ବାସ୍ତୁ ସମ୍ବନ୍ଧୀୟ ଏହି ଗୋଟେ ଭୁଲ କରିପାରେ ଆପଣଙ୍କୁ ଦରିଦ୍ର।

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବାସ୍ତୁ ସମ୍ବନ୍ଧୀୟ ଏହି ଗୋଟେ ଭୁଲ କରିପାରେ ଆପଣଙ୍କୁ ଦରିଦ୍ର।

ଆଜିକାଲି ଦୁନିଆରେ ସମସ୍ତେ ସଫଳତା ପଛରେ ଧାଇଁଞ୍ଚନ୍ତି । କିନ୍ତୁ ସମସ୍ତଙ୍କୁ ନିଜ ମନମୁତାବକର ସଫଳତା ବା ଆଶା କରୁଥିବା ପରିଣାମ ମିଳି ନଥାଏ । ଭଲ ଚାକିରି ସମସ୍ତେ ଚାହାଁନ୍ତି କିନ୍ତୁ ଯୋଗ୍ୟତା କ୍ଷମତା ମୁତାବକ ସମସ୍ତଙ୍କୁ ଗୋଟେ ଭଲ ଚାକିରି ମିଳିବା ଭାଗ୍ୟଉପରେ ନିର୍ଭର କରେ । କେବଳ ଭାଗ୍ୟ ନୁହେଁ ଏହା ଆମ ଜୀବନ ସହ ଜଡିତ କିଛି ଛୋଟ ଛୋଟ କଥାକୁ ନେଇ ମଧ୍ୟ ପ୍ରଭାବିତ ହୋଇଥାଏ , ଯେମିତିକି ଘରର ବାସ୍ତୁ । ବାସ୍ତୁ ଶାସ୍ତ୍ର ଅନୁସାରେ କ୍ଷୀର, ଫୁଲ, ଗଛ, ଜୋତା ବା ଚପଲ ଏବଂ ଖାଦ୍ୟ ସହ ଜଡିତ କିଛି ଛୋଟ ଛୋଟ ଭୁଲ ଯାହାକି ଆମ ଜୀବନରେ ଆସୁଥିବା ବାଧା ବନ୍ଧନର ମୁଖ୍ୟ କାରଣ ଅଟେ । ତେଣୁ ସେହି ସବୁ ଭୁଲକୁ ସୁଧାରିବା ଅତ୍ୟନ୍ତ ଆବଶ୍ୟକ । ଯାହାଦ୍ୱାରା ଘରର ବାସ୍ତୁଦୋଷ ଖଣ୍ଡନ ହୋଇ ସୁଖ ସମୃଦ୍ଧି ପ୍ରାପ୍ତି ହେବ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

କ୍ଷୀର-

ରୋଷେଇଘରେ କେବେ ବି କ୍ଷୀରକୁ ଖୋଲା ରଖି ଆସିବେ ନାହିଁ । ଯଦି କ୍ଷୀର ଗରମ ଅଛି ତେବେ କୌଣସି ଜାଲି ଥିବା ଢାଙ୍କୁଣୀରେ ଘୋଡାଇ ରଖନ୍ତୁ । ଏହା ନ କଲେ ଘରେ ପାରିବାରିକ ଝଗଡା ଲାଗିରହିବ ।

ଛୋଟ ଗଛ-

ଯଦି ଘରେ କଣ୍ଟା ଥିବା କିଛି ଛୋଟ ଗଛ ଲଗାଇବାକୁ ଚାହୁଁଞ୍ଚନ୍ତି ତେବେ ତାକୁ ଘର ଭିତରେ ନ ଲଗାଇ ମୁଖ୍ୟଦ୍ଵାରର ବାହାରେ ଲଗାଇଲେ ବହୁତ ଭଲ । ଯଦି ଭିତରେ ଲାଗନ୍ତି ତେବେ ଏହା ଦ୍ଵାରା ନକାରାତ୍ମକ ଶକ୍ତି ପ୍ରବାହିତ ହୁଏ ।

ଫୁଲ-

ଘରର ମନ୍ଦିରକୁ ଲୋକମାନେ ଫୁଲରେ ସଜାଇଥାନ୍ତି ବା ଭଗବାନ ଙ୍କର ଚରଣ ତଳେ ରଖିଥାନ୍ତି । କିନ୍ତୁ ଏହି କଥା ମନେରଖିଥାନ୍ତୁ ଯେ ରାତି ହବା ପୂର୍ବରୁ ଏହାକୁ କାଢି ଦେବେ, ନଚେତ ମନ୍ଦିରରେ ମଧ୍ୟ ନାକାରାତ୍ମକ ଊର୍ଜା ଦେଖାଦେବ।

ଗାଈ-

ସକାଳର ପ୍ରଥମ ରୋଷେଇ ତିଆରି କରିବା ସମୟରେ ଗାଈ ପାଇଁ ମଧ୍ୟ ଖାଇବା ବନାନ୍ତୁ । ଏହା କରିବା ଦ୍ଵାରା ଗୃହରେ ବାସ କରୁଥିବା ସମସ୍ତ ବ୍ୟକ୍ତିଙ୍କର ଧନ ଓ ସ୍ୱାସ୍ଥ୍ୟ ସମ୍ବବନ୍ଧିତ ଚିନ୍ତା ହେବ ନାହି ।

ଚପଲ-

କେବେବି ଧନ ରଖିବା ସ୍ଥାନ ବା ରୋଷେଇ ଘର ସାମ୍ନାରେ ଜୋତା ବା ଚପଲ ପିନ୍ଧି ଯାଆନ୍ତୁ ନାହିଁ। ଏହାଦ୍ବାରା ଘରେ ଧନର ଅଭାବ ଦେଖାଦିଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!