିବ ଓ ବନ୍ଧୁତ୍ଵ ବୃଦ୍ଧି ପାଇବ। ପ୍ରତିଯୋଗିତାମୂଳକ କାର୍ଯ୍ୟରେ କୃତିତ୍ଵ ଲାଭ କରିବେ। ଉଚ୍ଚଶିକ୍ଷା ପ୍ରଚେଷ୍ଟାରେ ସାଫଲ୍ୟ ପ୍ରାପ୍ତି ହେବ। ପ୍ରତିଯୋଗୀମୁଳକ କ୍ଷେତ୍ରକୁ ସାହସର ସହିତ ଲମ୍ପ ଦେବେ। ଦୂରଯାତ୍ରାରେ ବିବାଦମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା ମଧ୍ୟେ ସମୟ ବିତିବ।

ପାରିବାରିକ: ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସବୁଥିରେ ଥିଲେ ବି କେଉଁଥିରେ ନିଜର ପ୍ରତ୍ୟକ୍ଷ ସପୃକ୍ତିକୁ ଦର୍ଶାଇବେ ନାହିଁ। ଅନ୍ୟମାନଙ୍କ କାନ୍ଧରେ ବନ୍ଧୁକ ରଖି ଖେଳ ଖେଳିବେ ଏବଂ ଅପଯଶକୁ ଦୂରକୁ ଠେଲିଦେଇ କେବଳ ଯଶତକ ଗ୍ରହଣ କରିବେ। ଏହା ଫଳରେ କ୍ରମଶଃ ବହୁ ଲୋକଙ୍କର ଚକ୍ଷୁଶୂଳ ହେବେ ଓ ଶତ୍ରୁପକ୍ଷ କ୍ରମଶଃ ପ୍ରବଳ ହୋଇ ଗୋଡ ଟାଣିବାର ପ୍ରଚେଷ୍ଠା ଆରମ୍ଭ କରିଦେବେ। ଅର୍ଥାଗମ ଦିଗ ଖୋଲା ରହିବ ଓ ଏଥିପାଇଁ ଅକ୍ଲାନ୍ତ ଓ ନୟାନ୍ତ ଉଦ୍ୟମ ଜାରି ରଖିବେ। ସ୍ଥଳବିଶେଷରେ ବ୍ୟୟ ସଂକୋଚନ ନ କଲେ ଆପଣା ଲୋକଙ୍କ ବିରକ୍ତି ଭାଜନ ହେବେ ।

ବ୍ୟବସାୟ ଓ ଚାକିରି: ବ୍ୟବସାୟ ଦିଗରୁ ସମୟ ପ୍ରାୟତଃ ଅନୁକୂଳ ରହିବ। କାରବାରର ଗତି ରୀତିରେ ପରିବର୍ତ୍ତନର ଆଶଙ୍କା ନାହିଁ। କର୍ତ୍ତୁତ୍ଵ ଜାରି ରଖି ଶ୍ରମିକ ଓ କର୍ମଚାରୀଙ୍କୁ ପ୍ରଭାବିତ କରିବା ଫଳରେ, ପ୍ରଗତିର ବେଗ ତ୍ଵରାନ୍ୱିତ ହେବ। ପାରିଶ୍ରମିକ ତୁଳନାରେ ଅଧିକ ଶ୍ରମ କରିବେ ଓ ବିରୋଧିତତ୍ତ୍ଵର ମୁଖରେ ସ୍ଵାର୍ଥ-ଲାଳସା-ପୂର୍ତ୍ତିର ମଜବୁତ ତୁଣ୍ଡି ଭିଡି ଦେଇ, ଆଇନ ଶୃଙ୍ଖଳା ଶକ୍ତିକୁ ସ୍ଥାଣୁ କରିଦେଇ ପାରିବେ। କର୍ମଚାରୀମାନେ ଭାରସାମ୍ୟ ରକ୍ଷା କରି ନିମ୍ନବର୍ଗଙ୍କ ଯୋଗେ ପରିସ୍ଥିକୁ ନିଜ ତରଫରେ ନେଇ, ସ୍ଵାର୍ଥସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ସୀମିତ ସ୍ଥିତିରେ ଶ୍ଵାସରୋଧକର ଅନୁଭୂତି ଜାଗିପାରେ ଓ ତାହାକୁ ଅତିକ୍ରମ କରିବା ଲକ୍ଷ୍ୟରେ ଭୋଗମାର୍ଗୀ ହୋଇ ନିଜକୁ ପ୍ରତାରିତ କରି ପାରନ୍ତି। ରାଜନୀତି କ୍ଷେତ୍ରରେ ଶନ୍ତୁଳନ ରକ୍ଷା କରି ଚାଲିବେ ଓ ସାଧାରଣ ଲୋକ ସମ୍ପର୍କ କମିଯିବ ଓ ଚଞ୍ଚକତାର ଶିକାର ହେବେ। କୃଷକମାନେ ଭୂମି ବିବାଦରେ ଜଡିତ ହୋଇ ବିଚଳିତ ହେବେ। ମାଲିମୋକଦ୍ଦମାରେ ନିଜ ପକ୍ଷ ସବଳ ରହିବ। ସୁଖ-ସନ୍ତୁଷ୍ଟି ପାଇବାରେ ବାଧା କିଛି ନାହିଁ।

ପ୍ରତିକାର: ରାହୁ, କେତୁ, ବୃହସ୍ପତି ଓ ଶନିଙ୍କ ପାଇଁ ପ୍ରତିକାର କରଣୀୟ। ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ବଗଳାମୁଖୀ ଯନ୍ତ୍ର ପୂଜାକରିବା ସହ ଉଗ୍ରତାରାଙ୍କ କବଚ ଧାରଣ କରିବେ। ଗୃହରେ ବା ଗ୍ରହମନ୍ଦିରରେ ଯଜ୍ଞକରି ଦିନ ଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ। ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ। ଗୋମାତାର ସେବାକରିବା ଆବଶ୍ୟକ।
[/wptab]

[wptab name=’7 ତୁଳା’]
ତୁଳା ରାଶି

ବର୍ଷାରମ୍ଭରେ ରବି, ବୁଧ ତୃତୀୟ ଭାବରେ। ଚନ୍ଦ୍ର ଚତୁର୍ଥ ଓ ରାହୁ ଏକାଦଶ ଭାବରୁ ସେପ୍ଟେମ୍ବର ଠାରୁ ଦଶମ ଭାବରେ। ଶୁକ୍ର, ମଙ୍ଗଳ ଓ କେତୁ ପଞ୍ଚମ ଭାବରେ। କେତୁ ପଞ୍ଚମରୁ ସେପ୍ଟେମ୍ବର ଠାରୁଚତୁର୍ଥ ଭାବରେ। ଗୁରୁ ଦ୍ଵାଦଶରୁ ସେପ୍ଟେମ୍ବର ଠାରୁ ଲଗ୍ନଭାବରେ। ଶନି ଦ୍ଵିତୀୟରୁ ଜାନୁୟାରୀ ଠାରୁ ତୃତୀୟ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ ତୁଳା ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ଗୁରୁ, ଶନି, ରାହୁ ଓ କେତୁ ଗ୍ରହଙ୍କ ଗୋଚର ସ୍ଥିତ୍ୟାନୁଯାଇ ବର୍ଷଟି ଶୁଭାଶୁଭ ମିଶ୍ରିତ ଫଳ ଯୁକ୍ତ ହୋଇ ବିତିବା ବେଳେ, ବିଶେଷ ଅଶୁଭ ପ୍ରଭାବ ନ ରହି ମଧ୍ୟେ ମଧ୍ୟେ ଶୁଭ ଫଳାଧିକ ସ୍ଥିତି ଆଖିଦୃଶିଆ ହେବ। ଶୁଭ ଫଳ ଦିଗ ଦେଖିଲେ ବ୍ୟକ୍ତିତ୍ଵ ଓ ପ୍ରତିଭା ବଳରେ ଲୋକପ୍ରିୟତା ଅର୍ଜ୍ଜନ, ଧନସମ୍ପଦରେ ଅଭିବୃଦ୍ଧି ତଥା ବୈଷୟିକ ପ୍ରାଚୁର୍ଜ୍ୟପ୍ରାପ୍ତି ହେବ। ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ ଓ ସାମାଜିକ ଭାବମୂର୍ତ୍ତି-ସୁରକ୍ଷା ହେବ। ଉଦ୍ୟମ ବଳରେ ସିଦ୍ଧିପ୍ରାପ୍ତି ଓ ଉଚ୍ଚସ୍ଥାନ ସଂପୃକ୍ତି ଭଳି ସୁଖ-ସୌଭାଗ୍ୟ ତଥା ଯଶ-ପ୍ରସିଦ୍ଧ ଆଶା କରି ହେବ। ଏଥି ସହିତ ବନ୍ଧୁକୁଟୁମ୍ବଙ୍କ ପକ୍ଷରୁ ଈର୍ଷା ପ୍ରଣୋଦିତ ବୈରତା, ଖଳବଳର ପ୍ରକୋପ ଓ କଠିନ ପରିଶ୍ରମର ବାଧ୍ୟ-ବାଧକତାରୁ ସ୍ଵାସ୍ଥ୍ୟପୀଡା ତଥା ଅଏସ୍ –ଆରାମ ହାନି ପ୍ରତି ଉପେକ୍ଷା କରିହେବ ନାହିଁ। ଅବଶ୍ୟ ନିଃସଙ୍ଗତା, ଅସହାୟତା, ଅସମାହିତ ସମସ୍ୟା, ଦୈବୀ ବିପତ୍ତି ଭାଗ୍ୟର ବିଡମ୍ବନା ଭଳି ସମସ୍ୟା ଘଟିବାର ନାହିଁ , କିନ୍ତୁ ବେଳେ ବେଳେ ସାଧାରଣ ବାଧାବିଘ୍ନ ବଡ ଧରଣର ମନେ ହେବ।

ମହିଳା ମାନଙ୍କ ପାଇଁ: ଗୃହିଣୀମାନଙ୍କର ଫଳ ଶୁଭଦାୟକ ହେବ ପରିଚାଳନା ଖର୍ଚ୍ଚ ବଢିବଢି ଚାଲିବ। ବନ୍ଦ କରିଦେଉଥିବା ବେପାର ପୁଣି ଚାଲୁ ହେବ। ବାଣିଜ୍ୟ କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବେ। ଚାକିରିରେ ଫଳ ମଧ୍ୟମ ଅସ୍ଥିରତା ସମ୍ପୂର୍ଣ ଦୂର ହେବ ନହିଁ। ତେବେ ନିକଟରେ ସ୍ଥାନାନ୍ତର ହୋଇ କର୍ମର ସାଧାରଣ ପରିବର୍ତ୍ତନ ଘଟିବ। କର୍ମକ୍ଷେତ୍ରରେ ସମ୍ମାନ ଓ ପ୍ରତିଷ୍ଠା ପାଇବେ। ଆୟ ଊତ୍ତମ ସ୍ଥଳେ କେତେକ ବାଧା ପ୍ରତିବନ୍ଧକ ସୃଷ୍ଟି ହେବ। ନାନା ପରିବର୍ତ୍ତନ ଦେଇ ଦିନ ବିତାଇବେ। ମାନସିକ ଅସ୍ଥିରତା ମଧ୍ୟେ ହତାଶାର ଦୀର୍ଘଶ୍ଵାସ ଜଡିତ ହେଲେ ହେଁ ବେଳେ ବେଳେ ଆଶା ଆକାଂକ୍ଷା ପୂର୍ତ୍ତି ଘଟିବା ଯୋଗେ ଭାଙ୍ଗିପଡିବେ ନାହିଁ। ଅବଶ୍ୟ ପରିଶ୍ରମ ବୃଦ୍ଧି ପାଇବ ଓ ବେଳେ ବେଳେ ଚିଡିଚିଡି ହେବେ। କୁମାରୀ ଓ ଯୁବତୀମାନେ ସମସ୍ତଙ୍କ ମେଳରେ ରହି ମଧ୍ୟ ଏକାକୀ ମନେ କରିବେ। ଅବଶ୍ୟ ବର୍ଷ ଶେଷ ଆଡକୁ ସୁଖ ଶାନ୍ତି ବର୍ଦ୍ଧିତ ହେବ ଓ ମାଙ୍ଗଳିକ କର୍ମ ସମ୍ପାଦନ ହେବ। କର୍ମଜୀବିମାନେ କର୍ତ୍ତବ୍ୟନିଷ୍ଠାରୁ ଯଶ- ପ୍ରଶଂସାର ଅଧିକାରିଣୀ ହେବେ।

