ସକାଳୁ ଉଠି କରନ୍ତୁ ଏହି ୧୫ଟି କାର୍ଯ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା- Vastu Tips

ଶେୟାର କରନ୍ତୁ ଅନ୍ୟମାନକ ସହିତ

ସକାଳେ ଆଖି ଖୋଲିବା ପୂର୍ବରୁ ପ୍ରଥମେ ବ୍ୟକ୍ତି ଉଠେ ପରେ ଆଖି ଖୋଲିଥାଏ । ଆଖି ଖୋଲିବା ପରେ ମସ୍ତିଷ୍କ ମଧ୍ୟ ଧିରେ ଧୀରେ କାମ କରେ । ଏହା ବୁଝିବା ଜରୁରୀ ଅଟେ କି ଯେପରି ସୂର୍ଯ୍ୟ ଉଦୟ ପୂର୍ବରୁ ପ୍ରଥମେ ଆଲୋକ ଦେଖାଦିଏ ଓ ପରେ ସୂର୍ଯ୍ୟ ଦେଖା ଦିଅନ୍ତି । ଠିକ୍ ସେହିପରି ବ୍ୟକ୍ତିକୁ ପୂର୍ଣ୍ଣ ଚେତନା ହେବା ପାଇଁ ସମୟ ଲାଗେ । ଏହି ସମୟରେ ବ୍ୟକ୍ତିର ମୁଣ୍ଡ ସଂବେଦନଶୀଳ ହୋଇଥାଏ । ସେହି ସମୟରେ କିଛି ସାବଧାନ ରହିବା ଜରୁରୀ ହୋଇଥାଏ । କାରଣ ବ୍ୟକ୍ତିର ମସ୍ତିଷ୍କ ସେଟ୍ ହେବାକୁ ଅତି କମରେ ୨ଘଣ୍ଟା ସମୟ ଲାଗିଥାଏ । ଆସନ୍ତୁ ଜାଣିବା ଏହି ସମୟରେ ଆମକୁ କେଉଁ କାର୍ଯ୍ୟ କରିବା ଉଚିତ୍ ।

Join Jantra Jyotisha WhatsApp Channel for Latest Astrology Updates Follow Now
Jantra Jyotisha is now on Telegram Join Now

୧- ନିଦରୁ ଉଠିବା କ୍ଷଣି ସଙ୍ଗେ ସଙ୍ଗେ ଆଖି ଖୋଲନ୍ତୁ ନାହିଁ । ଧୀରେ ଧୀରେ ଆଖି ଖୋଲନ୍ତୁ ଓ ନିଶ୍ଚିତ କରନ୍ତୁ ଯେ ଆଖି ଖୋଲିବା ପରେ କିଛି ଭଲ ଚିତ୍ର ଦର୍ଶନ କରିବେ କିମ୍ବା ନିଜର ହାତ ପାପୁଲିକୁ ଦର୍ଶନ କରି ଭଗବାନଙ୍କୁ ପ୍ରାର୍ଥନା କରିବେ । ଏପରି କଲେ ଆତ୍ମବିଶ୍ଵାସ ବୃଦ୍ଧି ପାଏ । ଧର୍ମଗ୍ରନ୍ଥ ଓ ମୁନିଋଷିମାନଙ୍କ ଅନୁସାରେ ଆମ ହାତର ପାପୁଲିରେ ଦୈବଶକ୍ତି ନିବାସ କରିଥାଏ । ଅର୍ଥାତ୍ ସକାଳେ ପ୍ରଥମେ ଯଦି ଶୁଭ ଦର୍ଶନ ଓ ଶୁଭ କାର୍ଯ୍ୟରୁ ଆରମ୍ଭ ହେବ ତେବେ ସଂପୂର୍ଣ୍ଣ ଦିନଯାକ ଶୁଭ ହିଁ ହେବ । ସେଥିପାଇଁ ନିଜ ଶୋଇବାଘରେ ଭଲ ଫଟୋ ଲଗାନ୍ତୁ । ସୁଗନ୍ଧିତ ବାତାବରଣ ରଖନ୍ତୁ ।

୨- ସକାଳୁ ଉଠିବା କ୍ଷଣି ଆମ କାର୍ଯ୍ୟ ଆରମ୍ଭ ହୋଇଯାଏ । ଅତଃ ଯେଉଁ ନାକ ପୁଡାରେ ନିଶ୍ଵାସ ଚାଲୁଥିବ ସେହି ପାଖର ଗୋଡ ପକାଇ ବିଛଣାରୁ ଉଠିବେ ।

