2021 ମସିହା ବିଛା ରାଶି ବ୍ୟକ୍ତିଙ୍କ ପାଇଁ ଆଣିବ ସଫଳତା, ହେବ ଧନ ଲାଭ- ଜାଣନ୍ତୁ କେଏନ କହୁଛି ଗ୍ରହ ନକ୍ଷତ୍ର

ଶେୟାର କରନ୍ତୁ ଅନ୍ୟମାନକ ସହିତ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ କରିବେ। ସେପ୍ଟମ୍ବର ମାସ ୧୪ତାରିଖରେ ମକର ରାଶିକୁ ବକ୍ରୀ ହେବେ। ନଭେମ୍ବର ମାସ ୨୧ ତାରିଖରେ ପୁନରାୟ କୁମ୍ଭ ରାଶିକୁ ଗମନ କରି ୨୦୨୨ ମସିହା ଏପ୍ରିଲ ମାସ ୧୩ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ୨୦୨୧ ମସିହାରେ ଶନି ମକର ରାଶିରେ, ରାହୁ ବୃଷ ରାଶିରେ ଓ କେତୁ ବିଛା ରାଶିରେ ଅବସ୍ଥାନ କରିବେ।

ବିଚ୍ଛା:-

୨୦୨୧ ମସିହା ଇଂରାଜୀ ନବବର୍ଷ ଆରମ୍ଭରେ ବିଛା ରାଶି ଜାତ ମହିଳା ଓ ପୁରୁଷ ମାନଙ୍କର ରବି, ବୁଧ ଦ୍ଵିତୀୟ ଭାବରେ, ମଙ୍ଗଳ ଷଷ୍ଠ ଭାବରେ, ଗୁରୁ, ଶନି ତୃତୀୟ ଭାବରେ, ଶୁକ୍ର, କେତୁ ପ୍ରଥମ ଭାବରେ ଓ ରାହୁ ସପ୍ତମ ଭାବରେ ଅବସ୍ଥାନ କରୁଛନ୍ତି। ଯାହା ଫଳରେ ରବି, ମଙ୍ଗଳ, ବୁଧ, ଶୁକ୍ର, ଶନି ଶୁଭଫଳ ପ୍ରଦାନ କରିବେ। ଅନ୍ୟ ଗ୍ରହମାନେ ଅଶୁଭଫଳ ପ୍ରଦାନ କରୁଥିବାରୁ ପ୍ରତିକାର କରିବା ଦ୍ଵାରା କେତେକାଂଶରେ ଶୁଭଫଳ ପାଇପାରିବେ। ବିଶେଷତଃ ମହାଦଶା ଅନ୍ତର୍ଦ୍ଦଶା ଶୁଭଥିଲେ ଗୋଚର ଗ୍ରହମାନଙ୍କର ପ୍ରଭାବ ସେତେଟା ପଡିବ ନାହିଁ।

ବର୍ଷ ଆରମ୍ଭରେ ଶନି ନୂତନ ଯୋଜନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ। ସଂପୂର୍ଣ୍ଣ ସମର୍ଥନ ଓ ମାର୍ଗଦର୍ଶନ ମଧ୍ୟ ଦେଖାଦେବ। ଯେଉଁ ଯୋଜନା କରିଥିବେ ତାର ରାସ୍ତା ମଧ୍ୟ ଦେଖାଦେବ। ଅନେକ କଠିନ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଅତି ଚତୁରତାର ସହିତ କାର୍ଯ୍ୟ ହାସଲ କରିବେ। ଆପଣଙ୍କ କାର୍ଯ୍ୟରେ ହଠାତ୍ ପରିବର୍ତ୍ତନ ହେବାର ଲକ୍ଷଣ ଦେଖାଦେବ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ଓ ଭଲ ନିଷ୍ପତ୍ତି ନେଇ ପାରିବେ। ନୂତନ ଯୋଜନା ମଧ୍ୟ ପରିଚାଳନା କରିପାରିବେ। ପରିବାରରେ ଶୁଭ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ଅଛି।

ଏହି ସମୟରେ ଧନ, ପୈତୃକ ସମ୍ପତ୍ତିର ଉତ୍ତରାଧିକାରୀ, ନୂତନ ଗୃହ, ନୂତନ ଯାନ ବାହନ ଇତ୍ୟାଦି ଲାଭ ଉଠାଇପାରିବେ। ଜନ୍ମ ସ୍ଥାନକୁ ଯିବା, ଘରକୁ ପରିବର୍ତ୍ତନ କରିବା ଆଦି ଯୋଗ ସୃଷ୍ଟି ହେଉଛି। ବ୍ୟକ୍ତିଗତ ଜୀବନରେ ପ୍ରେମ ଓ ବିବାହ ଆଦି ଯୋଗ ସୃଷ୍ଟି ହେବ। ପିଲାମାନେ ପରୀକ୍ଷାରେ ସଫଳତା ପ୍ରାପ୍ତ ହେବେ। ଦୂରସ୍ଥାନକୁ ଯାତ୍ରା କରି ମନୋବାଞ୍ଛିତ ଶିକ୍ଷା ପ୍ରାପ୍ତିହେବ। କର୍ମ କ୍ଷେତ୍ରରେ ଉଚ୍ଚଧିକାରୀଙ୍କ ସହ ସୁ ସମ୍ପର୍କ ଫଳରେ ଭାଗ୍ୟୋନ୍ନତି, କର୍ମୋନ୍ନତି, ଯଶମାନ ପ୍ରତିଷ୍ଠା ଲାଭର ଯୋଗ ଅଛି।