ସ୍ଵାସ୍ଥ୍ୟ: ବିଶେଷ ପିଡାର ଆଶଙ୍କା ନଥିଲେ ମଧ୍ୟ ମାନସିକ ଅବ୍ୟବସ୍ଥିତତା ସାଙ୍ଗକୁ ଉଦରପୀଡା, ଚରାବାତର ସାମାନ୍ୟ ପ୍ରକୋପ ଓ ଶୀରପୀଡା ଅତିଷ୍ଠ କରିବ। ଖାଦ୍ୟପେୟରେ ନୀତିନିୟମ ରକ୍ଷା କରିବା ସହିତ ମନକୁ ସନ୍ତୁଳିତ କରି ରଖି ପାରିଲେ ସ୍ୱାସ୍ଥ୍ୟ ଭଙ୍ଗଭଳି ବିଡମ୍ବନା ଘଟିବ ନାହିଁ। ନତୁବା ଗୁରୁତର ଦେହପୀଡା, ପେଟ ରୋଗୀ ଓ ହାର୍ଣ୍ଣିଆ ରୋଗୀ ମାନଙ୍କର ଅପରେଶନ ହେବ। ଖାଦ୍ୟପେୟରେ ଅସଂଯତ ପତ୍ନୀଙ୍କର ସ୍ୱାସ୍ଥ୍ୟ ନେଇ ସର୍ବଦା ଚିନ୍ତିତ ରହିବେ। ଅବିବାହିତ ମାନେ ବ୍ରହ୍ମଚର୍ଯ୍ୟ ପାଳନରେ ବିଫଳ ହେବେ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ: ଶିକ୍ଷାର୍ଥୀମାନଙ୍କ ପାଇଁ ବର୍ଷଫଳ ଯଥେଷ୍ଠ ଅନୁକୂଳ ହେବ। ଶିକ୍ଷା ଯୋଜନାରେ ଦୂରଗାମୀ ହେଲେ ସବୁ ମତେ ଉନ୍ନତିର ସମ୍ଭାବନା ବୃଦ୍ଧି ପାଇବ। ଗବେଷଣା କ୍ଷେତ୍ର ପ୍ରାୟତଃ ପ୍ରଶସ୍ତ ରହିବ। ପ୍ରତିଯୋଗୀତା କ୍ଷେତ୍ରକୁ ମୁହାଁଇଲେ ବାଧାବିଘ୍ନକୁ ପଛରେ ପକାଇ ଅଗ୍ରଗତିର ବେଗ ବଢିଯିବ। ଉଚ୍ଚତର ଶିକ୍ଷାଯୋଜନା ଫଳବତୀ ହୋଇପାରିବ।

ପାରିବାରିକ: ପାରିବାରିକ ଜୀବନ ସୁଖରେ କଟିବ। ମାତୃ ଓ ମାତୃସ୍ଥାନୀୟା ବ୍ୟକ୍ତିଙ୍କ ପାଇଁ ବର୍ଷଫଳ ଶୁଭ ହେବ। ବନ୍ଧୁବାନ୍ଧବଙ୍କ ସହ ମଉଜ ମଜଲିଶରେ ଦିନ କାଟିବେ। ସନ୍ତାନ ଲାଭ ଯୋଗ ରହିଛି। ପୁତ୍ର କନ୍ୟାମାନଙ୍କର ଉନତ୍ତି ଓ ଅଗ୍ରଗତି ଘଟିବ। ପୁତ୍ର କନ୍ୟାର ବିବାହ କାର୍ଯ୍ୟରେ ମଧ୍ୟ ସଫଳ ହେବେ। ଆୟ ଉତ୍ତମ ହେବ। ଆର୍ଥିକ ସ୍ଥିତି ସ୍ଵଛଳ ରହିବ। କେତେ ମୁଲ୍ୟବାନ ଆସବାବ ପତ୍ର କ୍ରୟ କରିବେ। ନିଜ ଲୋକଙ୍କ ତରଫରୁ ଆଶ୍ଵାସନା ବା ସହାନୁଭୂତି ପାଇବେ। ବହୁ ଦିଗରୁ ମନୋବଳ ଓ ପ୍ରତିକୂଳତତ୍ତ୍ଵ ସହ ମୁକାବିଲା କରିବାର ସାମର୍ଥ୍ୟ ବି ବୃଦ୍ଧି ପାଇବ। ଖର୍ଚବୃଦ୍ଧି ସମସ୍ୟା ବଢିବାର ନାହିଁ। ହାତଖାଲି ହେବା ବେଳକୁ ଦୈବୀ ସହାୟତା ତଥା କର୍ମଯୋଗ ଦ୍ଵାରା ଖାଲି ହାତ ପୁଣି ଭରି ହୋଇଯିବ। ଶୁଭଫଳ ଗୁଡିକରେ ହ୍ରାସ – ବୃଦ୍ଧି ଲାଗି ରହି ମଧ୍ୟ ଶାନ୍ତିର ନିଃଶ୍ଵାସ ମାରି ପାରିବେ।

ବ୍ୟବସାୟ ଓ ଚାକିରି: ବ୍ୟବସାୟୀମାନଙ୍କ ପାଇଁ ବର୍ଷଟି ଅତ୍ୟନ୍ତ ଶୁଭ ଦାୟକ ହେବ। କର୍ମ ସ୍ଥଳରେ ନିଜେ କଠିନ ପରିଶ୍ରମକରି ପତିଆରା ରକ୍ଷା କରିବେ। କିନ୍ତୁ ଶ୍ରମିକ ଓ କର୍ମଚାରୀ ତଥା ଆପଣା ଲୋକଙ୍କ ମଧ୍ୟରୁ କେହି କ୍ଷୟକ୍ଷତି ଘଟାଇବାର ଉଦ୍ୟମ କରିବେ। ବ୍ୟକ୍ତିଗତ କ୍ରୋଧକୁ ଆଧାର କରି କେହି ଚଞ୍ଚକତାର ଜାଲ ବିଛେଇ ଦେବେ। ଫଳରେ ହାତେମାପି ଚାଖଣ୍ଡେ ନ ଚାଲିଲେ ସମସ୍ୟା ଜାଲରେ ଛନ୍ଦି ହୋଇଯିବେ। ଆରମ୍ଭରୁ ସତର୍କ ରହିଲେ ଆର୍ଥିକ ଭରସାମ୍ୟ ରକ୍ଷାକରୀ ପାରିବେ। ଯଦିଓ ମାନହାନିର ଭୟ ନାହିଁ, ତଥାପି ବାରମ୍ବାର ପଟ୍ଟ ପରିବର୍ତ୍ତନ ଦେଖି କେତେବେଳେ ଆତଙ୍କିତ, ପୁଣି କେତେବେଳେ ଆମୋଦିତ ହେବେ। ବଦଳିର ଭୟ ନଥାଇ ପଦୋନ୍ନତିର ସମ୍ଭାବନା ରହିଛି। ବର୍ଷ ଆରମ୍ଭରୁ ଆଶାକରି ପାରନ୍ତି। ଉପରିସ୍ଥ ଅଧିକାରୀଙ୍କ କୃପା ଦୃଷ୍ଟିରେ ରହିପାରିବେ। ନିମ୍ନବର୍ଗର ସହକର୍ମୀ କେହି ଉଦ୍ଦେଶ୍ୟ ପ୍ରଣୋଦିତ ହାନି ପହଞ୍ଚାଇବାର ଉଦ୍ୟମ କରି ଅପଦସ୍ତ ହେବେ। ମାଲି-ମୋକଦ୍ଦମାରେ ଶୀଘ୍ର ଫଇସଲା ଦିଗ ଉନ୍ମୁକ୍ତ ହେବ। ରାଜନୀତି କ୍ଷେତ୍ରରେ ଉଚ୍ଚ ପ୍ରତିଷ୍ଠାର ଦ୍ଵାର ସାହାଣମେଲା ହେବ। କୃଷିଜୀବୀମାନେ କରିଥିବା ସଂଘର୍ଷର ଫଳସ୍ୱରୂପ ନଭେମ୍ବର ଡିସେମ୍ବର ମାସରେ ଆଶାତୀତ ଲାଭ ପାଇବେ। ବ୍ୟବସାୟ କ୍ଷେତ୍ରରେ ବର୍ଷଫଳ ଅତି ଉତ୍ତମ ଅଟେ। ଏ ବର୍ଷରେ ଲୁଗାପଟା ଓ ସୌଖୀନ ଦ୍ରବ୍ୟରେ ବ୍ୟବସାୟୀମାନେ ଦ୍ଵାଗୁଣ ଲାଭ କରିବେ। କଳକାରଖାନା ବା ଯନ୍ତ୍ରପାତି ବ୍ୟବସାୟ ମାନ୍ଦାରେ ଚାଲିବ। ଚାକିରିକ୍ଷତ୍ରରେ ବର୍ଷଫଳ ଅତି ଉତ୍ତମ ଅଟେ। ପଦୋନ୍ନତିର ଯୋଗ ଆସିଛି। କର୍ମ କ୍ଷେତ୍ରରେ ପ୍ରତ୍ୟେକ ମୁଖରୁ ପ୍ରଶଂସାବାଣୀ ଶୁଣିବେ। ପଦସ୍ଥ ବ୍ୟକ୍ତିଙ୍କର ଆସ୍ଥାଭାଜନ ହେବେ। ବର୍ଷର ପ୍ରଥମାର୍ଦ୍ଧର ଶେଷବେଳକୁ ସ୍ଥାନାନ୍ତରର ସୂଚନା ପାଇବେ। କୃଷକମାନେ ଏବର୍ଷ ଦ୍ବିଗୁଣା ଲାଭ ପାଇବେ। କୃଷିରେ ଯଥେଷ୍ଟ ଅଗ୍ରଗତି ଘଟିବ ଓ ଚାଷୀମାନେ ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ଏ ବର୍ଷରେ ରପ୍ତାନି ବାଣିଜ୍ୟରୁ ଯଥେଷ୍ଟ ଲାଭ ମିଳିବ।

ପ୍ରତିକାର: ଗୁରୁ ଓ ମଙ୍ଗଳଙ୍କ ପାଇଁ ପ୍ରତିକାର କରଣୀୟ। ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ମହାମୃତ୍ୟୁଞ୍ଜୟ ଯନ୍ତ୍ର ପୂଜାକରିବା ସହ ଉଗ୍ରତାରାଙ୍କ କବଚ ଧାରଣ କରିବେ। ଗୃହରେ ବା ଗ୍ରହମନ୍ଦିରରେ ଯଜ୍ଞକରି ବ୍ରାହ୍ମଣଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ। ଅନ୍ଧ, ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ। ଗୋମାତାର ସେବାକରିବା ଆବଶ୍ୟକ। କୁକୁରକୁ ଖାଦ୍ୟ ଦିଅନ୍ତୁ।

[/wptab]

[wptab name=’8 ବିଛା’]

