କରନ୍ତୁ ଏହି ୩ଟି ଦାନ! ଏମିତି କିଛି ମିଳିବ ଯାହା ଆପଣ ସ୍ଵପ୍ନରେ ବି ଭାବି ନଥିବେ।

ଶେୟାର କରନ୍ତୁ ଅନ୍ୟମାନକ ସହିତ

କରନ୍ତୁ ଏହି ୩ଟି ଦାନ! ଜାଣନ୍ତୁ ପାଇବେ କେଉଁ ଅମୂଲ୍ୟ ଧନ?

ଆମ ହିନ୍ଦୁ ଧର୍ମରେ ଦାନ ଧର୍ମର ବହୁତ ମାନ୍ୟତା ଅଛି। କେବଳ ହିନ୍ଦୁ ନୁହେଁ ବରଂ ସମସ୍ତ ଧର୍ମରେ ଦାନ ଧର୍ମ କରିବାକୁ ବହୁତ ମହତ୍ଵ ଦିଆଯାଏ। ଦାନ ଧର୍ମ କରିବା ଦ୍ଵାରା ପୁର୍ଣ୍ଣ୍ୟ ମିଳେ। ଯାହା ଫଳରେ ଯଦି ଆମେ କିଛି ବି ଭୁଲ କରିଥାଉ ଓ ସେଥିପାଇଁ ମିଲକିବାକୁ ଥିବା ଶାସ୍ତି ଟିକେ କମ ହୋଇଥାଏ। ସେଥିପାଇଁ କୁହାଯାଏ ସମସ୍ତ ମନୁଷ୍ୟ ଦାନ ଧର୍ମ କରିବା ଉଚିତ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଆଜି ଆମେ ଅପଣଙ୍କୁ କହିବୁ ହିନ୍ଦୁ ଧର୍ମର ୩ଟି ବଡ ଦାନ ସମ୍ବନ୍ଧରେ। ଯାହାର ବର୍ଣ୍ଣନା ବୃହସ୍ପତି ଦେବତା ନିଜେ କରିଛନ୍ତି। ଏଥିରେ ସେ ୩ଟି ଏଭଳି ଦାନ ବିଷୟରେ କହିଛନ୍ତି ଯାହାକୁ କି ମହାଦାନ ବୋଲି କୁହାଯାଏ। ଏହି ୩ଟି ବସ୍ତୁର ଦାନ କଲେ ମନୁଷ୍ୟର ସମସ୍ତ ପାପ ଧୋଇ ହୋଇଯିବ ଏବଂ ସମସ୍ତ କର୍ମରେ ସଫଳ ହେବେ।

ଗୋ ଦାନ-

ହିନ୍ଦୁ ଧର୍ମରେ ଗାଇଙ୍କୁ ମା’ର ସ୍ଥାନ ଦିଆଯାଇଛି। ଯେଉଁ ବ୍ୟକ୍ତି ଗାଈ ଦାନରେ ଦିଏ ତେବେ ତାଙ୍କୁ ବହୁତ ପୁର୍ଣ୍ଣ୍ୟ ମିଳିଥାଏ। ଏହା ଦ୍ଵାରା ସେହି ବ୍ୟକ୍ତି ଜାଣତ ଅଜାଣତରେ କରିଥିବା ପାପରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ସହ ମନୁଷ୍ୟକୁ ସ୍ଵର୍ଗ ପ୍ରାପ୍ତି ମଧ୍ୟ ହୁଏ।

ବିଦ୍ୟା ଦାନ-

ଏମିତି ବି ବହୁତ ଲୋକ ଅଛନ୍ତି ଯେଉଁମାନେ ଦାନ କରିବା ପାଇଁ ଅକ୍ଷମ ଅଟନ୍ତି। ଏହି କ୍ଷେତ୍ରରେ ସେମାନେ କୌଣସି ଗରିବ ବା ଆଶହାୟଙ୍କୁ ବିଦ୍ୟା ଦାନ କରି ପାରିବେ। ଲୋକଙ୍କୁ ଜ୍ଞାନ, ଧର୍ମ ଏବଂ ବିଦ୍ୟା ସମ୍ବନ୍ଧରେ ଜ୍ଞାନ ଦେଲେ ଭଗବାନଙ୍କର କୃପା ପ୍ରାପ୍ତି ହେବ।

ଭୂମି ଦାନ-

ଯଦି କେହି ବ୍ୟକ୍ତି କୌଣସି ଅସହାୟ ବ୍ୟକ୍ତିଙ୍କୁ, ମନ୍ଦିର ବା କୌଣସି ପବିତ୍ର କାମ ପାଇଁ ଯଦି ଭୂମି ଦାନ କରେ ତେବେ ବହୁତ ଶୁଭ ଫଳ ପ୍ରାପ୍ତି ହୁଏ। ଭୂମି ଦାନ କରିଥିବା ବ୍ୟକ୍ତିର ପରିବାର ଲୋକଙ୍କୁ କେବେବି ଜମି ଜାଗା ସମ୍ବନ୍ଧିତ ଅସୁବିଧା ହୁଏ ନାହିଁ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!