ସ୍ଵାମୀ-ସ୍ତ୍ରୀ ମଧ୍ୟରେ ପ୍ରତ୍ୟକ କଥାରେ ଝଗଡା ହେଉଥିବାର ଏହା ହୋଇପାରେ କାରଣ, ଶୋଇବା ଘରୁ ତୁରନ୍ତ ହଟାନ୍ତୁ ଏହି ଜିନିଷ

ଶେୟାର କରନ୍ତୁ ଅନ୍ୟମାନକ ସହିତ

ବିବାହ ଏମିତି ଏକ ବନ୍ଧନ ଯାହା ପରେ ଦୁଇଜଣଙ୍କ ଜୀବନ ପରସ୍ପର ସହିତ ଜଡିତ ହୁଅନ୍ତି । ପତି ପତ୍ନୀଙ୍କ ସ-ମ୍ପ-ର୍କ ହେଉଛି ପ୍ରେମ ଓ ଯୁକ୍ତି ତର୍କ ଲାଗିବାର ସ-ମ୍ପ-ର୍କ ହୋଇଥାଏ । ପତି ପତ୍ନୀଙ୍କ ସ-ମ୍ପ-ର୍କ ଯେତିକି ମଜବୁତ ସେତିକି ଦୁର୍ବଳ ମଧ୍ୟ ହୋଇଥାଏ । କୁହାଯାଏ କି ପତି ପତ୍ନୀଙ୍କର ଝ-ଗ-ଡା ହେବା ଦ୍ଵାରା ପ୍ରେମ ସ-ମ୍ପ-ର୍କ ବୃଦ୍ଧି ପାଏ ଓ ସ-ମ୍ପ-ର୍କ ମଜବୁତ ହୋଇଥାଏ, କିନ୍ତୁ ଏହି ଯୁକ୍ତି ଆଦି ଯେ ପର୍ଯ୍ୟନ୍ତ ସକାରାତ୍ମକ ରହିବ ସେହି ପର୍ଯ୍ୟନ୍ତ ଜୀବନ ଭଲରେ ବିତିବ । ଯଦି ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ବି-ବା-ଦ ବଢିଯାଏ ତେବେ ସ-ମ୍ପ-ର୍କରେ ଦୂରତା ଆରମ୍ଭ ହୁଏ, ଯେଉଁ କାରଣରୁ ଦା-ମ୍ପ-ତ୍ୟ ଜୀବନରେ ତିକ୍ତତା ଭାବ ସୃଷ୍ଟି ହୋଇଯାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଏହି ତିକ୍ତତାଭାବ କେବଳ ସ୍ଵାମୀ ସ୍ତ୍ରୀଙ୍କ ଜୀବନକୁ ପ୍ରଭାବିତ କରେ ନାହିଁ, ବରଂ ଏହା ଉଭୟ ପରିବାର ମଧ୍ୟରେ ମାନସିକ ପରିସ୍ଥିତି ସୃଷ୍ଟି କରିଥାଏ । ତେଣୁ ସ୍ଵାମୀ ସ୍ତ୍ରୀଙ୍କର ସ-ମ୍ପ-ର୍କକୁ ସଠିକ ସମୟ ମଧ୍ୟରେ ସୁଧାରୀ ନେବା ଆବଶ୍ୟକ । ଅନେକ ଥର ଦା-ମ୍ପ-ତ୍ୟ ଜୀବନରେ ଝ-ଗ-ଡା ହେବାର କାରଣ କେବଳ ପାରସ୍ପରିକ ସମନ୍ଵୟର ଅଭାବ ହୋଇ ନଥାଏ, ବରଂ ଏହାର କାରଣ ନକରାତ୍ମକ ମଧ୍ୟ ହୋଇପାରେ । ବାସ୍ତୁ ଅନୁଯାଇ ଯଦି ଆପଣଙ୍କ ବୈବାହିକ ଜୀବନରେ ବି-ବା-ଦ ବଢିବାରେ ଲାଗେ ତେବେ ଶୋଇବା ଘରେ ରଖାଯାଇଥିବା ପ୍ରତ୍ୟେକ ଜିନିଷ ପ୍ରତି ଧ୍ୟାନ ଦେବା ଉଚିତ୍ । ବାସ୍ତୁ ଶାସ୍ତ୍ରରେ ଏପରି କିଛି ଜିନିଷ ବିଷୟରେ କୁହାଯାଇଛି ଯେ ଶୋଇବା ଘରେ କିଛି ଜିନିଷ ରଖିବା ଦ୍ଵାରା ତାହା ଦା-ମ୍ପ-ତ୍ୟ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ । ତେଣୁ ଏହି ଜିନିଷକୁ ଶୀଘ୍ର ଶୋଇବା ଘରୁ ବାହାର କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଏହା କେଉଁ ଜିନିଷ ଗୁଡିକ ।

