ଘରେ ସୁଖ ଶାନ୍ତିରେ ରହିବାକୁ ଚାହୁଁଥିଲେ, ନିଶ୍ଚୟ କରନ୍ତୁ ଏହି ଉପାୟ- Astro Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସବୁ ଲୋକମାନେ ଚାହିଁଥାନ୍ତି ଯେ ଘରେ ସୁଖ ଶାନ୍ତି ଓ ଆରାମ ଲାଗିରହୁ । ଏଥିପାଇଁ ଲୋକମାନେ ଅନେକ ଅନେକ ଉପାୟ ମଧ୍ୟ କରୁଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ଉପାୟ କରାଯାଏ ତେବେ ଘରେ ସୁଖ ଶାନ୍ତି ଓ ଆରାମ ମିଳିଥାଏ । ଏଥିପାଇଁ ଜ୍ୟୋତିଷ ଓ ବାସ୍ତୁ ବିଶେଷଜ୍ଞମାନେ ଅନେକ ଉପାୟ ମଧ୍ୟ କହିଛନ୍ତି । ଆସନ୍ତୁ ଜାଣିବା ଏହି ଉପାୟ ଗୁଡିକ ବିଷୟରେ ।୧- ଘରେ ସକାଳ ସମୟରେ ଭଜନ ବା ଭକ୍ତିମୟ ସଙ୍ଗୀତ ଶୁଣିବା ଉଚିତ୍ । ଏଥିରେ ଘରର ପରିବେଶ ଶାନ୍ତି ଓ ଆନନ୍ଦମୟ ମିଳିଥାଏ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୨- ଘରେ ପୂଜା କରାଯାଉଥିବା ସ୍ଥାନରେ ଅଗରବତୀ, ଧୂପ, ଦୀପ ଓ ଅନ୍ୟ ସାମଗ୍ରୀ ଦକ୍ଷିଣ ପୂର୍ବ ଦିଗରେ ରଖିବା ଉଚିତ୍ ।

୩- ଗୁରୁବାର ଦିନ ରୂପା ପାତ୍ରରେ କେସରକୁ ଘୋରି ମଥାରେ ତିଳକ ଲଗାନ୍ତୁ ।

୪- ଘରର ପୂଜା ସ୍ଥାନରେ ଯେ କୌଣସି ଏକ ପାତ୍ରରେ ଜଳ ଭର୍ତ୍ତି କରି ରଖନ୍ତୁ ।

୫- ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖନ୍ତୁ ।

୬- ଗାଈକୁ ରୋଟି ଖାଇବାକୁ ଦିଅନ୍ତୁ ।

୭- ଘରର ମଧ୍ୟ ଭାଗରେ ଅଇଁଠା ବାସନ ନ ଧୋଇବା ଉଚିତ୍ ।

୮- ପିଲାମାନଙ୍କ ରୁମ୍ ରେ ଧଳା ରଙ୍ଗ ଲଗାନ୍ତୁ । ଘରର ବଡ ପୁଅଙ୍କ ରୁମ୍ ରେ ନୀଳ ରଙ୍ଗ ଓ ଝିଅଙ୍କ ରୁମ୍ ରେ ଫିକା ଗୋଲାପି ରଙ୍ଗ ଲଗାନ୍ତୁ ।

୯- ଯଦି ବ୍ୟକ୍ତିର ରାଶି ଅନୁସାରେ ଘରେ ରଙ୍ଗ ଲଗାଇବେ ତେବେ ବହୁତ ଶୁଭ ହେବ ।

୧୦- ଯଦି ଏହିପରି ନ କରିବେ ତେବେ ଯେ କୌଣସି ଫିକା କ୍ରିମ ଓ ବାଦାମି ରଙ୍ଗ ଲଗେଇବା ଶୁଭ ହୋଇଥାଏ ।

୧୧- ଜ୍ୟୋତିଷଶାସ୍ତ୍ର ବା ବାସ୍ତୁ ଅନୁସାରେ ଯେ କୌଣସି ଶୁଭ ୱାଲପେପର ଲଗାନ୍ତୁ ।

୧୨- ଘରର ଯେ କୌଣସି ରୁମ୍ ରେ ଚାରି କାନ୍ଥରୁ ଗୋଟିଏ କାନ୍ଥରେ ଧଳା ରଙ୍ଗ ଲଗାନ୍ତୁ ବା କାଚ ଲଗାନ୍ତୁ ।

