ଏହି 12ଟି ଅଭ୍ଯାସ କରିବ ଆପଣଙ୍କୁ ବହୁତ ଧନୀ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଆପଣ ଅଧିକ ଧନ ଚାହୁଁଛନ୍ତି କି ? ଯଦି ଆପଣ ଅଧିକ ଧନ ଚାହୁଁଛନ୍ତି ତେବେ ଏହି ୧୨ଟି ଭଲ ଉପାୟକୁ ଉପଯୋଗ କରନ୍ତୁ । ଅଧିକ ଟଙ୍କା ରୋଜଗାର କରିବା ପାଇଁ ସମସ୍ତେ ଚହାଁନ୍ତି । ଟଙ୍କା ରୋଜଗାର କରିବାର ଅନେକ ଉପାୟ ମଧ୍ୟ ରହିଛି । ଏହି ଉପାୟକୁ ବ୍ୟବହାର କରି ଅନେକ ଲୋକମାନେ ଉପକୃତ ମଧ୍ୟ ହୋଇଛନ୍ତି । ସମସ୍ତେ ଏକ ସଠିକ୍ ଉପାୟ ଚହାଁନ୍ତି ଯାହା କି ସହଜ ସରଳ ହୋଇଥିବ ଓ ନିଜର ସୁବିଧା ଅନୁଯାଇ ଉପାୟକୁ ବ୍ୟବହାର କରିପାରୁଥିବେ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏଠାରେ ବହୁତ ସରଳ ଉପାୟ ବିଷୟରେ କୁହାଯାଇଛି, ଯାହା କି ଆପଣ ନିଜର ସୁବିଧା ଅନୁସାରେ ଯେ କୌଣସି ଗୋଟିଏକୁ ଗ୍ରହଣ କରିପାରିବେ । କିନ୍ତୁ ଆପଣ ଏହାକୁ ନିୟମିତ ପାଳନ କରିବାକୁ ହେବ । ଏହି ଉପାୟକୁ ବ୍ୟବହାର କଲେ ନିଶ୍ଚୟ ଧନବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟକୁ ବ୍ୟବହାର କରିଲେ ଧନବାନ ହୋଇପାରିବେ ।

୧- ପ୍ରତିଦିନ ଭଗବାନ ଶିବଲିଙ୍ଗ ଉପରେ ଜଳ, ବେଲପତ୍ର ଓ ଅକ୍ଷତ ବା ଚାଉଳ ଅର୍ପଣ କରି ପୂଜା କରନ୍ତୁ ଓ  ବ୍ରତ ମଧ୍ୟ ପାଳନ କରନ୍ତୁ ।

୨- ପ୍ରତିଦିନ ମାତା ଲକ୍ଷ୍ମୀଙ୍କର ପୂଜା ଓ ଭଗବାନ ଶ୍ରୀ ବିଷ୍ଣୁଙ୍କର ପୂଜା ଆରାଧନା କରନ୍ତୁ ।

୩- ସପ୍ତାହ ୭ଦିନ ମଧ୍ୟରୁ ଯେ କୌଣସି ମଧ୍ୟ ଗୋଟିଏ ବାର ବ୍ରତ ପାଳନ କରନ୍ତୁ । ଏହି ବାରର ବ୍ରତ ପାଳନ କଲେ ନିଶ୍ଚୟ ଧନବାନ ହୋଇପାରିବେ । ଯଦି ସୋମବାର ଦିନ ବ୍ରତ ପାଳନ କରିବେ ତେବେ ଧନର କାରକ ଚନ୍ଦ୍ର  ପ୍ରସନ୍ନ ହେବେ । ମଙ୍ଗଳବାର ବ୍ରତ ପାଳନ କରିଲେ ଭଗବାନ ଶ୍ରୀ ହନୁମାନ ପ୍ରସନ୍ନ ହେବେ । ବୁଧବାର ବ୍ରତ ପାଳନ କରିଲେ ଭଗବାନ ଶ୍ରୀ ଗଣେଶ ପ୍ରସନ୍ନ ହେବେ ।

oil lamp or diya with crackers, sweet or mithai, dry fruits, indian currency notes, marigold flower and statue of Goddess Laxmi on diwali night

ଗୁରୁବାର ବ୍ରତ ପାଳନ କରିଲେ ଭଗବାନ ଶ୍ରୀ ବିଷ୍ଣୁ ପ୍ରସନ୍ନ ହେବେ । ଶୁକ୍ରବାର ବ୍ରତ ପାଳନ କରିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ । ଶନିବାର ବ୍ରତ ପାଳନ କରିଲେ ଭଗବାନ ଶନିଦେବ ପ୍ରସନ୍ନ ହେବେ ଓ ରବିବାର ବ୍ରତ ପାଳନ କରିଲେ ସୂର୍ଯ୍ୟଦେବ  ପ୍ରସନ୍ନ ହୋଇ ସୁଖ, ସୌଭାଗ୍ୟ ଓ ଧନ ପ୍ରଦାନ କରିବେ ।

୪- ସୁନା, ରୂପା ଓ ତମ୍ବାରେ ଏକ ମୁଦି ତିଆରି କରି ଅନାମିକା ଆଙ୍ଗୁଠିରେ ଧାରଣ କରନ୍ତୁ ।

୫- ପ୍ରତିଦିନ ସନ୍ଧ୍ୟା ସମୟରେ ଯେ କୌଣସି ମନ୍ଦିରରେ ଗୋଟିଏ ଦୀପ ଜାଳନ୍ତୁ ।

୬- ପୂର୍ଣ୍ଣିମା ଦିନ ଚନ୍ଦ୍ରଙ୍କୁ ପୂଜା କରନ୍ତୁ ।

୭- ପ୍ରତିଦିନ ଶ୍ରୀସୂକ୍ତ ପାଠ କରନ୍ତୁ ।

୮- ଶ୍ରୀ ଲକ୍ଷ୍ମୀସୂକ୍ତ ପାଠ କରନ୍ତୁ ।

୯- କନକଧାରା ସ୍ତୋତ୍ର ପାଠ କରନ୍ତୁ ।

୧୦- କାହାର କ୍ଷତି କରନ୍ତୁ ନାହିଁ ।

୧୧- ସର୍ବଦା ଧାର୍ମିକ ଆଚରଣ କରନ୍ତୁ । ସଂଧ୍ୟା ସମୟରେ ଘରେ ଧୂପ ଦୀପ ଜଳନ୍ତୁ ।

୧୨- ନିଜ ଘରକୁ ସଫା ସୁତୁରା ରଖନ୍ତୁ । ଏଥିରେ ଧନ ସ୍ଥାୟୀ ରହିବ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!