ଘରେ ଏହି 1 ଜିନିଷ ରଖିଲେ ଦୂର ହେବ ସବୁ ଚିନ୍ତା, ଚମକି ଉଠିବ ଆପଣଙ୍କ ଭାଗ୍ୟ- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ପ୍ରତ୍ୟେକ ଲୋକମାନେ ଚହାଁନ୍ତି ଯେ ତାଙ୍କ ଜୀବନରେ କଦାପି ଧନର ଅଭାବ ନ ହେଉ ଓ ପାରିବାରିକ ଜୀବନ ମଧ୍ୟ ସୁଖରେ ପରିପୂର୍ଣ୍ଣ ରହୁ । ଯେଉଁ ବ୍ୟକ୍ତିର ଜୀବନରେ ପାରିବାରିକ ସୁଖ ଓ ଆର୍ଥିକ ଅଭାବର କୌଣସି ଅସୁବିଧା ନ ଥାଏ ସେହି ବ୍ୟକ୍ତି ଭାଗ୍ୟବାନ ହୋଇଥାନ୍ତି । କିନ୍ତୁ ଯଦି ଜୀବନ ଅଛି ତେବେ ସମସ୍ୟା ମଧ୍ୟ ରହିବ ଓ ଏହି ସମସ୍ୟାର ସମାଧାନ ପାଇଁ ଉପାୟ ମଧ୍ୟ ରହିଛି । ଜୀବନରେ ନିଜର ଆବଶ୍ୟକତାକୁ ପୂରଣ କରିବା ଓ ନିଜର ଇଛାକୁ ପୂରଣ କରିବା ପାଇଁ ଅର୍ଥର ଆବଶ୍ୟକ ହୋଇଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

ଅର୍ଥର ଅଭାବ ହେଲେ ପରିବାରରେ କଳହ କ୍ଲେଶ ବୃଦ୍ଧି ହୁଏ, ଯେଉଁ କାରଣରୁ ବ୍ୟକ୍ତି ଚିନ୍ତାରେ ପଡିଯାଏ । ପ୍ରାୟତଃ ଲୋକମାନେ ଅଭିଯୋଗ କରନ୍ତି ଯେ ବହୁତ ଚେଷ୍ଟା କରିବା ପରେ ମଧ୍ୟ ଟଙ୍କାର ଅଭାବ ହେଉଛି ବା ସଞ୍ଚୟ କରିବା ସମ୍ଭବ ନୁହେଁ । ଯଦି ଆପଙ୍କର ଜୀବନରେ ଯେ କୌଣସି ପ୍ରକାର ଆର୍ଥିକ ସମସ୍ୟା ଓ ପାରିବାରିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ବାସ୍ତୁ ଅନୁସାରେ ସେଥିରୁ ରକ୍ଷା ପାଇବା ପାଇଁ ଆପଣଙ୍କ ଘରେ ଏପରି ଏକ ଜିନିଷ ରଖିପାରିବେ । ଏହାକୁ ରଖିଲେ ଜୀବନରେ ସକାରାତ୍ମକତା ଆସିଥାଏ ଓ ସମସ୍ତ ଅସୁବିଧାରୁ ମୁକ୍ତି ମିଳିଥାଏ । ତେବେ ଆସନ୍ତୁ ଜାଣିବା ଏହି ଜିନିଷ ବିଷୟରେ ।

