ଯଦି ଆପଣଙ୍କର ବିବାହ ହୋଇପାରୁ ନାହିଁ ତେବେ କରନ୍ତୁ ଏହି ଉପାୟ, ଖୁବ ଶୀଘ୍ର ହେବ ବିବାହ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଯଦି ଆପଣଙ୍କ ବିବାହ  ହୋଇପାରୁ ନାହିଁ ତେବେ ଏହି ଉପାୟ କରନ୍ତୁ ଓ ବୈବାହିକ ଦୋଷ ଦୂର କରନ୍ତୁ । ଅନ୍ୟ କାରଣ ବ୍ଯତୀତ ବୈବାହିକ ଦୋସ ହେତୁ ବିବାହରେ ବିଳମ୍ବ ହୋଇଥାଏ । ତେଣୁ ଏହି ଉପାୟ କରିବା ନିତ୍ୟାନ୍ତ ଜରୁରୀ ଅଟେ । ଯଦି ଆପଣଙ୍କ ବିବାହ  ହୋଇପାରୁ ନାହିଁ ତେବେ  ଏହି ଚମତ୍କାର ଉପାୟ କରନ୍ତୁ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଜନ୍ମ କୁଣ୍ଡଳୀରେ ବିବାହର ବିଚାର ସପ୍ତମ ଭାବରୁ ଆଲୋଚନା କରାଯାଏ । ଏହି ଭାବରେ ବିବାହ ବ୍ୟତୀତ ଅନ୍ୟ ବୈବାହିକ ଜୀବନ ସହିତ ଜଡିତ ଅନ୍ୟ କଥା, ସ୍ଵାମୀ ସ୍ତ୍ରୀଙ୍କର ସମ୍ବନ୍ଧ, ସମ୍ପର୍କରେ ମଜବୁତ  ଆଦିକୁ ବିଚାର କରାଯାଇଥାଏ । ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଯଦି ଆପଣଙ୍କ ବିବାହ ହୋଇ ନାହିଁ ତେବେ ଏହି ୨୦ଟି ଉପାୟ ଉପଯୋଗ କରନ୍ତୁ ।

୧- ଯେଉଁ ଯୁବକ ଯୁବତୀ ମାନଙ୍କର ବିବାହ ହୋଇପାରୁ ନାହିଁ ସେହିମାନେ ଉତ୍ତର ବା ଉତ୍ତର ପଶ୍ଚିମ ଦିଗରେ ଥିବା ଘରେ ରହିବା ଉଚିତ୍ । ସେହି ଘରେ ଶୋଇବା ସମୟରେ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍ । ଏହା କଲେ ବିବାହ ପ୍ରସ୍ତାବ ଆସିବ ।

୨- ସେହିପରି ଗୁରୁବାର ଦିନ ଏକ ହଳଦିଆ କପଡାରେ ହଳଦୀ ଖଣ୍ଡ ବାନ୍ଧି ନିଜର ତକିଆ ତଳେ ରଖିବା ଉଚିତ୍ ।

୩- ଯଦି ପୁଅ ବା ଝିଅ ଅଶୋସ୍ଥ ବୃକ୍ଷ ମୂଳରେ ୧୩ଦିନ ପର୍ଯ୍ୟନ୍ତ ଜଳ ଚଢାଇବେ ତେବେ ବିବାହ ସମ୍ବନ୍ଧ ସମସ୍ୟା ଦୂର ହୋଇ ଯାଏ ।

୪- ଯେଉଁ ଯୁବତୀ ମାନଙ୍କର ବିବାହରେ ସମସ୍ୟା ଦେଖାଦେଉଛି ସେମାନେ ଘରର ବାୟବ୍ୟ ଦିଗରେ ଶୋଇବା ଉଚିତ୍ ।

୫- ଅବିବାହିତ ଯୁବକ ଯୁବତୀମାନେ ଯେଉଁ ଘରେ କାମ ଅଧୁରା ହୋଇଥିବ ଅର୍ଥାତ୍ ଘର ମରାମତି ଓ ରଙ୍ଗ କାମ ଆଦି ଅଧା ହୋଇଥିବ ସେହି ଘରେ ନ ରହିବା ଉଚିତ୍ ।

୬- ଅନେକ ଥର ଯୁବକ ଯୁବତୀମାନେ ମଧ୍ୟ ବିବାହ ପାଇଁ ରାଜି ହୁଅନ୍ତି ନାହିଁ । ତେବେ ସେମାନେ ରହିଥିବା ଘରେ ଉତ୍ତର ଦିଗରେ କ୍ରିଷ୍ଟାଲ ବଲ୍ ଏକ କାଚ ପ୍ଲେଟ୍ ରେ ରଖନ୍ତୁ ।

୭- ଯେଉଁ ଯୁବତୀ ମାନଙ୍କର ବିବାହ ହେଉ ନାହିଁ ସେମାନଙ୍କ ବେଡରୁମ୍  ଓ କବାଟର ରଙ୍ଗ ଗୋଲାପି, ଫିକା ହଳଦିଆ ବା ଧଳା ରଙ୍ଗ ହେବା ଉଚିତ୍ । ଏଥିରେ ସ୍ଥିତରେ ପରିବର୍ତ୍ତନ ହେବ ।