ବିଛା ରାଶି

ବର୍ଷାରମ୍ଭରେ ରବି, ବୁଧ ଦ୍ଵିତୀୟ ଭାବରେ। ଚନ୍ଦ୍ର ତୃତୀୟ ଓ ରାହୁ ଦଶମ ଭାବରୁ ସେପ୍ଟେମ୍ବର ଠାରୁ ନବମ ଭାବରେ। ଶୁକ୍ର, ମଙ୍ଗଳ ଓ କେତୁ ଚତୁର୍ଥ ଭାବରେ। କେତୁ ଚତୁର୍ଥରୁ ସେପ୍ଟେମ୍ବର ଠାରୁତୃତୀୟ ଭାବରେ। ଗୁରୁ ଏକାଦଶରୁ ସେପ୍ଟେମ୍ବର ଠାରୁ ଦ୍ଵାଦଶ ଭାବରେ। ଶନି ଜନ୍ମରୁ ଜାନୁୟାରୀ ଠାରୁ ଦ୍ଵିତୀୟ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ ବିଛା ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ସମସ୍ତ ଗ୍ରହଙ୍କ ଗୋଚର ସ୍ଥିତ୍ୟାନୁଯାଇ ଶୁଭାଶୁଭ ମିଶ୍ରିତ ଫଳ ଭୋଗ ହେବ ଓ ସ୍ଵଳ୍ପକାଳିନ ଗ୍ରହମାନଙ୍କ ଗୋଚର ସ୍ଥିତ୍ୟାଦି ଯୋଗ କରି ବିଚାର କଲେ-ବର୍ତ୍ତମାନ ବିଶେଷ ଶୁଭ ଫଳ ଭୋଗ ହେବ। ବୁଦ୍ଧି, ପ୍ରରାକ୍ରମ ଯୋଗେ ଲକ୍ଷ୍ୟ ସିଦ୍ଧି, ଶତୃ ପ୍ରତିହତ, ଯାନବାହାନ ସୁଖ, ସେବା-ଶୁଶ୍ରୂଷା ଓ ଭୋଗବିଳାସ ପ୍ରାପ୍ତି ସମ୍ଭବ ହେବ। କେହି ଶୁଭଚିନ୍ତକ ସହାୟତାର ହାତ ବଢାଇ ଉତ୍ତମ ପରାମର୍ଶ ଦାତାର ଭୂମିକା ଗ୍ରହଣ କରି ପାରନ୍ତି। ତେବେ ମୋଟାମୋଟି ୮୦ ଭାଗ ଫଳ ଶୁଭ ଅଟେ। ଆୟ ଉତ୍ତମ ହେବ। ଶତ୍ରୁଜୟ ବା ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିଷ୍ଠା ମିଳିବ ଓ ନେତୃତ୍ଵ ଲାଭ ଯୋଗ ରହିଛି। ପରିବାରରେ ମଙ୍ଗୋଳତ୍ସବ, ବନ୍ଧୁଲାଭ ଓ ସୁଖଲାଭ ଓ ସୁଖ ସମ୍ମାନଦାୟକ ହେବ। ଅଶୁଭ ସମୟ ସେପ୍ଟେମ୍ବର୧୪ରୁ ବର୍ଷ ଶେଷ ପର୍ଯ୍ୟନ୍ତ। ଶାରୀରିକ ପୀଡା ଦେଖାଦେବ ଓ କେତେକ ନିନ୍ଦନୀୟ କାର୍ଯ୍ୟରେ ସମ୍ପୃକ୍ତ ହେବେ। ଅତି ଶୁଭ ସମୟ ହେଲା ଜାନୁୟାରୀ, ଅପ୍ରେଲ ମାସ। ଏହି ସମୟେ କର୍ମ ସଂସ୍ଥାନ, ଅର୍ଥଲାଭ, ପାରିବାରିକ ଉନ୍ନତି ଓ ବିବାହୋତ୍ସବ ଯୋଗ କରାଇବ।

ମହିଳା ମାନଙ୍କ ପାଇଁ: ବ୍ୟବସାୟ କ୍ଷେତ୍ରରେ ଖୁବ ଅଗ୍ରଗତି ଘଟିବ। ପ୍ରତିଦ୍ଵନ୍ଦୀ ବ୍ୟବସାୟୀମାନେ ପଛରେ ପଡିରହିବେ। କର ଭାରରୁ ମୁକ୍ତି ମିଳିବ। ଆଇନ ଅଦାଲତରେ ଜୟଯୁକ୍ତ ହେବେ। ଚାକିରିରେ ପ୍ରତିଷ୍ଠିତ ହେବେ। ନିକଟରେ ସ୍ଥାନାନ୍ତର ଯୋଗନାହିଁ। ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡିବେ। ପଦୋନ୍ନତି ମଧ୍ୟ ପାଇପାରନ୍ତି। ମାନସମ୍ମାନ ବଜାୟ ରହିବ। ସ୍ୱାସ୍ଥ୍ୟ ପ୍ରାୟ ବର୍ଷସାରା ଭଲ ରହିବ। ମେ’ ମାସରେ ସର୍ଦ୍ଦି ପୀଡା, ଭ୍ରମଣଜନିତ କଷ୍ଠ ଓ ନଭେମ୍ବର ମାସରେ ଜ୍ଵରାଦି ରୋଗରେ ପୀଡା କଷ୍ଟ ଭୋଗିବେ। ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବ, ଆନନ୍ଦ ଉତ୍ସାହ ବୃଦ୍ଧି ପାଇବ। ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବ। ଫେବୃୟାରୀ ମାସରେ ଏକ ସଙ୍ଗେ ପ୍ରଚୁର ଅର୍ଥଲାଭ ଯୋଗ ରହିଛି। କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି।

ସ୍ଵାସ୍ଥ୍ୟ: ଶର୍ଦ୍ଦି-ଶ୍ଲେଷ୍ମାର ପ୍ରକୋପ ଲାଗି ରହିବ। ସତର୍କ ନ ହେଲେ ଜ୍ଵର, ଚକ୍ଷୁପୀଡା ଓ ଉଦରାମ୍ଳ ସହିତ କୋଷ୍ଠବଦ୍ଧତାର ଆଶଙ୍କା ବି ରହିଛି। କିନ୍ତୁ ଶାରୀରିକ ଅସୁସ୍ଥିଠାରୁ ମାନସିକ ବିଭ୍ରାନ୍ତି ଜନିତ ଦୁଃସ୍ଥିତି ଅଧିକ ପ୍ରତିକ୍ରିୟା ସୃଷ୍ଟିକରି ଦୁଃଖ ବୃଦ୍ଧି ଘଟାଇବ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ: ଶିକ୍ଷାର୍ଥୀମାନେ ବହୁ ଦିଗରୁ ଚାପ ଓ ବାଧାବିଘ୍ନ ସହିତ ସଂଘର୍ଷ କରିବାକୁ ବାଧ୍ୟ ହେବେ। ଅଧ୍ୟୟନରେ ମନ୍ଥର ହେବାଫଳରେ ଅଧିକ ପରିଶ୍ରମ କରିବା ଆବଶ୍ୟକ। ତଥାପି ବିଳମ୍ବରେ ଉଚ୍ଚ ଶିକ୍ଷାସ୍ଵପ୍ନ ସାର୍ଥକ ହେବ। ଉଚ୍ଚାକାଂକ୍ଷା ପୁର୍ତ୍ତିର ଫଳ ସ୍ୱରୂପ ନିଜ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପାରିବେ।

ପାରିବାରିକ: ମାନସିକ ଦୁର୍ବଳତା ସହିତ ସାମୟିକ ବିଭ୍ରାନ୍ତି ଜନିତ ଭୁଲ ବୁଝାମଣାରୁ ବିବାଦୀୟ କ୍ଷେତ୍ରରେ ଅନୁପ୍ରବେଶ ଓ ପୀଡା ଭୋଗିବେ। ଆତ୍ମୀୟ–ସ୍ଵଜନଙ୍କ ବୈରତା, ବୃଥା ଭ୍ରମଣରୁ ଆର୍ଥିକ କ୍ଷତି ଓ ସ୍ଵାର୍ଥପର ତଥା କାନକୁହାଙ୍କ ମାୟାରେ ବାୟା ହେବାର ବିଡମ୍ବନା କୌଣସି ଭୁଲ ପଦକ୍ଷେପ ପାଇଁ ଅନୁଶୋଚନା କରିବାକୁ ପଡିବ। ପ୍ରତ୍ୟେକ କ୍ଷେତ୍ରରେ ଅଯଥା ତରତର ନ ହୋଇ ବିବେକ ବୁଦ୍ଧି ଖଟାଇ ଧୈର୍ଯ୍ୟର ସହିତ ଚାଲିବା ଉଚିତ। ତା ନ ହେଲେ ବୈଷୟିକ ଅଭିବୃଦ୍ଧି ବ୍ୟାହତ ହେବ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ପ୍ରକାଶ ପାଇବ। ପରସ୍ପର ପ୍ରତି ଅଭିଯୋଗ ଓ ଅଙ୍ଗୁଳି ଟେକା ସାଧାରଣ ଅଭ୍ୟାସରେ ପରିଣତ ହେବ। ସ୍ଥଳବିଶେଷରେ ବାସଚ୍ୟୁତିର ଦୁର୍ଭାଗ୍ୟକୁ ବରଣ କରିବାକୁ ପଡିବ। ନିମ୍ନବର୍ଗ ଲୋକେ ସମ୍ମାନହାନି କରିବା ପାଇଁ ଚେଷ୍ଟା କରିବେ।

ବ୍ୟବସାୟ ଓ ଚାକିରି: କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ବ କଣ୍ଟ୍ରାକ୍ଟରମାନଙ୍କ ପାଇଁ ଏ ବର୍ଷର ଫଳ ଅତି ଉତ୍ତମ ଅଟେ। ଚାଷ କାର୍ଯ୍ୟରେ ଉତ୍ପାଦନ ହ୍ରାସପାଇବ। ନିଜର ଅବହେଳାରୁ ହ୍ରାସ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହେବ। ଗୁଡ ତଥା ଝୋଟ ଚାଷିମାନେ ଯଥେଷ୍ଟ ଲାଭ ଉଠାଇବେ। ଆର୍ଥିକ ଚିନ୍ତା ଦୂରେଇ ୟିବ। କର୍ମକ୍ଷେତ୍ରରେ ସଙ୍କୁଚିତ ହେଲେମଧ୍ୟ ସ୍ଵାଭିମାନକୁ ବଜାୟ ରଖି କର୍ମୋନ୍ନତି ଭାଗ୍ୟୋନ୍ନତି କରି ପାରିବେ। ବ୍ୟବସାୟୀମାନଙ୍କ ପାଇଁ ସେପ୍ଟେମ୍ବର ମାସ ଯାଏଁ ଭଲ ମନ୍ଦଦେଇ ସମୟ ଚାଲିବ। ଦୁଃସ୍ଥିତିର ସମସ୍ୟା ଅନେକାଂଶରେ ହ୍ରାସ ପାଇବ। ଶ୍ରମିକ ଓ କର୍ମଚାରୀମାନଙ୍କ ମଧ୍ୟରୁ ଅଧିକାଂଶ ଅଏସ୍ –ଆରାମରେ ଆସକ୍ତ ହେବା ଯୋଗେ ଆୟ ଦିଗ ଅନିଶ୍ଚିତ କିମ୍ବା ଦୁର୍ବଳ ରହିବ। ବ୍ୟବସାୟ ବୃଦ୍ଧି ପାଇବ ଓ ଲାଭାଂଶ ଉପରେ କୁପ୍ରଭାବ ପଡିବ। ଲାଭ-କ୍ଷତି ପ୍ରତି ଭ୍ରୂକ୍ଷେପ କରିବେ ନାହିଁ ଯାହା ଫଳରେ ଦୂର ବ୍ୟବସାୟ ଅଧିକ ପ୍ରଭାବିତ ହେବ। ପ୍ରଗତିର ପାଦକୁ ନିମ୍ନବର୍ଗୀୟ ଲୋକେ ଭିଡି ଧରିବେ। ଏହି ପରିପ୍ରେକ୍ଷୀରେ ଭାବମୂର୍ତ୍ତି ରକ୍ଷା କରି ଚାଲିବା କଠିନ ହୋଇପଡିବ।

