କଣ ଆପଣଙ୍କ ଭାଗ୍ୟରେ ଉନ୍ନତି ହେଉ ନାହିଁ ? ତେବେ ଲଗାନ୍ତୁ ଏହି ବିଶେଷ ତିଳକ ଓ ଶୁଭ ଫଳ ପାଆନ୍ତୁ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ଜ୍ୟୋତିଷଙ୍କ ଅନୁସାରେ ଯଦି ବାର ଅନୁଯାଇ ତିଳକ ଧାରଣ କରାଯାଏ ତେବେ ସେହି ବାର ସହିତ ଜଡିତ ଗ୍ରହ ଶୁଭଫଳ ଦେଇଥାନ୍ତି । ଅନେକ ପ୍ରକାରର ତିଳକ ଅଛି- ମୃତିକା, ଭସ୍ମ, ଚନ୍ଦନ, ସିନ୍ଦୁର, ଗୋପୀ ଆଦି ଅଛି । ସନାତନ ଧର୍ମରେ ଶୈବ, ଶାକ୍ତ, ବୈଷ୍ଣବ ଓ ଅନ୍ୟ ମତରେ ଭିନ୍ନ ଭିନ୍ନ ପ୍ରକାର ତିଳକ ରହିଛି ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଚନ୍ଦନ ତିଳକ ଲଗାଇଲେ ପାପ ନାଶ ହୁଏ, ସବୁ ସଙ୍କଟରୁ ରକ୍ଷା ମିଳେ, ମାତା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ, ଜ୍ଞାନ ବୃଦ୍ଧି ହୁଏ ଓ ସକ୍ରିୟ ହୁଅନ୍ତି । ଚନ୍ଦନ ଅନେକ ପ୍ରକାର- ହରି ଚନ୍ଦନ, ଗୋପୀ ଚନ୍ଦନ, ଧଳା ଚନ୍ଦନ, ଲାଲ୍ ଚନ୍ଦନ, ଗୋମତୀ ଓ ଗୋକୁଳ ଚନ୍ଦନ ଅଛି ।

ସୋମବାର- ସୋମବାର ଦିନ ଭଗବାନ ଶିବଙ୍କର ଅଟେ ଓ ଏହି ବାରର ସ୍ଵାମୀ ଚନ୍ଦ୍ର ଗ୍ରହ ଅଟନ୍ତି । ଚନ୍ଦ୍ର ମନକାରକ ଗ୍ରହ କୁହାଯାଏ । ତେଣୁ ମନକୁ କାବୁ କରି ମସ୍ତିଷ୍କକୁ ଥଣ୍ଡା ଓ ଶାନ୍ତ ରଖିବା ପାଇଁ ଧଳା ଚନ୍ଦନ ତିଳକ ଲଗାନ୍ତୁ । ଏହି ଦିନ ବିଭୁତି ବା ଭସ୍ମ ମଧ୍ୟ ଲଗାଇପାରିବେ ।

ମଙ୍ଗଳବାର- ଏହି ମଙ୍ଗଳବାର ଦିନ ଭଗବାନ ଶ୍ରୀ ହନୁମାନଙ୍କର ଅଟେ । ଏହି ବାରର ସ୍ଵାମୀ ମଙ୍ଗଳ ଗ୍ରହ ଅଟନ୍ତି । ମଙ୍ଗଳ ଲାଲ୍ ରଙ୍ଗକୁ ପ୍ରତିନିଧିତ୍ଵ କରିଥାଏ । ଏହି ଦିନ ଲାଲ୍ ଚନ୍ଦନ ବା ଚାମେଲୀ ତେଲରେ ଗୋଳାଇ ସିନ୍ଦୁର ତିଳକ ଲଗାଇଲେ ଊର୍ଜା ଓ କାର୍ଯ୍ୟ କ୍ଷମତାରେ ବିକାଶ ହୁଏ । ମନର ଉଦାସ ଭାବ ଓ ନିରାଶ ଭାବ ଦୂର ହୁଏ ଏବଂ ଦିନ ଶୁଭ ହୁଏ ।

ବୁଧବାର- ଏହି ବୁଧବାର ଦିନ ମାତା ଦୂର୍ଗାଙ୍କର ଅଟେ । ଏହା ଶ୍ରୀ ଗଣେଶଙ୍କର ଦିନ ମଧ୍ୟ କୁହାଯାଏ । ଏହି ବାରର ସ୍ଵାମୀ ବୁଧ ଗ୍ରହ ଅଟନ୍ତି । ଶୁଖିଲା ସିନ୍ଦୂର ତିଳକ ଲଗାଇବା ଉଚିତ୍ । ଏଥିରେ ବୌଦ୍ଧିକ କ୍ଷମତା ବୃଦ୍ଧି ହେବା ସହ ତେଜ ଶକ୍ତି ବୃଦ୍ଧିହୋଇ ଦିନ ଶୁଭ ହୁଏ ।