୮- ଏହା ବ୍ୟତୀତ ନିଜ ରୁମ୍ ରେ ପୂର୍ବୋତ୍ତର ଦିଗରେ ୱାଟର ଫଉଣ୍ଟେନ ରଖିବା ଉଚିତ୍ ।

୯- କୁଆଁରୀ କନ୍ୟାମାନେ ଶୀଘ୍ର ବିବାହ କରିବା ପାଇଁ ଗୁରୁବାର ଦିନ ବ୍ରତ ପାଳନ କରନ୍ତୁ ।

୧୦- ଗୁରୁବାର ଦିନ ବ୍ରତ ପାଳନ କରିବା ସହିତ କଦଳୀ ଗଛ ମୂଳରେ ବସି ବୃହସ୍ପତି ଗ୍ରହଙ୍କ ମନ୍ତ୍ର ଏକ ମାଳା ଜପ କରନ୍ତୁ ।

୧୧- ଯଦି ଜାତକ କୁଣ୍ଡଳୀରେ ପ୍ରଥମ, ଚତୁର୍ଥ, ସପ୍ତମ ଓ ଦ୍ଵାଦଶ ଭାବରେ ମଙ୍ଗଳ ସ୍ଥିତ ହୋଇଥିବେ ତେବେ ଜାତକକୁ ମାଙ୍ଗଳିକ ଦୋଷ ଲାଗିଥାଏ । ଏହି ଦୋଷ ହେତୁ ବିବାହରେ ବିଳମ୍ବ, ଦାମ୍ପତ୍ୟ ଜୀବନରେ ମତଭେଦ ଓ ବାଦ ବିବାଦ ଆଦି ସମସ୍ୟା ଦେଖାଦିଏ ।

୧୨- ଏହି ମାଙ୍ଗଳିକ ଦୋଷରୁ ରକ୍ଷା ପାଇବା ପାଇଁ ଯୁବକ ବା ଯୁବତୀମାନେ ମଙ୍ଗଳବାର ଦିନ ବ୍ରତ ପାଳନ କରିବା ଉଚିତ୍ ।

୧୩- ମଙ୍ଗଳ ଗ୍ରହଙ୍କ ମନ୍ତ୍ରକୁ ଜପ କରନ୍ତୁ ଓ ଘଟ ବିବାହ କରନ୍ତୁ ।

୧୪- ସେହିପରି ସପ୍ତମ ଭାବରେ ଶନି ରହିଲେ ମଧ୍ୟ ବିବାହରେ ସମସ୍ୟା ସୃଷ୍ଟି ହୋଇଥାଏ ।

୧୫-  ସେଥିପାଇଁ “ ଓଁ ଶନିଶ୍ଚରାୟ ନମଃ ” ମନ୍ତ୍ର ଜପ କରନ୍ତୁ ।

୧୬- ଏହା ସହିତ ସମି କାଠ, ଘିଅ ଓ ମିଶ୍ରିରେ ଯଜ୍ଞ କରନ୍ତୁ ।

ଅଜବ ଉପାୟ-

୧୭- ଯୋଗ୍ୟ ବର ପାଇବା ପାଇଁ ବାଳକାଣ୍ଡ ପାଠ କରିବା ଶ୍ରେୟସ୍କର ହୋଇଥାଏ ।

୧୮- ଯେତେବେଳେ କନ୍ୟାର ବାପା ବିବାହ ପାଇଁ ବର ପାତ୍ର ଘରକୁ ଯାଆନ୍ତି ସେତେବେଳେ କନ୍ୟା ମୁଣ୍ଡର ଚୁଟି ଖୋଲା ରଖିବା ଉଚିତ୍ । ବାପା ଘରକୁ ଫେରିବା ପର୍ଯ୍ୟନ୍ତ ଖୋଲା ରଖିବେ ।

୧୯- ଯେଉଁ ବାପା ମାଆ ମାନେ ତାଙ୍କର ବୋହୁ ସୁନ୍ଦରୀ ଓ ବୁଦ୍ଧିମାନୀ ହୋଇଥାଉ ବୋଲି ଭାବନ୍ତି ସେମାନେ ଗୁରୁବାର ଦିନ ପୁଅର ନଖ କାଟି ରୋଷେଇ ଘରର ଚୁଲିରେ ପକାଇ ଦିଅନ୍ତୁ ।

୨୦- ଝିଅର ବିବାହ ପରେ ବିଦାୟ ବେଳେ ଏକ ଲୋଟାରେ ଗଙ୍ଗା ଜଳ, କିଛି ହଳଦୀ ଓ ଗୋଟିଏ ପଇସା ଲୋଟାରେ ପକାଇ ଝିଅର ମୁଣ୍ଡ ଉପରେ ସାତଥର ବୁଲାଇ ଆଣି ଆଗକୁ ଯାଇ ସେହି ପାଣିକୁ ପକାଇ ଦିଅନ୍ତୁ । ଏଥିରେ ବୈବାହିକ ଜୀବନ ସୁଖମୟ ହେବ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!