ପ୍ରତିକାର: ରାହୁ, କେତୁ ଓ ଶନିଙ୍କ ପାଇଁ ପ୍ରତିକାର କରଣୀୟ। ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ସର୍ବକଷ୍ଟ ନିବାରଣ ଯନ୍ତ୍ର ପୂଜାକରିବା ସହ ମହାକାଳୀଙ୍କ କବଚ ଧାରଣ କରିବେ। ଗୃହରେ ବା ଗ୍ରହମନ୍ଦିରରେ ଯଜ୍ଞକରି ଦିନ ଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ। ଅନ୍ଧ, ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ। ଗୋମାତାର ସେବାକରିବା ଆବଶ୍ୟକ। କୁକୁରକୁ ଖାଦ୍ୟ ଦିଅନ୍ତୁ।

[/wptab]

[wptab name=’9 ଧନୁ’]
ଧନୁ ରାଶି

ବର୍ଷାରମ୍ଭରେ ରବି, ବୁଧ ଜନ୍ମ ଭାବରେ। ଚନ୍ଦ୍ର ଦ୍ଵିତୀୟ ଓ ରାହୁ ନବମ ଭାବରୁ ସେପ୍ଟେମ୍ବର ଠାରୁ ଅଷ୍ଟମ ଭାବରେ। ଶୁକ୍ର, ମଙ୍ଗଳ ଓ କେତୁ ତୃତୀୟ ଭାବରେ। କେତୁ ତୃତୀୟରୁ ସେପ୍ଟେମ୍ବର ଠାରୁଦ୍ଵିତୀୟ ଭାବରେ। ଗୁରୁ ଦଶମରୁ ସେପ୍ଟେମ୍ବର ଠାରୁ ଏକାଦଶ ଭାବରେ। ଶନି ଦ୍ଵାଦଶରୁ ଜାନୁୟାରୀ ଠାରୁ ଜନ୍ମ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ ଧନୁ ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ଇଂରାଜୀ ବର୍ଷଟି ଶୁଭାଶୁଭ ମିଶ୍ରିତ ଫଳ ଭୋଗ ହେବ। ମୂଲ୍ୟବାନ ବା ସୌଖୀନ ପଦାର୍ଥ ସଂଗ୍ରହ ତଥା ନିର୍ମାଣ କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ସମର୍ଥ ହୋଇ ପାରିବେ ପାରିବାରିକ ସୁଖ ସମୃଦ୍ଧିରେ ମୁଖ୍ୟଭୂମିକା ତୁଲାଇବାର ସୁଯୋଗ ପାଇବା ମଧ୍ୟେ ଗଠନମୂଳକ ଚିନ୍ତାଧାରାକୁ ଉଜ୍ଜୀବିତ କରି ଯୋଜନାବଦ୍ଧ ରୀତି ଗ୍ରହଣ କରି ପାରିବେ। କଠିନ ପରିଶ୍ରମ ଯୁକ୍ତ ହେବେ ଓ ନିଜ କ୍ଷେତ୍ରରେ ଭାବମୂର୍ତ୍ତି ସୁରକ୍ଷିତ ରହିବ। କିଛି ନୂତନ ଯୋଜନା ମିଶାଇବା ଫଳରେ ବିଶେଷ ଲାଭବାନ୍ ହେବେ। କେତେକ ସ୍ଥଳରେ ବିଭ୍ରାନ୍ତି ଉପୁଯିବ ଓ ସରକାରୀ କୋପ ଭାଜନ ହେବାଭଳି ସମସ୍ୟା ମୁଣ୍ଡେଇବେ ଏବଂ ସେଥିପାଇଁ କିଛି ଆର୍ଥିକ ଦଣ୍ଡ ମଧ୍ୟ ସହିବାକୁ ପଡିବ। ଟଙ୍କା ପଇସା ପ୍ରତି ସର୍ବଦା ସତର୍କ ରହିବାକୁ ପଡିବ। ଏପରିକି ନିମ୍ନବର୍ଗର କେହି ଲୋଭଗ୍ରସ୍ତ କରାଇ ଭାବମୂର୍ତ୍ତି ନଷ୍ଟ କରିବା ପାଇଁ ଚେଷ୍ଟା କରିବ। ଶତୃମୁକ୍ତ ନିରୁପଦ୍ରବ ଜୀବନଚର୍ଯ୍ୟା କାଏମ୍ ରଖି ବୈଷୟିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରି ହେବ। ଯାହା ଫଳରେ ଉଚ୍ଚମନ୍ୟତାର ଅଧିକାରୀ ହେବେ ଓ ଭୋଗବିଳାସରେ ସାମିଲ ହେବାକୁ ଅବସର ସୃଷ୍ଟି କରି ପାରିବେ। ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ଧନାଢ୍ୟ ହେବାର ରାସ୍ତା ଖୋଲିଯିବ ଓ ଋଣମୁକ୍ତି ହୋଇ ପାରିବେ। ଏଭଳି ଶୁଭ ଲାଭ ମଧ୍ୟେ ପାରିପାର୍ଶ୍ଵିକ ବାତାବରଣ ପ୍ରତି ସଚେତନତା ହ୍ରାସ ପାଇବା ଯୋଗୁ ଏକାକୀତ୍ଵର ପରିଧିରେ ନିଜକୁ ସଜାଇ ପାରନ୍ତି କିମ୍ବା ସୀମିତତାକୁ ଆଦରି ନେଇ ପାରନ୍ତି।

ମହିଳା ମାନଙ୍କ ପାଇଁ: ମହିଳାମାନେ ପାରିବାରିକ କ୍ଷେତ୍ରରେ ସାମୟିକ ମତଦୈଧତା ଓ ଆଦର୍ଶଗତ ପାର୍ଥକ୍ୟ ପରିଲକ୍ଷିତ ହେବ। କୁଟୁମ୍ବ ଜନଙ୍କ ସ୍ଵାର୍ଥପରତା ଚିନ୍ତାର କାରଣ ହେବ। ବନ୍ଧୁବାନ୍ଧବ ଦିଗରୁ ସ୍ଵାର୍ଥପ୍ରବଣତାର ଅଭିବୃଦ୍ଧି ଘଟିବା ଯୋଗେ ନାନା ବାଟରେ ଶୋଷିତ ହେବେ। ସନ୍ତାନ ପାଇଁ ଦୁର୍ଭାବନା ବଢିଯିବ। ବେଳେ ବେଳେ କୃତକର୍ମ ନିମନ୍ତେ ଅବଶୋଷ ଯୁକ୍ତ ହେବେ। ଖର୍ଚ୍ଚ ଭରଣାରେ ଅସୁବିଧା ହେବ ନାହିଁ। ଅବଶ୍ୟକ ଅର୍ଥ ହାତ ପଇଠ ହୋଇ କାମରେ ଲାଗିଯିବ। ସାଧାରଣ ଭାବରେ ଜୀବନଚର୍ଯ୍ୟା କରି ଚାଲିବେ। କୁମାରୀମାନେ କେତେବେଳେ ସୁଖ-ସମ୍ମାନ ତ କେତେବେଳେ ପୁଣି ନିନ୍ଦା ସମାଲୋଚନାର ଶିକାର ହେବାକୁ ପଡିବ। କର୍ମଜୀବିନୀମାନେ ସ୍ଥାନାନ୍ତର ବିଷୟରେ ଚିନ୍ତା କରିବା ଦ୍ୱାରା ବର୍ଷସାରା ଅସ୍ଥିରତା ଲାଗି ରହିବ।

ସ୍ଵାସ୍ଥ୍ୟ: ଚକ୍ଷୁ ଓ ଉଦରପୀଡା, ଜ୍ଵର, ଶ୍ଲେଷ୍ମା ପ୍ରକୋପ, ଶୀରବ୍ୟଥା, ରକ୍ତବିକାର ଦୁର୍ବଳତା ଭଳି ରୋଗର କବଳିତ ହୋଇ ବେଳେ ବେଳେ ଅସୁସ୍ଥ ହେବେ। ପୁରୁଣା ରୋଗର ପ୍ରକୋପରେ କଷ୍ଟ ଅନୁଭବ କରିବେ। ସତର୍କ ନ ହେଲେ ଛାତି, ଗଳା, ନାସା, ଚକ୍ଷୁ ଓ କର୍ଣ୍ଣକୁ ପ୍ରଭାବିତ କରି କରିବ। ବହୁ ସମୟରେ ଗରମ ପ୍ରୟୋଗକୁ ଯଥାସମ୍ଭବ ମାନ୍ୟତା ଦେବା ଉଚିତ୍ ହେବ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ: ଶିକ୍ଷାର୍ଥୀମାନଙ୍କ ପାଇଁ ବର୍ଷଟି ବହୁ ଦିଗରୁ ଅନୁକୂଳ ହେବ। ପରିଶ୍ରମର ସୁଫଳ ଭୋଗ କରିବେ। ନିଶ୍ଚିତ ମହତ୍ତ୍ୱାକାଂକ୍ଷାର ସାଧନ ଉପଲବ୍ଧି ଅନୁରୂପ ସମ୍ଭାବନାପ୍ରଦ। ବର୍ଷର ମଧ୍ୟ ଭାଗରେ ଜ୍ଞାନ-ଗବେଷଣା ସ୍ତରରେ କୃତକାର୍ଯ୍ୟ ହୋଇ ଯଶ ମାନ ପ୍ରତିଷ୍ଠା ପ୍ରାପ୍ତି ହେବ। ଗୁରୁକୁଳର ଆଶୀର୍ବାଦ ବହୁକ୍ଷେତ୍ରରେ ସୁରକ୍ଷା ଦେବ।

ପାରିବାରିକ: ପାରିବାରିକ କ୍ଷେତ୍ରରେ ସମାଲୋଚନାର ଶରବ୍ୟ ହେବେ ଓ କେତେକ ବ୍ୟକ୍ତିଙ୍କ ଆତ୍ମକୈନ୍ଦ୍ରିକ ସ୍ଥିତିରୁ ସେମାନଙ୍କ ସହଯୋଗ ହରାଇବାର ଆଶଙ୍କା ବି ରହିଛି। ଫଳରେ ନିରୂତ୍ସାହିତର ଅଧୀନ ହୋଇ ଅବଶୋଷ ପୀଡିତ ହେବା ସାଧାରଣ କଥା। ଆର୍ଥିକ ସମସ୍ୟା ଟିକିଏ ବଢିବ, ଯାହା ଫଳରେ ହିସାବୀଗୁଣରେ ସୀମିତ ସ୍ଥିତିକୁ ଆପଣେଇ ନେଇ ମାନ ରକ୍ଷା କରିବା ଉଚିତ ହେବ। ଏ ସବୁ ମଧ୍ୟେ ରୁଣ ବୃଦ୍ଧି ପାଇଲେ ଚକିତ ହେବାର କିଛି ନାହିଁ।