ରାଜନୀତି କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ। ରବିଙ୍କ ସହିତ ବୁଧଯୁକ୍ତ ହୋଇଥିବାରୁ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି ହେଉଛି। ରବିଙ୍କ ସହିତ ବୁଧ ଧନ ଭାବରେ ଅଛନ୍ତି ଯାହା ଫଳରେ ଧନର ବର୍ଷା ହେବ।ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ। ନୂତନ ବ୍ୟବସାୟ ଯୋଜନାର ଶିଳାନ୍ୟାସ କଲେ, ତାହା ଦୀର୍ଘ ସ୍ଥାୟୀହେବ ଓ ବହୁବିଧ ଲାଭ ମିଳିବ। ନୂଆ ନୂଆ ବ୍ୟବସାୟିକ ସଂପର୍କସ୍ଥାପନ ଭାଗିଦାର ବ୍ୟବସାୟ ପାଇଁ ସାହାଯ୍ୟ ସହଯୋଗ ଅଚାନକ ମିଳିବ।

ଅଟକି ଯାଇଥିବା ଧନ, ଉଧାର ଦେଇଥିବା ଟଙ୍କା, ଋଣ କରିଥିବା ଅର୍ଥ ସହଜରେ ହସ୍ତଗତ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଂଗୀତାଦି କ୍ଷେତ୍ରରେ କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ।ମଙ୍ଗଳ ଷଷ୍ଠ ଭାବରେ ଥିବାରୁ ପ୍ରତିଦ୍ଵନ୍ଦି, ବିରୋଧୀ କିମ୍ବା ଶତୃମାନେ ଆପଣଙ୍କ ଚିନ୍ତାକୁ ବଢାଇ ପାରନ୍ତି, କିନ୍ତୁ କିଛି କ୍ଷତି କରିପାରିବେ ନାହିଁ। ରାହୁ ସପ୍ତମ ଭାବରେ ଥିବାରୁ ଜୀବନ ସାଥିଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନେବାକୁ ପଡିପାରେ। ରାହୁ ମଧ୍ୟ କାର୍ଯ୍ୟରେ ବାଧା ସୃଷ୍ଟି କରି ପାରନ୍ତି।

ଅନେକ ଯୋଜନା ପ୍ରସ୍ତୁତ କରିବେ କିନ୍ତୁ ତାହା ଦ୍ଵନ୍ଦରେ ପକାଇବ। କାର୍ଯ୍ୟରେ ତୃଟିକୁ ଅପସାରଣ କରାଯାଇ ପାରେ। ବ୍ୟୟ ବୃଦ୍ଧି ହୋଇପାରେ। ପରିବାରରେ ମତଭେଦ ସୃଷ୍ଟି ହୋଇପାରେ। କିନ୍ତୁ ଶନି ବିକ୍ରମ ସ୍ଥାନରେ ଥିବାରୁ ଆପଣଙ୍କର ନକରାତ୍ମକ ଶକ୍ତିକୁ ହ୍ରାସ କରିବେ ଯାହା ଫଳରେ ଏହି ସୁଯୋଗରୁ ଲାଭ ଉଠାଇ ପାରିବେ।ଶନିଙ୍କର ପରିବର୍ତନ ନଥିବାରୁ ଯାହା କି ଶତୃମାନଙ୍କ ଉପରେ ବିଜୟ ପ୍ରାପ୍ତ କରିବେ। ଯେ କୌଣସି ପ୍ରତିଯୋଗିତାରେ ମଧ୍ୟ ବିଜୟ ଲାଭ କରିବେ। ନିଜର ହଜିଯାଇଥିବା ସୁନାମକୁ ଫେରି ପାଇବେ। କ୍ୟାରିୟରରେ ମଧ୍ୟ ଲାଭ ମିଳିବ।

ଅଶୁଭ ଗ୍ରହମାନଙ୍କ ପାଇଁ ପ୍ରତିକାର କରିଚାଲିଲେ କୌଣସି ବିପଦ ପାଖ ମାଡିବନି। ୧- ପ୍ରାଣପ୍ରତିଷ୍ଠିତ ସମ୍ପୂର୍ଣ୍ଣ ବଗଳାମୁଖୀ ମହା ଯନ୍ତ୍ର ପୂଜା କରିବା ସହ ନିମ୍ନ ବୀଜମନ୍ତ୍ରକୁ ପ୍ରତିଦିନ ୩ ମାଳା ଜପ କରନ୍ତୁ ଔଁ କ୍ରାଂ କ୍ରୀଂ କ୍ରୌଂ ସଃ ଭୌମାୟ ନମଃ। ୨- ପ୍ରଥମ ମାସର ଯେକୌଣସି ଗୁରୁବାରଦିନ ଚଣା, ଗୁଡ଼, ସୁନା, ହଳଦିଆ ବସ୍ତ୍ର ମନ୍ଦିରରେ ଦାନ କରନ୍ତୁ। ୩- ଚାନ୍ଦିରେ ତିଆରି ଆଭୂଷଣ ଧାରଣ କରନ୍ତୁ। କିନ୍ତୁ ଗର୍ବ ଅହଂକାର କରନ୍ତୁ ନାହିଁ ଅନ୍ୟଥା ଦୁଃଖ ଭୋଗ କରିବେ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!