ଗୁରୁବାର- ଏହି ଗୁରୁବାର ଦିନ ଭଗବାନ ବ୍ରହ୍ମାଙ୍କର ଅଟେ । ଏହି ଗୁରୁବାରକୁ ବୃହସ୍ପତି ମଧ୍ୟ କୁହାଯାଏ । ବୃହସ୍ପତି  ଋଷି ଦେବତାଙ୍କ ଗୁରୁ ଅଟନ୍ତି । ଏହି ବାରର ସ୍ଵାମୀ ଗୁରୁ ଗ୍ରହ ଅଟନ୍ତି । ବୃହସ୍ପତିଙ୍କୁ ହଳଦିଆ ରଙ୍ଗ ପ୍ରିୟ ଅଟେ । ଏହି ଦିନ ଧଳା ଚନ୍ଦନରେ କେଶର ମିଶାଇ ମଥାରେ ତିଳକ ଲଗାଇବା ଉଚିତ୍ । ହଳଦୀ ବା ଗୋରଚନା ମଧ୍ୟ ତିଳକ ଲଗାଇ ପାରିବେ । ଏଥିରେ ମନ ପବିତ୍ର, ସକାରାତ୍ମକ ବିଚାର ଓ ଭଲ ଉପଦେଶ ମିଳିଥାଏ । ଆର୍ଥିକ ଚିନ୍ତା ମଧ୍ୟ ଦୂର ହୁଏ ।

 

ଶୁକ୍ରବାର- ଏହି ଶୁକ୍ରବାର ଦିନ ଭଗବାନ ଶ୍ରୀବିଷ୍ଣୁଙ୍କର ପତ୍ନୀ ମାତା ଲକ୍ଷ୍ମୀଙ୍କର ଅଟେ । ଏହି ବାରର ସ୍ଵାମୀ ଶୁକ୍ର ଗ୍ରହ ଅଟନ୍ତି । ଏହି ଗ୍ରହଙ୍କୁ ଦୈତ୍ୟମନ୍ତ୍ରୀ ମଧ୍ୟ କୁହାଯାଏ । ଦୈତ୍ୟରାଜଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଥିଲେ । ଏହି ଦିନ ଲାଲ୍ ଚନ୍ଦନ ଲଗାଇଲେ ଚିନ୍ତା ଦୂର ହୁଏ, ଭୌତିକ ସୁଖ ସୁବିଧାରେ ବୃଦ୍ଧି ହୁଏ । ଏହି ଦିନ ସିନ୍ଦୂର ମଧ୍ୟ ଲଗାଇ ପାରିବେ ।

ଶନିବାର- ଏହି ଶନିବାର ଦିନ ଭୈରବ ଦେବ, ଶନି ଦେବ ଓ ଯମରାଜଙ୍କର ଦିନ କୁହାଯାଏ । ଏହି ଦିନର ସ୍ଵାମୀ ଶନି ଗ୍ରହ ଅଟନ୍ତି । ଏହି ଦିନ ବିଭୁତି, ଭସ୍ମ ବା ବିଭୁତି ଚନ୍ଦନ ଲଗାଇବା ଉଚିତ୍ । ଏଥିରେ ଭୈରବ ଦେବ ପ୍ରସନ୍ନ ହୁଅନ୍ତି ଓ କିଛି କ୍ଷତି ହୁଏ ନାହିଁ ।

ରବିବାର- ଏହି ରବିବାର ଦିନ ଭଗବାନ ବିଷ୍ଣୁ ଓ ସୂର୍ଯ୍ୟ ଦେବଙ୍କର ଅଟେ । ଏହି ଦିନର ସ୍ଵାମୀ ରବି ଗ୍ରହ ଅଟନ୍ତି । ରବି ଗ୍ରହମାନଙ୍କର ରାଜା ଅଟନ୍ତି । ଏହି ଦିନ ଲାଲ୍ ଚନ୍ଦନ  ଲଗାଇବେ । ଏଥିରେ ମାନ ସମ୍ମାନ ବୃଦ୍ଧି ପାଏ ଓ ମନରେ ଭୟ ଦୂର ହୁଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!