ବ୍ୟବସାୟ ଓ ଚାକିରି: ବ୍ୟବସାୟୀମାନେ ଚଳିତ କାରବାରରେ ବୁଡି ରହିବେ ଓ ଲୋଭଗ୍ରସ୍ତ ନ ହୋଇ ପରିଶ୍ରମୋଚିତ ଲାଭକୁ ମନେକରି କର୍ତ୍ତବ୍ୟ ତୁଲାଇ ଚଳିବେ। ନିମ୍ନବର୍ଗର ବ୍ୟକ୍ତି ବିଶେଷ ଅଧିକାଂଶ କ୍ଷେତ୍ରରେ ଠକିବାର ମନୋବୃତ୍ତି ଗ୍ରହଣ କରିବେ। ଯାହାଫଳରେ ବେଳେବେଳେ ଅସନ୍ତୋଷ ପ୍ରକାଶ କରି, ମଥାକୋଡି ହୋଇ ପାରନ୍ତି। ଉଚ୍ଚବର୍ଗରୁ ସମ୍ମାନ ଓ ଶ୍ରଦ୍ଧାର ସ୍ରୋତ ଛୁଟିବ। ସେବା ଭବନରେ ଆଗ୍ରହୀ ହୋଇ ଅନେକଙ୍କର କଲ୍ୟାଣ କରିବା ସୁଯୋଗ ପାଇବେ। ସେଥିପାଇଁ ଅନେକ ଦୁର୍ଭାଗ୍ୟ ମୁଣ୍ଡରେ ବହି ମଧ୍ୟ ମର୍ଯ୍ୟାଦାହାନୀର ଦୁଃସମୟଠୁ ଦୂରେଇ ରହି ପାରିବେ। ପରାଧୀନତା ବେଡିରେ ଶୃଙ୍ଖଳିତ ହୋଇ ମଧ୍ୟ ନିଜସ୍ଵ ପ୍ରତିଭା ପ୍ରଦର୍ଶନର ସୁଯୋଗ ପାଇବେ। ଉପରିସ୍ଥଙ୍କ ଶ୍ରଦ୍ଧାଭାଜନ ହୋଇ ଗୁଜୁରାଣ ମେଣ୍ଟାଇ ଚାଲିବା ମଧ୍ୟରେ ଅଧସ୍ତନମାନଙ୍କ ଈର୍ଷା ଓ ଅସହିଷ୍ଣୁତାର ଶିକାର ହେବେ। ମାଲିମୋକଦ୍ଦମା ପ୍ରତି ବିରାଗ ବଢିବ। ରାଜନୀତି କ୍ଷେତ୍ରରେ ଉତ୍ଥାନ ପତ୍ତନ ଲାଗି ରହିଲେ ବି ସାମୟିକ ଭାବେ ସ୍ଥିତି ସୁଧାରଜନକ ହେବ। କୃଷିଜୀବୀମାନେ କର୍ମଅନୁଯାଇ ଫଳପାଇ ନୂତନ ଦ୍ରବ୍ୟ କ୍ରୟ କରିବାର ସୁଯୋଗ ପାଇବେ।

ପ୍ରତିକାର: ନବଗ୍ରହଙ୍କ ପାଇଁ ପ୍ରତିକାର କରଣୀୟ। ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହଯନ୍ତ୍ର ପୂଜାକରିବା ସହ ତ୍ରିଶକ୍ତିଙ୍କ କବଚ ଧାରଣ କରିବେ। ଅନ୍ଧ, ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରି ଗୋମାତାର ସେବାକରିବା ଆବଶ୍ୟକ। କୁକୁରକୁ ଖାଦ୍ୟ ଦିଅନ୍ତୁ।

[/wptab]

[wptab name=’10 ମକର’]
ମକର ରାଶି

ବର୍ଷାରମ୍ଭରେ ରବି, ବୁଧ ଦ୍ଵାଦଶ ଭାବରେ। ଚନ୍ଦ୍ର ଜନ୍ମ ଓ ରାହୁ ଅଷ୍ଟମ ଭାବରୁ ସେପ୍ଟେମ୍ବର ଠାରୁ ସପ୍ତମ ଭାବରେ। ଶୁକ୍ର, ମଙ୍ଗଳ ଓ କେତୁ ଦ୍ଵିତୀୟ ଭାବରେ। କେତୁ ଦ୍ଵିତୀୟରୁ ସେପ୍ଟେମ୍ବର ଠାରୁଜନ୍ମ ଭାବରେ। ଗୁରୁ ନବମରୁ ସେପ୍ଟେମ୍ବର ଠାରୁ ଦଶମ ଭାବରେ। ଶନି ଏକାଦଶରୁ ଜାନୁୟାରୀ ଠାରୁ ଦ୍ଵାଦଶ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ ମକର ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ଗୁରୁଙ୍କର ଶୁଭ ସ୍ଥିତି ଯୋଗେ ଉତ୍ସାହ ଉଦ୍ଦୀପନା ଯୁକ୍ତ ହୋଇ ପାରିବାରିକ କ୍ଷେତ୍ରରେ ପ୍ରମୁଖତା ଗ୍ରହଣ କରିବେ। ବସ୍ତ୍ରାଳଙ୍କାର ବା ଉପଢୌକନର ବିଳାସ-ପ୍ରଚୁର୍ଜ୍ୟ ମିଳିଯିବ। ଶୁଭକାର୍ଯ୍ୟର ପଦଧ୍ଵନି ଶୁଣିବାକୁ ପାଇବେ। ଅତି ସାଧାରଣ ଜୀବନଯାପନ କରି ପରିବାର,ବନ୍ଧୁ-କୁଟୁମ୍ବରେ ବେଶ୍ ପ୍ରଶଂସିତ ହେବେ। କର୍ମଜୀବିନୀମାନେ କଠିନ ପରିଶ୍ରମ ମଧ୍ୟରେ ଯଶମାନର ଅଧିକାରି ହେବେ। ଅଧିକ ଆଶାବାଦୀ ଓ କଳ୍ପନାବିଳସୀ ହେଲେ ମଧ୍ୟ ଉଦାର, ପରୋପକାର କରି ପ୍ରଶଂସା ପାଇବେ। ଭଦ୍ର, ଶୃଙ୍ଖଳିତ, ବିଶ୍ଵସ୍ତ, ଆଦର୍ଶବାଦି ରୂପେ ବହୁ ଜନପ୍ରିୟ, ବନ୍ଧୁପ୍ରିୟ ହେବେ। ରୂପରେ ଯେମିତି ଗୁଣରେ ମଧ୍ୟ ତତୋଧିକ ଯୁବତୀ ସହ ବିବାହ ସଂମ୍ପନ୍ନ ହେବ। ନିମ୍ନବର୍ଗଙ୍କୁ ଆୟତ୍ତ କରି ପତିଆରା ଦର୍ଶାଇ ପାରିବେ। ଉଚ୍ଚ ଭାବମୂର୍ତ୍ତି ମଳିନ ପଡିବ ନାହିଁ। କର୍ମକ୍ଷେତ୍ରରେ ପଦୋନ୍ନତିର, ରାଜନୈତିକ କ୍ଷେତ୍ରରେ ପଦବୀ ଲାଭ ଓ ନୂତନ ଗୃହନିର୍ମାଣ ଯୋଗ ଆଦି ରହିଛି। ସନ୍ତାନ ସନ୍ତତିଙ୍କ ମାନଙ୍କପାଇଁ ବର୍ଷ ଫଳ ଉତ୍ତମ ଅଟେ। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ସେପ୍ଟେମ୍ବର ମାସ ଠାରୁ ଘରଠୁ ବାହାରେ ଅଧିକାଂଶ ସମୟ ବିତାଇବେ, ଅଥବା ଘରେ ଥାଇ ନଥିବା ଭଳି ଗୁରୁତ୍ଵହୀନ ସ୍ଥିତିର କବଳିତ ହେବେ। ଅନେକ ସମ୍ପର୍କ ହ୍ରାସ ପାଇବ। ଅନେକ ଈର୍ଷାକାତରତାରେ କିମ୍ବା ସ୍ଵାର୍ଥ ସିଦ୍ଧି ନ ହେବା ଆଶଙ୍କ।ରେ ମଧ୍ୟ ଛାଏଁ ଦୂରେଇଯିବେ। କ୍ଲାନ୍ତ-ଶ୍ରାନ୍ତ-ଅସୁସ୍ଥ ହେଲେବି କଠିନ ପରିଶ୍ରମ ଯନ୍ତାରୁ ମୁକୁଳି ହେବନି କି ଅଏସ୍-ଆରାମର ସ୍ଵାଦ ଚାଖି ହେବ ନାହିଁ। ମୁଣ୍ଡ ଉପରେ ଗୁରୁ ଦାୟିତ୍ଵର ବୋଝ ଭାରି ହୋଇ ଯିବ। ବହୁ କ୍ଷେତ୍ରରେ ଅପ୍ରିୟତା ଏବଂ ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ କ୍ଷତିଗ୍ରସ୍ତ କରାଇବ ଓ ଭ୍ରାତୃ ବିବାଦର ଆଶଙ୍କା ରହିଛି। ଅତି ନିକଟର ବନ୍ଧୁବାନ୍ଧବଙ୍କସହ ପ୍ରିୟତା ସୃଷ୍ଟି। ମାତୃପୀଡା ଯୋଗ ରହିଛି। ଆଗାମୀ ଯୋଜନା ପାଇଁ ପ୍ରସ୍ତୁତ ହେବେ। ଜୁନ ଜୁଲାଇ ଏଇ ଦୁଇମାସରେ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଓ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ।

ମହିଳା ମାନଙ୍କ ପାଇଁ: ଗୃହିଣୀମାନଙ୍କ ପାଇଁ ବର୍ଷଟି ଶୁଭଦାୟକ ହେବ। ମନୋବଳ ଏକାଠି କରି ନିଜର ପ୍ରତିଷ୍ଠା ରକ୍ଷାର ପ୍ରଚେଷ୍ଟା ଜାରି ରଖିବେ। ଶରୀର ସୁସ୍ଥ ରହିବ ପୁରୁଣା ରୋଗର ପ୍ରକୋପରୁ ତ୍ରାହିପାଇବେ। ବାରମ୍ବାର ଯାତ୍ରାର ଶିକାର ହୋଇ ଅବ୍ୟବସ୍ଥିତ ଜୀବନଚର୍ଯ୍ୟାର ଅଧୀନ ହେବେ। କୁମାରୀ ବା ଯୁବତୀମାନେ ପରିବାର ତରଫରୁ ଉପେକ୍ଷିତ ହେଲେ ସୁଦ୍ଧା ପାରିବାରିକ କ୍ଷେତ୍ରକୁ ସଜାଡିବାରେ ନିଷ୍ଠା ରଖିବେ। ପ୍ରେମସମ୍ବନ୍ଧ ବିବାହର ରୂପ ନେବ। କର୍ମଜୀବିମାନେ ବିଳାଶ ବ୍ୟେଶନ ଉପରେ ଗୁରୁତ୍ଵ ଦେଇ ସଂସାର ଚକ୍ରରେ ଘୁରି ବୁଲିବେ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ: ଶିକ୍ଷାର୍ଥୀମାନଙ୍କ ପାଇଁ ବର୍ଷଫଳ ଅତ୍ୟନ୍ତ ଶୁଭ ଦାଯକ। ସମସ୍ତ ପ୍ରକାର ବାଧାବିଘ୍ନକୁ ଆଡେଇଦେଇ ଅଶାକରୁଥିବା ନମ୍ବରପାଇ ଉଚ୍ଚବିଦ୍ୟା ଅଧ୍ୟୟନର ସୁବିଧା ସୁଯୋଗ ପାଇ ଖୁସି ହେବେ। ଲକ୍ଷ୍ୟସ୍ଥାନ ପ୍ରାପ୍ତ ହେବାରେ ସହଜ ହେବ। ସତର୍କ ଚାଲିଚଳନ ଓ ସଙ୍ଗତ ବାକ୍ୟାଳପ ଶ୍ରେଷ୍ଠ ସ୍ଥାନ ପ୍ରଦାନ କରିବ।

ସ୍ଵାସ୍ଥ୍ୟ: ଦେହ ବର୍ଷସାରା ପ୍ରାୟ ଭଲ ରହିବ। କାନ୍ଧ ଓ ହାତରେ ସାମାନ୍ୟ ଧରଣର ପୀଡା କଷ୍ଟ ଅନୁଭବ କରିବେ। କ୍ଳାନ୍ତି ଓ ଅବସନ୍ନତା କାରଣରୁ, ସାମୟିକ ଚକ୍ଷୁ- ଦାନ୍ତ- ଛାତିରେ ପୀଡା ଓ ଜ୍ଵରାଦିର ଉପସର୍ଗ ଘଟିବ। ଯଦିଚ ଆତ୍ମଶକ୍ତି କେନ୍ଦ୍ରିତ କରି ସେ ସବୁକୁ ଆତିକ୍ରମ କରିବାକୁ ପଡିବ। ବର୍ଷାରମ୍ଭରେ ସ୍ଵାସ୍ଥ୍ୟହାନିର ଆଶଙ୍କା ରହିଛି। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଭଲ ରହିବ। ମାତୃପୀଡା ଯୋଗ ରହିଛି।