୩- ସକାଳେ ଉଠିବା ପରେ ଅତି କମରେ ୧ଘଣ୍ଟା ପର୍ଯ୍ୟନ୍ତ ଚୁପ୍ ରୁହନ୍ତୁ । ସେହି ସମୟରେ ଶୌଚ ସ୍ନାନ ଆଦି କାର୍ଯ୍ୟ କରନ୍ତୁ ।

୪- ଯଦି ଆପଣ ପୂଜା ପାଠ କରୁଛନ୍ତି ତେବେ ଶୌଚାଦିରୁ ମୁକ୍ତ ହେବା ପରେ ପୂଜା ପାଠ କରନ୍ତୁ ଓ ଭଜନ ଶୁଣନ୍ତୁ । ବାସ୍ତବରେ ଆମେ ଯେତେବେଳେ ଶୋଇଥାଉ ବା ଶୋଇକରି ଉଠୁ ସେହି ସମୟଟି ସନ୍ଧିକାଳ ହୋଇଥାଏ । ଯେମିତିକି ସୂର୍ଯ୍ୟ ଉଦୟ ବା ସୂର୍ଯ୍ୟାସ୍ତ, ଦିନ ବା ରାତି ଓ ରାତି ବା ଦିନ ମିଶେ ସେହି ସମୟକୁ ସନ୍ଧିକାଳ କୁହାଯାଏ । ଏହି ସମୟରେ ବ୍ୟକ୍ତିର ମସ୍ତିଷ୍କ ସଂବେଦନଶୀଳ ହୋଇଥାଏ ।

ଯଦି ବ୍ୟକ୍ତି ସେହି ସମୟରେ ସକରାତ୍ମକ କଥାକୁ ଗ୍ରହଣ କରେ ତେବେ ଜୀବନରେ ସକାରାତ୍ମକ ଘଟଣା ଘଟିଥାଏ । ଯଦି ସେ ନକରାତ୍ମକ ଚିନ୍ତାକୁ ଗ୍ରହଣ କରେ ତେବେ ଜୀବନରେ ନକରାତ୍ମକ ଘଟଣା ଘଟିଥାଏ ।

୫- ସକାଳୁ ଉଠିବା ପରେ ପ୍ରଥମେ ସେହି କାମ ବିଷୟରେ ଚିନ୍ତା କରନ୍ତୁ ଯାହା ଆପଣଙ୍କୁ ପ୍ରାଥମିକ ରୂପରେ କରିବାକୁ ହେବ । ଏହି ଅଭ୍ୟାସରେ ଆପଣ ସବୁଠାରୁ ଜରୁରୀ କାର୍ଯ୍ୟ ପୂରଣ କରିବାର କ୍ଷମତା ହାସିଲ କରିପାରିବେ । ଜୀବନରେ ସଫଳତା ହେତୁ ପ୍ରଥମେ ସେହି କାର୍ଯ୍ୟ କରିବା ଉଚିତ୍ ଯେ ଯାହା ଆପଣଙ୍କ ଜୀବନରେ ବିଶେଷ ଜରୁରୀ ହୋଇଥାଏ ।

୬- ସକାଳେ ଉଠିବା କ୍ଷଣି କାହାର ମୁହଁ ଦେଖନ୍ତୁ ନାହିଁ । ବିଶେଷକରି କିଛି ବ୍ୟକ୍ତି, ପଶୁ ବା ଅନ୍ୟ କିଛି ଦେଖିବା ପରେ ଆପଣଙ୍କ ମନକୁ ଯେପରି ଖରାପ ଭାବନା ଆସୁଥିବା ବା ଆପଣଙ୍କୁ ଭଲ ଲାଗୁନଥିବ ।