ଧନ ସଞ୍ଚୟ ଓ ଧନ ବୃଦ୍ଧି ପାଇଁ-

ହିନ୍ଦୁ ଧର୍ମରେ ମୟୂର ପକ୍ଷୀକୁ ଭଗବାନଙ୍କର ପ୍ରିୟ ପକ୍ଷୀ ବୋଲି କୁହାଯାଇଛି । ସେହିପରି ଚାନ୍ଦି ବା ରୂପା ଧାତୁକୁ ସବୁଠାରୁ ଶୁଦ୍ଧ ପବିତ୍ର ବୋଲି ବିବେଚନା କରାଯାଇଛି । ଏହି ଦୁଇଟି ଜିନିଷରୁ ଅତି ଚମତ୍କାର ଲାଭ ମିଳିଥାଏ ବୋଲି କୁହାଯାଇଛି । ସେଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ ରୂପାରେ ତିଆରି ମୟୂରପକ୍ଷୀ ରଖିବା ଅତି ଶୁଭ ହୋଇଥାଏ ବୋଲି କୁହାଯାଇଛି । ଯଦି ଆପଣଙ୍କର ଟଙ୍କା ସଞ୍ଚୟ ହୋଇପାରୁ ନାହିଁ ତେବେ ରୂପାରେ ତିଆରି ମୟୂରପକ୍ଷୀ ଘରର ଏକ ସୁରକ୍ଷିତ ସ୍ଥାନରେ ରଖିବା ଉଚିତ୍ । ଏହାଦ୍ଵାରା ଅଯଥା ଖର୍ଚ୍ଚରୁ ରକ୍ଷା ପାଇବେ ଓ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଧନ ବୃଦ୍ଧି ପାଇଁ ରୂପାରେ ତିଆରି ମୟୂରପକ୍ଷୀ ଆଲମୀରାରେ ରଖିବା ବହୁତ ଲାଭଦାୟକ ହୋଇଥାଏ ।

ଧନ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ-

ଯଦି ବହୁତ ଚେଷ୍ଟା କରିବା ପରେ ମଧ୍ୟ ଧନ ଅଭାବ ହେଉଛି ତେବେ ଘରେ ରୂପାରେ ତିଆରି ହୋଇଥିବା ବିସ୍ତାରିତ ଡେଣା ସହିତ ଏକ ମୟୂରପକ୍ଷୀର ମୂର୍ତ୍ତି ଘରେ ରଖିବା ଆବଶ୍ୟକ । ସେହିପରି ନୃତ୍ୟ କରୁଥିବା ମୟୂରର ମୂର୍ତ୍ତି ଆର୍ଥିକ ସମସ୍ୟାକୁ ଦୂର କରିବା ସହିତ ବୈବାହିକ ଜୀବନର ସବୁ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଆପଣଙ୍କର ସମ୍ପର୍କ ମଧୁର ଓ ମଜବୁତ ହୋଇଯାଏ ।

ବୈବାହିକ ଜୀବନରେ ସୁଖ ପାଇବା ପାଇଁ-

ଯଦି ତୁମର ଦାମ୍ପତ୍ୟ ଜୀବନରେ ସବୁବେଳେ ସମସ୍ୟା ଦେଖାଦେଉଥାଏ ଓ ଜୀବନସାଥିଙ୍କ ସହିତ ଝଗଡା ହେଉଥାଏ ତେବେ ରୂପାରେ ତିଆରି ମୟୂର-ମୟୂରୀ ପକ୍ଷୀ ଯୋଡି ନିଜର ଶୋଇବା ଘରେ ରଖିବା ଆବଶ୍ୟକ । ଏହା ଦାମ୍ପତ୍ୟ ଜୀବନରେ ଶାନ୍ତି ଆଣିଥାଏ ଓ ସମ୍ପର୍କରେ ପୂର୍ବ ଅପେକ୍ଷା ଭଲ ହୋଇଯାଏ ।

ସକାରାତ୍ମକତାର ଆଗମନ ପାଇଁ-

ବାସ୍ତୁଶାସ୍ତ୍ର ଅନୁସାରେ ଘରର ବାସସ୍ଥାନରେ ଏକ ରୂପା ନିର୍ମିତ ମୟୂରପକ୍ଷୀ ରଖିବା ଦ୍ଵାରା ଘରେ ସକରାତ୍ମକତା ଆଣିଥାଏ, ଯେଉଁ କାରଣରୁ ଆପଣଙ୍କ ଜୀବନର ଅନ୍ୟ ସମସ୍ୟା ଗୁଡିକ ମଧ୍ୟ ସମାଧାନ ହୋଇଯାଏ । ଘରର ଭଗବାନ ପୂଜା ସ୍ଥାନରେ ରୂପା ନିର୍ମିତ ଶାନ୍ତ ଅବସ୍ଥାରେ ବସିଥିବା ମୟୂରପକ୍ଷୀର ମୂର୍ତ୍ତି ରଖିବା ଉଚିତ୍ । ଏହା ଶୁଭ ଫଳ ଆଣିଥାଏ ବୋଲି ବିଶ୍ଵାସ କରାଯାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!