ପାରିବାରିକ: ପାରିବାରିକ ଜୀବନ ସୁଖରେ କାଟିବେ ଅତି ନିକଟତର ବନ୍ଧୁବାନ୍ଧବଙ୍କସହ ପ୍ରିୟତା ସୃଷ୍ଟି ହେବ ଫଳରେ ଭ୍ରାତୃ ବିରୁଦ୍ଧ କାରଣ ନେଇ ଦୁଶ୍ଚିନ୍ତାରେ ପଡିବେ। ସନ୍ତାନ ସନ୍ତତି ମାନଙ୍କପାଇଁ ବର୍ଷ ଫଳ ଉତ୍ତମ ଅଟେ। ପାରିବାରିକ କ୍ଷେତ୍ରରେ ଶାନ୍ତି ସୃଷ୍ଟି ହେଇ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରିବା ମଧ୍ୟରେ ଅତୀବ କଠିନ କାର୍ଯକୁ ସହଜ ସରଳରେ ସମାଧାନ କରିପାରିବେ। କର୍ମର ଜଞ୍ଜାଳରେ ବାନ୍ଧି ହୋଇ ସମୟର ଭୀଷଣ ଆଭାବ ପରିଲକ୍ଷିତ ହେବ। ପୂର୍ବରୁ ଥିବା ଭୁଲ ବୁଝାମଣା କଟିଯାଇ ମାନସମ୍ମାନ ବୃଦ୍ଧିହେବ। ନିମ୍ନବର୍ଗୀୟଙ୍କ ମେଳରେ ଉଚ୍ଚ ମନୋବୃତ୍ତିର ଶିକାର ହୋଇ ବହୁ ହିତୈଷୀଙ୍କ ସହାନୁଭୂତି ପାଇବେ। ଗତାନୁଗତିକ ଅର୍ଥୋପାର୍ଜନରେ କିଛି ବିଶ୍ରୂଙ୍ଖଳା ଘଟିବାର ନାହିଁ। କିନ୍ତୁ ଆବଶ୍ୟକତାରୁ ଅଧିକ ପ୍ରାପ୍ତିର ଆସକ୍ତି କାରଣରୁ ଆଦର୍ଶ ଓ ନୀତି ବହିର୍ଭୂତ ହେବା ସମ୍ଭବ।

ବ୍ୟବସାୟ ଓ ଚାକିରି: ଆଗାମୀ ଯୋଜନା ପାଇଁ ପ୍ରସ୍ତୁତ ହେବେ ଓ ଯଥେଷ୍ଟ ଆର୍ଥିକ ଉନ୍ନତି ଘଟିବ ଏବଂ କର୍ମକ୍ଷେତ୍ରରେ ଶୁଭ ଫଳ ପାଇବେ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ, କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ଚାକିରିରେ ପଦୋନ୍ନତିସହ ଆର୍ଥଲାଭ ଓ ସ୍ଥାନାନ୍ତର ନହୋଇ ଥିଲେ, ବର୍ଷର ଆରମ୍ଭରେ ଉତ୍ତମ ସ୍ଥାନରେ ଅବସ୍ଥାପିତ ହେବେ। ନିଜର ପ୍ରତିଷ୍ଠା ଓ ସୁନାମ ବଢିବ ଆୟ ମଧ୍ୟ ଉତ୍ତମ ହେବ। ଚାଷରେ ସବୁବେଳେ ଆଗେଇ ରହିବେ। ଯେ କୌଣସି କାର୍ଯ୍ୟ ବାଧା ବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ। ଯେକୌଣସି ନୂତନ ପ୍ରକାର ବ୍ୟବସାୟ କିମ୍ବା ଅଭିବୃଦ୍ଧି ଯୋଜନା ଲାଭଦାୟକ ହେବ। ଏପରିକି ନୂତନ ବ୍ୟାପାର କ୍ଷେତ୍ରରେ ଅର୍ଥ ଓ ଶ୍ରମ ଲଗାଣ କଲେ, ତାହା ଭରପୁର ଲାଭ ଦେବ। ପୁରୁଣା ବା ଗତାନୁଗତିକ କାରବାର ଦିଗରୁ ବିଶେଷ ଚିନ୍ତାର କାରଣ ନାହିଁ। ସେଥିପାଇଁ ଅଧିକ ପରିଶ୍ରମ ଅନାବଶ୍ୟକ। କେବଳ ଜଗିରଖି ସ୍ଥିତି ସହ ହାତମିଳାଇ ପାରିଲେ, ସ୍ଵାଭାବିକ ଗତିରେ ବ୍ୟବସାୟ ଚଳାଇ ଆଶାତୀତ ଲାଭ କରି ହେବ। ନିଜ ଲୋକ କେହି ବିଭ୍ରାଟ କରି ପାରନ୍ତି କିମ୍ବା ସମସ୍ୟା ସୃଷ୍ଟି କରି ଅସ୍ଥିରତାକୁ ଡାକି ଆଣିପାରନ୍ତି। ରାଜନୀତି କ୍ଷେତ୍ରରେ ବହୁ ପ୍ରକାର ମାୟା ସୃଷ୍ଟି ହେବ ଓ ଜନସଂପର୍କ ସୀମିତ ହୋଇଯିବ। କୃଷିଜୀବୀମାନେ ସୁଖ-ଦୁଃଖରେ ସାଧାରଣ ଜୀବନଯାପନ କରିବାର ସୁଯୋଗ ପାଇବେ।

ପ୍ରତିକାର: ରାହୁ, କେତୁ ଓ ଶନିଙ୍କ ପାଇଁ ପ୍ରତିକାର କରଣୀୟ। ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ବଗଳାମୁଖୀ ଯନ୍ତ୍ର ପୂଜାକରିବା ସହ ମହାକାଳୀଙ୍କ କବଚ ଧାରଣ କରିବେ। ଅନ୍ଧ, ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରିବେ। ଗୋମାତାର ସେବାକରିବା ଆବଶ୍ୟକ। କୁକୁରକୁ ଖାଦ୍ୟ ଦିଅନ୍ତୁ।

[/wptab]

[wptab name=’11 କୁମ୍ଭ’]
କୁମ୍ଭ ରାଶି

ବର୍ଷାରମ୍ଭରେ ରବି, ବୁଧ ଏକାଦଶ ଭାବରେ। ଚନ୍ଦ୍ର ବ୍ୟୟ ଭାବରେ ଓ ରାହୁ ସପ୍ତମ ଭାବରୁ ସେପ୍ଟେମ୍ବର ଠାରୁ ଷଷ୍ଠ ଭାବରେ। ଶୁକ୍ର, ମଙ୍ଗଳ ଓ କେତୁ ଜନ୍ମ ଭାବରେ। କେତୁ ଜନ୍ମ ରୁ ସେପ୍ଟେମ୍ବର ଠାରୁ ଦ୍ଵାଦଶ ଭାବରେ। ଗୁରୁ ଅଷ୍ଟମରୁ ସେପ୍ଟେମ୍ବର ଠାରୁ ନବମ ଭାବରେ। ଶନି ଦଶମରୁ ଜାନୁୟାରୀ ଠାରୁ ଏକାଦଶ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ କୁମ୍ଭ ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ଗ୍ରହଙ୍କ ଗୋଚର ସ୍ଥିତ୍ୟାନୁଯାଇ ଅତ୍ୟନ୍ତ ଶୁଭଫଳଦାୟୀ ହେବ। ବର୍ଷ ଶେଷ ଆଡକୁ ଗୋଚର ଚଳନରେ ପରିବର୍ତ୍ତିତ ସ୍ଥିତି ପ୍ରାପ୍ତି ହେଲେ ବିଶେଷ ଶୁଭ ପ୍ରଭାବକ ହୋଇ ପାରିବ। ସ୍ଵଳ୍ପକାଳିନ ଗ୍ରହମାନଙ୍କ ଗୋଚର ସ୍ଥିତ୍ୟାଦି ଯୋଗ କରି ବିଚାର କଲେ, ଇଂରାଜୀ ନବବର୍ଷଟି ସମ୍ପୂର୍ଣ ଅଶୁଭ ଫଳରୁ ବଞ୍ଚିତ କରି ରଖିବ। ଯଦିଓ ମଧ୍ୟେ ମଧ୍ୟେ ସାମାନ୍ୟ ଅଶୁଭ ଫଳ ଅନୁଭୂତ ହେବା ଫଳରେ ମନୋବଳ ଭାଙ୍ଗି ଯିବାର ସମ୍ଭାବନା ନାହିଁ। ଶୁଭଫଳ ଗୁଡିକ ହେଲା– ଆଶାବାଦିତା, ମାନସିକ ଦୃଢତା, ଧନାଗମ, ଅଭାବ-ଅନାଟନରୁ ମୁକ୍ତିଲାଭ, ଧର୍ମପ୍ରାଣତା ଓ କର୍ତ୍ତବ୍ୟ ସଚେତନତାରୁ ଭାବମୂର୍ତ୍ତି ବୃଦ୍ଧି ତଥା ପ୍ରତିଷ୍ଠା ସୁରକ୍ଷା ରହିବ। ଆୟ ଉତ୍ତମ ହେବ। ଶତ୍ରୁଜୟ ବା ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିଷ୍ଠା ମିଳିବ ଓ ନେତୃତ୍ଵ ଲାଭ ଯୋଗ ରହିଛି। ପରିବାରରେ ମଙ୍ଗୋଳତ୍ସବ, ବନ୍ଧୁଲାଭ ଓ ସୁଖଲାଭ ଓ ସୁଖ ସମ୍ମାନଦାୟକ ହେବ। କେତେକ ନିନ୍ଦନୀୟ କାର୍ଯ୍ୟରେ ସମ୍ପୃକ୍ତ ହେବେ। ଅତି ଶୁଭ ସମୟ ସେପ୍ଟେମ୍ବର ଠାରୁ ୨୦୧୭ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ। ଏହି ସମୟରେ କର୍ମ ସଂସ୍ଥାନପ୍ରାପ୍ତି, ଅର୍ଥଲାଭ, ପାରିବାରିକ ଉନ୍ନତି ଓ ବିବାହୋତ୍ସବ ହୋଇଯିବ।

ମହିଳା ମାନଙ୍କ ପାଇଁ: ବର୍ଷ ଫଳ ଅତି ଉତ୍ତମ। ସ୍ଵାମୀ ସୋହାଗିନୀ ହେବା ସଙ୍ଗେସଙ୍ଗେ ଉତ୍ତମ ଗୃହିଣୀ ଭାବରେ ସ୍ଵନାମ ଅର୍ଜନ କରିବେ। ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବେ। ଗୃହିଣୀ ମାନଙ୍କ ହାତପାଣ୍ଠି ବୃଦ୍ଧି ପାଇବ। ନଭେମ୍ବର ମାସରେ ଆତ୍ମୀୟ ସ୍ଵଜନଙ୍କର ବିୟୋଗ ଘଟିବ। ସର୍ଦ୍ଦି ପୀଡା, ଭ୍ରମଣଜନିତ କଷ୍ଟ ଓ ଜ୍ଵରାଦି ରୋଗରେ ପୀଡା କଷ୍ଟ ଭୋଗିବେ। ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବ, ଆନନ୍ଦ ଉତ୍ସାହ ବୃଦ୍ଧି ଘଟି ଆୟ ଉତ୍ତମ ହେବ। ବ୍ୟୟ ହ୍ରାସ ପାଇବ। ଅକ୍ଟୋବର ଠାରୁ ଜହୁୟାରି ୧୫ ତାରିଖ ମଧ୍ୟରେ ଏକ ସଙ୍ଗେ ପ୍ରଚୁର ଅର୍ଥଲାଭ ହେବ ଓ କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି।