୭- ଅନେକ ଲୋକମାନେ ରାତିରେ ଡେରିରେ ଶୁଅନ୍ତି ଓ ସକାଳେ ଡେରିରେ ଉଠନ୍ତି କିମ୍ବା ବାଧ୍ୟ ହୋଇ ଡେରିରେ ଶୁଅନ୍ତି ଓ ସକାଳେ ଶୀଘ୍ର ଉଠିବାକୁ ପଡିଥାଏ । ସେହି ଲୋକମାଙ୍କର ସ୍ୱାସ୍ଥ୍ୟ ଖରାପ ହୋଇଯାଏ । ଯାହା କି ତାଙ୍କୁ ଜଣା ନ ଥାଏ । ସେମାନଙ୍କର ଚିଡିଚିଡା ସ୍ଵଭାବ ହୋଇଯାଏ ଓ ସମ୍ପର୍କରେ ମଧ୍ୟ ଖରାପ ପ୍ରଭାବ ପଡେ । ତେଣୁ ସକାଳୁ ଉଠି ଶୌଚ କରିବା ପରେ ୫ମିନିଟ୍ ଧ୍ୟାନ କରନ୍ତୁ ବା ନିଜର ଇଷ୍ଟ ଦେବା ଦେବୀଙ୍କୁ ପୂଜା ପ୍ରାର୍ଥନା କରନ୍ତୁ । ଏହାପରେ ଅନ୍ୟ କାର୍ଯ୍ୟ ଆରମ୍ଭ କରିବେ । ଏହା ସହିତ ନିଜର ଖାଇବା ପିଇବାରେ ମଧ୍ୟ ଧ୍ୟାନ ଦେବା ଜରୁରୀ ଅଟେ ।

୮- ସକାଳୁ ଉଠିବା କ୍ଷଣି ଖବରକାଗଜ ପଢିବା ଓ ଟିଭି ଦେଖିବା ମଧ୍ୟ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପଡିଥାଏ ।

୯- ସକାଳୁ ଉଠିବା ପରେ କୌଣସି ପଶୁର ନାମ ମଧ୍ୟ ନ କହିବା ଉଚିତ୍ । ଯେପରିକି ମାଙ୍କଡ, କୁକୁର ବା ସୁଆର ଆଦିର ନାମ କଦାପି ନ କହିବା ଉଚିତ୍ ।

୧୦- ସକାଳୁ ଉଠି ଟିଭିରେ କୌଣସି କଳି ଝଗଡା, କାନ୍ଦିବା ଆଦି ସିରିୟାଲ, ସିନେମା ଓ ନାଟକ ଦେଖନ୍ତୁ ନାହିଁ । ସେହିପରି ରାତିରେ ଶୋଇବା ପୂର୍ବରୁ ମଧ୍ୟ ଏଭଳି ସିରିୟାଲ, ସିନେମା ଓ ନାଟକ ଦେଖନ୍ତୁ ନାହିଁ ।

୧୧- ସକାଳୁ ଉଠିବା କ୍ଷଣି କାହା ସହିତ ଝଗଡା କରନ୍ତୁ ନାହିଁ । ଯଦି ଆପଣ ଏମିତି କରିବେ ତେବେ ଜୀବନରେ କଦାପି ଭଲରେ ରହିବାକୁ ଆଶା କରିବେ ନାହିଁ ।

୧୨- ସକାଳୁ ଉଠି ଘରେ ବା ଅଫିସରେ ଯାଇ ଅନ୍ୟ ଲୋକମାନଙ୍କ ସହିତ କଠୋର ଭାଷା କୁହନ୍ତୁ ନାହିଁ । ଭଲ ଶବ୍ଦ ଉପଯୋଗ କରନ୍ତୁ ।

୧୩- ଆଜିକାଲି ଲୋକମାନେ ସକାଳୁ ଉଠି ପ୍ରଥମେ କମ୍ପ୍ୟୁଟର ବା ମୋବାଇଲ୍ ରେ ଲାଗି ରହୁଛନ୍ତି । ଏହା ଦ୍ଵାରା ଜୀବନରେ ନକରାତ୍ମକ ପ୍ରଭାବ ପଡିଥାଏ । ସ୍ୱାସ୍ଥ୍ୟ ଓ ସମ୍ପର୍କ ଖରାପ ହୋଇଯାଏ ।

୧୪- ଅନେକ ଲୋକମାନେ ସକାଳୁ ଉଠି ଶୌଚ ନ ହୋଇ ଦାନ୍ତ ନ ଘଷି ଖାଦ୍ୟ ଖାଇଥାନ୍ତି । ଯାହାକି ଏହା ବହୁତ ମନ୍ଦ ଅଭ୍ୟାସ ଅଟେ । ଏହା ଦ୍ଵାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡେ।

୧୫- ସକାଳୁ ଉଠି ସବୁ କାର୍ଯ୍ୟ ସାରିବା ପରେ କିଛି ସମୟ ପାଇଁ ଯୋଗାସନ, କସରତ, ସାଇକ୍ଲିଙ୍ଗ ବା ଚାଲିବା ଆଦି କରନ୍ତୁ ।

ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।


ଶେୟାର କରନ୍ତୁ ଅନ୍ୟମାନକ ସହିତ
error: Content is protected !!