ବ୍ୟବସାୟୀ ମାନଙ୍କର ସମସ୍ୟା ସମାଧାନ।
ବର୍ତ୍ତମାନ ଯୁଗରେ ବିଶେଷ କରି ଓଡ଼ିଶାରେ କର୍ମନିଯୁକ୍ତି ନଥିବାରୁ ଶତକଡ଼ା ସତୁରୀଭାଗ ଲୋକ ବ୍ୟବସାୟକୁ ପସନ୍ଦ କରି ବାଛି ନେଇଛନ୍ତି । ମାଳିକାରେ ଲେଖାଅଛି, ଘରେ ଘରେ ହୋଇବେ ବେପାରୀ, ବେପାର ନହେବ କାହାରି, ବ୍ୟବସାୟ ବଜାରରେ ସଫଳତା ପାଇବା ପାଇଁ ପ୍ରବଳ ସଂଘର୍ଷ ଚାଲିଛି କେତେକ ବ୍ୟବସାୟ ଅତ୍ୟନ୍ତ ଭଲ ଚାଲୁଥିବା ବେଳେ ହଠାତ୍ ମାନ୍ଦାହୋଇଯିବା ଋଣଭାର ବଢ଼ିଯିବା ବାକି ବୁକର ଦେଇ ଫେରି ନପାଇବା ଦ୍ୱାରା ବ୍ୟବସାୟୀମାନେ ମୁଣ୍ଡରେ ହାତଦେଇ ବସିଥାନ୍ତି ।
ବ୍ୟବସାୟରେ ସଫଳତା ନିମିତ୍ତ ଜ୍ୟୋତିଷ ଶାସ୍ତ୍ରରେ ନିମ୍ନଲିଖିତ କେତେଗୁଡ଼ିଏ ସୂତ୍ର ଅନୁସାରେ ପ୍ରୟୋଗ କଲେ ଯଦି ବିଶ୍ୱାସ ଏବଂ ଭକ୍ତି ସହାୟତାରେ ପାଳନ କରାଯାଏ ତେବେ ବ୍ୟବସାୟରେ ନିଶ୍ଚିତ ସଫଳତା ମିଳିବ ଏଥିରେ ସନ୍ଦେହ ନାହିଁ ।
ନିମ୍ନଲିଖିତ କେତେଗୁଡ଼ିଏ ସୂତ୍ର ଅନୁସାରେ ବ୍ୟବସାୟରେ ନିଶ୍ଚିତ ସଫଳତା ମିଳିବ
୧.
ଯଦି ବ୍ୟବସାୟ ଭଲ ଚାଲୁଥାଏ କୌଣସି କାରଣରୁ ମାନ୍ଦା ହୋଇଯାଏ । ଏହି ପ୍ରକାର ପରିସ୍ଥିତିରେ ବୁଧବାର ଦିନ ନାଶିଲଗା ନଡ଼ିଆ ନାଲି କପଡ଼ାରେ ବାନ୍ଧି ଦୋକାନରେ ନୈଋତ କୋଣରେ ବା ବ୍ୟବସାୟ କେନ୍ଦ୍ରର କୌଣସି ଏକ କୋଣରେ ନଡ଼ିଆକୁ ଟାଙ୍ଗି ୪୩ ଦିନ ପର୍ଯ୍ୟନ୍ତ ଦୁଇଟି ଧୂପକାଠି ଜାଳି ସମସ୍ୟାର ସମାଧାନ ପାଇଁ ମନେ ମନେ ଚିନ୍ତାକରି ମୁଣ୍ଡିଆମାରିବେ । ନିର୍ଦ୍ଧାରିତ ସମୟ ପୂରଣ ହୋଇଗଲେ ଯେ କୌଣସି ନଦୀ, ନାଳ, କିମ୍ବା ପୁଷ୍କରିଣୀରେ ନଡ଼ିଆଟିକୁ ବିସର୍ଜନ କରିବ । ବିସର୍ଜନ କରିବା ସ୍ଥାନକୁ ପୂର୍ବରୁ କେବେ ଦେଖି ନଥିବେ କିମ୍ବା ଯାଇନଥିବେ ।
୨.