ଶୋଇବା ଘରେ ଦେବୀ ଦେବତାଙ୍କ ଫଟୋ-

ବାସ୍ତୁରେ ଦିଆଯାଇଛି ଯେ ଯଦି ଶୋଇବା ଘରେ ଦେବୀ ଦେବତାଙ୍କ ଫଟୋ, କୌଣସି ଗୁରୁଙ୍କ ଫଟୋ ବା ଧାର୍ମିକ ବହି ଆଦି ରଖାଯାଇଛି ତେବେ ଶୀଘ୍ର ବାହାର କରିଦେବା ଉଚିତ୍ । ଏହି ସବୁ ପୂଜା ସ୍ଥାନରେ ରଖିଲେ ଶୁଭ ହୋଇଥାଏ । ଶୁକ୍ର ଗ୍ରହ ସ୍ଵାମୀଙ୍କର ସ୍ତ୍ରୀ ପାଇଁ ପ୍ରତିନିଧିତ୍ଵ କରିଥାନ୍ତି । ତେଣୁ ଯଦି ବୃହସ୍ପତି ଉପସ୍ଥିତ ଥିବେ ତେବେ ଦା-ମ୍ପ-ତ୍ୟ ଜୀବନରେ ସମସ୍ୟା ଦେଖାଦେବ । କାରଣ ବୃହସ୍ପତି ଦେବଗୁରୁ ହୋଇଥିବାବେଳେ ଶୁକ୍ର ଦୈତ୍ୟଗୁରୁ ଅଟନ୍ତି । ଏହି କାରଣରୁ ସ୍ଵାମୀ ସ୍ତ୍ରୀ ପରସ୍ପରକୁ ବିରୋଧ କରନ୍ତି ।

ଖଟ ଉପରେ କଳା ରଙ୍ଗର ଚାଦର ବିଛାନ୍ତୁ ନାହିଁ-

ଶୋଇବାଘରେ ଖଟ ଉପରେ କଳା ରଙ୍ଗର ଚାଦର ବ୍ୟବହାର କରନ୍ତୁ ନାହିଁ । କଳା ରଙ୍ଗକୁ ନକରାତ୍ମକତାର ପ୍ରତୀକ କୁହାଯାଏ । ଏହା ଦ୍ଵାରା ସ୍ଵାମୀ ସ୍ତ୍ରୀଙ୍କ ସ-ମ୍ପ-ର୍କରେ ମଧ୍ୟ ନକରାତ୍ମକତା ପ୍ରଭାବ ଆସିଥାଏ । ପତି ପତ୍ନୀଙ୍କ ପ୍ରେମ ସ-ମ୍ପ-ର୍କକୁ ବଢାଇବା ପାଇଁ ରଙ୍ଗ ବେରଙ୍ଗୀର ଚାଦର ବ୍ୟବହାର କରିବା ଉଚିତ୍ । ଚାଦର ଏମିତି ରଙ୍ଗ ହୋଇଥିବା ଦରକାର ଯେମିତି କି ମନ ପ୍ରଫୁଲିତ ହେବାର ଅନୁଭବ କରିପାରୁଥିବେ ।