ସ୍ଵାସ୍ଥ୍ୟ: ଥଣ୍ଡା ଦୋଷର ବିଭିନ୍ନ ଉପସର୍ଗ ଓ ପେଟ ରୋଗର ପ୍ରୋକୋପ ଏକାଠି ହୋଇ ମୁଖପୀଡା, ମୁଣ୍ଡବ୍ୟଥା ଓ ଅବସନ୍ନତା ସାଙ୍ଗକୁ ସ୍ଥଳ-ବିଶେଷରେ ଉଦର ତଥା ହୃତ୍ପିଡା ବୃଦ୍ଧି କରାଇବ। ଏସବୁ କ୍ଲେଶ ସେପରି ସାଂଘାତିକ ନହେଲେ ବି ବ୍ୟୟ ବହୁଳତାର କାରଣ ହେବ। ଏଥିପାଇଁ କର୍ମଶକ୍ତି ହ୍ରାସ ପାଇବ ଓ ମାନସିକ ସ୍ତରରେ ଉଦାସଭାବ ଲାଗି ରହିବ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ: ଅଧ୍ୟୟନ ପଟ୍ଟୁତାକୁ ତ୍ୱରାନ୍ୱିତ କରି ଶେଷବର୍ଷର ର୍ଛାତ୍ରଛାତ୍ରୀ ମାନେ କଠୋର ପରିଶ୍ରମ କରି ଉତ୍ତୀର୍ଣ୍ଣ ହେବେ। ଫେଲ ହୋଇଥିବା ଛାତ୍ରଛାତ୍ରୀମାନଅଙ୍କ ପାଇଁ ଶୁଭ ସମୟ ଆସିଯାଇଛି ଯେଉଁ କ୍ଷେତ୍ରରେ ବିଳମ୍ବ ବା ବାଧା ପ୍ରତିରୋଧ, ଅସମ୍ମାନ ଦେଖା ଦେଉଥିଲା ତାହା ଦୂରେଇ ଜୀବ। ସୁଖୋପଲବ୍ଧି, ଆଶାର ପଦ୍ମ ନିକଟତର ହେବା ଫଳରେ ପ୍ରଶଂସା ପାଇ କର୍ମମୁଖର ରହିବେ। ଉଚ୍ଚଶିକ୍ଷା ପାଇଁ ବିଦେଶ ଯାତ୍ରାର ସୁଯୋଗ ପାଇବେ। କୌଣସି ଦିଗରୁ ଆଶା-ଆଶ୍ଵାସନାର ଆଲୋକ ଦେଖି ଅଧ୍ୟବସାୟ ବୃଦ୍ଧି କରି ପାରିବେ।

ପାରିବାରିକ: ପାରିବାରିକ ସମ୍ପର୍କର ଡୋରକୁ ଖୋଲାକରି ଚଳିବେ। ଆଶା-ଆଶ୍ଵାସନା ଜନିତ କଳ୍ପନା-ଜଳ୍ପନା ମଧ୍ୟରେ ଶୁଭକର୍ଜ୍ୟ ପୂରଣ ହେବ। ବାସ ସ୍ଥାନର ସଂସ୍କାର କରିବେ। ଉଚ୍ଚମାନ୍ୟତା ସତ୍ତ୍ୱେ ନମ୍ରତା ଓ ସଦାଚାରରେ ରହିବେ। ଆର୍ଥିକ ଦିଗରୁ ସମସ୍ୟା କିଛି ନାହିଁ। ଭବିଷ୍ୟତ ଗଠନ ଯୋଜନାକୁ ତୁରନ୍ତ ଫଳପ୍ରସୂ କରିବାରେ ମନଭାବ ସୃଷ୍ଟି ହେବ।

ବ୍ୟବସାୟ ଓ ଚାକିରି: ବ୍ୟବସାୟୀମାନଙ୍କ ପାଇଁ ବର୍ଷ ଫଳ ଅତ୍ୟନ୍ତ ଉତ୍ତମ। ଗତାନୁଗତିକ ରୀତିରେ କାରବାର ଚଳାଇ ଚାଲିବେ। ନୂତନ ବ୍ୟବସାୟ ଆରମ୍ଭ ଓ ବ୍ୟବସାୟର ପ୍ରଚାର ପ୍ରସାର ଫଳରେ ପ୍ରବଳ ମାତ୍ରାରେ ଲାଭବାନ ହେବେ। ଦୂର ସମ୍ପର୍କ ଅଧିକରୁ ଅଧିକ ନିବିଡ ହେବ। ଶ୍ରମିକ ଓ କର୍ମଚାରିମାନେ କର୍ତ୍ତବ୍ୟନିଷ୍ଠା ଉପସ୍ଥାପନ କରିବାରେ ବାଧା କିଛି ନାହିଁ। ସେମାନଙ୍କ ଉପରେ ସ୍ଵାଭାବିକ ଭରସା ଓ ବିଶ୍ଵାସ ରଖିହେବ। ସେମାନେ ମଧ୍ୟ ସୁଖ-ଦୁଃଖର ସାଥୀ ସାବିତ ହେବେ। ଏହା ସତ୍ତ୍ୱେ ସ୍ଥାନ ବିଶେଷରେ ବହୁ ଆଡମ୍ବରରେ ଲଘୁ କ୍ରିୟା ସୃଷ୍ଟି ହେବ। ଲୋକ ଦେଖାଣିଆ ମନୋବୃତ୍ତି ତ୍ୟାଗ କରି ଚଳିତ ପରମ୍ପରାକୁ ଆଗେଇ ନେବା ଉଚିତ ହେବ। ସାମାଜିକ ଓ ଆର୍ଥିକ ଦୃଷ୍ଟିକୋଣରୁ ଅବିଚଳିତ ରହିଲେ ମଧ୍ୟ କର୍ମ ବା ଦାୟିତ୍ଵ ପରିବର୍ତ୍ତନର ଅଧୀନ ହେବେ। ଉପରିସ୍ଥଙ୍କ ନିର୍ଲିପ୍ତଭାବ ବା ଅନାସକ୍ତ ଚାଲିଚଳନ ବଳବତ୍ତର ରହିବ। ସହକର୍ମୀ କେହି ଈର୍ଷାକାତର ହେବେ। କିନ୍ତୁ ଅଧସ୍ତନ ମାନଙ୍କଠାରୁ ସେବା ଓ ସହୃଦୟତା ଉପଲବ୍ଧ ହେବ। ମାଲିମୋକଦ୍ଦମା ଓ ରାଜନୀତି କ୍ଷେତ୍ରରେ ବିଜୟର ସାଫଲ୍ୟ ମୁକୁଟ ନିଶ୍ଚିତ ପିନ୍ଧିବେ। କୃଷିଜୀବୀମାନଙ୍କର ଆମଦାନୀ ବୃଦ୍ଧିହେବା ସ୍ଵାଭାବିକ। ମାଲିକାନା ବୃଦ୍ଧି ପ୍ରତି ଆସକ୍ତି ବଢିବ।

ପ୍ରତିକାର: ରାହୁ, କେତୁ, ଗୁରୁ ଓ ମଙ୍ଗଳଙ୍କ ପାଇଁ ପ୍ରତିକାର କରଣୀୟ। ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ବଗଳାମୁଖୀ ଯନ୍ତ୍ର ପୂଜାକରିବା ସହ ତ୍ରିଶକ୍ତି କବଚ ଧାରଣ କରିବେ। ଅନ୍ଧ, ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ। ଗୋମାତାର ସେବାକରିବା ଆବଶ୍ୟକ। କୁକୁରକୁ ଖାଦ୍ୟ ଦିଅନ୍ତୁ। ଏହି ପ୍ରତିକାର କାଲେ ଇଲେକ୍ସନରେ ନିଶ୍ଚୟ ବିଜୟୀହେବେ।

[/wptab]

[wptab name=’12 ମୀନ’]
ମୀନ ରାଶି

ବର୍ଷାରମ୍ଭରେ ରବି, ବୁଧ ଦଶମ ଭାବରେ। ଚନ୍ଦ୍ର ଏକାଦଶ ଭାବରେ ଓ ରାହୁ ଷଷ୍ଠ ଭାବରୁ ସେପ୍ଟେମ୍ବର ଠାରୁ ପଞ୍ଚମ ଭାବରେ। ଶୁକ୍ର, ମଙ୍ଗଳ ଓ କେତୁ ବ୍ୟୟ ଭାବରେ। କେତୁ ବ୍ୟୟ ରୁ ସେପ୍ଟେମ୍ବର ଠାରୁ ଏକାଦଶ ଭାବରେ। ଗୁରୁ ସପ୍ତମରୁ ସେପ୍ଟେମ୍ବର ଠାରୁ ଅଷ୍ଟମ ଭାବରେ। ଶନି ନବମରୁ ଜାନୁୟାରୀ ଠାରୁ ଦଶମ ଭାବରେ ଅବସ୍ଥାନ କରିବେ।

ବାର୍ଷିକ ରାଶିଫଳ ମୀନ ୨୦୧୭

ବାର୍ଷିକ ଶୁଭାଶୁଭ ଫଳ: ଗ୍ରହମାନଙ୍କ ଗୋଚର ସ୍ଥିତ୍ୟାନୁଯାଇ ଅନୁକୂଳ ଫଳପ୍ରଦ ହେବା ବେଳେ, ଗୋଚର ଚଳନ ସତ୍ତ୍ୱେ ସାରାବର୍ଷ ଗୁରୁ ଓ ରାହୁଙ୍କ ଶୁଭ ପ୍ରଭାବ ଅନୁଭୂତ ହେବ। ଏଥି ସହିତ ଅନ୍ୟାନ୍ୟ ସ୍ଵଳ୍ପକାଳୀନ ଗ୍ରହଗୁଡିକର ଗୋଚର ସ୍ଥିତ୍ୟାଦିକୁ ମିଶାଇ ବିଚାର କଲେ ପାରିବାରିକ ସୁଖ-ସଂପନ୍ନତା, ସାମାଜିକ କ୍ଷେତ୍ରରେ ପତିଆରା ବୃଦ୍ଧି ପାଇବ। ଯାନବାହନ ଓ ବିଳାସ ବ୍ୟଶନ ଦିଗରୁ ବି ଉପକୃତ ହେବେ। ବଚନ କୁଶଳତା ଯୋଗେ ଆଦୃତି ଓ ପ୍ରତିଷ୍ଠା ବଢିବ। ଧନ-ସମ୍ପଦ ଦୃଷ୍ଟିରୁ କ୍ଷତି ଘଟିବାର ମଧ୍ୟ ଆଶଙ୍କା ନାହିଁ। ପ୍ରତ୍ୟକ୍ଷ ଶତ୍ରୁପୀଡା ରହିବ ନାହିଁ। ବୁଦ୍ଧି ବିବେକ କଳ କୌଶଳରେ ଲକ୍ଷ୍ୟ ସିଦ୍ଧି ସମ୍ଭବ ହେବ। ଆୟ ଉତ୍ତମ ହେବ, ଶତ୍ରୁଜୟ ବା ବିବାଦୀୟ କାର୍ଯ୍ୟରେ ଜୟଯୁକ୍ତ ହେବେ। ପ୍ରତିଷ୍ଠା ମିଳିବ ଓ ନେତୃତ୍ଵ ଲାଭ ଯୋଗ ରହିଛି। ପରିବାରରେ ମଙ୍ଗୋଳତ୍ସବ, ବନ୍ଧୁଲାଭ ଓ ସୁଖଲାଭ ଓ ସୁଖ ସମ୍ମାନଦାୟକ ହେବ। ଅତି ଶୁଭ ସମୟ ହେଲା ମଇମାସ ପହିଲାରୁ ଜୁନ ୧୫ ତାରିଖ ଏହି ସମୟରେ କର୍ମ ସଂସ୍ଥାନ, ଅର୍ଥଲାଭ, ପାରିବାରିକ ଉନ୍ନତି ଓ ବିବାହୋତ୍ସବ କରାଇବ।

