ପବିତ୍ର ତୁଳସୀ ପତ୍ରର ଏହି ପ୍ରଭାବଶାଳୀ ମହାଉପାୟ, କରିବ ସବୁ ସଙ୍କଟରୁ ରକ୍ଷା

ଶେୟାର କରନ୍ତୁ ଅନ୍ୟମାନକ ସହିତ

ହିନ୍ଦୁ ମାନ୍ୟତା ଅନୁସାରେ ତୁଳସୀ ବିଷୟରେ କୁହାଯାଇଛି ଯେ ପ୍ରତ୍ୟେକ ଘରର ବାହାରକୁ ତୁଳସୀ ଗଛ ଲଗାଇବା ବାଧ୍ୟତା ଅଟେ । କେବଳ ଏତିକି ନୁହେଁ ଯେଉଁ ବ୍ୟକ୍ତି ପ୍ରତିଦିନ ତୁଳସୀ ପତ୍ର ଖାଏ, ସେହି ବ୍ୟକ୍ତିର ଶରୀରରେ ଅନେକ ପ୍ରକାର ଚାନ୍ଦ୍ରାୟଣ ବ୍ରତର ଫଳ ପରି ସୁଦ୍ଧତା ହାସଲ କରିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ପ୍ରତିଦିନ ପାଣିରେ ତୁଳସୀ ପତ୍ର ପକାଇ ସ୍ନାନ କରିଲେ ତାହା ତୀର୍ଥଯାତ୍ରାରେ ସ୍ନାନ କରି ପବିତ୍ର ହେବା ସହ ସମାନ ଅଟେ । ଏହିପରି କରୁଥିବା ବ୍ୟକ୍ତି ସବୁ ଯଜ୍ଞରେ ବସିବାର ଅଧିକାର ପାଇଥାଏ । କେବଳ ଏତିକି ନୁହେଁ ଏହା ବାସ୍ତୁଦୋଷ ମଧ୍ୟ ଦୂର କରାଇବାରେ ସକ୍ଷମ ଥାଏ ।

ପ୍ରତିଦିନ ତୁଳସୀ ଗଛକୁ ପୂଜା କରିବା ଓ ଜଳ ଅର୍ପଣ କରିବା ପ୍ରାଚୀନ କାଳର ପରମ୍ପରା ଅଟେ । ଯେଉଁ ଘରେ ସବୁ ଦିନ ତୁଳସୀ ଗଛକୁ ପୂଜା କରାଯାଏ ସେହି ଘରେ ସୁଖ, ସମୃଦ୍ଧତା ଓ ସୌଭାଗ୍ୟ  ମିଳିଥାଏ । କଦାପି ଅର୍ଥର ଅଭାବ ହୁଏ ନାହିଁ । ତେଣୁ ପ୍ରତିଦିନ ତୁଳସୀ ଗଛକୁ ପୂଜା କରିବା ଓ ଜଳ ଅର୍ପଣ କରିବା ଉଚିତ୍ ।

ବିଶ୍ଵାସ କରାଯାଏ କି ଯଦି ଘରର ଅଗଣାରେ ତୁଳସୀ ଗଛ ଥାଏ ତେବେ ଘରେ ଅସନ୍ତୋଷ ଓ ବିଶୃଙ୍ଖଳା ଦୂର ହୁଏ । ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୁଏ । ପ୍ରତିଦିନ ଦହି ଚିନି ସହିତ ତୁଳସୀ ପତ୍ର ମିଶାଇ ଖାଇଲେ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ।

ଶାସ୍ତ୍ର ଅନୁସାରେ ତୁଳସୀ ପତ୍ର ଖାଇଲେ ମଧ୍ୟ ସବୁ ଦେବ ଦେବୀଙ୍କର ଆଶୀର୍ବାଦ ମିଳିଥାଏ । ଏହାକୁ ଔଷଧ ରୂପରେ ବ୍ୟବହାର କରିପାରିବେ । କଦଳୀ ସହିତ ତୁଳସୀ ପତ୍ର ଖାଇଲେ ଲାଭ ମିଳିଥାଏ । ଯେପରି କି ମନ କାର୍ଯ୍ୟରେ ଲାଗେ, ମାନସିକ ଚିନ୍ତା ରହେ ନାହିଁ, ଶରୀର ସର୍ବଦା ଊର୍ଜାବାନ ରହିଥାଏ । ଯଦି କାହାକୁ ନଜର ବା ଦୃଷ୍ଟି ପଡିଥାଏ ତେବେ ତୁଳସୀର ତାନ୍ତ୍ରିକ ଉପାୟ କରିଲେ ଲାଭ ପ୍ରାପ୍ତି ହୁଏ ।

ତୁଳସୀର ତାନ୍ତ୍ରିକ ଉପାୟ-

ପ୍ରଥମେ ୭ଟି ତୁଳସୀ ପତ୍ର ବା ତୁଳସୀର ଜଟା ଓ ୭ଟି ଗୋଲମରୀଚକୁ ନିଜ ହାତର ମୁଠାରେ ଧରନ୍ତୁ । ଏହାପରେ ଯେଉଁ ବ୍ୟକ୍ତିର ନଜର ଦୂର କରିବାକୁ ଥିବ ତାଙ୍କୁ ତଳେ ଶୁଆଇ ଦେଇ ମୁଣ୍ଡରୁ ଗୋଡ ପର୍ଯ୍ୟନ୍ତ ନିଜ ମୁଠାକୁ ୨୧ଥର ବୁଲାଇ ଆଣନ୍ତୁ । ପରେ ଗୋଲମରୀଚକୁ ସେହି ବ୍ୟକ୍ତିକୁ ଖାଇବାକୁ ଦେବ ଓ ତୁଳସୀ ପତ୍ରକୁ ହାତରେ ମକଚିଦେବ । ଏହାପରେ ପାଦ ତଳେ ଯେ କୌଣସି କପଡାରେ ୧୧ଥର ଝାଡିଦେବ । ଏହିପରି କଲେ ନଜର ଦୂର ହୋଇଯାଏ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!