ବ୍ୟବସାୟ ବୃଦ୍ଧିପାଇଁ ସାତଟି ପାଚିଲା ଗୁଆ ଶନିବାର ଦିନ ପ୍ରଭାତରୁ ତୋଳିଆଣି ବଣିଆ ପାଖରେ ରୂପାରେ ଫାଳକରି ବ୍ୟବସାୟ କେନ୍ଦ୍ରର ପୂଜା ସ୍ଥାନରେ ରଖିଦେବ । ପ୍ରତ୍ୟେକ ସୋମବାର ଦିନ ସାତଟି ଧୂପକାଠି ଜାଳି ଚନ୍ଦନ ସିନ୍ଦୂର ଲଗେଇ ସମସ୍ୟାର ସମାଧାନ ପାଇଁ ପ୍ରଣାମ କରିବେ । ଏହିପ୍ରକାର ସାତଟି ସୋମବାର ପର୍ଯ୍ୟନ୍ତ ପୂଜା କରିବେ । ଅଷ୍ଟମ ସୋମବାର ଦିନ ପ୍ରଭାତରୁ ନିତ୍ୟକର୍ମ ସାରି ପୂଜାଦ୍ରବ୍ୟ ସହ ବିଷ୍ଟୁ ମନ୍ଦିରରେ ସମସ୍ତ ଗୁଆକୁ ଦେଇ, ବ୍ରାହ୍ମଣ ଦକ୍ଷିଣା ଦେଇ ବ୍ୟବସାୟ କେନ୍ଦ୍ରକୁ ଫେରିଆସିବେ ।
୩.
ଯଦି ବାରମ୍ବାର ବ୍ୟବସାୟରେ କ୍ଷତି ଦେଖାଦେଇଥାଏ । ବ୍ୟବସାୟ ପରିବର୍ତ୍ତନ ଫଳରେ ମନଲାଗୁନଥାଏ, ଅତ୍ୟଧିକ ଧନ ଅପବ୍ୟୟ ହେଉଥାଏ ତେବେ ବୁଧବାର ଦିନ ଶୂନ୍ୟ ମାଠିଆଟିଏ ଆଣି ଚଳନ୍ତି ଜଳରେ ଭସାଇଦେବ, ଏହି ପ୍ରୟୋଗ କାହାରିକୁ ନଜଣାଇ ଛଟି ବୁଧବାର ପର୍ଯ୍ୟନ୍ତ କରିଚାଲିବେ, ମାଠିଆ ବିସର୍ଜନ ଦେଇ ଗୋଟିଏ ଗାଈକୁ କିଛି ଖାଦ୍ୟ ଦେଇ ବ୍ୟବସାୟ କେନ୍ଦ୍ରକୁ ଫେରିବେ ।

୫. ଯଦି ନୂତନ ବ୍ୟବସାୟ କରିବା ପାଇଁ ସ୍ଥିର କରନ୍ତି, ତେବେ ବ୍ୟବସାୟ ଆରମ୍ଭ ଦିନଠାରୁ ୪୩ଦିନ ପର୍ଯ୍ୟନ୍ତ ନିଜର ଦୋକାନ କିମ୍ବା ବ୍ୟବସାୟ କେନ୍ଦ୍ର ଖୋଲିବା ପୂର୍ବରୁ ମିଠା ଓ ରୁଟି କୁକୁରକୁ ଦେଇ ଦୋକାନ ଖୋଲିବେ ।
୬. ଯଦି ବ୍ୟବସାୟରେ ସ୍ଥିରତା ରହୁନଥାଏ, ବାରମ୍ବାର ବ୍ୟବସାୟ ପରିବର୍ତ୍ତନ କରିବାକୁ ପଡୁଥାଏ, ତେବେ ଶୟନଖଟର ଗୋଡ଼ପାଖରେ ଲୁହାରଖି ଶୟନ କରିବେ । ପ୍ରତ୍ୟେକ ଶନିବାର ଦିନ ଲୌହ ପାତ୍ରରେ ପାଣି ଭର୍ତ୍ତିକରି ମୁଣ୍ଡ ପାଖରେ ରଖିବେ । ଏବଂ ସକାଳୁ ସେହି ପାଣିକୁ ନେଇ ଏକ ଅଶ୍ୱସ୍ଥ ବୃକ୍ଷମୂଳେ ଢ଼ାଳିଦେବ ।