୧୩- ଖାଇବା ଘରେ ବା ଶୋଇବା ଘରେ ଫିକା ରଙ୍ଗ ଲଗାନ୍ତୁ । ଯେପରିକି ଫିକା ମାଟିଆ, ଧଳା, କ୍ରିମ ବା ଫିକା ଲେମନ ରଙ୍ଗ ଆଦି ।

୧୪- ଘରେ ପୂଜା କରିବା ପରେ ଅତି କମରେ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ମୌନ ରୁହନ୍ତୁ ।

୧୫- ଯେତେବେଳେ ଘରେ ଝଗଡା ବା ବିବାଦ ଲାଗୁଥାଏ, ସେହି ସମୟରେ ଘରର ଆଲମୀରା ବା ବାକ୍ସ ଖୋଲନ୍ତୁ ନାହିଁ । କିଛି ସମୟ ପରେ ଖୋଲିପାରିବେ ।

୧୬- ରୋଷେଇ ଘରେ ଘରର ମୁଖ୍ୟ ପ୍ରଥମେ ପ୍ରବେଶ କରନ୍ତୁ । କୌଣସି କର୍ମଚାରୀ ବା ଚାକର ଚାକିରାଣୀଙ୍କୁ ରୋଷେଇ ଘରେ ପ୍ରଥମେ ପ୍ରବେଶ କରାନ୍ତୁ ନାହିଁ ।

୧୭- ଶୋଇବା ଘରେ ଫଟା ଭଙ୍ଗା ଫର୍ଣ୍ଣିଚର ଓ କାଚ ଆଦିକୁ ବାହାର କରିଦିଅନ୍ତୁ ନତୁବା ସଜାଡି ସଠିକ ସ୍ଥାନରେ ରଖନ୍ତୁ ।

୧୮- ରାତିରେ ଶୋଇବା ସମୟରେ ଶୁଦ୍ଧ ମନରେ ଚିନ୍ତାମୁକ୍ତ ହୋଇ ନିଜର ଇଷ୍ଟ ଦେବା ଦେବୀଙ୍କୁ ସ୍ମରଣ କରି ଶୋଇବା ଉଚିତ୍ ।

୧୯- ଘରେ ହସ ଖୁଶିର ବାତାବରଣ ରଖନ୍ତୁ । ଏଥିରେ ଗ୍ରହ ଦୋଷର ପ୍ରଭାବ କମି ଯାଏ ।

ଏହା କରନ୍ତୁ ନାହିଁ-

୧- ଦୀପ, ଅଗରବତୀ, ଧୂପ ଆଦିକୁ ପାଟିରେ ଫୁଙ୍କି ଲିଭାଇବା ଅନୁଚିତ୍ ।

୨- ଘରେ କଦାପି ଝାଡୁକୁ ଠିଆ ରଖନ୍ତୁ ନାହିଁ । ଝାଡୁକୁ ଗୋଡ ମାରନ୍ତୁ ନାହିଁ ଓ ଡେଇଁକରି ଯାଆନ୍ତୁ ନାହିଁ ।

୩- ଘରେ ଜୋତା ବା ଚପଲ ଏଠିସେଠି ରଖନ୍ତୁ ନାହିଁ ।

୪- ବିଛଣା ଉପରେ ବସି ଖାଦ୍ୟ ଖାଆନ୍ତୁ ନାହିଁ ।

୫- ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ ।

୬- ଘରର କବାଟକୁ ଜୋରରେ ଖୋଲନ୍ତୁ ନାହିଁ କିମ୍ବା ବନ୍ଦ କରନ୍ତୁ ନାହିଁ ।

୭- ମନ ଦୁଖ କରି ଖାଦ୍ୟ ପ୍ରସ୍ତୁତ କରନ୍ତୁ ନାହିଁ ।

୮- ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖନ୍ତୁ ନାହିଁ ।

୯- ନବବିବାହିତଙ୍କ ସହିତ ତିନିମାସ ପର୍ଯ୍ୟନ୍ତ କୌଣସି ବାଦ ବିବାଦ ବା ଯୁକ୍ତିତର୍କ କରନ୍ତୁ ନାହିଁ ।

୧୦- ଚିରା ଫଟା ବସ୍ତ୍ର କଦାପି ପିନ୍ଧନ୍ତୁ ନାହିଁ ।

୧୧- ନିଜର ଜନ୍ମ ପତ୍ରିକାକୁ ଅମାବାସ୍ୟା ଦିନ ଦେଖନ୍ତୁ ନାହିଁ ।

ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!