ଶୋଇବାଘରେ ଏପରି ଫଟୋ ଲଗାନ୍ତୁ ନାହିଁ-

ଆମେ ସମସ୍ତେ ଘରକୁ ସଜାଇବା ପାଇଁ ବିଭିନ୍ନ ପ୍ରକାର ଫଟୋ ଲଗାଇଥାଉ । ତା ମଧ୍ୟରୁ ପାଣିର ଫଟୋ ମଧ୍ୟ ରହିଥାଏ । ଶୋଇବାଘରେ କଦାପି ବହିଯାଉଥିବା ପାଣିର ଫଟୋ ନ ଲଗାଇବା ଉଚିତ୍ । ଏହା ବ୍ୟତୀତ ଉଦାସୀନତା ବା ନକରାତ୍ମକତା ଦେଖାଯାଉଥିବା ଫଟୋ ମଧ୍ୟ ନ ଲଗାଇବା ଉଚିତ୍ । ଏହିପରି ଫଟୋ ଘରେ କୌଣସି ସ୍ଥାନରେ ନ ଲଗାଇବା ଉଚିତ୍ ।

ବିଦ୍ୟୁତ୍ ସମ୍ବନ୍ଧିତ ଉପକରଣ-

ଯଦି ଶୋଇବାଘରେ ଖରାପ ହୋଇଥିବା ଇଲେକ୍ଟ୍ରି ଜିନିଷ ରହିଥାଏ ତେବେ ଶୀଘ୍ର ସଜାଡି ଦିଅନ୍ତୁ ନଚେତ୍ ବାହାର କରିଦିଅନ୍ତୁ । ଆଜି କାଲି ବାକ୍ସଥିବା ଖଟ ବା ପଲଙ୍ଗ ବ୍ୟବହାର କରାଯାଉଛି । ଯଦି ଆପଣଙ୍କର ଏହି ବାକ୍ସଥିବା ଖଟ ବା ପଲଙ୍କ ରଖି ସେଥିରେ କୌଣସି ଲୁହା ସାମଗ୍ରୀ ବା ବିଦ୍ୟୁତ୍ ସାମଗ୍ରୀ ରଖିଛନ୍ତି ତେବେ ଶୀଘ୍ର ବାହାରକୁ କାଢି ଦିଅନ୍ତୁ । ଏହା ଦ୍ଵାରା ପତି ପତ୍ନୀଙ୍କ ସ-ମ୍ପ-ର୍କରେ ଦୂରତା ସୃଷ୍ଟି ହୋଇଥାଏ । ଏହା ସହିତ ଦା-ମ୍ପ-ତ୍ୟ ଜୀବନରେ ମଧ୍ୟ ସମସ୍ୟା ଦେଖାଦିଏ ।

ଖଟ ବା ପଲଙ୍କ ସାମ୍ନାରେ ଦର୍ପଣ-

ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ଯେ ଖଟର ସାମ୍ନାରେ ଯେ କୌଣସି ଦର୍ପଣ ନ ଲଗାଇବା ଉଚିତ୍ । ଏହା ଦ୍ଵାରା ପତି ପତ୍ନୀଙ୍କ ସ-ମ୍ପ-ର୍କରେ ମାନ ମନାନ୍ତର ସୃଷ୍ଟି ହୁଏ । କୁହାଯାଏ କି ଯଦି ଶୋଇବା ସମୟରେ ଆପଣଙ୍କର ଶରୀର କୌଣସି ଭାଗ ଦର୍ପଣରେ ଦେଖାଯାଏ ତେବେ ଶରୀରର ସେହି ଭାଗ ରୋଗ ସୃଷ୍ଟି ହୋଇଥାଏ । ସେଥିପାଇଁ ଖଟ ସାମ୍ନାରେ ଦର୍ପଣ ରଖିବେ ନାହିଁ ଯଦି ଥାଏ ତେବେ ଦର୍ପଣ ଉପରେ ମୋଟା କପଡା ଘୋଡାଇଦେବା ଉଚିତ୍ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!