୭. ଯଦି ବ୍ୟବସାୟରେ ରାଜକର୍ମଚାରୀ ମାନଙ୍କ ସହ ମନୋମାଳିନ୍ୟ ସୃଷ୍ଟି ହେଉଥାଏ ବା ମାଲିମୋକଦ୍ଦମାର ସମ୍ମୁଖୀନ ହୋଇ କ୍ଷୟକ୍ଷତି ଦେଖାଦିଏ, କିମ୍ବା ଅନ୍ୟ ବ୍ୟବସାୟୀ ମାନଙ୍କର ଈର୍ଷାର ବଷବର୍ତ୍ତି ହେଉଥାନ୍ତି, ତେବେ ବ୍ୟବସାୟ କେନ୍ଦ୍ରକୁ ଯିବା ପୂର୍ବରୁ ମିଠାଖାଇ, ଗାଈକୁ ଗହମ ଖାଇବାକୁ ଦେଇ କେନ୍ଦ୍ରକୁ ଯିବେ ।
୮. ଯଦି ଦୋକାନରେ ଚୋରିହେବା, ଅନ୍ୟମନସ୍କ ରହିବା ଦ୍ୱାରା ଧନହାନି ହେଉଥାଏ, ତେବେ ମହାକାଳୀ ଯନ୍ତ୍ର, ମହାଲକ୍ଷ୍ମୀ ଯନ୍ତ୍ର ଓ ସରସ୍ୱତୀ ଯନ୍ତ୍ର ନାଲି କପଡ଼ାରେ ବାନ୍ଧି, କ୍ୟାସ୍ ବାକ୍ସରେ ରଖି, ୪୩ଦିନ ପର୍ଯ୍ୟନ୍ତ ଧୂପ, ଦୀପ ଦେଇ ୪୪ଦିନରେ ମନ୍ଦିରରେ ପ୍ରଭାତ ସମୟରେ ଯନ୍ତ୍ର ତିନୋଟିକୁ ଅର୍ପଣ କରି, ବ୍ୟବସାୟ କ୍ଷେତ୍ରକୁ ଯିବେ ।
୯. ଯଦି କୌଣସି କାରଣରୁ ତନ୍ତ୍ର, ମନ୍ତ୍ର ପ୍ରୟୋଗ ଦ୍ୱାରା ବ୍ୟବସାୟର ବିକ୍ରିବଟା କମିଯାଇଥାଏ, ପାଖ ଦୋକାନରେ ପ୍ରବଳ ବିକ୍ରିସତ୍ତେ୍ୱ ଆପଣଙ୍କ ଦୋକାନକୁ ଗ୍ରାହକ ମାନଙ୍କର ନଜର ନଥାଏ, ତେବେ ଦୋକାନ ଦ୍ୱାର ମୁହଁର ଚୌକାଠରେ ୨୧ଟା ବିରି କଳାକପଡ଼ାରେ ବାନ୍ଧି, ପ୍ରତ୍ୟେକ ଶନିବାର ଦିନ ଟାଙ୍ଗିବେ । ପୂର୍ବ ଶନିବାର ଟଙ୍ଗାଯାଇଥିବା ବିରି ଓ କପଡାକୁ ଅଶ୍ୱସ୍ଥ ବୃକ୍ଷମୂଳେ ରଖିଦେଇ ଆସିବେ । ଏହିପ୍ରକାର ୧୪ ଶନିବାର କରିବା ଫଳରେ ଦୋକାନ ପ୍ରତି ହୋଇଥିବା ଗୁଣି, ଗାରେଡ଼ି, ତନ୍ତ୍ର, ମନ୍ତ୍ର ଧିରେ ଧିରେ ନଷ୍ଟହୋଇ ନିଶ୍ଚୟ ବ୍ୟବସାୟ ବୃଦ୍ଧି ହେବ ।
୧୦. ଯଦି ବ୍ୟବସାୟରେ ଖରିଦାରଙ୍କ ସହ ମନମାଳିନ୍ୟ ଘଟୁଥାଏ, କିମ୍ବା କୌଣସି କାରଣରୁ ମାନସିକ ଅଶାନ୍ତି ଦେଖାଦେଉଥାଏ, ତେବେ ବ୍ୟବସାୟୀଙ୍କୁ ୪୩ଦିନ ପର୍ଯ୍ୟନ୍ତ ପୂଜାସ୍ଥାନରେ ସର୍ବସିଦ୍ଧିପ୍ରଦ ଯନ୍ତ୍ରରଖି ସୁଗନ୍ଧିତ ଧଳାଫୁଲ, ୨୯ଟି ପ୍ରତେହ ଚଢ଼ାଇ ମାନସିକ ଅଶାନ୍ତିରୁ ମୁକ୍ତି ପାଇବା ପାଇଁ ମନମଧ୍ୟରେ ଚିନ୍ତାକରି ପ୍ରଣାମ କରିବେ ।