ମହିଳା ମାନଙ୍କ ପାଇଁ: ଗୃହିଣୀ ତଥା ମହିଳାମାନେ ସର୍ବଦା ସନ୍ତୁଷ୍ଟା ହେବେ। ପାରିବାରିକ ଜୀବନରେ ଅବହେଳା ଓ ସ୍ଵେଛାଚାରୀତା ଦେଖାଦେବ। ବୈଷୟିକ ଶିକ୍ଷାନୁଷ୍ଠାନରେ ଯୋଗଦେଇ ପାରନ୍ତି। କୁମାରୀମାନେ ବର୍ଷଟି ସୁଖ ଶାନ୍ତିରେ କାଟିବେ। ମାଙ୍ଗଳିକ ଊତ୍ସବ ସୁରୁଖୁରୁରେ ସମ୍ପନ୍ନ ହେବ। ବର୍ଷର ଶେଷ ଦୁଇମାସ ନିରର୍ଥକ ସାବିତ ହେଲେ ବି ବାକି ସମୟରେ ସାର୍ଥକତା ଆସିବ। ସ୍ଥଳ ବିଶେଷେ ଭବିଷ୍ୟତ ସ୍ଵପ୍ନକୁ ସାକାର କରିବା ନିମନ୍ତେ ଆଶିର୍ବାଦଯୁକ୍ତା ହେବେ। ଆଦୃତି ଓ ପ୍ରତିଷ୍ଠା ବୃଦ୍ଧି ପାଇବ। ଗୋଷ୍ଠୀସ୍ଵାର୍ଥକୁ ବ୍ୟକ୍ତିଗତ ଅଧିକ ମଣି ମହାନତା ଦର୍ଶାଇବେ। କର୍ମଜୀବୀମାନେ ନିଜ କ୍ଷେତ୍ରରେ ଅଧ୍ୟବସାୟର ସୁଫଳ ପାଇ ଖୁସିହେବେ। ସ୍ଵାମୀ ସୋହାଗିନୀ ହେବା ସଙ୍ଗେସଙ୍ଗେ ଉତ୍ତମ ଗୃହିଣୀ ଭାବରେ ସ୍ଵନାମ ଅର୍ଜନ କରିବେ। ବନ୍ଧୁମିଳନ ତୀର୍ଥ ଭ୍ରମଣ ଓ ସଂସ୍କୃତିକ ତଥା ସାମାଜିକ କାର୍ଯ୍ୟରେ ଭାଗନେବା ଯୋଗ ରହିଛି।

ସ୍ଵାସ୍ଥ୍ୟ: ଷଷ୍ଠ ରାହୁ ହାଡସମ୍ବନ୍ଧୀୟରୋଗ,ଗ୍ୟାସ ସମ୍ବନ୍ଧୀୟରୋଗ,ଦୁର୍ଘଟଣା ଜନିତ ପୀଡା ଦୈହିକ ଦୁର୍ବଳତାରେ ମନୋବିକାର,ମଧୁମେହ, ରକ୍ତଚାପର ପ୍ରକୋପ ଓ ଅବସନ୍ନତା ବଢିଯିବ। ସତର୍କ ନ ହେଲେ ପୁରୁଣା ରୋଗ ମଧ୍ୟ ଦେଖାଦେବ। ମନୋବଳକୁ ଦୃଢ କରି ନିଜର ସ୍ଥିତିରେ ଆଶାବାଦୀ ହୋଇ ସନ୍ତୁଷ୍ଟ ରହିପାରିଲେ ନିଜର କର୍ମ କ୍ଷେତ୍ରରେ ତିଷ୍ଠି ପାରିବେ ଏବଂ ଲକ୍ଷ୍ୟ ହାସଲ ଦିଗରେ କ୍ଷିପ୍ର ଗତିରେ ଆଗେଇ ଚାଲିବେ । ଦେହ ପ୍ରାୟ ଭଲ ରହିବ। କଲିକ ରୋଗୀମାନେ ତଥା ବହୁମୂତ୍ର ରୋଗୀ ମାନେ ବଡ ଯନ୍ତ୍ରଣା ଭୋଗ କରିବେ।

ଛାତ୍ର ଛାତ୍ରୀ ମାନଙ୍କ ପାଇଁ: ଶିକ୍ଷାର୍ଥୀମାନଙ୍କ ପାଇଁ ବର୍ଷ ଫଳ ବେଶ ଉତ୍ତମ। ପଢାପଢିରେ ଅଗ୍ରଗତି ଘଟିବ। ବିଭିନ୍ନ ସ୍ଥାନ ଭ୍ରମଣ ଯୋଗ ରହିଛି। ପ୍ରତିଯୋଗିତାରେ ଜୟଯୁକ୍ତ ହେବେ। ଶେଷବର୍ଷର ର୍ଛାତ୍ରଛାତ୍ରୀ ମାନେ କଠୋର ପରିଶ୍ରମ କରି ଉତ୍ତୀର୍ଣ୍ଣ ହେବେ। ଫେଲ ହୋଇଥିବା ଛାତ୍ରଛାତ୍ରୀମାନଅଙ୍କ ପାଇଁ ଶୁଭ ସମୟ ଆସିଯାଇଛି। ଶିକ୍ଷାର୍ଥୀମାନେ ବହୁ ଦିଗରୁ ସୁବିଧା ସୁଯୋଗ ପାଇ ସମସ୍ତ ପ୍ରକାର ବାଧାବିଘ୍ନକୁ ଆଡେଇ ଦେଇ ଗତି କରିବା ସତ୍ତ୍ୱେ ସ୍ଵାଭିମାନ ଓ ଉଚ୍ଚାକାଂକ୍ଷା ବଳବତ୍ତର ରହିବ। ସମୟର ସ୍ରୋତରେ ବର୍ଷର ଆରମ୍ଭ ଭାଗରୁ ଏହି ପ୍ରକାର ସ୍ଥିତି କ୍ରମଶଃ ଆଖିଦୃଶିଆ ହୋଇପାରିବ।

ପାରିବାରିକ: ପାରିବାରିକ ଜୀବନରେ ପ୍ରୀତିଲାଭ, ବନ୍ଧୁମିଳନ, ବିବହୋତ୍ସବ, ଆନନ୍ଦ ଉତ୍ସାହ ବୃଦ୍ଧି ଯୋଗ। ଆୟ ଉତ୍ତମ ଓ ବ୍ୟୟ ହ୍ରାସ ପାଇବ। ଦାମ୍ପତ୍ୟ ଜୀବନ ସୁଖରେ କଟିବ, କୌଣସି ଅଭାବ ରହିବ ନାହିଁ। ସନ୍ତାନ ସନ୍ତତିଙ୍କର ଉନ୍ନତିରେ ଆନନ୍ଦ ଅନୁଭବ କରିବେ। କେତେବେଳେ ଅର୍ଥାଭାବ ରହିବ ନାହିଁ। ବିଭିନ୍ନ ସୂତ୍ରରୁ ଆୟର ଯୋଗ ଏକ ସଙ୍ଗେ ପ୍ରଚୁର ଅର୍ଥଲାଭ ଯୋଗ ରହିଛି। କୌଣସି ବ୍ୟାଙ୍କରୁ ମଧ୍ୟ ଋଣ ପାଇବା ଯୋଗ ଅଛି। ପରିବାରରେ ଶୃଙ୍ଖଳା ବଜାୟ ରହିବ। ପ୍ରତ୍ୟେକ ବ୍ୟକ୍ତି ନିଜର ଇଚ୍ଛାକୁ ପ୍ରମୁଖତା ଦେବାଦ୍ଵାରା ସ୍ଥିତିର ମୁହୁର୍ମୁହୁ ପରିବର୍ତ୍ତନ ଘଟିବ ଓ ସୁନ୍ଦର ବାତାବରଣ ମଧ୍ୟେ ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଥିବାରୁ ବାହାରକୁ ଫୁଟି ବାହାରିବ ନାହିଁ କିମ୍ବା ବୈଷୟିକ କ୍ଷୟକ୍ଷତି ଘଟାଇବ ନାହିଁ। ଆର୍ଥିକ ସମସ୍ୟା ବର୍ଷର ଅଧିକାଂଶ ସମୟ ସାଧାରଣ ସ୍ଵଚ୍ଛଳତା ତଥା ସମ୍ପନ୍ନତାର ସ୍ଥିତି ବଜାୟ ରହିବ।

ବ୍ୟବସାୟ ଓ କର୍ମ: ବ୍ୟବସାୟୀମାନଙ୍କ ପାଇଁ ବର୍ଷଟି ଅତ୍ୟନ୍ତଶୁଭ ଦାୟକ। କାରବାରରେ ଚାହିଦା ପୂରଣ କ୍ଷେତ୍ରରେ ତ୍ଵରାନ୍ନିତ ହେତୁ ପ୍ରତିଦ୍ଵନ୍ଦ୍ଵୀମାନଙ୍କ ପାଇଁ ତାହା ହତୋତ୍ସାୟ ସାବ୍ୟସ୍ତ ହେବ। କିଛି ଦ୍ରବ୍ୟ ବିନିମୟରେ ଅନେକ ପ୍ରାପ୍ତି ସମ୍ଭବ ହେବ। ଶ୍ରମିକ ଓ କର୍ମଚାରୀ ଶୃଙ୍ଖଳିତ ହେବେ। ଅଭିବୃଦ୍ଧିର ପ୍ରଚେଷ୍ଟା ସୁଫଳପ୍ରଶୁ ହୋଇ ପାରିବ ଓ ଆର୍ଥିକ ବ୍ୟବସ୍ଥା କ୍ରମଶଃ ପ୍ରଭାବ ବିସ୍ତାର କରିବ। ଧନ-ମାନ ଦିଗରୁ ସବଳ ରହି ନିମ୍ନବର୍ଗ ଓ ଉଚ୍ଚବର୍ଗ ମଧ୍ୟଭାଗରେ ରହିବେ। ପ୍ରତିଦ୍ଵନ୍ଦୀ ବ୍ୟବସାୟୀମାନେ ପଛରେ ପଡିରହିବେ। କରଜ ଭାରରୁ ମୁକ୍ତି ମିଳିବ। ଆଇନ ଅଦାଲତରେ ଜୟଯୁକ୍ତ ହେବେ। ଚାକିରିରେ ପ୍ରତିଷ୍ଠିତ ହେବେ। ଉପରିସ୍ଥ କର୍ମଚାରୀ ଆପଣଙ୍କର ସହଯୋଗ ଲୋଡିବେ। ପଦୋନ୍ନତି ପାଇ ମାନସମ୍ମାନ ବଜାୟ ରହିବ। କଳକାରଖାନା ଓ ଶିଳ୍ପ ପ୍ରଭୃତିର ମାଲିକମାନେ ବ କଣ୍ଟ୍ରାକ୍ଟରମାନଙ୍କ ପାଇଁ ଏ ବର୍ଷର ଫଳ ଅତି ଉତ୍ତମ ଅଟେ। ଚାଷ କାର୍ଯ୍ୟରେ ଉତ୍ପାଦନ ବୃଦ୍ଧି ପାଇବ। ନିଜର ଚେଷ୍ଟାରେ ବହୁ ମୂଲ୍ୟରେ ଦ୍ରବ୍ୟ ବିକ୍ରୟ ହେବ। ଗୁଡ ତଥା ଝୋଟ ଚାଷିମାନେ ଯଥେଷ୍ଟ ଲାଭ ଉଠାଇବେ।

ପ୍ରତିକାର: ନବଗ୍ରହଙ୍କ ପାଇଁ ପ୍ରତିକାର କରଣୀୟ। ପ୍ରାଣପ୍ରତିଷ୍ଠିତ ସଂପୂର୍ଣ୍ଣ ନବଗ୍ରହଯନ୍ତ୍ର ପୂଜାକରିବା ସହ ତ୍ରିଶକ୍ତିଙ୍କ କବଚ ଧାରଣ କରିବେ। ଅନ୍ଧ, ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରି ଗୋମାତାର ସେବାକରିବା ଆବଶ୍ୟକ। କୁକୁରକୁ ଖାଦ୍ୟ ଦିଅନ୍ତୁ ।

[/wptab]
[end_wptabset]

error: Content is protected !!