ସିନ୍ଦୂର ତଳେ ପଡିଯିବାକୁ ଅଶୁଭ କୁହାଯାଏ କାହିଁକି ? ଜାଣନ୍ତୁ ସିନ୍ଦୂର ତଳେ ପଡିବାର ଶୁଭ ଅଶୁଭ ସଂକେତ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଘରର ଗୁରୁଜନମାନେ କୁହନ୍ତି ଯେ ସିନ୍ଦୂର ତଳେ ପଡିବା ବହୁତ ଅଶୁଭ ସଂକେତ ହୋଇଥାଏ । ସେଥିପାଇଁ ସିନ୍ଦୂରକୁ ସମସ୍ତେ ବହୁତ ସାବଧାନରେ ରଖନ୍ତି । ବିବାହ ବେଳେ ବର କନ୍ୟାକୁ ସିନ୍ଦୂର ପିନ୍ଧାଇବାର ନିୟମ ରହିଛି । ସିନ୍ଦୂର ସ୍ତ୍ରୀମାନଙ୍କ ପାଇଁ ଶୃଙ୍ଗାରରେ ବିଶେଷ ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି । କଣ ସିନ୍ଦୂର ପଡିବାଟା ଅଶୁଭ ହୋଇଥାଏ ? ତେବେ ଆସନ୍ତୁ ଜାଣିବା ସିନ୍ଦୂର ତଳେ ପଡିବା ଶୁଭ ଅଶୁଭ ସଂକେତ କଣ ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ସିନ୍ଦୂର ପଡିବା ଅଶୁଭ କୁହାଯାଏ କାହିଁକି ?

ଯଦି ଆମେ ସିନ୍ଦୂର ତଳେ ପଡିବା ବିଷୟରେ ଜାଣିବାକୁ ଚେଷ୍ଟା କରୁ, ତେବେ ମାନ୍ୟତା ଅନୁସାରେ ସିନ୍ଦୂର ପଡିବା ଏକ ଅଶୁଭ ସଂକେତ ଅଟେ । ଏହା ସ୍ଵାମୀଙ୍କର ଆୟୁଷ ଉପରେ ସଙ୍କଟ ପରି ଅଶୁଭତା ସଂକେତ ହୋଇଥାଏ । ଏହି ଭୟରୁ ମହିଳାମାନେ ସିନ୍ଦୂରକୁ ବହୁତ ଯତ୍ନର ସହିତ ରଖନ୍ତି ଓ କଦାପି ତଳେ ପଡିବାକୁ ଦିଅନ୍ତି ନାହିଁ ।

କଣ ସିନ୍ଦୂର ତଳେ ପଡିବାଟା ଅଶୁଭ ହୋଇଥାଏ ?

ବୈଜ୍ଞାନିକଙ୍କ ମତରେ ସିନ୍ଦୂର ତଳେ ପଡିବାଟା କିଛି ଶୁଭ ବା ଅଶୁଭ ହୋଇନଥାଏ । ଏହା ମହିଳାମାନଙ୍କର ଏକମାତ୍ର ଅନ୍ଧବିଶ୍ଵାସ ଅଟେ । ବିବାହ ସମୟରେ କନ୍ୟାର ମଥାରେ ଅଭିମନ୍ତ୍ରିତ କରି ଈଶ୍ଵରଙ୍କ ଆଶୀର୍ବାଦ ରୂପରେ ସିନ୍ଦୂର ଲଗାଯାଏ । ଏହିପରି ବିବାହିତ ମହିଳାମାନଙ୍କ ପାଇଁ ସିନ୍ଦୂର ବହୁତ ପବିତ୍ର ହୋଇଥାଏ । ତେଣୁ ଏହା ତଳେ ପଡିଲେ ମନ ଦୁଃଖ ହୁଏ । ଏହା ଦେଖି ମନରେ ଅନେକ ପ୍ରକାର ଶଙ୍କା ଆସିଥାଏ । ଧାର୍ମିକ ମାନ୍ୟତା ଅନୁସାରେ ମାତା ଲକ୍ଷ୍ମୀଙ୍କର ଏହି ସିନ୍ଦୂରରେ ମଧ୍ୟ  ସ୍ଥାନ ରହିଛି ।

ତେଣୁ ମହିଳାମାନଙ୍କର ସିନ୍ଦୂର ସହିତ ବହୁତ ଜଡିତ ହୋଇଥାଏ । ଏହି ସିନ୍ଦୂର ଦ୍ଵାରା ମହିଳାମାନଙ୍କର ଖୁସୀ, ଶକ୍ତି, ସ୍ୱାସ୍ଥ୍ୟ, ସୁନ୍ଦରତା ଆଦି ମିଳିଥାଏ । ମହିଳାମାନେ ସିନ୍ଦୂର ପ୍ରତି ବିଶେଷ ଧ୍ୟାନ ଦିଅନ୍ତି । ଯଦି ସିନ୍ଦୂର ଲଗେଇବା ବେଳେ ତଳେ ପଡିଯାଏ ତେବେ ତାକୁ ଉଠାଇ ସେହି ଡବାରେ ରଖନ୍ତୁ ନାହିଁ । କାରଣ ତଳେ ପଡିଥିବା ସିନ୍ଦୂର  ଅଶୁଭ ସଂକେତ ବୋଲି କୁହାଯାଏ ଓ ତାକୁ ଲଗାଇବା ଅନୁଚିତ୍ । ସେଥିପାଇଁ ସମସ୍ତେ ଏହାକୁ ଅତି ସାବଧାନରେ ଯତ୍ନର ସହିତ ରଖନ୍ତି ।

ଆମ ସହ ଯୋଡି ହୋଇ ରହିବା ପାଇଁ ଓ ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!